ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ କୀ’ବୋର୍ଡ୍ ଯୋଡ଼ନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ

ଆପଣ ନିଜର iPhone ରେ ବିଭିନ୍ନ ଭାଷାରେ ଡିକ୍ଟେଶନ୍ ଲେଖିବା କିମ୍ବା ବ୍ୟବହାର କରିବା ପାଇଁ କୀ'ବୋର୍ଡ୍ ଯୋଡ଼ିପାରିବେ। ଆପଣ ନିଜର ଅନ୍‌ସ୍କ୍ରୀନ୍ କିମ୍ବା ଏକ୍ସ୍‌ଟର୍ନଲ୍ କୀ’ବୋର୍ଡ୍‌ର ଲେଆଉଟ୍ ମଧ୍ଯ ବଦଳାଇ ପାରିବେ।

ଯଦି ଆପଣ ଅନ୍ଯ ଭାଷା ପାଇଁ କୀ’ବୋର୍ଡ ଯୋଡ଼ନ୍ତି, ତେବେ ଆପଣ କୀ’ବୋର୍ଡ ମଧ୍ଯରେ ଅଦଳବଦଳ ନକରି ଦୁଇଟି ଭାଷାରେ ଟାଇପ୍ କରିପାରିବେ। ଆପଣ ଅଧିକାଂଶ ସମୟରେ ବ୍ଯବହାର କରୁଥିବା ଦୁଇଟି ଭାଷା ମଧ୍ଯରେ ଆପଣଙ୍କ କୀ'ବୋର୍ଡ୍ ସ୍ୱୟଂଚାଳିତ ଭାବରେ ସ୍ୱିଚ୍ ହୋଇଥାଏ। (ସମସ୍ତ ଭାଷା ପାଇଁ ଉପଲବ୍ଧ ନୁହେଁ।)

ଅନ୍ଯ ଭାଷା ପାଇଁ ଏକ କୀ'ବୋର୍ଡ୍ ଯୋଡ଼ନ୍ତୁ କିମ୍ବା କାଢ଼ନ୍ତୁ

  1. ସେଟିଂସ୍  > ସାଧାରଣ > କୀ’ବୋର୍ଡ୍‌କୁ ଯାଆନ୍ତୁ।

  2. “କୀ'ବୋର୍ଡ୍”ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ଯେକୌଣସି କାର୍ଯ୍ଯ କରନ୍ତୁ:

    • ଏକ କୀ’ବୋର୍ଡ ଯୋଡ଼ନ୍ତୁ: “ନୂଆ କୀ'ବୋର୍ଡ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଲିଷ୍ଟ୍‌ରୁ ଏକ କୀ'ବୋର୍ଡ୍ ବାଛନ୍ତୁ। ଅଧିକ କୀ’ବୋର୍ଡ୍ ଯୋଡ଼ିବାକୁ ପୁନରାବୃତ୍ତି କରନ୍ତୁ।

    • ଗୋଟିଏ କୀ’ବୋର୍ଡ୍ କାଢ଼ନ୍ତୁ: “ଏଡିଟ୍”ରେ ଟାପ୍ କରନ୍ତୁ, “ଡିଲିଟ୍ କରନ୍ତୁ” ବଟନ୍ ଆପଣ କାଢ଼ିବାକୁ ଚାହୁଁଥିବା କୀ'ବୋର୍ଡ୍ ପାଖରେ ଟାପ୍ କରନ୍ତୁ, "ଡିଲିଟ୍"ରେ ଟାପ୍ କରନ୍ତୁ, ତା'ପରେ "ସମ୍ପୂର୍ଣ୍ଣ"ରେ ଟାପ୍ କରନ୍ତୁ।

    • ଆପଣଙ୍କ କୀ’ବୋର୍ଡ୍ ଲିଷ୍ଟ୍ ରିଅର୍ଡର୍ କରନ୍ତୁ: ଏଡିଟ୍‌ରେ ଟାପ୍ କରନ୍ତୁ, “ରିଅର୍ଡର୍ କରନ୍ତୁ” ବଟନ୍କୁ ଏକ କୀ'ବୋର୍ଡ୍‌ର ପାଖରେ ଲିଷ୍ଟ୍‌ରେ ଥିବା ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ, ତା’ପରେ "ସମ୍ପୂର୍ଣ୍ଣ ହୋଇଛି"ରେ ଟାପ୍ କରନ୍ତୁ।

