ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ପାଣିପାଗ ମ୍ଯାପ୍ ଦେଖନ୍ତୁ

ଆପଣ ନିଜ ଲୋକେଶନ୍ କିମ୍ବା ଅନ୍ଯ ଅଞ୍ଚଳରେ ଫୁଲ୍ ସ୍କ୍ରୀନ୍ ବୃଷ୍ଟିପାତ, ତାପମାତ୍ରା, ବାୟୁର ଗୁଣବତ୍ତା ଏବଂ ପବନର ମ୍ଯାପ୍ ଦେଖିପାରିବେ।

ଧ‍୍ୟାନ ଦିଅନ୍ତୁ: ସମସ୍ତ ଫୀଚର୍ ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। Apple ସହାୟତା ଆର୍ଟିକଲ୍ ପାଣିପାଗ ଆପ୍‌ରେ ଫୀଚର୍ ଉପଲବ୍ଧତା ଏବଂ ଡେଟା ସୋର୍ସ୍ ଦେଖନ୍ତୁ।

ସମୁଦ୍ରର ଏକ ପବନ ମ‍୍ୟାପ୍ ପାଣିପାଗ ଆପ୍ ସ୍କ୍ରୀନ୍‌କୁ ପୂରଣ କରେ। “ମ‍୍ୟାପ୍ ବନ୍ଦ କରନ୍ତୁ” ବଟନ୍ ଏବଂ ପବନ ମ‍୍ୟାପ୍ ଓଭର୍‌ଲେ ସ୍କେଲ୍ ଶୀର୍ଷ-ବାମ କୋଣରେ ଅଛି। ଶାର୍ଷ-ଡାହାଣ କୋଣରେ, ଶୀର୍ଷରୁ ନିମ୍ନକୁ, ଓଭର୍‌ଲେ ମେନ‍୍ୟୂ, ସାମ୍ପ୍ରତିକ ଲୋକେଶନ୍ ଏବଂ ଲୋକେଶନ୍ ବଟନ୍ ଅଛି। ନିମ୍ନ ଭାଗରେ ଏକ ଟାଇମ୍‌ଲାଇନ୍ ଅଛି।

ଏକ ଫୁଲ୍ ସ୍କ୍ରୀନ୍ ପାଣିପାଗ ମ୍ଯାପ୍ ଦେଖନ୍ତୁ

  1. ଆପଣଙ୍କ iPhone ରେ ଥିବା ପାଣିପାଗ ଆପ୍ କୁ ଯାଆନ୍ତୁ।

  2. ଏକ ଲୋକେଶନ୍ ଚୟନ କରନ୍ତୁ, ତା’ପରେ ସ୍କ୍ରୀନ୍ ତଳେ ଥିବା “ମ୍ଯାପ୍ ଦେଖାନ୍ତୁ” ବଟନ୍ ଉପରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଚୟନିତ ଲୋକେଶନ୍ ପାଇଁ ପାଣିପାଗ ସ୍ଥିତି ଉପରେ ନିର୍ଭର କରି ଦର୍ଶାଯାଇଥିବା ପାଣିପାଗ ମ୍ଯାପ୍‌ର ପ୍ରକାର ବଦଳିପାରେ।

  3. ବୃଷ୍ଟିପାତ, ତାପମାତ୍ରା, ବାୟୁର ଗୁଣବତ୍ତା କିମ୍ବା ପବନ ମ୍ଯାପ୍‌କୁ ବଦଳାଇବା ପାଇଁ ଉପର ଡାହାଣ ପଟେ ଓଭର୍‌ଲେ ମେନ୍ଯୁ ବଟନ୍ ଉପରେ ଟାପ୍ କରନ୍ତୁ।

