ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ମ୍ଯୁଜିକ୍‌ରେ lossless ଅଡିଓ ଚଲାନ୍ତୁ

Apple Music ସବ୍‌ସ୍କ୍ରାଇବର୍ lossless ଅଡିଓ କମ୍ପ୍ରେସନ୍ ବ୍ଯବହାର କରି ଏନ୍‌କୋଡ୍ ହୋଇଥିବା ଲକ୍ଷ ଲକ୍ଷ ଟ୍ରାକ୍‌କୁ ଆକ୍ସେସ୍ କରିପାରିବେ।

Lossless କମ୍ପ୍ରେସନ୍ ହେଉଛି ଏକ ପ୍ରକାରର କମ୍ପ୍ରେସନ୍ ଯାହା ସମସ୍ତ ମୂଳ ଡେଟା ସଂରକ୍ଷିତ କରିଥାଏ। Apple ନିଜର lossless ଅଡିଓ କମ୍ପ୍ରେସନ୍ ଟେକ୍ନୋଲୋଜି ବିକଶିତ କରିଛି, ଯାହାକୁ Apple Lossless ଅଡିଓ କୋଡେକ୍ (ALAC) କୁହାଯାଏ। ସମଗ୍ର Apple Music କାଟାଲଗ୍ 16-bit/44.1 kHz (CD ଗୁଣବତ୍ତା) ଠାରୁ ଆରମ୍ଭ କରି 24-bit/192 kHz ପର୍ଯ୍ୟନ୍ତ ରିଜୋଲ୍ୟୁସନ୍‌ରେ ALAC ବ୍ୟବହାର କରି ଏନ୍‌କୋଡ୍ କରାଯାଇଛି।

Apple Music ରେ lossless ବିଷୟରେ ଆପଣ ଯାହା ଜାଣିବା ଆବଶ୍ଯକ

  • ମୋବାଇଲ୍ କିମ୍ବା Wi-Fi ନେଟ୍‌ଓ୍ବର୍କ୍‌ରେ lossless ଅଡିଓ ଷ୍ଟ୍ରୀମିଂ କଲେ ଅଧିକ ଡେଟା ବ୍ଯବହାର ହୋଇଥାଏ। ଏବଂ lossless ଅଡିଓ ଡାଉନ୍‌ଲୋଡ୍ କରିବା ଦ୍ୱାରା ଆପଣଙ୍କ ଡିଭାଇସ୍‌ରେ ଯଥେଷ୍ଟ ଅଧିକ ସ୍ପେସ୍ ବ୍ଯବହାର ହୋଇଥାଏ। କମ୍ ରିଜୋଲ୍ୟୁଶନ୍ ଅପେକ୍ଷା ଉଚ୍ଚ ରିଜୋଲ୍ୟୁଶନ୍ ପାଇଁ ଡେଟା ବ୍ଯବହାର ହୋଇଥାଏ।

  • AirPods, AirPods Pro, AirPods Max ଏବଂ Beats ଓ୍ବାୟର୍‌ଲେସ୍ ହେଡଫୋନ୍ ଉତ୍କୃଷ୍ଟ ଅଡିଓ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ Apple AAC Bluetooth କୋଡେକ୍ ବ୍ଯବହାର କରେ। ତଥାପି, Bluetooth ® ସଂଯୋଗ lossless ନୁହେଁ।

  • Apple Music ରୁ ଆପଣ ପୂର୍ବରୁ ଡାଉନ୍‌ଲୋଡ୍ କରିଥିବା ମ୍ଯୁଜିକ୍‌ର ଏକ lossless ଭର୍ଶନ୍ ପ୍ରାପ୍ତ କରିବା ପାଇଁ କେବଳ ମ୍ଯୁଜିକ୍‌କୁ ଡିଲିଟ୍ କରି Apple Music କାଟାଲଗ୍‌ରୁ ଏହାକୁ ପୁନର୍ବାର ଡାଉନ୍‌ଲୋଡ୍ କରନ୍ତୁ।

