iPhone ରେ ଥିବା ଶର୍ଟ୍‌କଟ୍ ଆପ୍‌ରେ Apple Intelligence ବ‍୍ୟବହାର କରନ୍ତୁ

ଆପଣ Apple Intelligence ସହାୟତାରେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଶର୍ଟ୍‌କଟ୍ ତିଆରି କରିପାରିବେ। * ଶର୍ଟ୍‌କଟ୍‌ରେ ଇଣ୍ଟେଲିଜେଣ୍ଟ୍ ଆକ୍ସନ୍ ଟେକ୍ସ୍‌ଟ୍‌କୁ ସଂକ୍ଷିପ୍ତ କରିପାରିବ, ଇମେଜ୍ ତିଆରି କରିପାରିବ କିମ୍ବା ଆପଣଙ୍କ ଶର୍ଟ୍‌କଟ୍‌ରେ ଫିଡ୍ ହେଉଥିବା ପ୍ରତିକ୍ରିୟା ପ୍ରଦାନ କରିବା ପାଇଁ Apple Intelligence କିମ୍ବା ଏକ୍ସ୍‌ଟେନ୍‌ଶନ୍ ମଡେଲ୍‌ରେ ସିଧାସଳଖ ଟାପ୍ କରିପାରିବ।

ଧ‍୍ୟାନ ଦିଅନ୍ତୁ: Apple Intelligence ସମସ୍ତ iPhone ମଡେଲ୍‌ ରେ କିମ୍ବା ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। ** ସାମ୍ପ୍ରତିକ ଉପଲବ୍ଧ ଫୀଚର୍‌ଗୁଡ଼ିକୁ ଆକ୍ସେସ୍ କରିବା ପାଇଁ, ନିଶ୍ଚିତ କରନ୍ତୁ ଯେ ଆପଣ iOS ର ନବୀନତମ ଭର୍ଶନ୍ ବ୍ୟବହାର କରୁଛନ୍ତି ଏବଂ Apple Intelligence ଚାଲୁ କରିଛନ୍ତି

Apple Intelligence ଶର୍ଟ୍‌କଟ୍ ଖୋଜନ୍ତୁ

ଯଦି ଆପଣ ନିଜ ସଂଗ୍ରହରେ ଯୋଡ଼ିବା ପାଇଁ ନୂଆ ଶର୍ଟ୍‌କଟ୍ ଖୋଜୁଛନ୍ତି କିମ୍ବା କ’ଣ ସମ୍ଭବ ଏବଂ Apple Intelligence ଶର୍ଟ୍‌କଟ୍ କେତେ ନିର୍ଦ୍ଦିଷ୍ଟ ଭାବରେ ତିଆରି ହୋଇଛି ତାହା ଯଦି ଦେଖିବାକୁ ଚାହୁଁଛନ୍ତି, ତେବେ ଶର୍ଟ୍‌କଟ୍ ଗ୍ୟାଲେରିରେ ଥିବା Apple Intelligence ବର୍ଗ ଦେଖନ୍ତୁ।

  1. ଆପଣଙ୍କ iPhone ରେ ଥିବା ଶର୍ଟ୍‌କଟ୍ ଆପ୍ କୁ ଯାଆନ୍ତୁ।

  2. ଗ୍ଯାଲେରିରେ ଟାପ୍ କରନ୍ତୁ, ତା’ପରେ ଏହାକୁ ଆପଣଙ୍କ ସଂଗ୍ରହରେ ଯୋଡ଼ିବାକୁ Apple Intelligence ବର୍ଗରେ ଥିବା ଏକ ଶର୍ଟ୍‌କଟ୍‌ରେ ଥିବା “ଶର୍ଟ୍‌କଟ୍ ତିଆରି କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

