ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଆପଣଙ୍କର ୱଲେଟ୍ ଓ Apple Pay ସେଟିଂସ୍ ପରିବର୍ତ୍ତନ କରନ୍ତୁ

ସେଟିଂସ୍‌ରେ ଆପଣ ୱଲେଟ୍ Apple Pay ପାଇଁ ନିଜ ପ୍ରାଥମିକତାକୁ କଷ୍ଟମାଇଜ୍ କରିପାରିବେ।

ଆପଣଙ୍କ ୱଲେଟ୍ ଓ Apple Pay ସେଟିଂସ୍ କଷ୍ଟମାଇଜ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ୱଲେଟ୍ ଓ Apple Pay ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ ସେଟ୍ କରନ୍ତୁ:

Apple Pay ପାଇଁ ଆପଣଙ୍କ ଡିଫଲ୍ଟ୍ କାର୍ଡ୍, ଠିକଣା ଏବଂ ପ୍ରାଥମିକତା ପରିବର୍ତ୍ତନ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ୱଲେଟ୍ ଓ Apple Pay ରେ ଟାପ୍ କରନ୍ତୁ, ତା’ପରେ Apple Pay ଡିଫଲ୍ଟ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ ସେଟ୍ କରନ୍ତୁ:

    • ନେଣଦେଣ ଡିଫଲ୍ଟ୍: ଡିଫଲ୍ଟ୍ କାର୍ଡ୍, ଆପଣଙ୍କ ଶିପିଂ ଠିକଣା, ଇମେଲ୍ ଏବଂ ଫୋନ୍ ନମ୍ବର୍ ସେଟ୍ କରନ୍ତୁ।

    • ଉପଲବ୍ଧ ପେମେଣ୍ଟ୍ ବିକଳ୍ପ: “ପରେ ପେମେଣ୍ଟ୍ କରନ୍ତୁ”, ରିୱାର୍ଡ୍, ଅଫର୍ ଏବଂ “ଅନ୍ଯାନ‍୍ୟ ପରେ ପେମେଣ୍ଟ୍ କରନ୍ତୁ” ବିକଳ୍ପକୁ ଚାଲୁ କିମ୍ବା ବନ୍ଦ କରନ୍ତୁ।

    • Mac ରେ ପେମେଣ୍ଟ୍ ଅନୁମତି ଦିଅନ୍ତୁ: ଆପଣଙ୍କ ଆଖପାଖର Mac ରେ ପେମେଣ୍ଟ୍ ସୁନିଶ୍ଚିତ କରିବା ପାଇଁ ଆପଣଙ୍କ iPhone ରେ Apple Pay ବ‍୍ୟବହାର କରନ୍ତୁ।

    • ସାଇଡ୍ ବଟନ୍ ଉପରେ ଡବଲ୍-କ୍ଲିକ୍ କରନ୍ତୁ: (iPhone ରେ Face ID ସହିତ) ଆପଣ ସାଇଡ୍ ବଟନ୍ ଉପରେ ଡବଲ୍-କ୍ଲିକ୍ କଲେ ଆପଣଙ୍କ କାର୍ଡ୍ ଏବଂ ପାସ୍ ସ୍କ୍ରୀନ୍‌ରେ ଦେଖାଯାଏ।

    • ହୋମ୍ ବଟନ୍ ଉପରେ ଡବଲ୍-କ୍ଲିକ୍ କରନ୍ତୁ: (ଏକ ହୋମ୍ ବଟନ୍ ଥୀବା iPhone ରେ) ଆପଣ ହୋମ୍ ବଟନ୍‌ରେ ଡବଲ୍-କ୍ଲିକ୍ କଲେ ଆପଣଙ୍କ କାର୍ଡ୍ ଏବଂ ପାସ୍ ସ୍କ୍ରୀନ୍‌ରେ ଦେଖାଯାଏ।

ଆପଣଙ୍କ ପାସ୍‌କୋଡ୍‌କୁ ଆପଣଙ୍କ ଅନ୍ଯ ଡିଭାଇସ୍‌ରେ ଅପ୍ ଟୁ ଡେଟ୍ ରଖନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ, iCloud ରେ ଟାପ୍ କରନ୍ତୁ, ତା’ପରେ ୱଲେଟ୍ ଚାଲୁ କରନ୍ତୁ।

iPhone ଲକ୍ ଥିବା ସମୟରେ ପାସ୍‌କୁ ଆକ୍ସେସ୍ କରିବାକୁ ଅନୁମତି ଦିଅନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. Face ID ଏବଂ ପାସ୍‌କୋଡ୍ କିମ୍ବା Touch ID ଏବଂ ପାସ୍‌କୋଡ୍‌ରେ ଟାପ୍ କରନ୍ତୁ, ଆପଣଙ୍କ ପାସ୍‌କୋଡ୍ ଲେଖନ୍ତୁ, ତା’ପରେ ୱଲେଟ୍ ଚାଲୁ କରନ୍ତୁ (ଲକ୍ ଥିବା ସମୟରେ ତଳେ “ଆକ୍ସେସ୍ ପାଇଁ ଅନୁମତି ଦିଅନ୍ତୁ”)।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.