iPhone ରେ ଥିବା ମ୍ଯୂଜିକ୍ ଆପ୍‌ରେ ଆଲ୍‌ବମ୍, ଗୀତ ଏବଂ ଆହୁରି ଅନେକ କିଛି ପିନ୍ କରନ୍ତୁ

ଆପଣ Apple Music କୁ ସବ୍‌ସ୍କ୍ରାଇବ୍ କରିବା ପରେ, ଆପଣ ନିଜ ଫେଭରିଟ୍ ମ୍ଯୂଜିକ୍‌କୁ (ମ୍ଯୂଜିକ୍ ଭିଡିଓ ସମେତ) ଆପଣଙ୍କ ଲାଇବ୍ରେରିର ଶୀର୍ଷରେ ପିନ୍ କରିପାରିବେ ଯାହା ଦ୍ୱାରା ଏହା ସହଜରେ ଆକ୍ସେସ୍ ଯୋଗ‍୍ୟ ହୋଇପାରିବ।

ଶୀର୍ଷରେ ଏକ ଗୀତ, ଏକ ଆଲ୍‌ବମ୍ ଏବଂ ଏକ ପ୍ଲେଲିଷ୍ଟ୍ ଭଳି ପିନ୍ ହୋଇଥିବା ଆଇଟମ୍‌କୁ ଏକ ତୀର ସହ ସୂଚାଉଥିବା ଲାଇବ୍ରେରି ଟାବ୍।

ଆପଣଙ୍କ ଲାଇବ୍ରେରିର ଶୀର୍ଷରେ ମ୍ଯୂଜିକ୍ ପିନ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ମ୍ୟୂଜିକ୍ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ପ୍ଲେଲିଷ୍ଟ୍ ପିନ୍ କରନ୍ତୁ: ଏକ ପ୍ଲେଲିଷ୍ଟ୍ ଦେଖିବା ସମୟରେ ଏକ ପ୍ଲେଲିଷ୍ଟ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ କିମ୍ବା “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ପ୍ଲେଲିଷ୍ଟ୍ ପିନ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଜଣେ କଳାକାରଙ୍କୁ ପିନ୍ କରନ୍ତୁ: ଏକ କଳାକାର ପୃଷ୍ଠାକୁ ଯାଆନ୍ତୁ, ସ୍କ୍ରୀନ୍‌ର ଶୀର୍ଷରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “କଳାକାର ପିନ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଆଲ୍‌ବମ୍ ପିନ୍ କରନ୍ତୁ: ଏକ ଆଲ୍‌ବମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଆଲ୍‌ବମ୍‌କୁ ପିନ୍ କରନ୍ତୁ”କୁ ବାଛନ୍ତୁ। କିମ୍ବା ଏକ ଆଲ୍‌ବମ୍‌ରେ ଟାପ୍ କରନ୍ତୁ,“ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଆଲ୍‌ବମ୍ ପିନ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଏକ ଗୀତ କିମ୍ବା ମ୍ଯୂଜିକ୍ ଭିଡିଓ ପିନ୍ କରନ୍ତୁ: ଏକ ଗୀତ କିମ୍ବା ଭିଡିଓକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ କିମ୍ବା ଏକ ଗୀତ କିମ୍ବା ଭିଡିଓ ପାଖରେ ଥିବା “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “[ଆଇଟମ୍] ପିନ୍ କରନ୍ତୁ”ରେ ଟାପ୍ କରନ୍ତୁ। କିମ୍ବା “ବର୍ତ୍ତମାନ ଚାଲୁଥିବା ସ୍କ୍ରୀନ୍‌ରେ, “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “[ଆଇଟମ୍] ପିନ୍ କରନ୍ତୁ“ରେ ଟାପ୍ କରନ୍ତୁ।

