ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ କଣ୍ଟାକ୍ଟ୍ ସୂଚନା ଯୋଡ଼ନ୍ତୁ ଏବଂ ବ୍ଯବହାର କରନ୍ତୁ

ଆପଣ କଣ୍ଟାକ୍ଟ୍ ତିଆରି କରିବା, ଖୋଜିବା, ଶେୟର୍ କରିବା ଏବଂ ଡିଲିଟ୍ କରିବା ପାଇଁ କଣ୍ଟାକ୍ଟ୍ ଆପ୍ ବ୍ଯବହାର କରିପାରିବେ।

Siri: Siri ଏକ କଣ୍ଟାକ୍ଟ୍‌ ବିଷୟରେ ସୂଚନା ଅପ୍‌ଡେଟ୍ କରିପାରିବ। କୁହନ୍ତୁ କିଛି ଏହିପରି, “Sarah Milos is my sister.”Siri କୁ କିପରି ବ‍୍ୟବହାର କରିବେ ଜାଣନ୍ତୁ

ଏକ କଣ୍ଟାକ୍ଟ୍ ତିଆରି କରନ୍ତୁ

  1. ଆପଣଙ୍କ iPhone ରେ ଥିବା କଣ୍ଟାକ୍ଟ୍ ଆପ୍ କୁ ଯାଆନ୍ତୁ।

  2. “ଯୋଡ଼ନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

Siri ଆପଣଙ୍କ ଅନ୍ୟ ଆପ୍‌ଗୁଡିକ କିପରି ବ୍ୟବହାର କରିଛନ୍ତି ତାହା ଉପରେ ଆଧାର କରି ମଧ୍ୟ ନୂଆ କଣ୍ଟାକ୍ଟ୍‌ଗୁଡ଼ିକର ପରାମର୍ଶ ଦିଏ, ଯେପରିକି ଆପଣ Mail ଆପ୍‌ରେ ପ୍ରାପ୍ତ କରିଥିବା ଇମେଲ୍ ଏବଂ କ୍ୟାଲେଣ୍ଡର୍‌ରେ ପ୍ରାପ୍ତ କରିଥିବା ଆମନ୍ତ୍ରଣ। (ଏହି ଫୀଚର୍‌କୁ ବନ୍ଦ କରିବା ପାଇଁ, ସେଟିଂସ୍  > ଆପ୍ > କଣ୍ଟାକ୍ଟ୍ > Siri କୁ ଯାଆନ୍ତୁ, ତା'ପରେ “କଣ୍ଟାକ୍ଟ୍ ପରାମର୍ଶଗୁଡ଼ିକ ଦେଖାନ୍ତୁ"କୁ ବନ୍ଦ କରନ୍ତୁ।)

ଆପଣ କଣ୍ଟାକ୍ଟ୍ ବ୍ଯବହାର କରିବାର ପଦ୍ଧତି ଆଧାରରେ Siri ଅନ୍ଯ ଆପ୍‌ରେ କଣ୍ଟାକ୍ଟ୍ ସୂଚନା ପରାମର୍ଶ ମଧ୍ଯ ପ୍ରଦାନ କରିଥାଏ। (ଏହି ଫୀଚର୍‌କୁ ବନ୍ଦ କରିବାକୁ, ସେଟିଂସ୍  > ଆପ୍ଲିକେଶନ୍ > କଣ୍ଟାକ୍ଟ— > Siri କୁ ଯାଆନ୍ତୁ, ତା'ପରେ "ଏହି ଆପ୍‌ରୁ ଶିଖନ୍ତୁ”କୁ ବନ୍ଦ କରନ୍ତୁ) Siri ପରାମର୍ଶ ଦେଖନ୍ତୁ।

ଏକ କଣ୍ଟାକ୍ଟ୍ ଖୋଜନ୍ତୁ

  1. ଆପଣଙ୍କ iPhone ରେ ଥିବା କଣ୍ଟାକ୍ଟ୍ ଆପ୍ କୁ ଯାଆନ୍ତୁ।

  2. କଣ୍ଟାକ୍ଟ୍ ଲିଷ୍ଟ୍‌ର ନିମ୍ନରେ ଥିବା “ସର୍ଚ୍ଚ୍ ଫିଲ୍ଡ୍”ରେ ଟାପ୍ କରନ୍ତୁ, ତା’ପରେ ଏକ ନାମ, ଠିକଣା, ଫୋନ୍ ନମ୍ବର୍ କିମ୍ବା ଅନ୍ଯ କଣ୍ଟାକ୍ଟ୍ ସୂଚନା ଲେଖନ୍ତୁ।

