ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ନୋଟିଫିକେଶନ୍ ସେଟିଂସ୍ ପରିବର୍ତ୍ତନ କରନ୍ତୁ

ନୋଟିଫିକେଶନ୍‌ଗୁଡ଼ିକ କେବେ ଏବଂ କିପରି ଦେଖାଯିବ, କେଉଁ ଆପ୍ ସେଗୁଡ଼ିକୁ ପଠାଇ ପାରେ ଏବଂ ସେଗୁଡ଼ିକ କେଉଁ ସାଉଣ୍ଡ୍ କରିବେ ତାହା ବାଛନ୍ତୁ। ଆପଣ ଲୋକେଶନ୍-ଆଧାରିତ ଆଲର୍ଟ୍ ସେଟ୍ ଅପ୍ କରିପାରିବେ, ସରକାରୀ ଆଲର୍ଟ୍‌କୁ ଅନୁମତି ଦେଇପାରିବେ ଇତ୍ଯାଦି। ଅନେକ ନୋଟିଫିକେଶନ୍ ସେଟିଂସ୍ ସମସ୍ତ ଆପ୍ ନୋଟିଫିକେଶନ୍ ପାଇଁ ଲାଗୁ ହୋଇଥିବା ସମୟରେ ଅନ୍ଯଗୁଡ଼ିକୁ ପୃଥକ ଆପ୍ ପାଇଁ କଷ୍ଟମାଇଜ୍ କରାଯାଇପାରିବ।

ନୋଟିଫିକେଶନ୍‌ଗୁଡ଼ିକର ଆପିଅରନ୍ସ୍ ପରିବର୍ତ୍ତନ କରନ୍ତୁ

  1. ଆପଣଙ୍କ iPhone ରେ ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ନୋଟିଫିକେଶନ୍‌ରେ ଟାପ୍ କରନ୍ତୁ, ତା’ପରେ ଲକ୍ ସ୍କ୍ରୀନ୍‌ରେ ଆପଣ ନୋଟିଫିକେଶନ୍ କିପରି ଡିସ୍‌ପ୍ଲେ କରିବାକୁ ଚାହୁଁଛନ୍ତି ତାହା ବାଛନ୍ତୁ:

    • କେବଳ ନୋଟିଫିକେଶନ୍ ସଂଖ୍ଯା ଦେଖନ୍ତୁ: “ଗଣନା”ରେ ଟାପ୍ କରନ୍ତୁ।

    • ଆପ୍ ଅନୁସାରେ ଷ୍ଟାକ୍‌ରେ ଗ୍ରୂପ୍ ହୋଇଥିବା ନୋଟିଫିକେଶନ୍ ଦେଖନ୍ତୁ: “ଷ୍ଟାକ୍”ରେ ଟାପ୍ କରନ୍ତୁ।

    • ଲିଷ୍ଟ୍‌ରେ ନୋଟିଫିକେଶନ୍‌ଗୁଡ଼ିକ ଦେଖନ୍ତୁ: “ଲିଷ୍ଟ୍”ରେ ଟାପ୍ କରନ୍ତୁ।

    ନୋଟିଫିକେଶନ୍ ପହଞ୍ଚିବା ପରେ, ଆପଣ ଲକ୍ ସ୍କ୍ରୀନ୍‌ରେ ନୋଟିଫିକେଶନ୍‌କୁ ପିଞ୍ଚ୍ କରି ଲେଆଉଟ୍ ପରିବର୍ତ୍ତନ କରି ପାରିବେ।

ଏକ ଆପ୍ ପାଇଁ ନୋଟିଫିକେଶନ୍ ବନ୍ଦ କରିବାକୁ ସେଟିଂସ୍  > ନୋଟିଫିକେଶନ୍‌କୁ ଯାଆନ୍ତୁ, ଆପ୍‌ରେ ଟାପ୍‌ କରନ୍ତୁ, ତା’ପରେ “ନୋଟିଫିକେଶନ୍‌କୁ ଅନୁମତି ଦିଅନ୍ତୁ”କୁ ବନ୍ଦ କରନ୍ତୁ।