କଷ୍ଟମ୍ ଶର୍ଟ୍‌କଟ୍ ତିଆରି କରିବା ପାଇଁ ଏକ ମଡେଲ୍ ବ‍୍ୟବହାର କରନ୍ତୁ

ଆପଣ ନିଜର କଷ୍ଟମ୍ ଶର୍ଟ୍‌କଟ୍ ତିଆରି କରିପାରିବେ ଯାହା ଆପଣଙ୍କ ଶର୍ଟ୍‌କଟ୍‌ରେ ସରଳ କିମ୍ବା ଜଟିଳ ଅନୁରୋଧକୁ ପରିଚାଳନା କରିବା ପାଇଁ ଏକ Apple Intelligence ମଡେଲ୍—ଅନ୍-ଡିଭାଇସ୍ କିମ୍ବା ପ୍ରାଇଭେଟ୍ କ୍ଲାଉଡ୍ କମ୍ପ୍ୟୂଟ୍—କିମ୍ବା ChatGPT ବ୍ୟବହାର କରେ। ଆପଣ କାର୍ଯ୍ୟକୁ ଇନ୍‌ପୁଟ୍ ପ୍ରଦାନ କରିବା, କାର୍ଯ୍ୟର ଆଉଟ୍‌ପୁଟ୍ ବିଶ୍ଳେଷଣ କରିବା ଇତ୍ଯାଦି କାର୍ଯ୍ୟ ପାଇଁ ଏକ ମଡେଲ୍ ବ୍ୟବହାର କରିପାରିବେ।

ଆପଣ ତିନୋଟି ମଡେଲ୍‌ରୁ ବାଛିପାରିବେ:

  • ଅନ୍-ଡିଭାଇସ୍: ଏକ ନେଟ୍‌ୱର୍କ୍ ସଂଯୋଗର ଆବଶ‍୍ୟକତା ବିନା ସରଳ ଅନୁରୋଧକୁ ପରିଚାଳନା କରିବା ପାଇଁ ଅନ୍-ଡିଭାଇସ୍ Apple Intelligence ମଡେଲ୍ ବ‍୍ୟବହାର କରେ।

  • ପ୍ରାଇଭେଟ୍ କ୍ଲାଉଡ୍ କମ୍ପ୍ଯୁଟ୍: ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖି ଜଟିଳ ଅନୁରୋଧଗୁଡ଼ିକୁ ପରିଚାଳନା କରିବା ପାଇଁ Apple ର ପ୍ରାଇଭେଟ୍ କ୍ଲାଉଡ୍ କମ୍ପ୍ଯୁଟ୍ ବ୍ୟବହାର କରେ।

  • ଏକ୍ସ୍‌ଟେନ୍‌ଶନ୍ ମଡେଲ୍: ଆପଣଙ୍କ ଅନୁରୋଧକୁ ପରିଚାଳନା କରିବା ପାଇଁ ChatGPT ବ‍୍ୟବହାର କରେ।

ଆରମ୍ଭ କରିବା ପାଇଁ, ନିମ୍ନଲିଖିତ ଭଳି କିଛି ଚେଷ୍ଟା କରନ୍ତୁ:

  1. ଆପଣଙ୍କ iPhone ରେ ଥିବା ଶର୍ଟ୍‌କଟ୍ ଆପ୍ କୁ ଯାଆନ୍ତୁ।

  2. “ଶର୍ଟ୍‌କଟ୍ ତିଆରି କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

    ଟିପ୍‌: Apple Intelligence ବର୍ଗରେ ଟାପ୍ କରନ୍ତୁ, ତା’ପରେ ଏକ ନିର୍ଦ୍ଦିଷ୍ଟ ଇଣ୍ଟେଲିଜେଣ୍ଟ୍ ଆକ୍ସନ୍ ବାଛନ୍ତୁ।

  3. ଏକ କାର୍ଯ୍ୟ ସର୍ଚ୍ଚ୍ କରନ୍ତୁ, ତା'ପରେ ଏହାକୁ ଆପଣଙ୍କର ଶର୍ଟ୍‌କଟ୍‌ରେ ଯୋଡ଼ିବା ପାଇଁ ଏଥିରେ ଟାପ୍ କରନ୍ତୁ।

