ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ Apple Music ପାଇଁ ସବ୍‌ସ୍କ୍ରାଇବ୍ କରନ୍ତୁ

Apple Music ଏକ ବିଜ୍ଞାପନ ମୁକ୍ତ ଷ୍ଟ୍ରୀମିଂ ମ୍ଯୂଜିକ୍ ସେବା ଯାହା ଆପଣଙ୍କୁ ଲକ୍ଷ ଲକ୍ଷ ଗୀତ ଏବଂ ଆପଣଙ୍କ ମ୍ଯୂଜିକ୍ ଲାଇବ୍ରେରି ଚଲାଇବାକୁ ଦେଇଥାଏ। ଜଣେ ସବ୍‌ସ୍କ୍ରାଇବ୍‌ର୍ ଭାବେ, ଆପଣ ଯେକୌଣସି ସମୟରେ ଅନ୍‌ଲାଇନ୍ କିମ୍ବା ଅଫ୍‌ଲାଇନ୍‌ରେ ଶୁଣି ପାରିବେ—ଏବଂ ନିଜର ପ୍ଲେଲିଷ୍ଟ୍ ତିଆରି କରିପାରିବେ, lossless ଏବଂ Dolby Atmos ମ୍ଯୁଜିକ୍‌ଷ୍ଟ୍ରୀମ୍ କରିପାରିବେ ଏବଂ ଡାଉନ୍‌ଲୋଡ୍ କରିପାରିବେ, ପର୍ସନାଲାଇଜ୍ ହୋଇଥିବା ସୁପାରିଶ ପାଇପାରିବେ, କଳାକାରମାନଙ୍କୁ ଅନୁସରଣ କରିପାରିବେ, ଆପଣଙ୍କ ବନ୍ଧୁମାନେ ଶୁଣୁଥିବା ମ୍ଯୁଜିକ୍ ଦେଖିପାରିବେ, ବିଶେଷ ଭିଡିଓ ବିଷୟବସ୍ତୁ ଦେଖିପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ।

ଆପଣ Apple Music କିମ୍ବା Apple One କୁ ସବ୍‌ସ୍କ୍ରାଇବ୍ କରିପାରିବେ, ଯେଉଁଥିରେ Apple Music ଏବଂ ଅନ୍ଯ ସେବା ଅନ୍ତର୍ଭୁକ୍ତ। Apple ସହାୟତା ଆର୍ଟିକଲ୍ Apple One ସହିତ Apple ସବ୍‌ସ୍କ୍ରିପ୍ସନ୍ ଏକତ୍ରିତ କରନ୍ତୁ ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: Apple Music, Apple One, lossless ଏବଂ Dolby Atmos ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। Apple ସହାୟତା ଆର୍ଟିକଲ୍ Apple ମିଡିଆ ସେବାର ଉପଲବ୍ଧତା ଦେଖନ୍ତୁ।

Apple Music କୁ ସବ୍‌ସ୍କ୍ରାଇବ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ମ୍ୟୂଜିକ୍ ଆପ୍ କୁ ଯାଆନ୍ତୁ।

  2. Apple Music କୁ ସବ୍‌ସ୍କ୍ରାଇବ୍ କରିବା ପାଇଁ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

    ଯଦି ଆପଣ ମ‍୍ୟୁଜିକ୍ ଆପ୍ ପ୍ରଥମ ଥର ପାଇଁ ଖୋଲିଥିବା ସମୟରେ Apple Music କୁ ସବ୍‌ସ୍କ୍ରାଇବ୍ କରିନାହାନ୍ତି, ତେବେ ଆପଣ ପରେ ଏହାକୁ ସବ୍‌ସ୍କ୍ରାଇବ୍ କରିପାରିବେ—ସେଟିଂସ୍  > ଆପ୍ > ମ୍ଯୁଜିକ୍‌କୁ ଯାଆନ୍ତୁ, ତା’ପରେ “Apple Music ରେ ଯୋଗ ଦିଅନ୍ତୁ”ରେ ଟାପ୍ କରନ୍ତୁ।

ନୂଆ ସବ୍‌ସ୍କ୍ରାଇବର୍‌ମାନେ ଏକ ଟ୍ରାଏଲ୍ ଆରମ୍ଭ କରିପାରିବେ ଏବଂ ଯେକୌଣସି ସମୟରେ ଏହାକୁ ବାତିଲ୍ କରିପାରିବେ। ଯଦି ଆପଣ ନିଜ Apple Music ସବ୍‌ସ୍କ୍ରିପ୍ସନ୍ ସମାପ୍ତ କରନ୍ତି, ତେବେ ଆପଣ ଆଉ Apple Music ର ଗୀତ ଷ୍ଟ୍ରୀମ୍ କରିପାରିବେ ନାହିଁ କିମ୍ବା ଡାଉନ୍‌ଲୋଡ୍ କରିଥିବା Apple Music ଗୀତ ଚଲାଇପାରିବେ ନାହିଁ।

ଯୋଗ୍ଯ ବିଦ୍ଯାର୍ଥୀ ରିହାତି ମୂଲ‍୍ୟରେ ଏକ ବିଦ୍ଯାର୍ଥୀ ସବ୍‌ସ୍କ୍ରିପ୍ସନ୍ କ୍ରୟ କରିପାରିବେ। Apple ସହୟାତା ଆର୍ଟିକଲ୍ ଏକ Apple Music ବିଦ୍ଯାର୍ଥୀ ସବ୍‌ସ୍କ୍ରିପ୍ସନ୍ ପ୍ରାପ୍ତ କରନ୍ତୁ ଦେଖନ୍ତୁ। Apple Music ଏବଂ ଏହାର ମୂଲ‍୍ୟ ବିଷୟରେ ଅଧିକ ଜାଣିବା ପାଇଁ Apple Music ୱେବ୍‌ସାଇଟ୍ କୁ ଯାଆନ୍ତୁ।

