ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ବ୍ଯବହାର କରି ସାଉଣ୍ଡ୍ ଚିହ୍ନଟ କରନ୍ତୁ

ଆପଣଙ୍କର iPhone କ୍ରମାଗତ ଭାବରେ କିଛି ସାଉଣ୍ଡ୍ ଶୁଣି ପାରିବ-ଯେପରିକି ଡୋର୍‌ବେଲ୍, ସାଇରନ୍ କିମ୍ବା ଶିଶୁର କାନ୍ଦିବା-ଏବଂ ଏହି ସାଉଣ୍ଡ୍‌ଗୁଡ଼ିକୁ ଚିହ୍ନଟ କରିବା କଲେ ଆପଣଙ୍କୁ ସୂଚିତ କରିବ।

ଧ‍୍ୟାନ ଦିଅନ୍ତୁ: ଆପଣ କ୍ଷତିଗ୍ରସ୍ତ କିମ୍ବା ଆହତ ହୋଇପାରୁଥିବା ପରିସ୍ଥିତି, ଅତ୍ୟଧିକ ବିପଦ କିମ୍ବା ଜରୁରୀକାଳୀନ ପରିସ୍ଥିତି କିମ୍ବା ନାଭିଗେଶନ୍ ପାଇଁ ସାଉଣ୍ଡ୍ ଚିହ୍ନଟ କରିବାକୁ iPhone ଉପରେ ନିର୍ଭର କରନ୍ତୁ ନାହିଁ।

ସାଉଣ୍ଡ୍ ଚିହ୍ନଟକରଣ ସେଟ୍ ଅପ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆକ୍ସେସିବିଲିଟିରେ ଟାପ୍ କରନ୍ତୁ, ସାଉଣ୍ଡ୍ ଏବଂ ନାମ ଚିହ୍ନଟକରଣରେ ଟାପ୍ କରନ୍ତୁ, ସାଉଣ୍ଡ୍ ଚିହ୍ନଟକରଣରେ ଟାପ୍ କରନ୍ତୁ, ତା’ପରେ ସାଉଣ୍ଡ୍ ଚିହ୍ନଟକରଣ ଚାଲୁ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଆପଣ ସାଉଣ୍ଡ୍ ଚିହ୍ନଟକରଣ ଚାଲୁ କରିବା ପରେ, ଆପଣଙ୍କ ଡିଭାଇସ୍‌ରେ ଉପଲବ୍ଧ ସାଉଣ୍ଡ୍‌କୁ ଡାଉନ୍‌ଲୋଡ୍ କରିବାକୁ ଆପଣଙ୍କୁ iPhone ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ।

  3. ସାଉଣ୍ଡ୍‌ରେ ଟାପ୍ କରନ୍ତୁ, ତା’ପରେ ଆପଣ iPhone ଚିହ୍ନଟ କରିବାକୁ ଚାହୁଁଥିବା ସାଉଣ୍ଡ୍‌ଗୁଡ଼ିକୁ ଚାଲୁ କରନ୍ତୁ।

ଟିପ୍‌: ସାଉଣ୍ଡ୍ ଚିହ୍ନଟକରଣକୁ ଶୀଘ୍ର ଚାଲୁ କିମ୍ବା ବନ୍ଦ କରିବାକୁ, ଏହାକୁ କଣ୍ଟ୍ରୋଲ୍ ସେଣ୍ଟର୍ରେ ଯୋଡ଼ନ୍ତୁ।

ଏକ କଷ୍ଟମ୍ ଆଲାର୍ମ୍, ଉପକରଣ କିମ୍ୱା ଡୋର୍‌ବେଲ୍ ଯୋଡ଼ନ୍ତୁ

ଯଦି ସ୍ୱୟଂଚାଳିତ ଭାବରେ ଚିହ୍ନଟ ନହୁଏ, ଏକ କଷ୍ଟମ୍ ଆଲାର୍ମ୍, ଉପକରଣ କିମ୍ବା ଡୋର୍‌ବେଲ୍ ଚିହ୍ନଟ କରିବାକୁ ଆପଣ iPhone ମଧ‍୍ୟ ସେଟ୍ ଅପ୍ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆକ୍ସେସିବିଲିଟିରେ ଟାପ୍ କରନ୍ତୁ, ସାଉଣ୍ଡ୍ ଏବଂ ନାମ ଚିହ୍ନଟକରଣରେ ଟାପ୍ କରନ୍ତୁ, ସାଉଣ୍ଡ୍ ଚିହ୍ନଟକରଣରେ ଟାପ୍ କରନ୍ତୁ, ତା’ପରେ ସାଉଣ୍ଡ୍‌ରେ ଟାପ୍ କରନ୍ତୁ।

  3. “ଆଲାର୍ମ୍ କଷ୍ଟମାଇଜ୍ କରନ୍ତୁ” କିମ୍ବା “ଉପକରଣ କିମ୍ବା ଡୋର୍‌ବେଲ୍ କଷ୍ଟମାଇଜ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏକ ନାମ ଲେଖନ୍ତୁ।

  4. ଆପଣଙ୍କ ଆଲାର୍ମ୍, ଉପକରଣ କିମ୍ବା ଡୋର୍‌ବେଲ୍ ପ୍ରସ୍ତୁତ ଥିବା ସମୟରେ, iPhone କୁ ସାଉଣ୍ଡ୍ ନିକଟରେ ରଖନ୍ତୁ ଏବଂ ବ୍ଯାକ୍‌ଗ୍ରାଉଣ୍ଡ୍ ନଏଜ୍ ହ୍ରାସ କରନ୍ତୁ।

  5. “ଶୁଣିବା ଆରମ୍ଭ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.