    ଉଦାହରଣ ସ୍ୱରୂପ, ସାମ୍ପ୍ରତିକ ପାଣିପାଗ ପ୍ରାପ୍ତ କରିବାକୁ ସର୍ଚ୍ଚ୍ କରନ୍ତୁ, ତା’ପରେ ଏହାକୁ ଟାପ୍ କରନ୍ତୁ। ଯଦି ଶର୍ଟ୍‌କଟ୍ ଆପଣଙ୍କ ଲୋକେଶନ୍‌କୁ ଆକ୍ସେସ୍ କରିବା ପାଇଁ ଆପଣଙ୍କୁ ଅନୁରୋଧ କରେ, ତେବେ “ଆକ୍ସେସ୍ ଅନୁମତି ଦିଅନ୍ତୁ”ରେ ଟାପ୍ କରନ୍ତୁ।

  4. “ମଡେଲ୍ ବ୍ୟବହାର କରନ୍ତୁ” ଆକ୍ସନ୍ ସର୍ଚ୍ଚ୍ କରନ୍ତୁ, ତା’ପରେ ଏକ ମଡେଲ୍ ବାଛନ୍ତୁ।

    ଉଦାହରଣ ସ୍ୱରୂପ, ଅନ୍-ଡିଭାଇସ୍ ବାଛନ୍ତୁ।

  5. “ମଡେଲ୍ ବ‍୍ୟବହାର କରନ୍ତୁ” ତଳେ ଥିବା ଟେକ୍ସ୍‌ଟ୍ ଫୀଲ୍ଡ୍‌ରେ, ଆପଣଙ୍କ ପ୍ରମ୍ପ୍ଟ୍ ଲେଖନ୍ତୁ।

    ଉଦାହରଣ ସ୍ୱରୂପ, “ଇମୋଜି ସହାୟତାରେ ଆଜିର ପାଣିପାଗର ଏକ ସଂକ୍ଷିପ୍ତ, ମଜାଦାର ସାରାଂଶ ଲେଖନ୍ତୁ” ଏଣ୍ଟର୍ କରନ୍ତୁ।

    ଯଦି ଆପଣ ଆପଣଙ୍କ ଅନୁରୋଧକୁ ଆହୁରି ମାର୍ଜିତ କରିବା ପାଇଁ ମଡେଲ୍ ସହିତ ଇଣ୍ଟରାକ୍ଟ୍ କରିବାକୁ ଚାହୁଁଛନ୍ତି, ତା’ହେଲେ “ମଡେଲ୍ ବ୍ଯବହାର କରନ୍ତୁ” ପାଖରେ ଥିବା ତୀରରେ ଟାପ୍ କରନ୍ତୁ, ତା’ପରେ ଫଲୋ ଅପ୍ ଚେକ୍‌ବକ୍ସ୍‌ରେ ଟାପ୍ କରନ୍ତୁ।

  6. ଅନ୍ୟ ଏକ କାର୍ଯ୍ୟ ଯୋଡ଼ିବା ପାଇଁ, ଏହାକୁ ସର୍ଚ୍ଚ୍ କରନ୍ତୁ, ତା'ପରେ ଏହାକୁ ଯୋଡ଼ିବା ପାଇଁ ଟାପ୍ କରନ୍ତୁ।

    ଉଦାହରଣ ସ୍ୱରୂପ, “କଣ୍ଟେଣ୍ଟ୍ ଦେଖାନ୍ତୁ” ସର୍ଚ୍ଚ୍ କରନ୍ତୁ, ଏଥିରେ ଟାପ୍ କରନ୍ତୁ, ତା’ପରେ ପ୍ରତିକ୍ରିୟା ଚୟନ କରନ୍ତୁ।

  7. ଆପଣଙ୍କ ନୂଆ ଶର୍ଟ୍‌କଟ୍ ଟେଷ୍ଟ୍ କରିବା ପାଇଁ, “ଚଲାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଆପଣଙ୍କ ଶର୍ଟ୍‌କଟ୍ ସ୍ୱୟଂଚାଳିତ ଭାବେ ସେଭ୍ କରାଯାଇଛି। ଆପଣ ନିଜର ଶର୍ଟ୍‌କଟ୍ ରନ୍ କରିବାର ବିଭିନ୍ନ ଉପାୟ ବିଷୟରେ ଜାଣିବା ପାଇଁ, “iPhone କିମ୍ବା iPad ରେ ଅନ୍ୟ ଏକ ଆପ୍‌ରୁ ଏକ ଶର୍ଟ୍‌କଟ୍ ଲଞ୍ଚ୍ କରନ୍ତୁ” ଦେଖନ୍ତୁ।