ପରିବାରର ସଦସ୍ଯଙ୍କ ସହିତ Apple Music ଶେୟର୍ କରନ୍ତୁ

ଆପଣ Apple Music, Apple One Family, or Apple One Premier କୁ ସବ୍‌ସ୍କ୍ରାଇବ୍ କଲେ ପରିବାର ଶେୟରିଂ ବ୍ଯବହାର କରି ପରିବାରରେ ସର୍ବାଧିକ ପାଞ୍ଚ ଜଣ ସଦସ୍ଯଙ୍କ ସହ Apple Music ଶେୟର୍ କରିପାରିବେ। ଥରେ ଆପଣଙ୍କ ପରିବାର ସେଟ୍ ଅପ୍ ହେବା ପରେ, ଆପଣଙ୍କ ପରିବାର ଗ୍ରୂପ୍‌କୁ କିଛି କରିବାର ଆବଶ୍ଯକତା ନାହିଁ—ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ଆରମ୍ଭ ହେବା ପରେ ସେମାନେ ପ୍ରଥମ ଥର ପାଇଁ ମ୍ଯୁଜିକ୍ ଆପ୍ ଖୋଲିଲେ Apple Music ସେମାନଙ୍କ ପାଇଁ ଉପଲବ୍ଧ ହୋଇଥାଏ।

ଯଦି ଆପଣ ଏକ ପରିବାର ଗ୍ରୁପ୍‌ରେ ଯୋଗ ଦିଅନ୍ତି ଯେଉଁଠି Apple Music, Apple One Family କିମ୍ବା Apple One Premier ସବ୍‌ସ୍କ୍ରାଇବ୍ କରାଯାଇଛି ଏବଂ ଆପଣ ମଧ୍ଯ ପୂର୍ବରୁ ସବ୍‌ସ୍କ୍ରାଇବ୍ କରିଛନ୍ତି, ତେବେ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ଆପଣଙ୍କ ପରବର୍ତ୍ତୀ ବିଲିଂ ତାରିଖରେ ନବୀକରଣ ହୁଏ ନାହିଁ; ଏହା ପରିବର୍ତ୍ତେ ଆପଣ ଗ୍ରୁପ୍‌ର ସବ୍‌ସ୍କ୍ରିପ୍ସନ୍ ବ୍ଯବହାର କରିବେ। ଯଦି ଆପଣ Apple Music ସବ୍‌ସ୍କ୍ରାଇବ୍ କରିନଥିବା ଏକ ପରିବାର ଗ୍ରୁପ୍‌ରେ ଯୋଗ ଦିଅନ୍ତି, ତେବେ ଗ୍ରୁପ୍ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ବ୍ଯବହାର କରିବ।

ଧ‍୍ୟାନ ଦିଅନ୍ତୁ: ଏକ ପରିବାର ଗ୍ରୁପ୍ ସହିତ Apple Music ଶେୟର୍ କରିବା ବନ୍ଦ କରିବାକୁ, ଆପଣ ସବ୍‌ସ୍କ୍ରିପ୍ସନ୍ ବାତିଲ୍ କରିପାରିବେ, ଏକ ପରିବାର ଶେୟର୍ ଗ୍ରୁପ୍ ଛାଡ଼ନ୍ତୁ କିମ୍ବା ଏକ ପରିବାର ଶେୟର୍ ଗ୍ରୁପ୍‌ରୁ ଜଣେ ସଦସ୍ଯଙ୍କୁ କାଢ଼ିପାରିବେ

ଆପଣଙ୍କ Apple Music ସବ୍‌ସ୍କ୍ରିପ୍ସନ୍ ପରିବର୍ତ୍ତନ କିମ୍ବା ବାତିଲ୍ କରନ୍ତୁ

  1. ଆପଣଙ୍କ iPhoneରେ ଥିବା ମ୍ଯୁଜିକ୍‌ ଆପ୍ କୁ ଯାଆନ୍ତୁ।

  2. “ମୋ ଆକାଉଣ୍ଟ୍” ବଟନ୍ କିମ୍ବା ଆପଣଙ୍କ ପ୍ରୋଫାଇଲ୍ ପିକ୍ଚର୍‌ରେ ଟାପ୍ କରନ୍ତୁ।

  3. “ସବ୍‌ସ୍କ୍ରିପ୍ସନ୍ ପରିଚାଳନା କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଯଦି ଆପଣଙ୍କ ପାଖରେ Apple Music ସବ୍‌ସ୍କ୍ରିପ୍ସନ୍ ଥାଏ, ତେବେ ଆପଣ ଆମ୍ବିଏଣ୍ଟ୍ ମ୍ଯୂଜିକ୍ ୱିଜେଟ୍‌ରେ ଏକ ପ୍ଲେଲିଷ୍ଟ୍‌ରୁ ମ୍ଯୂଜିକ୍ ମଧ‍୍ୟ ଚଲାଇପାରିବେ। “ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ଏକ ୱିଜେଟ୍ ଯୋଡ଼ନ୍ତୁ” ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.