iPhone ରେ ଅଡିଓ ଏବଂ ଭିଡିଓ ରେକର୍ଡ୍ କରନ୍ତୁ

ଆପଣ ଆପ୍ କିମ୍ବା ୱେବ୍‌ସାଇଟ୍‌ରେ ଅଡିଓ କିମ୍ବା ଭିଡିଓ କ୍ୟାପ୍‌ଚର୍ କରିବା—ଉଦାହରଣ ସ୍ୱରୂପ, ଭିଡିଓକନ୍‌ଫରେନ୍ସ୍ ସମୟରେ—ଆପଣ ରେକର୍ଡିଂର ଗୁଣବତ୍ତା ଉନ୍ନତ କରିବା ପାଇଁ ସେଟିଂସ୍ ନିୟନ୍ତ୍ରଣ କରିପାରିବେ।

ଏକ ଅଡିଓ ଇନ୍‌ପୁଟ୍ ସୋର୍ସ୍ ଚୟନ କରନ୍ତୁ

ଆପଣ ଆପଣଙ୍କ ଡିଭାଇସ୍ ପାଇଁ ଏକ ନିର୍ଦ୍ଦିଷ୍ଟ ଆପ୍ କିମ୍ବା ୱେବ୍‌ସାଇଟ୍‌ରେ ଅଡିଓ ରେକର୍ଡିଂ ପାଇଁ ଏକ ଇନ୍‌ପୁଟ୍ ସୋର୍ସ୍ ବାଛିପାରିବେ।

  1. ଆପ୍ ଖୋଲନ୍ତୁ କିମ୍ବା ଆପଣ ଯେଉଁ ୱେବ୍‌ସାଇଟ୍‌ରୁ ରେକର୍ଡ୍ କରିବାକୁ ଚାହୁଁଛନ୍ତି ସେଠାକୁ ଯାଆନ୍ତୁ।

  2. କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  3. କଣ୍ଟ୍ରୋଲ୍ ସେଣ୍ଟର୍‌ର ଶୀର୍ଷରେ ଥିବା ଆପଣଙ୍କ ଆପ୍ କିମ୍ବା ବ୍ରାଉଜର୍ ପାଇଁ ବଟନ୍‌ରେ ଟାପ୍ କରନ୍ତୁ।

  4. ଇନ୍‌ପୁଟ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ଇନ୍‌ପୁଟ୍ ଡିଭାଇସ୍ ଚୟନ କରନ୍ତୁ।

    କଣ୍ଟ୍ରୋଲ୍ ସେଣ୍ଟର୍‌ରେ ଥିବା ଏକ ମେନ‍୍ୟୂ ଭିଡିଓ କନ୍‌ଫରେନ୍ସ୍‌ର ଆପଣଙ୍କ ପାର୍ଶ୍ୱ ରେକର୍ଡ୍‌ କରିବା ପାଇଁ ଇନ୍‌ପୁଟ୍ ସୋର୍ସ୍ ବିକଳ୍ପ ଦେଖାଏ।

ଆପଣଙ୍କ ରେକର୍ଡିଂରେ ବ୍ୟାକ୍‌ଗ୍ରାଉଣ୍ଡ୍ ସାଉଣ୍ଡ୍ ଫିଲ୍ଟର୍ କରନ୍ତୁ

କିଛି ନିର୍ଦ୍ଦିଷ୍ଟ ଆପ୍‌ରେ, ଆପଣ ନିଜ ରେକର୍ଡିଂରେ ବ୍ୟାକ୍‌ଗ୍ରାଉଣ୍ଡ୍ ସାଉଣ୍ଡ୍ ଫିଲ୍ଟର୍ କରିପାରିବେ, ଯାହାଫଳରେ ଆପଣଙ୍କ ଭଏସ୍ ଅନ୍ୟ ସାଉଣ୍ଡ୍ ଠାରୁ ସ୍ପଷ୍ଟ ଏବଂ ଭିନ୍ନ ହେବ।

  1. ଆପ୍ ଖୋଲନ୍ତୁ କିମ୍ବା ଆପଣ ଯେଉଁ ୱେବ୍‌ସାଇଟ୍‌ରୁ ରେକର୍ଡ୍ କରିବାକୁ ଚାହୁଁଛନ୍ତି ସେଠାକୁ ଯାଆନ୍ତୁ।