ଲକ୍ ସ୍କ୍ରୀନ୍‌ରେ ଦେଖାଯିବା ପାଇଁ ନୋଟିଫିକେଶନ୍ ପ୍ରୀଭ୍ଯୂକୁ ପ୍ରତିରୋଧ କରନ୍ତୁ

ଆପଣଙ୍କ ଲକ୍ ସ୍କ୍ରୀନ୍‌ରେ ଏକ ଆପ୍‌ରୁ କେତେବେଳେ ନୋଟିଫିକେଶନ୍ ପ୍ରୀଭ୍ଯୂ ଦେଖାଯିବ ତାହା ଆପଣ ବାଛିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ନୋଟିଫିକେଶନ୍‌ରେ ଟାପ୍ କରନ୍ତୁ, ତା’ପରେ ନୋଟିଫିକେଶନ୍ ଷ୍ଟାଇଲ୍ ତଳେ ଏକ ଆପ୍‌ରେ ଟାପ୍‌ କରନ୍ତୁ।

  3. ତଳକୁ ସ୍କ୍ରୋଲ୍ କରନ୍ତୁ, “ପ୍ରୀଭ୍ଯୂ ଦେଖାନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ ଚୟନ କରନ୍ତୁ:

    • ସର୍ବଦା

    • ଅନ୍‌ଲକ୍ ଥିବା ବେଳେ

    • କଦାପି ନୁହେଁ

ନୋଟିଫିକେଶନ୍‌ଗୁଡ଼ିକର ଫ୍ରୀକ୍ୱେନ୍ସି ପରିବର୍ତ୍ତନ କରନ୍ତୁ

ନୋଟଫିକେଶନ୍‌ରୁ ବାଧାକୁ ହ୍ରାସ କରିବା ପାଇଁ, ଆପଣ ସାରା ଦିନ ପାଇଁ ଏକ ନୋଟଫିକେଶନ୍ ଟେବୁଲ୍ ନିର୍ଦ୍ଧାରଣ କରିପାରିବେ ଯେଉଁଥିରେ ଏକାଥରକେ ଅନେକ ଆପ୍‌ରୁ ନୋଟଫିକେଶନ୍ ଅନ୍ତର୍ଭୁକ୍ତ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ନୋଟିଫିକେଶନ୍ ଉପରେ ଟାପ୍ କରନ୍ତୁ, ତା’ପରେ ଶେଡ୍ଯୂଲ୍‌ ହୋଇଥିବା ସାରାଂଶରେ ଟାପ୍ କରନ୍ତୁ।

  3. ଶେଡ୍ଯୂଲ୍‌ ହୋଇଥିବା ସାରାଂଶ ଚାଲୁ କରନ୍ତୁ, ତା’ପରେ “ଜାରି ରଖନ୍ତୁ”ରେ ଟାପ୍ କରନ୍ତୁ (ଯଦି ଏହା ଦୃଶ୍ଯମାନ ହୁଏ)।

  4. ନୋଟିଫିକେଶନ୍ ସାରାଂଶ ପାଇଁ ସମୟ ଶେଡ୍ଯୂଲ୍ କରନ୍ତୁ।

  5. A ରୁ Z ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ ନୋଟିଫିକେଶନ୍ ସାରାଂଶରେ ଅନ୍ତର୍ଭୁକ୍ତ କରିବା ପାଇଁ ଆପ୍‌ଗୁଡ଼ିକୁ ଚାଲୁ କରନ୍ତୁ, ତା’ପରେ ସ୍କ୍ରୀନ୍‌ର ଶୀର୍ଷରେ ଥିବା “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  6. ଆପଣ ନୋଟିଫିକେଶନ୍‌ ପ୍ରୀଭ୍ଯୂଗୁଡ଼ିକ କେବେ ଦେଖାଯିବାକୁ ଚାହୁଁଛନ୍ତି ବାଛିବାକୁ, “ପ୍ରୀଭ୍ଯୂଗୁଡ଼ିକ ଦେଖାନ୍ତୁ”ରେ ଟାପ୍ କରନ୍ତୁ, ଏକ ବିକଳ୍ପ ଚୟନ କରନ୍ତୁ, ତାପରେ ସ୍କ୍ରୀନ୍‌ର ଶୀର୍ଷରେ ଥିବା “ପଛକୁ ଯାଆନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