ଆପଣ କେବଳ ଆପଣଙ୍କ ଲାଇବ୍ରେରିରେ ଥିବା ବିଷୟବସ୍ତୁ ପିନ୍ କରିପାରିବେ। ଉଦାହରଣ ସ୍ୱରୂପ, ଜଣେ କଳାକାରଙ୍କୁ ପିନ୍ କରିବାକୁ, ଆପଣଙ୍କ ଲାଇବ୍ରେରିରେ ସେହି କଳାକାରଙ୍କ ଦ୍ୱାରା ଅତି କମ୍‌ରେ କିଛି ବିଷୟବସ୍ତୁ ରହିବା ଆବଶ୍ଯକ। ଆପଣଙ୍କ ଲାଇବ୍ରେରିର ଶୀର୍ଷରେ ପିନ୍ ହୋଇଥିବା ଆଇଟମ୍ ଦେଖାଯିବ।

ଆପଣଙ୍କ ଲାଇବ୍ରେରିରେ ଥିବା ଏକ ଆଇଟମ୍‌କୁ ଅନ୍‌ପିନ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ମ୍ୟୂଜିକ୍ ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ, ଏକ ପିନ୍ ହୋଇଥିବା ଆଇଟମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ [ଆଇଟମ୍]କୁ ଅନ୍‌ପିନ୍ କରନ୍ତୁ”ରେ ଟାପ୍ କରନ୍ତୁ।

    ବୈକଳ୍ପିକ ଭାବରେ, “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, “ପିନ୍ ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “କାଢ଼ି ଦିଅନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଆପଣ ଏକ ପିନ୍ ହୋଇଥିବା ଆଇଟମ୍‌ରେ ଟାପ୍ କଲେ କ’ଣ ହେବ ତାହା ବାଛନ୍ତୁ

ଆପଣ ଏକ ପିନ୍ ହୋଇଥିବା ଆଇଟମ୍‌ରେ ଟାପ୍ କଲେ, ଯାହା ହେବ, ତାହା ଆପଣ କଷ୍ଟମାଇଜ୍ କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ଏକ ପିନ୍ ହୋଇଥିବା ପ୍ଲେଲିଷ୍ଟ୍ ପେଜ୍ ଖୋଲିବାକୁ, ଏକ ଆଲ୍‌ବମ୍‌କୁ ଏହାର ଡିଫଲ୍ଟ୍ କ୍ରମରେ ଚଲାଇବା କିମ୍ବା ଜଣେ କଳାକାରଙ୍କ ପାଇଁ ଗୀତ ଚଲାଇବା ଏବଂ ଶଫଲ୍ କରିବାକୁ ବାଛିପାରିବେ।

  1. ଆପଣଙ୍କ iPhone ରେ ଥିବା ମ୍ୟୂଜିକ୍ ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ, ଏକ ପିନ୍ ହୋଇଥିବା ଆଇଟମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ଆକ୍ସନ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ଆକ୍ସନ୍ ବାଛନ୍ତୁ।

    ଯଦି ଆପଣ “ଚଲାନ୍ତୁ” କିମ୍ବା “ଶଫଲ୍” ବାଛନ୍ତି, ତେବେ ଆପଣ ଆଇଟମ୍‌ର ନାମ ପାଖରେ କାର୍ଯ୍ୟ ପାଇଁ ଏହି ଆଇକନ୍ ଦେଖିବେ।

ଟିପ୍‌: ଆପଣଙ୍କ ଲାଇବ୍ରେରିରେ ଆଇଟମ୍‌କୁ ପିନ୍ କରିବା ସମୟରେ ସ୍ୱୟଂଚାଳିତ ଭାବରେ ଡାଉନ୍‌ଲୋଡ୍ କରିବା ପାଇଁ, ସେଟିଂସ୍ > ଆପ୍ > ମ୍ଯୂଜିକ୍‌କୁ ଯାଆନ୍ତୁ, ତା’ପରେ “ପିନ୍ ଡାଉନ୍‌ଲୋଡ୍ କରନ୍ତୁ”କୁ ଚାଲୁ କରନ୍ତୁ।

ଏହା ମଧ‍୍ୟ ଦେଖନ୍ତୁiPhone ରେ ମ୍ଯୁଜିକ୍ ଚଲାନ୍ତୁ
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.