ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ସ୍ମାର୍ଟ ଫୋଲ୍ଡର୍ ସହିତ ଆପଣଙ୍କ ନୋଟ୍‌ଗୁଡ଼ିକୁ ବ୍ଯବସ୍ଥିତ କରନ୍ତୁ

ନୋଟ୍ ଆପ୍‌ରେ ଆପଣ ସ୍ମାର୍ଟ୍ ଫୋଲ୍ଡର୍ ବ୍ଯବହାର କରି ଫୋଲ୍ଡର୍‌ଗୁଡ଼ିକରେ ସହଜରେ ଆପଣଙ୍କ ନୋଟ୍ ସର୍ଚ୍ଚ୍ ଏବଂ ଫିଲ୍ଟର୍ କରିପାରିବେ।

ଏକ ସ୍ମାର୍ଟ୍ ଫୋଲ୍ଡର୍ ତିଆରି କରନ୍ତୁ

  1. ଆପଣଙ୍କ iPhone ରେ ଥିବା ନୋଟ୍ ଆପ୍ କୁ ଯାଆନ୍ତୁ।

  2. “ନୂଆ ଫୋଲ୍ଡର୍” ବଟନ୍‌ ରେ ଟାପ୍ କରନ୍ତୁ, ଏକ ଆକାଉଣ୍ଟ୍ ବାଛନ୍ତୁ (ଯଦି ଏକରୁ ଅଧିକ ଆକାଉଣ୍ଟ୍ ଥାଏ), ଏକ ନାମ ଲେଖନ୍ତୁ, ତା'ପରେ “ସ୍ମାର୍ଟ୍ ଫୋଲ୍ଡର୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. ଗୋଟିଏ କିମ୍ବା ଅଧିକ ଫିଲ୍ଟର୍ ବାଛନ୍ତୁ, ତା’ପରେ ଅନ୍ତର୍ଭୁକ୍ତ କରିବାକୁ କୌଣସି କିମ୍ବା ସମସ୍ତ ଚୟନିତ ଫିଲ୍ଟର୍ ସହିତ ମେଳ ହେଉଥିବା ନୋଟ୍ ବାଛନ୍ତୁ। ଆପଣ ଟାଗ୍, ତାରିଖ, ଉଲ୍ଲେଖ ଇତ୍ଯାଦି ଅନୁସାରେ ଫିଲ୍ଟର୍ କରିପାରିବେ।

ଟ୍ୟାଗ୍ ହୋଇଥିବା ନୋଟ୍‌ର ଲିଷ୍ଟ୍ ଦେଖିବା ସମୟରେ ମଧ୍ୟ ଆପଣ ଏକ ସ୍ମାର୍ଟ୍ ଫୋଲ୍ଡର୍ ତିଆରି କରିପାରିବେ; "ଫୋଲ୍ଡର୍ ଆକ୍ସନ୍" ବଟନ୍‌ ରେ ଟାପ୍ କରନ୍ତୁ, ତା'ପରେ “ସ୍ମାର୍ଟ୍ ଫୋଲ୍ଡର୍ ତିଆରି କରନ୍ତୁ”ରେ ଟାପ୍ କରନ୍ତୁ।

ଗୋଟିଏ ଫୋଲ୍ଡର୍‌କୁ ଏକ ସ୍ମାର୍ଟ୍ ଫୋଲ୍ଡର୍‌ରେ ପରିଣତ କରନ୍ତୁ

ଆପଣ ରୂପାନ୍ତର କରିବାକୁ ଚାହୁଁଥିବା ଫୋଲ୍ଡର୍ ଦେଖିବା ସମୟରେ "ଫୋଲ୍ଡର୍ ଆକ୍ସନ୍" ବଟନ୍‌ ରେ ଟାପ୍ କରନ୍ତୁ, ନିମ୍ନକୁ ସ୍କ୍ରୋଲ୍ କରନ୍ତୁ, ତା'ପରେ “ସ୍ମାର୍ଟ୍ ଫୋଲ୍ଡର୍‌ରେ ରୂପାନ୍ତର କରନ୍ତୁ”ରେ ଟାପ୍ କରନ୍ତୁ।

ଆପଣ ଏକ ଫୋଲ୍ଡର୍‌କୁ ପରିବର୍ତ୍ତନ କଲେ, ଏହାର ନୋଟ୍‌ଗୁଡ଼ିକ ନୋଟ୍ ଫୋଲ୍ଡର୍‌କୁ ମୂଭ୍ ହୁଏ ଏବଂ ସ୍ମାର୍ଟ୍ ଫୋଲ୍ଡର୍ ନାମ ସହିତ ଟ୍ଯାଗ୍ କରାଯାଏ।

ଧ‍୍ୟାନ ଦିଅନ୍ତୁ: ଆପଣ ଏକ ଶେୟର୍ ହୋଇଥିବା ଫୋଲ୍ଡର୍, ସବ୍‌ଫୋଲ୍ଡର୍ ଥିବା ଫୋଲ୍ଡର୍ କିମ୍ବା “ଲକ୍ କରାଯାଇଥିବା ନୋଟ୍” ଥିବା ଫୋଲ୍ଡର୍‌କୁ ପରିବର୍ତ୍ତନ କରିପାରିବେ ନାହିଁ।

ଏକ ସ୍ମାର୍ଟ୍ ଫୋଲ୍ଡର୍ ଏଡିଟ୍ କରନ୍ତୁ

ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

  • ଫୋଲ୍ଡର୍ ଲିଷ୍ଟ୍‌ରେ, ଏଡିଟ୍‌ରେ ଟାପ୍ କରନ୍ତୁ, ତା’ପରେ ଫୋଲ୍ଡର୍‌କୁ ଯୋଡ଼ିବା, ମୂଭ୍ କରିବା ଏବଂ ରୀନେମ୍ କରିବା ପାଇଁ "ଫୋଲ୍ଡର୍ ଆକ୍ସନ୍" ବଟନ୍‌ ରେ ଟାପ୍ କରନ୍ତୁ।

  • ଗୋଟିଏ ସ୍ମାର୍ଟ ଫୋଲ୍ଡର୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ସ୍ମାର୍ଟ ଫୋଲ୍ଡର୍ ଏଡିଟ୍ କରନ୍ତୁ” ଉପରେ ଟାପ୍ କରନ୍ତୁ। ଆପଣ ନାମ କିମ୍ବା ଫିଲ୍ଟର୍ ବଦଳାଇ ପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.