  2. କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  3. କଣ୍ଟ୍ରୋଲ୍ ସେଣ୍ଟର୍‌ର ଶୀର୍ଷରେ ଥିବା ଆପଣଙ୍କ ଆପ୍ କିମ୍ବା ବ୍ରାଉଜର୍ ପାଇଁ ବଟନ୍‌ରେ ଟାପ୍ କରନ୍ତୁ।

  4. “ଭଏସ୍ ଆଇସୋଲେଶନ୍”ରେ ଟାପ୍ କରନ୍ତୁ।

ଆପଣଙ୍କ ରେକର୍ଡିଂରେ ବ୍ୟାକ୍‌ଗ୍ରାଉଣ୍ଡ୍ ସାଉଣ୍ଡ୍ ଅନ୍ତର୍ଭୁକ୍ତ କରିବା ପାଇଁ, ଯଦି ଏହା ଉପଲବ୍ଧ ଥାଏ, ତେବେ ୱାଇଡ୍ ସ୍ପେକ୍ଟ୍ରମ୍‌ରେ ଟାପ୍ କରନ୍ତୁ। (ସମସ୍ତ ଆପ୍ ପାଇଁ ୱାଇଡ୍ ସ୍ପେକ୍ଟ୍ରମ୍ ଉପଲବ୍ଧ ନାହିଁ।)

ଯଦି ଆପଣ ଅନ୍ୟ କୌଣସି ଲୋକେଶନ୍ ନିର୍ଦ୍ଦିଷ୍ଟ ନକରନ୍ତି, କଲ୍ ପରେ ଆପଣଙ୍କ ରେକର୍ଡିଂ ଡିଫଲ୍ଟ ଭାବରେ ଫାଇଲ୍‌ ଆପ୍‌ରେ ଥିବା ଡାଉନ୍‌ଲୋଡ୍ ଫୋଲ୍ଡର୍‌ରେ ସେଭ୍ ହୋଇଯାଏ। ଅନ୍ଯ କଲ୍ ଅଂଶଗ୍ରହଣକାରୀଙ୍କ ସହିତ ଏହାକୁ ଶେୟର୍ କରିବା ପାଇଁ “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ। ଏହାକୁ ଏକ ପୋଷ୍ଟ୍‌-ପ୍ରଡକ୍ସନ୍ ଆପ୍ ଯେପରିକି Logic Pro କିମ୍ବା Final Cut Pro ରେ ଅନ୍ୟ ଅଂଶଗ୍ରହଣକାରୀଙ୍କ ରେକର୍ଡିଂ ସହିତ ମିଶା ଯାଇପାରିବ।

ଲୋକଲ୍ କ୍ୟାପ୍‌ଚର୍ ସହାୟତାରେ ଅଡିଓ ଏବଂ ଭିଡିଓ ରେକର୍ଡ୍ କରନ୍ତୁ

ଆପଣଙ୍କ iPhone ରେ ଭିଡିଓକନ୍‌ଫରେନ୍ସ୍ ସମୟରେ, ଲୋକଲ୍ କ୍ୟାପ୍‌ଚର୍ ଆପଣଙ୍କୁ ସର୍ବୋଚ୍ଚ ଗୁଣବତ୍ତା ଅଡିଓ ରେକର୍ଡ୍ କରିବାକୁ ଅନୁମତି ଦିଏ। ତେଣୁ, ଭଏସ୍ ଆଇସୋଲେଶନ୍ ଭଳି ମାଇକ୍ରୋଫୋନ୍ ମୋଡ୍ ଲୋକଲ୍ କ୍ୟାପ୍‌ଚର୍ ପାଇଁ ଲାଗୁ ହେବ ନାହିଁ। ତେବେ, ଲାଇଭ୍ ସେଶନ୍ ପରେ ରେକର୍ଡିଂକୁ ଏଡିଟ୍ କରି ଏହାକୁ ଠିକ୍ କରାଯାଇପାରିବ।

ଡିଫଲ୍ଟ୍ ଭାବରେ, “ଲୋକଲ୍ କ୍ୟାପ୍‌ଚର୍” ଉଭୟ ଅଡିଓ ଏବଂ ଭିଡିଓ ରେକର୍ଡ୍ କରେ। ଯଦି ଅନ୍ଯ ଏକ ଆପ୍ ଦ୍ବାରା ଆପଣଙ୍କ କ୍ଯାମେରା ବ୍ଯବହୃତ ହେଉଥାଏ, ତେବେ କେବଳ ଅଡିଓ ରେକର୍ଡ୍ କରାଯାଏ।