ଇନ୍‌ପୁଟ୍, ଫଲୋ ଅପ୍ ଏବଂ ଆଉଟ୍‌ପୁଟ୍ ବିଷୟରେ ଅଧିକ ଜାଣନ୍ତୁ

“ମଡେଲ୍ ବ‍୍ୟବହାର କରନ୍ତୁ” କାର୍ଯ୍ଯ ବ‍୍ୟବହାର କରିବା ସମ୍ବନ୍ଧୀୟ କିଛି ବିବରଣୀ ଏଠାରେ ଦିଆଯାଇଛି:

  • ମଡେଲ୍‌କୁ ଦିଆଯାଉଥିବା ଟେକ୍ସ୍‌ଟ୍ ଇନ୍‌ପୁଟ୍‌ରେ ଭେରିଏବଲ୍, ପୂର୍ବବର୍ତ୍ତୀ କାର୍ଯ୍ୟରୁ ଆଉଟ୍‌ପୁଟ୍, କ୍ୟାଲେଣ୍ଡର୍ ଇଭେଣ୍ଟ୍, ରିମାଇଣ୍ଡର୍, ଫଟୋ ଇତ୍ଯାଦି ଅନ୍ତର୍ଭୁକ୍ତ ହୋଇପାରିବ।

  • ଯଦି ଆପଣ ଫଲୋ ଅପ୍ ଚୟନ କରନ୍ତି, ତେବେ ଆପଣ ଶର୍ଟକଟ୍ ରନ୍ କରିବା ସମୟରେ ଏହା ଆପଣଙ୍କୁ ମଡେଲ୍‌ର ପ୍ରତିକ୍ରିୟା ଦେଖାଏ ଏବଂ ଚୂଡ଼ାନ୍ତ ପ୍ରତିକ୍ରିୟା ପରବର୍ତ୍ତୀ କାର୍ଯ୍ୟକୁ ପଠାଇବା ପୂର୍ବରୁ ଆପଣଙ୍କ ଇନ୍‌ପୁଟ୍‌କୁ ରିଫାଇନ୍ କରିବାକୁ ଅନୁମତି ଦିଏ। ଉଦାହରଣ ସ୍ୱରୂପ, ଆପଣ ଅତିରିକ୍ତ ଅନୁରୋଧ କରିପାରିବେ କିମ୍ବା ଅଧିକ ସୂଚନା ପ୍ରଦାନ କରିପାରିବେ।

  • ଆଉଟ୍‌ପୁଟ୍ ପ୍ରତିକ୍ରିୟା ଯେଉଁ କାର୍ଯ୍ୟକୁ ପାସ୍ କରାଯାଏ ସେଥିପାଇଁ ତାହା ସ୍ବୟଂଚାଳିତ ଭାବରେ ଅପ୍ଟିମାଇଜ୍ ହୋଇଥାଏ। ଆପଣ ପ୍ରତିକ୍ରିୟା କିପରି ଆଉଟ୍‌ପୁଟ୍ ହେବ ତାହା ମଧ୍ୟ ନିର୍ଦ୍ଦିଷ୍ଟ କରିପାରିବେ: ଆପଣ “ମଡେଲ୍ ବ୍ୟବହାର କରନ୍ତୁ” କାର୍ଯ‍୍ୟ ଯୋଡ଼ିବା ସମୟରେ, ଆଉଟ୍‌ପୁଟ୍ ପପ୍-ଅପ୍ ମେନ୍ଯୂରେ ଟାପ୍ କରନ୍ତୁ ଏବଂ ଏକ ବିକଳ୍ପ ବାଛନ୍ତୁ।

*Apple Intelligence ଜେନେରେଟିଭ୍ ମଡେଲ୍ ବ‍୍ୟବହାର କରେ ଏବଂ ଆଉଟ୍‌ପୁଟ୍ ଭିନ୍ନ ହୋଇପାରେ। ସଠିକତା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଯାଞ୍ଚ କରନ୍ତୁ।
**Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.