ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ମ୍ଯାପ୍‌ରେ ଆପଣଙ୍କ ଦ୍ବାରା ପାର୍କ୍ କରାଯାଇଥିବା କାର୍ ପାଇଁ ଦିଗ ନିର୍ଦ୍ଦେଶ ପ୍ରାପ୍ତ କରନ୍ତୁ

ଆପଣ ନିଜ କାର୍‌ର CarPlay କିମ୍ବା Bluetooth® ସିଷ୍ଟମ୍‌ରୁ ନିଜ iPhone ବିଛିନ୍ନ କରି ଆପଣଙ୍କ ଗାଡ଼ିରୁ ବାହାରି ଗଲେ, ଏକ କାର୍ ପାର୍କ୍ ସ୍ଥାନ ମାର୍କର୍ ଡ୍ରପ୍ କରାଯାଏ ଯାହା ଦ୍ୱାରା ଆପଣ ସହଜରେ ନିଜ କାର୍‌କୁ ଫେରିବାର ରାସ୍ତା ଖୋଜି ପାଇପାରିବେ।

ଆପଣଙ୍କ ପାର୍କ୍ କରାଯାଇଥିବା କାର୍‌କୁ ଖୋଜନ୍ତୁ

  1. ଆପଣଙ୍କ iPhone ରେ ମ‍୍ୟାପ୍ ଆପ୍ କୁ ଯାଆନ୍ତୁ।

  2. Siri ପରାମର୍ଶ ତଳେ ପାର୍କ୍ କରାଯାଇଥିବା କାର୍‌କୁ ବାଛନ୍ତୁ।

ଯଦି ଆପଣ ମ୍ଯାପ୍‌ରେ ଆପଣଙ୍କ ଦ୍ବାରା ପାର୍କ୍ କରାଯାଇଥିବା କାର୍ ପ୍ରାପ୍ତ କରିବେ ନାହିଁ

ନିଶ୍ଚିତ କରନ୍ତୁ ଯେ ଆପଣଙ୍କ iPhone ଆପଣଙ୍କ କାର୍‌ରେ CarPlay କିମ୍ବା Bluetooth ସହିତ ପେୟର୍ କରିଛନ୍ତି, ତା’ପରେ ନିମ୍ନୋକ୍ତ ସେଟିଂସ୍ ବିଷୟରେ ନିଶ୍ଚିତ କରନ୍ତୁ:

  • ସେଟିଂସ୍  > ଗୋପନୀୟତା ଏବଂ ସୁରକ୍ଷାରେ ଲୋକେଶନ୍ ସେବା ଚାଲୁ ଅଛି।

  • ସେଟିଂସ୍ > ଗୋପନୀୟତା ଓ ସୁରକ୍ଷା > ଲୋକେଶନ ସେବା > ସିଷ୍ଟମ୍ ସେବାଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ଲୋକେଶନ୍ ଚାଲୁ ହୋଇଛି।

  • ସେଟିଂସ୍ > ଆପ୍ > ମ୍ଯାପ୍‌ରେ ପାର୍କ କରାଯାଇଥିବା ଲୋକେଶନ୍ ଦେଖାନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ନିଜ କାର୍‌କୁ ଏକ ପରିଚିତ ଲୋକେଶନ୍, ଯେପରିକି ଆପଣଙ୍କ ଘର କିମ୍ବା କାର୍ଯ୍ଯସ୍ଥଳରେ ପାର୍କ୍ କରନ୍ତି, ତେବେ ମ‍୍ୟାପ୍ ଏହାକୁ ପାର୍କ୍ ହୋଇଥିବା ଭାବରେ ଚିହ୍ନିତ କରେ ନାହିଁ।

ଆପଣ ପାର୍କ୍ କରିଥିବା ଲୋକେଶନ୍ ଦେଖାନ୍ତୁ ନାହିଁ

  1. ଆପଣଙ୍କ iPhone ରେ ମ‍୍ୟାପ୍ ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ କାର୍‌ର ସାମ୍ପ୍ରତିକ ଲୋକେଶନ୍ ପାଇଁ ପାର୍କିଂ କରାଯାଇଥିବା କାର୍ ମାର୍କର୍‌କୁ କାଢ଼ିବା ପାଇଁ ମାର୍କର୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “କାର୍ କାଢ଼ନ୍ତୁ”ରେ ଟାପ୍ କରନ୍ତୁ।

ଆପଣଙ୍କ ଦ୍ବାରା ପାର୍କ୍ କରାଯାଇଥିବା ଲୋକେଶନ୍ କଦାପି ନ ଦେଖାଇବା ପାଇଁ, ସେଟିଂସ୍  > ଆପ୍ >ମ୍ଯାପ୍‌କୁ ଯାଆନ୍ତୁ, ତା’ପରେ “ପାର୍କ୍ କରାଯାଇଥିବା ଲୋକେଶନ୍ ଦେଖାନ୍ତୁ” ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.