  1. ଆପଣ ଯେଉଁ ଭିଡିଓ କନ୍‌ଫରେନ୍ସିଂ ଆପ୍‌ରୁ ରେକର୍ଡ୍ କରିବାକୁ ଚାହୁଁଛନ୍ତି ତାହା ଖୋଲନ୍ତୁ।

  2. କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  3. “ଲୋକଲ୍‌ କ୍ୟାପ୍‌ଚର୍” ବଟନ୍ କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: (ଯଦି ଆପଣ “ଲୋକଲ୍‌ କ୍ୟାପ୍‌ଚର୍” ବଟନ୍ ଦେଖୁନାହାନ୍ତି, ତେବେ ଏହାକୁ ପ୍ରଥମେ କଣ୍ଟ୍ରୋଲ୍ ସେଣ୍ଟର୍‌ରେ ଯୋଡ଼ନ୍ତୁ। (“iPhone ରେ କଣ୍ଟ୍ରୋଲ୍ ସେଣ୍ଟର୍ ବ୍ୟବହାର କରନ୍ତୁ ଏବଂ କଷ୍ଟମାଇଜ୍ କରନ୍ତୁ" ଦେଖନ୍ତୁ।)

  4. “ରେକର୍ଡିଂ ଆରମ୍ଭ କରନ୍ତୁ”ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ଅଡିଓ ଇନ୍‌ପୁଟ୍ ସୋର୍ସ୍ ଉପରେ ନିର୍ଭର କରି, ଆପଣ ସ୍ଲାଇଡର୍ ଡ୍ରାଗ୍ କରି ଇନ୍‌ପୁଟ୍ ଗେନ୍ ଆଡଜଷ୍ଟ୍ କରିପାରିବେ (ଯଦି ସ୍କ୍ରୀନ୍‌ରେ ଗୋଟିଏ ଦେଖାଯାଏ)। ଆପଣ ଏକ ବାହ୍ୟ USB ମାଇକ୍ରୋଫୋନ୍ ବ୍ୟବହାର କଲାବେଳେ ଇନ୍‌କମିଂ ଭଲ୍ଯୂମ୍‌କୁ କମ୍ କରିବା ପାଇଁ ଇନ୍‌ପୁଟ୍ ଗେନ୍ ସ୍ଲାଇଡର୍ ଆପଣଙ୍କୁ ଅନୁମତି ଦିଏ।

    ଆପଣଙ୍କ ରେକର୍ଡିଂରୁ ଭିଡିଓକୁ ବାଦ୍ ଦେବା ପାଇଁ, କଣ୍ଟ୍ରୋଲ୍ ସେଣ୍ଟର୍‌ରେ “କେବଳ ଅଡିଓ”କୁ ଚୟନ କରନ୍ତୁ।

    ଭିଡିଓ କନ୍‌ଫରେନ୍ସ୍‌ର ଆପଣଙ୍କ ପାର୍ଶ୍ୱରେ ସ୍ଥାନୀୟ ଅଡିଓ ଏବଂ ଭିଜୁଅଲ୍ କ‍୍ୟାପ୍‌ଚର୍‌ ଆରମ୍ଭ କରିବା ପାଇଁ ସ୍କ୍ରୀନ୍।

ଯଦି ଆପଣଙ୍କ iPhone ମଡେଲ୍‌ରେ ଏକ Dynamic Island ଅଛି, ତେବେ “ଲୋକଲ୍ କ୍ୟାପ୍‌ଚର୍” ସମୟରେ ରେକର୍ଡିଂ ଆଇକନ୍ ସେଠାରେ ଦେଖାଯିବ।