    ପ୍ରୀଭ୍ଯୂରେ ଟେକ୍ସ୍‌ଟ୍ (ମେସେଜ୍ ଏବଂ Mail ରୁ) ଏବଂ ଆମନ୍ତ୍ରଣ ବିବରଣୀ (କ୍ଯାଲେଣ୍ଡର୍‌ରୁ) ଇତ୍ଯାଦି ଅନ୍ତର୍ଭୁକ୍ତ ହୋଇପାରେ। ଆପଣ ବ୍ଯକ୍ତିଗତ ଆପ୍ ପାଇଁ ଏହି ସେଟିଂକୁ ଓଭର୍‌ରାଇଡ୍ କରିପାରିବେ।

ଆପଣ ଫୋକସ୍ ବ୍ୟବହାର କରିବା ସମୟରେ ଏହା ବାଧାକୁ ପ୍ରତିରୋଧ କରିବା ପାଇଁ iPhone ରେ ନୋଟିଫିକେଶନ୍‌ର ଡିଲିଭରିରେ ବିଳମ୍ବ କରେ। ଦେଖିପାରିନଥିବା ନୋଟିଫିକେଶନ୍‌ଗୁଡ଼ିକର ସାରାଂଶ ପାଇବା ପାଇଁ ଆପଣ ଏକ ସମୟ ଶେଡ୍ଯୂଲ୍ କରିପାରିବେ। ଏକ ନୋଟିଫିକେଶନ୍ ସାରାଂଶ ଶେଡ୍ଯୂଲ୍ କରନ୍ତୁ ଦେଖନ୍ତୁ।

ପୃଥକ ଆପ୍ ପାଇଁ ନୋଟିଫିକେଶନ୍ ସାଉଣ୍ଡ୍ ବାଛନ୍ତୁ

କିଛି ଆପ୍ ପାଇଁ (Mail, ମେସେଜ୍ ଏବଂ କ୍ଯାଲେଣ୍ଡର୍ ସମେତ), ଆପ୍ ପାଇଁ ଏକ ନୋଟିଫିକେଶନ୍ ଆସିଲେ କେଉଁ ସାଉଣ୍ଡ୍ ଚାଲିବ ଆପଣ ତାହା ବାଛିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ନୋଟିଫିକେଶନ୍‌ରେ ଟାପ୍ କରନ୍ତୁ, ନୋଟିଫିକେଶନ୍ ଷ୍ଟାଇଲ୍ ତଳେ ଥିବା ଏକ ଆପ୍‌ରେ ଟାପ୍ କରନ୍ତୁ, ତା’ପରେ “ନୋଟିଫିକେଶନ୍ ପାଇଁ ଅନୁମତି ଦିଅନ୍ତୁ” ଚାଲୁ କରନ୍ତୁ।

  3. ସାଉଣ୍ଡ୍‌ରେ ଟାପ୍ କରନ୍ତୁ, ସାଉଣ୍ଡ୍ ଚୟନ କରନ୍ତୁ (ଯଦି କୌଣସିଟି ଦେଖାଯାଏ), ତା’ପରେ ସ୍କ୍ରୀନ୍‌ର ଶୀର୍ଷରେ ଥିବା “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

ଆପଣ ଆପ୍‌ର ନୋଟିଫିକେଶନ୍‌ଗୁଡ଼ିକ ପାଇଁ ତୁରନ୍ତ କିମ୍ବା ଶେଡ୍ଯୂଲ୍ ହୋଇଥିବା ଡିଲିଭରି ଏବଂ ଆପଣ କେଉଁଠାରେ ସେଗୁଡ଼ିକୁ ଦେଖାଯିବାକୁ ଚାହାଁନ୍ତି (ଲକ୍ ସ୍କ୍ରୀନ୍‌ରେ, ନୋଟିଫିକେଶନ୍ ସେଣ୍ଟର୍‌ରେ, କିମ୍ୱା ସ୍କ୍ରୀନ୍‌ର ଶୀର୍ଷରେ ବ୍ୟାନର୍ ଭାବରେ) ଇତ୍ଯାଦି ବାଛିପାରିବେ।

ବ୍ଯକ୍ତିଗତ ଆପ୍ ପାଇଁ ଚୟନିତ ଭାବେ ନୋଟିଫିକେଶନ୍ ବନ୍ଦ କରନ୍ତୁ

  1. ଆପଣଙ୍କ iPhone ରେ ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ନୋଟିଫିକେଶନ୍‌ରେ ଟାପ୍ କରନ୍ତୁ, ଏକ ଆପ୍‌ରେ ଟାପ୍ କରନ୍ତୁ, ତା’ପରେ “ନୋଟିଫିକେଶନ୍‌କୁ ଅନୁମତି ଦିଅନ୍ତୁ” ବନ୍ଦ କରନ୍ତୁ।

