ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଆପଣଙ୍କ କ୍ଯାଲେଣ୍ଡର୍ ସେଟିଂସ୍ ବଦଳାନ୍ତୁ

କ୍ୟାଲେଣ୍ଡର୍ ଆପ୍ ରେ, ଆପଣ iCloud, Google, Microsoft Exchange ଏବଂ Yahoo ପରି ଏକାଧିକ ଆକାଉଣ୍ଟ୍ ଯୋଡ଼ିପାରିବେ। ନୂଆ ଇଭେଣ୍ଟ୍ ତିଆରି କରିବା ଏବଂ ଆପଣଙ୍କ ପାଇଁ ସୁବିଧାଜନକ ଉପାୟରେ ଆପଣଙ୍କ କ୍ଯାଲେଣ୍ଡର୍‌କୁ ଡିସ୍‌ପ୍ଲେ କରିବା ସହଜ କରିବା ପାଇଁ ଆପଣ ଡିଫଲ୍ଟ୍ ସେଟିଂସ୍ ବଦଳାଇ ପାରିବେ। ଉଦାହରଣ ସ୍ୱରୂପ, ଆପଣ ନୂଆ ଇଭେଣ୍ଟ୍ ପାଇଁ ଡିଫଲ୍ଟ୍ କ୍ଯାଲେଣ୍ଡର୍ ବାଛିପାରିବେ, ନୂଆ ଇଭେଣ୍ଟ୍‌ର ଅବଧି ବଦଳାଇ ପାରିବେ ଇତ୍ଯାଦି।

iCloud, Google, Exchange, କିମ୍ବା Yahoo କ୍ଯାଲେଣ୍ଡର୍ ଆକାଉଣ୍ଟ୍ ସେଟ୍ ଅପ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ କ୍ଯାଲେଣ୍ଡର୍‌ରେ ଟାପ୍ କରନ୍ତୁ।

  3. କ‍୍ୟାଲେଣ୍ଡର୍ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ତା’ପରେ “ଆକାଉଣ୍ଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

  4. ଏକ ସେବା (ଉଦାହରଣ ସ୍ୱରୂପ iCloud, Microsoft Exchange କିମ୍ବା Google) ରେ ଟାପ୍ କରନ୍ତୁ, ତା’ପରେ ସାଇନ୍ ଇନ୍ କରନ୍ତୁ।

CalDAV ଆକାଉଣ୍ଟ୍ ଯୋଡ଼ନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ କ୍ଯାଲେଣ୍ଡର୍‌ରେ ଟାପ୍ କରନ୍ତୁ।

  3. କ‍୍ୟାଲେଣ୍ଡର୍ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ତା’ପରେ “ଆକାଉଣ୍ଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

  4. “ଅନ୍ଯ ଆକାଉଣ୍ଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ CalDAV ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ।

  5. ଆପଣଙ୍କ ସର୍ଭର୍ ଏବଂ ଆକାଉଣ୍ଟ ସୂଚନା ଲେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଏକ ଆକାଉଣ୍ଟ୍ ଯୋଡ଼ନ୍ତି ଯାହା ପୁଶ୍ ନୋଟିଫିକେଶନ୍‌କୁ ସମର୍ଥନ କରେ ନାହିଁ, ତେବେ ଆପଣ ଆକାଉଣ୍ଟ୍‌ରୁ ଆପଣଙ୍କର କ୍ୟାଲେଣ୍ଡର୍‌କୁ ଅପ୍‌ଡେଟ୍ କରିବା ପାଇଁ ଏକ ଫେଚ୍ ଶେଡ‍୍ୟୂଲ୍ ସେଟ୍ କରିପାରିବେ। ସେଟିଂସ୍  > ଆପ୍ > କ୍ଯାଲେଣ୍ଡର୍‌କୁ ଯାଆନ୍ତୁ। କ୍ଯାଲେଣ୍ଡର୍ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ତା’ପରେ “ନୂଆ ଡେଟା ଫେଚ୍ କରନ୍ତୁ”ରେ ଟାପ୍ କରନ୍ତୁ। “ଫେଚ୍ କରନ୍ତୁ” ଅଧୀନରେ, ଏକ ଶେଡ୍ଯୁଲ୍ ବାଛନ୍ତୁ। ଯଦି ଆପଣ “ସ୍ୱୟଂଚାଳିତ ଭାବରେ” ବାଛନ୍ତି, ତେବେ ଆପଣଙ୍କ iPhone ଚାର୍ଜ୍ ହେବା ଏବଂ Wi-Fi ସହିତ ସଂଯୁକ୍ତ ହେବା ସମୟରେ ନୂଆ ଡେଟା ଡାଉନ୍‌ଲୋଡ୍ ହୋଇଥାଏ।

