ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

Phone ରେ ଥିବା VoiceOver ରେ ନିଜ ଆଙ୍ଗୁଠିରେ ଲେଖନ୍ତୁ

VoiceOver ରେ ହାତଲେଖା ମୋଡ୍ ସହିତ, ଆପଣ ନିଜ ଆଙ୍ଗୁଠିରେ ସ୍କ୍ରୀନ୍‌ରେ ଅକ୍ଷର ଲେଖି ଟେକ୍ସଟ୍ ଲେଖିପାରିବେ। ଟାଇପ୍ କରିବା କିମ୍ବା ଡିକ୍ଟେଶନ୍ ବ୍ଯତୀତ, ଆପଣଙ୍କ iPhone ର ପାସ୍‌କୋଡ୍‌କୁ ସାଇଲେଣ୍ଟ୍ ଭାବରେ ଲେଖିବା କିମ୍ବା ହୋମ୍ ସ୍କ୍ରୀନ୍‌ରୁ ଆପ୍ ଖୋଲିବାକୁ ହାତଲେଖା ମୋଡ୍ ବ୍ଯବହାର କରନ୍ତୁ।

ହାତଲେଖା ମୋଡ୍ ବ୍ଯବହାର କରନ୍ତୁ

  1. ରୋଟର୍‌କୁ ହାତଲେଖାରେ ସେଟ୍ କରନ୍ତୁ।

    ଯଦି ରୋଟର୍‌ରେ ହାତଲେଖା ନାହିଁ, ତେବେ ସେଟିଂସ୍  > ଆକ୍ସେସିବିଲିଟି > VoiceOver > ରୋଟର୍‌କୁ ଯାଆନ୍ତୁ।

  2. ଏକ ଅକ୍ଷର ପ୍ରକାର (ଛୋଟ ଅକ୍ଷର, ସଂଖ୍ଯା, ବଡ଼ ଅକ୍ଷର କିମ୍ବା ବିରାମ ଚିହ୍ନ) ଚୟନ କରିବା ପାଇଁ ତିନୋଟି ଆଙ୍ଗୁଠିରେ ଉପରକୁ କିମ୍ବା ତଳକୁ ସ୍ୱାଇପ୍ କରନ୍ତୁ।

    ଚୟନିତ ଅକ୍ଷର ପ୍ରକାର ଶୁଣିବାକୁ, ତିନୋଟି ଆଙ୍ଗୁଠିରେ ଟାପ୍ କରନ୍ତୁ।

  3. ଆପଣଙ୍କ ଆଙ୍ଗୁଠିରେ ସ୍କ୍ରୀନ୍‌ରେ ଏକ ଅକ୍ଷର ଚିହ୍ନଟ କରନ୍ତୁ।

    ଆପଣ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି କାର୍ଯ୍ଯ ମଧ୍ଯ କରିପାରିବେ:

    • ଏକ ବିକଳ୍ପ ଅକ୍ଷର ଲେଖନ୍ତୁ (ଉଦାହରଣ ସ୍ୱରୂପ ଉଚ୍ଚାରଣ ଥିବା ଏକ ଅକ୍ଷର): ଆପଣ ଚାହୁଁଥିବା ଅକ୍ଷରକୁ ଶୁଣିବା ପର୍ଯ୍ଯନ୍ତ ଅକ୍ଷର ଲେଖନ୍ତୁ, ତା’ପରେ ଦୁଇଟି ଆଙ୍ଗୁଠିରେ ଉପରକୁ କିମ୍ବା ତଳକୁ ସ୍ୱାଇପ୍ କରନ୍ତୁ।

