ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଆପ୍ କ୍ଲିପ୍ ବ୍ଯବହାର କରନ୍ତୁ

ଆପଣ ଏକ ଆପ୍ କ୍ଲିପ୍ ସହିତ ଶୀଘ୍ର ଏକ ଟାସ୍କ୍ କରିପାରିବେ—ଏକ ଆପ୍‌ର ଗୋଟିଏ ଛୋଟ ଅଂଶ—ଯେପରିକି ଏକ ବାଇକ୍ ଭଡ଼ା ନେବା, ପାର୍କିଂ ପାଇଁ ପେ’ କରିବା କିମ୍ବା ଖାଦ୍ୟ ଅର୍ଡର୍ କରିବା। ଆପ୍ କ୍ଲିପ୍‌କୁ Safari, ମ୍ଯାପ୍ ଏବଂ ମେସେଜ୍‌ରେ କିମ୍ବା NFC ଟ୍ୟାଗ୍, QR କୋଡ୍ ଏବଂ ଆପ୍ କ୍ଲିପ୍ କୋଡ୍ ମାଧ‍୍ୟମରେ ବାସ୍ତବ ଦୁନିଆରେ ଡିସ୍କଭର୍ କରନ୍ତୁ—ସ୍ବତନ୍ତ୍ର ମାର୍କର୍ ଯାହା ଆପଣଙ୍କୁ ନିର୍ଦ୍ଦିଷ୍ଟ ଆପ୍ କ୍ଲିପ୍‌କୁ ନେଇଯାଏ।

ବାମ ପାର୍ଶ୍ୱରେ, ମଝିରେ iPhone ଆଇକନ୍ ସହିତ ଏକ NFC-ସମନ୍ୱିତ ଆପ୍ କ୍ଲିପ୍ କୋଡ୍ ଅଛି। ଡାହାଣ ପଟ ମଝିରେ ଏକ କ୍ଯାମେରା ଆଇକନ୍ ସହିତ ଏକ ସ୍କାନ୍-ଓନ୍ଲି ଆପ୍ କ୍ଲିପ୍ କୋଡ୍ ଅଛି।

ଆପ୍ କ୍ଲିପ୍ ପ୍ରାପ୍ତ କରି ବ୍ଯବହାର କରନ୍ତୁ

  1. ନିମ୍ନଲିଖିତ ଯେକୌଣସି ଗୋଟିଏରୁ ଆପ୍ କ୍ଲିପ୍ ପ୍ରାପ୍ତ କରନ୍ତୁ:

    • ଆପ୍ କ୍ଲିପ୍ କୋଡ୍ କିମ୍ବା QR କୋଡ୍: କଣ୍ଟ୍ରୋଲ୍ ସେଣ୍ଟର୍‌ରେ iPhone କ୍ଯାମେରା କିମ୍ବା କୋଡ୍ ସ୍କାନର୍ ବ୍ଯବହାର କରି କୋଡ୍ ସ୍କାନ୍ କରନ୍ତୁ

    • NFC-ଇଣ୍ଟିଗ୍ରେଟେଡ୍ ଆପ୍ କ୍ଲିପ୍ କୋଡ୍ କିମ୍ବା NFC ଟ‍୍ୟାଗ୍: NFC ଟ‍୍ୟାଗ୍ ପାଖରେ iPhone କୁ ହୋଲ୍ଡ୍ କରନ୍ତୁ।

    • ମ୍ଯାପ୍: ସୂଚନା କାର୍ଡ୍‌ରେ (ସମର୍ଥିତ ଲୋକେଶନ୍ ପାଇଁ) ଆପ୍ କ୍ଲିପ୍ ଲିଙ୍କ୍‌ରେ ଟାପ୍ କରନ୍ତୁ।

    • Safari କିମ୍ବା ମେସେଜ୍: ଆପ୍ କ୍ଲିପ୍ ଲିଙ୍କ୍‌ରେ ଟାପ୍ କରନ୍ତୁ।

  2. ଆପ୍ କ୍ଲିପ୍ ସ୍କ୍ରୀନ୍‌ରେ ଦେଖାଯିବା ସମୟରେ, “ଖୋଲନ୍ତୁ କିମ୍ୱା ଚଲାନ୍ତୁ”ରେ ଟାପ୍ କରନ୍ତୁ।

ସମର୍ଥିତ ଆପ୍ କ୍ଲିପ୍‌ରେ, ଆପଣ Apple ସହିତ ସାଇନ୍ ଇନ୍ କରିପାରିବେ, ତା’ପରେ Apple Pay ବ୍ଯବହାର କରି ପେମେଣ୍ଟ୍ କରିପାରିବେ।

କିଛି ଆପ୍ କ୍ଲିପ୍ ସହ, ଆପଣ ସମ୍ପୂର୍ଣ୍ଣ ଆପ୍ ଦେଖିବାକୁ ସ୍କ୍ରୀନ୍‌ର ଶୀର୍ଷରେ ଥିବା ବ୍ୟାନର୍‌ରେ ଟାପ୍ କରିପାରିବେ।

ଆପଣ iPhone ରେ ବ୍ଯବହାର କରିଥିବା ଆପ୍ କ୍ଲିପ୍ ଖୋଜନ୍ତୁ

ଆପ୍ ଲାଇବ୍ରେରିକୁ ଯାଆନ୍ତୁ, ସ୍କ୍ରୀନ୍‌ର ଶୀର୍ଷରେ ଥିବା ସର୍ଚ୍ଚ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ, ତା’ପରେ ବର୍ଣ୍ଣାନୁକ୍ରମିକ ଲିଷ୍ଟ୍‌ର ଶେଷ ପର୍ଯ୍ଯନ୍ତ ସ୍କ୍ରୋଲ୍ କରନ୍ତୁ।

ଆପ୍ କ୍ଲିପ୍ କାଢ଼ନ୍ତୁ

  1. ଆପ୍ ଲାଇବ୍ରେରିକୁ ଯାଆନ୍ତୁ, ତା’ପରେ ସ୍କ୍ରୀନ୍‌ର ଶୀର୍ଷରେ ଥିବା ସର୍ଚ୍ଚ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  2. ଆପ୍ କ୍ଲିପ୍‌ର ନାମ ଲେଖନ୍ତୁ କିମ୍ବା ନିମ୍ନରେ ଥିବା ଆପ୍ କ୍ଲିପ୍ ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ।

  3. ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଆପ୍ କ୍ଲିପ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଆପ୍ କ୍ଲିପ୍ କାଢ଼ି ଦିଅନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.