ଏକ ଡିଫଲ୍ଟ୍ କ୍ଯାଲେଣ୍ଡର୍ ଚୟନ କରନ୍ତୁ

ଯଦି ଆପଣଙ୍କ ପାଖରେ ଏକାଧିକ କ୍ୟାଲେଣ୍ଡର୍ ଅଛି, ତେବେ ଆପଣ ଏକ ଡିଫଲ୍ଟ୍ କ୍ୟାଲେଣ୍ଡର୍ ବାଛିପାରିବେ, ଏବଂ ଆପଣ ତିଆରି କରିଥିବା ଯେକୌଣସି ନୂଆ ଇଭେଣ୍ଟ୍ ସ୍ବୟଂଚାଳିତ ଭାବରେ ସେହି କ୍ୟାଲେଣ୍ଡର୍‌ରେ ଯୋଡ଼ାଯାଏ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ କ୍ଯାଲେଣ୍ଡର୍‌ରେ ଟାପ୍ କରନ୍ତୁ।

  3. “ଡିଫଲ୍ଟ୍ କ୍ଯାଲେଣ୍ଡର୍”ରେ ଟାପ୍ କରନ୍ତୁ, ତା’ପରେ ଆପଣ ନିଜ ଡିଫଲ୍ଟ୍ କ୍ଯାଲେଣ୍ଡର୍ ଭାବରେ ବ୍ଯବହାର କରିବାକୁ ଚାହୁଁଥିବା କ୍ଯାଲେଣ୍ଡର୍‌କୁ ଚୟନ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ତିଆରି କରିସାରିବା ପରେ ଆପଣ ଯେକୌଣସି ଇଭେଣ୍ଟ୍‌କୁ ଭିନ୍ନ ଏକ କ୍ଯାଲେଣ୍ଡର୍‌କୁ ସର୍ବଦା ମୂଭ୍ କରିପାରିବେ। ଏକାଧିକ କ୍ୟାଲେଣ୍ଡର୍ ବ୍ୟବହାର କରିବା ବିଷୟରେ ଅଧିକ ଜାଣିବା ପାଇଁ, ଏକାଧିକ କ୍ୟାଲେଣ୍ଡର୍ ସେଟ୍ ଅପ୍ କରନ୍ତୁଦେଖନ୍ତୁ।

ଡିଫଲ୍ଟ୍ ଇଭେଣ୍ଟ୍ ସେଟିଂସ୍ ସେଟ୍ କରନ୍ତୁ

ଆପଣ କ୍ଯାଲେଣ୍ଡର୍ ଇଭେଣ୍ଟ୍ ପାଇଁ ଡିଫଲ୍ଟ୍ ସେଟିଂସ୍ ବଦଳାଇ ପାରିବେ, ଯେପରିକି ନୂଆ ଇଭେଣ୍ଟ୍‌ଗୁଡ଼ିକର ଅବଧି, ଅପ୍‌କମିଂ ଇଭେଣ୍ଟ୍ ପାଇଁ ଯିବାର ଟାଇମ୍ ଆସିଲେ ଆଲର୍ଟ୍ ଦିଆଯିବ କି ନାହିଁ ଇତ୍ଯାଦି।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ କ୍ଯାଲେଣ୍ଡର୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଭିନ୍ନ ପ୍ରକାରର ଇଭେଣ୍ଟ୍ ପାଇଁ ଆଲର୍ଟ୍ କେତେବେଳେ ପ୍ରାପ୍ତ କରିବେ ତାହା ବାଛନ୍ତୁ: “ଡିଫଲ୍ଟ୍ ଆଲର୍ଟ୍ ଟାଇମ୍”ରେ ଟାପ୍ କରନ୍ତୁ, “ଜନ୍ମଦିନ”, “ଇଭେଣ୍ଟ୍” କିମ୍ବା “ସାରା ଦିନ ଇଭେଣ୍ଟ୍” ଉପରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

    • ଅପ୍‌କମିଂ ଇଭେଣ୍ଟ୍ ପାଇଁ ଯିବାର ଟାଇମ୍ ଆସିଲେ ସତର୍କ ସୂଚନା ଦିଆଯିବ କି ନାହିଁ ବାଛନ୍ତୁ: “ଡିଫଲ୍ଟ୍ ଆଲର୍ଟ୍ ଟାଇମ୍”ରେ ଟାପ୍ କରନ୍ତୁ, ତା’ପରେ “ଛାଡ଼ିବା ଟାଇମ୍” ଚାଲୁ କିମ୍ବା ବନ୍ଦ କରନ୍ତୁ।

    • ନୂଆ ଇଭେଣ୍ଟ୍ ପାଇଁ ଡିଫଲ୍ଟ୍ ଅବଧି ବଦଳାନ୍ତୁ: “ନୂଆ ଇଭେଣ୍ଟ୍ ପାଇଁ ଅବଧି”ରେ ଟାପ୍ କରନ୍ତୁ, ତା’ପରେ ଟାଇମ୍‌ର ଦୈର୍ଘ୍ଯ ବାଛନ୍ତୁ।