ଲୋକେଶନ୍-ଆଧାରିତ ଆଲର୍ଟ୍ ବନ୍ଦ କରନ୍ତୁ

ଆପଣ କେଉଁଠାରେ ଅଛନ୍ତି ତାହା ଆଧାରରେ ପ୍ରାସଙ୍ଗିକ ଆଲର୍ଟ୍ ପଠାଇବା ପାଇଁ କିଛି ଆପ୍ ଆପଣଙ୍କ ଲୋକେଶନ୍ ବ୍ୟବହାର କରନ୍ତି। ଉଦାହରଣ ସ୍ୱରୂପ, ପାଣିପାଗ ଆପ୍ ଆପଣଙ୍କ ଲୋକେଶନ୍ ଆଧାରରେ ଆପଣଙ୍କୁ ଆଲର୍ଟ୍ ପଠାଇପାରେ।

ଯଦି ଆପଣ ଏହି ପ୍ରକାରର ଆଲର୍ଟ୍ ଦେଖିବାକୁ ଚାହାନ୍ତି ନାହିଁ, ତେବେ ଆପଣ ସେଗୁଡ଼ିକୁ ବନ୍ଦ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଗୋପନୀୟତା ଓ ସୁରକ୍ଷାରେ ଟାପ୍ କରନ୍ତୁ, ତା’ପରେ ଲୋକେଶନ୍ ସେବାରେ ଟାପ୍ କରନ୍ତୁ, ତା’ପରେ ଲୋକେଶନ୍ ସେବା ଚାଲୁ କରନ୍ତୁ।

  3. ଏକ ଆପ୍‌ରେ ଟାପ୍ କରନ୍ତୁ (ଯଦି କୌଣସି ଲିଷ୍ଟ୍‌ରେ ଦେଖାଯାଏ), ତା'ପରେ ଆପଣ ସେହି ଆପ୍ ବ୍ୟବହାର କରୁଥିବା ସମୟରେ ଆପଣଙ୍କ ଲୋକେଶନ୍ ଶେୟର୍ କରିବାକୁ ଚାହାଁନ୍ତି କି ନାହିଁ ବାଛନ୍ତୁ।

Apple ସହାୟତା ଆର୍ଟିକଲ୍ ଗୋପନୀୟତା ଏବଂ ଲୋକେଶନ୍ ସେବା ବିଷୟରେ ଦେଖନ୍ତୁ।

ସରକାରୀ ଆଲର୍ଟ୍‌ଗୁଡ଼ିକୁ ଚାଲୁ କିମ୍ବା ବନ୍ଦ କରନ୍ତୁ

କେତେକ ଦେଶ କିମ୍ବା ଅଞ୍ଚଳରେ, ଆପଣ ସରକାରୀ ଆଲର୍ଟ୍ ଲିଷ୍ଟ୍‌ରୁ ଆଲର୍ଟ୍ ଚାଲୁ କରିପାରିବେ। ଉଦାହରଣ ସ୍ୱରୂପ, ଯୁକ୍ତରାଷ୍ଟ୍ର ଆମେରିକାରେ iPhone ରେ, ଆପଣ ଜାତୀୟ ଆଲର୍ଟ୍ ପ୍ରାପ୍ତ କରିପାରିବେ ଏବଂ ଆପଣ AMBER, ସାର୍ବଜନୀନ ନିରାପତ୍ତା, ଏବଂ ଜରୁରୀକାଳୀନ ଆଲର୍ଟ୍ (ଯେଉଁଥିରେ ଉଭୟ ଗମ୍ଭୀର ଏବଂ ଅତ୍ୟଧିକ ନିଶ୍ଚିତ ବିପଦ ଆଲର୍ଟ୍ ସୂଚନା ଅନ୍ତର୍ଭୁକ୍ତ) ଚାଲୁ କିମ୍ବା ବନ୍ଦ କରିପାରିବେ (ସେଗୁଡ଼ିକ ଡିଫଲ୍ଟ୍ ଭାବରେ ଚାଲୁ ଥାଏ)। ଜାପାନରେ iPhone ରେ, ଆପଣ ଜାପାନ ମେଟ୍ରୋଲଜିକଲ୍ ଏଜେନ୍ସିରୁ ଜରୁରୀକାଳୀନ ଭୂମିକମ୍ପ ଆଲର୍ଟ୍ ପ୍ରାପ୍ତ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ନୋଟିଫିକେଶନ୍‌ରେ ଟାପ୍ କରନ୍ତୁ, ସରକାରୀ ଆଲର୍ଟ୍ ବିଭାଗ ପର୍ଯ‍୍ୟନ୍ତ ସ୍କ୍ରୋଲ୍ କରନ୍ତୁ, ତା’ପରେ ଆପଣ ପ୍ରାପ୍ତ କରିବାକୁ ଚାହୁଁଥିବା ଆଲର୍ଟ୍‌ ଚାଲୁ କରନ୍ତୁ।