ଯଦି ଆପଣ ସ୍ଥାନୀୟ କ୍ୟାପ୍‌ଚର୍ ରେକର୍ଡିଂ ସେଭ୍ କରିବା ପାଇଁ ଅନ୍ୟ କୌଣସି ଲୋକେଶନ୍ ନିର୍ଦ୍ଦିଷ୍ଟ କରିନଥାନ୍ତି, କଲ୍ ପରେ ଆପଣଙ୍କ ରେକର୍ଡିଂ ସ୍ୱୟଂଚାଳିତ ଭାବରେ ଫାଇଲ୍‌ ଆପ୍‌ରେ ଥିବା ଡାଉନ୍‌ଲୋଡ୍ ଫୋଲ୍ଡର୍‌ରେ ସେଭ୍ ହୋଇଯାଏ। ଅନ୍ଯ କଲ୍ ଅଂଶଗ୍ରହଣକାରୀଙ୍କ ସହିତ ଏହାକୁ ଶେୟର୍ କରିବା ପାଇଁ “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ। ଏହାକୁ ଏକ ପୋଷ୍ଟ୍‌-ପ୍ରଡକ୍ସନ୍ ଆପ୍ ଯେପରିକି Logic Pro କିମ୍ବା Final Cut Pro ରେ ଅନ୍ୟ ଅଂଶଗ୍ରହଣକାରୀଙ୍କ ରେକର୍ଡିଂ ସହିତ ମିଶା ଯାଇପାରିବ।

ଲୋକଲ୍ କ୍ୟାପ୍‌ଚର୍ ରେକର୍ଡିଂ ସେଭ୍ କରିବା ପାଇଁ ଏକ ଲୋକେଶନ୍ ପ୍ରୀସେଟ୍ କରନ୍ତୁ

ଆପଣ ଫାଇଲ୍ ଆପ୍‌ରେ ଡିଫଲ୍ଟ୍ ଡାଉନ୍‌ଲୋଡ୍ ଫୋଲ୍ଡର୍ ବ୍ୟତୀତ ଅନ୍ୟ କୌଣସି ଲୋକାଲ୍ କ୍ୟାପ୍‌ଚର୍ ରେକର୍ଡିଂ ସେଭ୍ କରିବା ପାଇଁ ଏକ ଲୋକେଶନ୍ ନିର୍ଦ୍ଦିଷ୍ଟ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ସାଧାରଣରେ ଟାପ୍ କରନ୍ତୁ, ତା’ପରେ ଲୋକାଲ୍ କ୍ୟାପ୍‌ଚର୍‌ରେ ଟାପ୍ କରନ୍ତୁ।

  3. “ଲୋକେଶନ୍ ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ ଯେଉଁଠାରେ ନିଜ ଲୋକଲ୍ କ୍ୟାପ୍‌ଚର୍ ରେକର୍ଡିଂ ସେଭ୍ କରିବାକୁ ଚାହୁଁଛନ୍ତି ସେହି ଫୋଲ୍ଡର୍‌କୁ ନାଭିଗେଟ୍ କରନ୍ତୁ।

  4. ଆପଣ ରେକର୍ଡିଂ ସେଭ୍ କରିବାକୁ ଚାହୁଁଥିବା ଫୋଲ୍ଡର୍‌ରେ ଟାପ୍ କରନ୍ତୁ, ତା’ପରେ “ଖୋଲନ୍ତୁ”ରେ ଟାପ୍ କରନ୍ତୁ।

ଦୂରରୁ ଅଡିଓ ରେକର୍ଡ୍ କରିବା ଏବଂ ଭିଡିଓ କ୍ଯାପ୍‌ଚର୍ କରିବା ପାଇଁ AirPods ବ୍ଯବହାର କରନ୍ତୁ

AirPods ଏବଂ AirPods Pro ର ସମର୍ଥିତ ମଡେଲ୍‌ ସହିତ, ଆପଣ ଭିଡିଓ କନ୍‌ଫରେନ୍ସ୍‌ ସମୟରେ ରିମୋଟ୍‌ରୁ ଅଡିଓ ଏବଂ ଭିଡିଓ ରେକର୍ଡ୍‌ କରିବା ପାଇଁ ନିଜର AirPods କୁ ବ୍ୟବହାର କରିପାରିବେ। ରେକର୍ଡିଂ ଆରମ୍ଭ ଏବଂ ବନ୍ଦ କରିବା ପାଇଁ, AirPods ଷ୍ଟେମ୍‌କୁ ଦବାନ୍ତୁ। AirPods ୟୁଜର୍ ଗାଇଡ୍‌ରେ, “ କ୍ୟାମେରା ଆପ୍ ସହିତ AirPods ବ୍ୟବହାର କରନ୍ତୁ” ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.