  • iPhone ରେ 48 kHZ ରୁ ଅଧିକ ସାମ୍ପଲ୍ ହାରରେ ଗୀତ ଚଲାଇବା ପାଇଁ ଆପଣଙ୍କୁ ଏକ ବାହ୍ଯ ଡିଜିଟାଲ୍-ରୁ-ଆନାଲଗ୍ କନ୍‌ଭର୍ଟର୍ ଆବଶ୍ଯକ।

ଧ‍୍ୟାନ ଦିଅନ୍ତୁ: Apple Music ଏବଂ lossless ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ। Apple ସହାୟତା ଆର୍ଟିକଲ୍ Apple ମିଡିଆ ସେବାର ଉପଲବ୍ଧତା ଦେଖନ୍ତୁ।

Lossless ଅଡିଓ ଚାଲୁ କରନ୍ତୁ ଏବଂ ଅଡିଓ ଗୁଣବତ୍ତା ସେଟିଂସ୍ ବାଛନ୍ତୁ

ମୋବାଇଲ୍ ଷ୍ଟ୍ରୀମିଂ, Wi-Fi ଷ୍ଟ୍ରୀମିଂ ଏବଂ ଡାଉନ୍‌ଲୋଡ୍ ପାଇଁ ଆପଣ ଅଡିଓ ଗୁଣବତ୍ତା ସେଟିଂସ୍ ବାଛି ପାରିବେ।

  1. ସେଟିଂସ୍  > ଆପ୍ > ମ୍ଯୁଜିକ୍‌କୁ ଯାଆନ୍ତୁ।

  2. ଅଡିଓ ଗୁଣବତ୍ତାରେ ଟାପ୍ କରନ୍ତୁ, ତା’ପରେ ଏହାକୁ ଚାଲୁ କିମ୍ବା ବନ୍ଦ କରିବା ପାଇଁ Lossless ଅଡିଓରେ ଟାପ୍ କରନ୍ତୁ।

  3. ଷ୍ଟ୍ରୀମିଂ ଏବଂ ଅଡିଓ ଡାଉନ୍‌ଲୋଡ୍ କରିବା ପାଇଁ ଅଡିଓ ଗୁଣବତ୍ତା ବାଛନ୍ତୁ।

    • ସର୍ବାଧିକ 24-bit/48 kHz ରିଜୋଲ୍ଯୁଶନ୍ ପାଇଁ Lossless ବାଛନ୍ତୁ।

    • ସର୍ବାଧିକ 24-ବିଟ୍/192 kHz ରିଜୋଲ୍ଯୁଶନ୍ ପାଇଁ Hi-Res Lossless ବାଛନ୍ତୁ।

ଷ୍ଟ୍ରୀମ୍ ହୋଇଥିବା ମ୍ଯୁଜିକ୍ ଅଡିଓ ଗୁଣବତ୍ତା ଗୀତର ଉପଲବ୍ଧତା, ନେଟ୍‌ଓ୍ବର୍କ୍ ସ୍ଥିତି ଏବଂ ସଂଯୁକ୍ତ ହେଡ୍‌ଫୋନ୍ କିମ୍ବା ସ୍ପୀକର୍‌ର କ୍ଷମତା ଉପରେ ନିର୍ଭର କରେ।

lossless ମ୍ଯୁଜିକ୍ ଚିହ୍ନଟ କରନ୍ତୁ

Lossless ଅଡିଓରେ ଉପଲବ୍ଧ ଥିବା ବେଳେ ଆଲ୍‌ବମ୍ ପୃଷ୍ଠାରେ Lossless ଆଇକନ୍ ଦେଖାଯିବ।

”ବର୍ତ୍ତମାନ ଚାଲୁଛି”ସ୍କ୍ରୀନ୍‌ରେ ମ୍ଯୁଜିକ୍ ପାଇଁ Lossless ଆଇକନ୍ ଦେଖିବା ପାଇଁ, ସେଟିଂସ୍  > ଆପ୍ > ମ୍ଯଜିକ୍ > ଅଡିଓ ଗୁଣବତ୍ତାକୁ ଯାଆନ୍ତୁ, ତା’ପରେ Lossless ଅଡିଓକୁ ଚାଲୁ କରନ୍ତୁ।

ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Music ରେ lossless ଅଡିଓ ବିଷୟରେ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.