ଯଦି ଆପଣ ଏକ ଭିନ୍ନ ଭାଷା ପାଇଁ ଏକ କୀ’ବୋର୍ଡ୍ ଯୋଡ଼ନ୍ତି, ତେବେ ଅନୁରୂପ ଭାଷା ସ୍ୱୟଂଚାଳିତ ଭାବରେ ପସନ୍ଦଯୋଗ୍ଯ ଭାଷା କ୍ରମ ଲିଷ୍ଟ୍‌ରେ ଯୋଡ଼ାଯାଏ। ଆପଣ ଏହି ଲିଷ୍ଟ୍ ଦେଖିପାରିବେ ଏବଂ ସେଟିଂସ୍ > ସାଧାରଣ > ଭାଷା ଏବଂ ଅଞ୍ଚଳରେ ସିଧାସଳଖ ଭାଷା ଯୋଡ଼ିପାରିବେ। ଆପ୍ ଏବଂ ୱେବ୍‌ସାଇଟ୍‌ଗୁଡ଼ିକ ଟେକ୍ସଟ୍ କିପରି ଡିସ୍‌ପ୍ଲେ କରିବେ ତାହା ବଦଳାଇବା ପାଇଁ ଆପଣ ଲିଷ୍ଟ୍ ପୁଣି ବ୍ଯବସ୍ଥିତ କରିପାରିବେ।

ଅନ୍ଯ କୀ'ବୋର୍ଡ୍‌କୁ ସ୍ୱିଚ୍ କରନ୍ତୁ

  1. ଟେକ୍ସ୍‌ଟ୍ ଟାଇପ୍ କରିବା ସମୟରେ ଇମୋଜି ବଟନ୍ କିମ୍ବା ସ୍ବିଚ୍ କୀ’ବୋର୍ଡ୍ କୀ’କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

    କୀ’ବୋର୍ଡ୍ ସେଟିଂସ୍ ମେନ‍୍ୟୂ ଖୋଲା ଅଛି ଏବଂ ଏକାଧିକ କୀ’ବୋର୍ଡ୍ ବିକଳ୍ପ ଦେଖାଏ: ଇଂରାଜୀ ଓ ସ୍ପାନିଶ୍, ଇମୋଜି ଏବଂ କୀ’ବୋର୍ଡ୍ ମତାମତ।
  2. ଆପଣ ଏଥିରେ ସ୍ୱିଚ୍ କରିବାକୁ ଚାହୁଁଥିବା କୀ’ବୋର୍ଡ୍‌ରେ ଟାପ୍ କରନ୍ତୁ।

ଆପଣ Magic Keyboard ଏବଂ ଅନ୍ୟାନ୍ୟ କୀ'ବୋର୍ଡ୍ ମଧ୍ୟରେ ସ୍ଵିଚ୍ କରିପାରିବେ।

ଏକ କୀ’ବୋର୍ଡ୍‌ର ବିକଳ୍ପ ଲେଆଉଟ୍ ଆସାଇନ୍ କରନ୍ତୁ

ଆପଣ ନିଜ କୀ’ବୋର୍ଡ୍‌ରେ ଥିବା କୀ’ସହିତ ମେଳ ଖାଉନଥିବା ଏକ ବୈକଳ୍ପିକ କୀ’ବୋର୍ଡ୍ ଲେଆଉଟ୍ ବ୍ଯବହାର କରିପାରିବେ।

  1. ସେଟିଂସ୍  > ସାଧାରଣ > କୀ’ବୋର୍ଡ୍ > କୀ’ବୋର୍ଡ୍‌କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ ଏକ “ଭାଷା”ରେ ଟାପ୍ କରନ୍ତୁ, ତା’ପରେ ଲିଷ୍ଟ୍‌ରୁ ଏକ ବିକଳ୍ପ ଲେଆଉଟ୍ ବାଛନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.