  4. ଏକ ବୃଷ୍ଟିପାତ କିମ୍ବା ପବନ ପୂର୍ବାନୁମାନ ମ୍ଯାପ୍‌ରେ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଟାଇମ୍‌ଲାଇନ୍ ଦେଖାନ୍ତୁ: ମ୍ଯାପ୍‌ର ନିମ୍ନରେ ଟାପ୍ କରନ୍ତୁ।

    • ଟାଇମ୍‌ଲାଇନ୍‌ର ଅବଧି ପରିବର୍ତ୍ତନ କରନ୍ତୁ: ଏକ ପ୍ରେସିପିଟେଶନ୍ ମ୍ଯାପ୍ ଦେଖୁଥିବା ସମୟରେ ମେନ୍ଯୁ ବଟନ୍ରେ ଟାପ୍ କରନ୍ତୁ, ତା’ପରେ 12-ଘଣ୍ଟାର ପୂର୍ବାନୁମାନ ଏବଂ ପରବର୍ତ୍ତୀ-ଘଣ୍ଟାର ପୂର୍ବାନୁମାନ ମଧ୍ଯରେ ସ୍ୱିଚ୍ କରନ୍ତୁ।

  5. ମ୍ଯାପ୍ ବନ୍ଦ କରିବା ପାଇଁ “ବନ୍ଦ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ପାଣିପାଗ ମ୍ଯାପ୍‌ର ଲୋକେଶନ୍ ପରିବର୍ତ୍ତନ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ପାଣିପାଗ ଆପ୍ କୁ ଯାଆନ୍ତୁ।

  2. ଏକ ଫୁଲ୍-ସ୍କ୍ରୀନ୍ ପାଣିପାଗ ମ୍ଯାପ୍ ଦେଖନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ମ୍ଯାପ୍ ମୂଭ୍ କରନ୍ତୁ: ଏହାକୁ ଡ୍ରାଗ୍ କରନ୍ତୁ।

    • ଜୂମ୍ ଇନ୍ ଏବଂ ଆଉଟ୍: ସ୍କ୍ରୀନ୍‌କୁ ପିଞ୍ଚ୍ କରନ୍ତୁ।

    • ଆପଣଙ୍କ ଲିଷ୍ଟ୍‌ରୁ ଅନ୍ଯ ଏକ ଲୋକେଶନ୍ ଦେଖନ୍ତୁ: ଉପର ଡାହାଣ ପାର୍ଶ୍ୱରେ ଥିବା ଲୋକେଶନ୍ ଲିଷ୍ଟ୍ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଏକ ଲୋକେଶନ୍‌ରେ ଟାପ୍ କରନ୍ତୁ।

    • ଆପଣଙ୍କ ସାମ୍ପ୍ରତିକ ଲୋକେଶନ୍‌କୁ ଫେରନ୍ତୁ: ଉପର ଡାହାଣ ପଟେ ସାମ୍ପ୍ରତିକ ଲୋକେଶନ୍ ବଟନ୍ରେ ଟାପ୍ କରନ୍ତୁ।

    • ଆପଣଙ୍କ ଲିଷ୍ଟ୍‌ରେ ଏକ ଲୋକେଶନ୍ ଯୋଡ଼ନ୍ତୁ, ଏହାର ସାମ୍ପ୍ରତିକ ସ୍ଥିତି ଦେଖନ୍ତୁ କିମ୍ବା ଏହାକୁ ମ୍ଯାପ୍‌ରେ ଦେଖନ୍ତୁ: ମ୍ଯାପ୍‌ରେ ଲୋକେଶନ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “[ଲୋକେଶନ୍] ଯୋଡ଼ନ୍ତୁ"ରେ, [ଲୋକେଶନ୍] ଦେଖନ୍ତୁ କିମ୍ବା “ମ୍ଯାପ୍‌ରେ ଖୋଲନ୍ତୁ”ରେ ଟାପ୍ କରନ୍ତୁ।

  3. ମ୍ଯାପ୍ ବନ୍ଦ କରିବା ପାଇଁ “ବନ୍ଦ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.