ଆପଣ ସର୍ଚ୍ଚ୍ (ସ୍ପଟ୍‌ଲାଇଟ୍ ସହ ସର୍ଚ୍ଚ୍ କରନ୍ତୁ ଦେଖନ୍ତୁ) ବ୍ୟବହାର କରି ମଧ୍ୟ ଆପଣଙ୍କ କଣ୍ଟାକ୍ଟ୍‌ଗୁଡ଼ିକୁ ସର୍ଚ୍ଚ୍ କରିପାରିବେ।

ଏକ କଣ୍ଟାକ୍ଟ୍ ଶେୟର୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା କଣ୍ଟାକ୍ଟ୍ ଆପ୍ କୁ ଯାଆନ୍ତୁ।

  2. ଏକ କଣ୍ଟାକ୍ଟ୍‌ରେ ଟାପ୍ କରନ୍ତୁ, “କଣ୍ଟାକ୍ଟ୍ ଶେୟର୍ କରନ୍ତୁ” ରେ ଟାପ୍ କରନ୍ତୁ, ତା’ପରେ ଆପଣ ଶେୟର୍ କରିବାକୁ ଚାହୁଁଥିବା କ୍ଷେତ୍ର ବାଛନ୍ତୁ।

  3. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଏକ ଶେୟର୍ କରିବା ବିକଳ୍ପ ବାଛନ୍ତୁ, ଯେପରିକି ମେସେଜ୍ କିମ୍ବା Mail।

ଶୀଘ୍ର ଏକ କଣ୍ଟାକ୍ଟ୍‌ରେ ପହଞ୍ଚନ୍ତୁ

  1. ଆପଣଙ୍କ iPhone ରେ ଥିବା କଣ୍ଟାକ୍ଟ୍ ଆପ୍ କୁ ଯାଆନ୍ତୁ।

  2. ଏକ କଣ୍ଟାକ୍ଟ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରିବାକୁ କଣ୍ଟାକ୍ଟ୍ ନାମ ନିମ୍ନରେ ଥିବା ଏକ ବଟନ୍ ଟାପ୍ କରନ୍ତୁ: ଏକ ମେସେଜ୍ ଆରମ୍ଭ କରନ୍ତୁ, ଏକ ଫୋନ୍ କଲ୍ କିମ୍ବା ଏକ FaceTime କଲ୍ କରନ୍ତୁ; କିମ୍ବା ଏକ ଇମେଲ୍ କମ୍ପୋଜ୍ କରନ୍ତୁ।

ଏକ କଣ୍ଟାକ୍ଟ୍ ପଦ୍ଧତି ପାଇଁ ଡିଫଲ୍ଟ୍ ଫୋନ୍ ନମ୍ଵର୍ କିମ୍ୱା ଇମେଲ୍ ଠିକଣା ପରିବର୍ତ୍ତନ କରିବାକୁ, କଣ୍ଟାକ୍ଟ୍‌ର ନାମ ତଳେ ସେହି ପଦ୍ଧତି ପାଇଁ ଥିବା ବଟନ୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା'ପରେ ଲିଷ୍ଟ୍‌ରେ ଏକ “ଚୟନ”ରେ ଟାପ୍ କରନ୍ତୁ।

ଏକ କଣ୍ଟାକ୍ଟ୍ ଡିଲିଟ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା କଣ୍ଟାକ୍ଟ୍ ଆପ୍ କୁ ଯାଆନ୍ତୁ।

  2. କଣ୍ଟାକ୍ଟ୍ କାର୍ଡ୍‌କୁ ଯାଆନ୍ତୁ, ତା’ପରେ ଏଡିଟ୍ ଉପରେ ଟାପ୍ କରନ୍ତୁ।

  3. ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “କଣ୍ଟାକ୍ଟ୍ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.