iPhone ରେ ଥିବା ପ୍ରୀଭ୍ଯୂ ଆପ୍‌ରେ ଏକ ଇମେଜ୍‌ରେ ଟେକ୍ସ୍‌ଟ୍ ସହିତ ଇଣ୍ଟରାକ୍ଟ୍ କରନ୍ତୁ

ଆପଣ ପ୍ରୀଭ୍ଯୂ ଆପ୍‌ରେ ଲାଇଭ୍ ଟେକ୍ସ୍‌ଟ୍ ବ୍ଯବହାର କରି ଏକ ଇମେଜ୍ ମଧ୍ଯରେ ଟେକ୍ସ୍‌ଟ୍ କପି କିମ୍ବା ଅନୁବାଦ କରିପାରିବେ, କଲ୍ କରିପାରିବେ, ଏକ ୱେବ୍‌ସାଇଟ୍ ଖୋଲିପାରିବେ କିମ୍ବା ଏକ ଇମେଲ୍ ଆରମ୍ଭ କରିପାରିବେ।

ଫୋନ୍ ନମ୍ବର୍ ହାଇଲାଇଟ୍ ହୋଇଥିବା ଏକ ରିଅଲ୍ ଇଷ୍ଟେଟ୍ ସାଇନ୍ ଥିବା ଏକ ଫଟୋ। କଲ୍ କରନ୍ତୁ, ମେସେଜ୍ କରନ୍ତୁ, କଣ୍ଟାକ୍ଟ୍‌ରେ ଯୋଡ଼ନ୍ତୁ ଏବଂ କପି କରନ୍ତୁ ବିକଳ୍ପରେ ଥିବା ମେନ୍ଯୂରେ ଫୋନ୍ ନମ୍ବର୍‌ଟି ଦେଖାଯିବ।
  1. ଆପଣଙ୍କ iPhone ରେ ଥିବା ପ୍ରୀଭ‍୍ୟୂ ଆପ୍ କୁ ଯାଆନ୍ତୁ।

  2. ଏକ ଇମେଜ୍ ଖୋଲନ୍ତୁ ଯାହା ଏକ ଟେକ୍ସ୍‌ଟ୍‌କୁ ଦେଖାଏ, ତା’ପରେ ଟେକ୍ସ୍‌ଟ୍ ଚୟନ କରନ୍ତୁ। ଟେକ୍ସ୍‌ଟ୍ ଚୟନ କରନ୍ତୁ, କଟ୍ କରନ୍ତୁ, କପି କରନ୍ତୁ ଏବଂ ପେଷ୍ଟ୍ କରନ୍ତୁ ଦେଖନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ଟେକ୍ସ୍‌ଟ୍ କପି କରନ୍ତୁ: କପିରେ ଟାପ୍ କରନ୍ତୁ। ଏହାପରେ ଆପଣ ଟେକ୍ସ୍‌ଟ୍‌କୁ ଅନ୍ଯ ଡକ୍ଯୁମେଣ୍ଟ୍ କିମ୍ବା ଆପ୍‌ରେ ପେଷ୍ଟ୍ କରିପାରିବେ।

    • ଟେକ୍ସ୍‌ଟ୍ ଅର୍ଥ ଲୁକ୍ ଅପ୍ କରନ୍ତୁ: “ଲୁକ୍ ଅପ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଟେକ୍ସ୍‌ଟ୍‌କୁ ଅନୁବାଦ କରନ୍ତୁ: ଅନୁବାଦ କରନ୍ତୁରେ ଟାପ୍ କରନ୍ତୁ, ତା’ପରେ ଏକ ଭାଷା ବାଛନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଅନୁବାଦ ସମସ୍ତ ଭାଷାରେ ଉପଲବ୍ଧ ନାହିଁ ଏବଂ କେତେକ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ।

    • ଟେକ୍ସ୍‌ଟ୍ ପାଇଁ ୱେବ୍‌ରେ ସର୍ଚ୍ଚ୍ କରନ୍ତୁ: “ଫର୍‌ଓ୍ବର୍ଡ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ୱେବ୍ ସର୍ଚ୍ଚ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଏକ ଫୋନ୍ ନମ୍ବର୍‌କୁ କଲ୍ କିମ୍ବା ଟେକ୍ସ୍‌ଟ୍ କରନ୍ତୁ: କଲ୍ କିମ୍ବା ମେସେଜ୍‌ରେ ଟାପ୍ କରନ୍ତୁ। (ସମସ୍ତ ବିକଳ୍ପ ଦେଖିବା ପାଇଁ ଆପଣଙ୍କୁ “ଫର୍‌ଓ୍ବର୍ଡ୍” ବଟନ୍ ରେ ଟାପ୍ କରିବାକୁ ପଡ଼ିପାରେ।)

    • ଏକ ଫୋନ୍ ନମ୍ବର୍ କିମ୍ବା ଇମେଲ୍ ଠିକଣା ସେଭ୍ କରନ୍ତୁ: “ଫର୍‌ଓ୍ବର୍ଡ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “କଣ୍ଟାକ୍ଟ୍‌ରେ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

    • ଏକ ଇମେଲ୍ ଠିକଣାକୁ ଏକ ଇମେଲ୍ କିମ୍ବା ମେସେଜ୍ ପଠାନ୍ତୁ: ଇମେଲ୍ କିମ୍ବା ମେସେଜ୍‌ରେ ଟାପ୍ କରନ୍ତୁ। (ସମସ୍ତ ବିକଳ୍ପ ଦେଖିବା ପାଇଁ ଆପଣଙ୍କୁ “ଫର୍‌ଓ୍ବର୍ଡ୍” ବଟନ୍ ରେ ଟାପ୍ କରିବାକୁ ପଡ଼ିପାରେ।)

    • ଏକ ୱେବ୍‌ସାଇଟ୍‌କୁ ଯାଆନ୍ତୁ: “ଲିଙ୍କ୍ ଖୋଲନ୍ତୁ”ରେ ଟାପ୍ କରନ୍ତୁ। (ବିକଳ୍ପ ଦେଖିବା ପାଇଁ ଆପଣଙ୍କୁ “ଫର୍‌ଓ୍ବର୍ଡ୍” ବଟନ୍ ରେ ଟାପ୍ କରିବାକୁ ପଡ଼ିପାରେ।)

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.