    ନୋଟିଫିକେଶନ୍ ସ୍କ୍ରୀନ୍‌, ଯାହା ସରକାରୀ ଆଲର୍ଟ୍‌ ଦେଖାଉଛି ଯାହକୁ ଆପଣ ଚାଲୁ କରି ସରକାରୀ ଆଲର୍ଟ୍‌ ପାଇପାରିବେ।
  3. ଯଦି ଆପଣ ଜରୁରୀକାଳୀନ ଆଲର୍ଟ୍ ଏବଂ ସ୍ଥାନୀୟ ସଚେତନତା ଚାଲୁ କରିବାକୁ ଚାହୁଁଛନ୍ତି, ତେବେ ଜରୁରୀକାଳୀନ ଆଲର୍ଟ୍ ଉପରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: କିଛି ଅଞ୍ଚଳରେ, ସ୍ଥାନୀୟ ସଚେତନତା କେତେକ ଜରୁରୀକାଳୀନ ଆଲର୍ଟ୍ ସମୟାନୁବର୍ତ୍ତୀତା, ସଠିକତା ଏବଂ ବିଶ୍ୱସନୀୟତାରେ ଉନ୍ନତି ଆଣିପାରେ। ଉଦାହରଣ ସ୍ୱରୂପ, କାଲିଫର୍ଣ୍ଣିଆ, ଓରେଗନ୍ ଏବଂ ୱାଶିଂଟନ୍‌ରେ iPhone ରେ ପ୍ରାପ୍ତ ଭୂମିକମ୍ପ ଆଲର୍ଟ୍ ସୂଚନା (ସୀମାନ୍ତ ଅଞ୍ଚଳକୁ ମିଶାଇ) ସ୍ଥାନୀୟ ସଚେତନତା ଚାଲୁ କରାଯାଇଥିବା ସମୟରେ ଅଧିକ ସମୟୋପଯୋଗୀ ହୋଇପାରେ କିମ୍ବା ଅଧିକ ସଠିକତା ସହିତ ପ୍ରଦାନ କରାଯାଇପାରେ।

    ଜରୁରୀକାଳୀନ ଆଲର୍ଟ୍‌, ସ୍ଥାନୀୟ ସଚେତନତା ଏବଂ “ସର୍ବଦା ସାଉଣ୍ଡ୍‌ ଚଲାନ୍ତୁ” ଚାଲୁ ଥିବା ଜରୁରୀକାଳୀନ ଆଲର୍ଟ୍ ସ୍କ୍ରୀନ୍‌।
  4. iPhone ସାଇଲେଣ୍ଟ୍ ମୋଡ୍‌ରେ ଥିଲେ ମଧ୍ଯ ଜରୁରୀକାଳୀନ ଆଲର୍ଟ୍ ପାଇଁ ସାଉଣ୍ଡ୍ ଚାଲୁ କରିବାକୁ “ସର୍ବଦା ସାଉଣ୍ଡ୍ ଚଲାନ୍ତୁ” ଚଲାନ୍ତୁ।

ସରକାରୀ ଆଲର୍ଟ୍‌ ସୂଚନା ନେଟ୍‌ୱର୍କ୍‌ ପ୍ରଦାନକାରୀ ଏବଂ iPhone ମଡେଲ୍ ଅନୁଯାୟୀ ଭିନ୍ନ ହୋଇଥାଏ ଏବଂ ସମସ୍ତ ପରିସ୍ଥିତିରେ କାର୍ଯ୍ୟ କରିନପାରେ। Appleସହାୟତା ଆର୍ଟିକଲ୍ ଜରୁରୀକାଳୀନ ଏବଂ ସରକାରୀ ଆଲର୍ଟ୍‌ ବିଷୟରେ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.