    • ଏକ ସ୍ପେସ୍ ଲେଖନ୍ତୁ: ଦୁଇଟି ଆଙ୍ଗୁଠିରେ ଡାହାଣକୁ ସ୍ୱାଇପ୍ କରନ୍ତୁ।

    • ଏକ ନୂଆ ଲାଇନ୍‌କୁ ଯାଆନ୍ତୁ: ତିନୋଟି ଆଙ୍ଗୁଠିରେ ଡାହାଣକୁ ସ୍ୱାଇପ୍ କରନ୍ତୁ।

    • ପୂର୍ବବର୍ତ୍ତୀ ଅକ୍ଷର ଡିଲିଟ୍ କରନ୍ତୁ: ଦୁଇଟି ଆଙ୍ଗୁଠିରେ ବାମକୁ ସ୍ୱାଇପ୍ କରନ୍ତୁ।

  4. ହାତଲେଖା ମୋଡ୍‌ରୁ ବାହାରିବା ପାଇଁ ଦୁଇ-ଆଙ୍ଗୁଠିରେ ସ୍କ୍ରବ୍ କରନ୍ତୁ (ଦୁଇଟି ଆଙ୍ଗୁଠିକୁ ତିନି ଥର ଆଗକୁ ଓ ପଛକୁ ଘୁଞ୍ଚାନ୍ତୁ, “z” ତିଆରି କରନ୍ତୁ) କିମ୍ବା ରୋଟର୍‌କୁ ଭିନ୍ନ ସେଟିଂରେ ସେଟ୍ କରନ୍ତୁ।

ହାତଲେଖା ମୋଡ୍ ମାଧ୍ଯମରେ ସାଇଲେଣ୍ଟ୍ ଭାବରେ ଆପଣଙ୍କ ପାସ୍‌କୋଡ୍ ଲେଖନ୍ତୁ

  1. ପାସ୍‌କୋଡ୍ ସ୍କ୍ରୀନ୍‌ରେ, ହାତଲେଖାରେ ରୋଟର୍‌କୁ ସେଟ୍ କରନ୍ତୁ।

  2. ଆପଣଙ୍କ ଆଙ୍ଗୁଠିରେ ଆପଣଙ୍କ ପାସ୍‌କୋଡ୍‌ର ଅକ୍ଷର ଲେଖନ୍ତୁ।

ହୋମ୍ ସ୍କ୍ରୀନ୍‌ରେ ଏକ ଆଇଟମ୍ ଚୟନ କରନ୍ତୁ

  1. ହୋମ୍ ସ୍କ୍ରୀନ୍‌ରେ, ହାତଲେଖାରେ ରୋଟର୍‌କୁ ସେଟ୍ କରନ୍ତୁ।

  2. ଆପଣଙ୍କ ଆଙ୍ଗୁଠିରେ ଆଇଟମ୍‌ର ନାମ ଲେଖିବା ଆରମ୍ଭ କରନ୍ତୁ।

    ଯଦି ଏକାଧିକ ମେଳକ ଅଛି, ତେବେ ନାମ ସ୍ୱତନ୍ତ୍ର ହେବା ପର୍ଯ୍ଯନ୍ତ ନାମର ବାନାନ ଜାରି ରଖନ୍ତୁ କିମ୍ବା ସାମ୍ପ୍ରତିକ ମେଳକଗୁଡ଼ିକ ମଧ୍ଯରୁ ଚୟନ କରିବାକୁ ଦୁଇଟି ଆଙ୍ଗୁଠିରେ ଉପରକୁ କିମ୍ବା ତଳକୁ ସ୍ୱାଇପ୍ କରନ୍ତୁ।

ଏକ ଲମ୍ବା ଲିଷ୍ଟ୍ ଶୀଘ୍ର ନାଭିଗେଟ୍ କରନ୍ତୁ

  1. ଲିଷ୍ଟ୍‌ର ଡାହାଣ ପାର୍ଶ୍ୱରେ ଥିବା ସୂଚୀ ଚୟନ କରନ୍ତୁ (ଉଦାହରଣ ସ୍ୱରୂପ, ଆପଣଙ୍କ କଣ୍ଟାକ୍ଟ୍ ଲିଷ୍ଟ୍‌ର ପାର୍ଶ୍ୱରେ କିମ୍ବା VoiceOver ଆଇଟମ୍ ଚୋଜର୍‌ରେ)।

  2. ହାତଲେଖାରେ ରୋଟର୍‌କୁ ସେଟ୍ କରନ୍ତୁ, ତା’ପରେ ଆପଣ ନାଭିଗେଟ୍ କରିବାକୁ ଚାହୁଁଥିବା ଅକ୍ଷର ଲେଖିବା ପାଇଁ ନିଜ ଆଙ୍ଗୁଠି ବ୍ଯବହାର କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.