    • ଆପଣ ଏକ ନୂଆ ଇଭେଣ୍ଟ୍ ତିଆରି କରିବା ସମୟରେ, କ୍ଯାଲେଣ୍ଡର୍ ଏକ ଲୋକେଶନ୍ ପରାମର୍ଶ ଦେବ କି ନାହିଁ ବାଛନ୍ତୁ: ଲୋକେଶନ୍ ପରାମର୍ଶକୁ ଚାଲୁ କିମ୍ବା ବନ୍ଦ କରନ୍ତୁ।

ଆପଣଙ୍କ କ୍ଯାଲେଣ୍ଡର୍ କିପରି ଦେଖାଯାଉଛି ତାହା ପରିବର୍ତ୍ତନ କରନ୍ତୁ

ଆପଣଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ହାଇଲାଇଟ୍ କରିବାରେ ସହାୟତା କରିବା ପାଇଁ ଆପଣ ନିଜର କ୍ଯାଲେଣ୍ଡର୍ ଦେଖାଉଥିବା ଉପାୟକୁ କଷ୍ଟମାଇଜ୍ କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ସପ୍ତାହଟି କେଉଁ ଦିନରୁ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ବାଛିପାରିବେ, ଚାଇନିଜ୍, ହିବ୍ରୁ କିମ୍ବା ହିଜରୀ କ୍ୟାଲେଣ୍ଡର (ଗ୍ରେଗୋରିଆନ୍ କ୍ୟାଲେଣ୍ଡର୍ ସମେତ) ଇତ୍ଯାଦି ଡିସ୍‌ପ୍ଲେ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ କ୍ଯାଲେଣ୍ଡର୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଚାଇନିଜ୍, ହିବ୍ରୁ କିମ୍ବା ହିଜରୀ କ୍ଯାଲେଣ୍ଡର୍ ଡିସ୍‌ପ୍ଲେ କରନ୍ତୁ: “ବିକଳ୍ପ କ୍ଯାଲେଣ୍ଡର୍” ଉପରେ ଟାପ୍ କରନ୍ତୁ, ତା’ପରେ ଏକ କ୍ଯାଲେଣ୍ଡର୍ ଚୟନ କରନ୍ତୁ।

    • ବର୍ଷର ପ୍ରତ୍ଯେକ ସପ୍ତାହ ପରେ ସପ୍ତାହର ନମ୍ବର୍ ଡିସ୍‌ପ୍ଲେ କରନ୍ତୁ: ସପ୍ତାହର ନମ୍ବର୍ ଚାଲୁ କରନ୍ତୁ।

    • ସାମ୍ପ୍ରତିକ ଦିନକୁ ସପ୍ତାହର ଭ୍ଯୁରେ ପ୍ରଥମ ଦିନ ଭାବେ ଦର୍ଶାନ୍ତୁ: ଆଜିଠାରୁ ଆରମ୍ଭ ହେଉଥିବା ସାପ୍ତାହିକ ଦୃଶ୍ଯ ଚାଲୁ କରନ୍ତୁ।

    • ସପ୍ତାହ ଆରମ୍ଭ କରିବା ପାଇଁ ଭିନ୍ନ ଏକ ଦିନ ବାଛନ୍ତୁ: “ସପ୍ତାହ ଆରମ୍ଭ କରନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ କୌଣସି ଦିନ ଉପରେ ଟାପ୍ କରନ୍ତୁ।

ଆପଣଙ୍କ କ୍ଯାଲେଣ୍ଡର୍ ବ୍ଯବହାର କରିବାର ଶୈଳୀ ଉପରେ ଆଧାର କରି ସମସ୍ତ ଆପ୍‌ରେ ପରାମର୍ଶ ଦେବା ପାଇଁ ଆପଣ Siri କୁ ଅନୁମତି ଦେଇପାରିବେ। ସେଟିଂସ୍ > ଆପ୍ > କ୍ୟାଲେଣ୍ଡର୍‌କୁ ଯାଆନ୍ତୁ, Siri ରେ ଟାପ୍ କରନ୍ତୁ, ତା'ପରେ “ଏହି ଆପ୍‌ରୁ ଶିଖନ୍ତୁ”କୁ ଚାଲୁ କରନ୍ତୁ। ଆପଣ କ୍ୟାଲେଣ୍ଡର୍‌ରୁ ପରାମର୍ଶ ଏବଂ ବିଷୟବସ୍ତୁକୁ ସର୍ଚ୍ଚ୍, ୱିଜେଟ୍ରେ ଏବଂ ନୋଟିଫିକେଶନ୍ଭାବରେ ଦେଖାଯିବାକୁ ଅନୁମତି ଦେଇପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.