iPhone ରେ ଥିବା Apple Games ଆପ୍‌ରେ ଆପଣଙ୍କ ଗେମ୍ ଲାଇବ୍ରେରି ଦେଖନ୍ତୁ ଏବଂ ପରିଚାଳନା କରନ୍ତୁ

Apple Games ଆପ୍‌ରେ, ଆପଣ Apple Arcade ଶୀର୍ଷକ ବ୍ରାଉଜ୍ କରିପାରିବେ, ଆପଣଙ୍କ ଡାଉନ୍‌ଲୋଡ୍ ହୋଇଥିବା ଗେମ୍ ଦେଖିପାରିବେ, ଇନ୍-ଗେମ୍ ଇଭେଣ୍ଟ୍ ଯାଞ୍ଚ କରିପାରିବେ ଏବଂ ନିଜ ଲାଇବ୍ରେରିରେ ନିଜ ଉପଲବ୍ଧିକୁ ଟ୍ରାକ୍ କରିପାରିବେ। ଆପଣ ଯାହା ଖୋଜୁଛନ୍ତି ତାହା ଶୀଘ୍ର ଖୋଜିବା ପାଇଁ ଆପଣ ନିଜ ଗେମ୍‌କୁ ମଧ୍ଯ କ୍ରମବଦ୍ଧ ଏବଂ ଫିଲ୍ଟର୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ସମସ୍ତ ଦେଶ କିମ୍ବା ଅଞ୍ଚଳରେ Apple Arcade ଏବଂ Apple One ଉପଲବ୍ଧ ନାହିଁ।

ଆପଣଙ୍କ ଗେମ୍ ଦେଖନ୍ତୁ ଏବଂ ସଂଗଠିତ କରନ୍ତୁ

  1. ଆପଣଙ୍କ iPhone ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କାର୍ଯ୍ଯ କରନ୍ତୁ:

    • ଆପଣଙ୍କ ଗେମ୍ ବ୍ରାଉଜ୍ କରନ୍ତୁ: ଆପଣଙ୍କ ଗେମ୍ ଅଧୀନରେ ଥିବା ଗେମ୍‌ର ଲିଷ୍ଟ୍ ସ୍କ୍ରୋଲ୍ କରନ୍ତୁ।

    • ଆପଣଙ୍କ ଗେମ୍‌ଗୁଡ଼ିକୁ କ୍ରମବଦ୍ଧ କରନ୍ତୁ: ଫିଲ୍ଟର୍ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଏକ କ୍ରମବଦ୍ଧ କରିବାର ବିକଳ୍ପ ବାଛନ୍ତୁ (ସାମ୍ପ୍ରତିକ ଗେମ୍, ନାମ କିମ୍ବା ସାଇଜ୍)।

    • ଆପଣଙ୍କ ଗେମ୍‌ଗୁଡ଼ିକୁ ଫିଲ୍ଟର୍ କରନ୍ତୁ: ଫିଲ୍ଟର୍ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ନିର୍ଦ୍ଦିଷ୍ଟ ଗେମ୍ ଦେଖାଇବା ପାଇଁ ଏକ ଫିଲ୍ଟର୍ ବିକଳ୍ପ ବାଛନ୍ତୁ (ଏହି iPhone ରେ, Apple Arcade, ଖେଳୁଥିବା ବନ୍ଧୁ, କଣ୍ଟ୍ରୋଲର୍ ସମର୍ଥନ, ସମର୍ଥନ ଚ୍ୟାଲେଞ୍ଜ୍ କିମ୍ବା ବର୍ଗ)। ଏକ ଫିଲ୍ଟର୍ କ୍ଲିଅର୍ କରିବା ପାଇଁ, ଫିଲ୍ଟର୍ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଫିଲ୍ଟର୍ କ୍ଲିଅର୍ କରନ୍ତୁ”ରେ ଟାପ୍ କରନ୍ତୁ।

      ଟିପ୍‌: ଆପଣଙ୍କ iPhone ରେ କେବଳ ସମ୍ପ୍ରତି ଇନ୍‌ଷ୍ଟଲ୍ ହୋଇଥିବା ଗେମ୍ ଦେଖିବା ପାଇଁ, “ଏହି iPhone ରେ” ଫିଲ୍ଟର୍ ଚୟନ କରନ୍ତୁ।

ଇନ୍-ଗେମ୍ ଇଭେଣ୍ଟ୍ କିମ୍ବା ସାମ୍ପ୍ରତିକ ଅପ୍‌ଡେଟ୍ ଦେଖନ୍ତୁ

  1. ଆପଣଙ୍କ iPhone ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ, ତା’ପରେ ଇଭେଣ୍ଟ୍‌ରେ ଟାପ୍ କରନ୍ତୁ।

  3. ଆପଣ ଇନ୍-ଗେମ୍ ଇଭେଣ୍ଟ୍ କିମ୍ବା ଏଥିପାଇଁ ଅପ୍‌ଡେଟ୍ ଦେଖିବାକୁ ଚାହୁଁଥିବା ଗେମ୍ ଚୟନ କରନ୍ତୁ।

ଆପଣ ଏକ ଗେମ୍ ସର୍ଚ୍ଚ୍ କରିବା ସମୟରେ କିମ୍ବା ହୋମ୍ କିମ୍ବା ସର୍ଚ୍ଚ୍ ଟାବ୍‌ରେ ଏହାର ଗେମ୍ ପୃଷ୍ଠା ଖୋଲିବା ସମୟରେ ଇଭେଣ୍ଟ୍ ଏବଂ ଅପ୍‌ଡେଟ୍ ମଧ୍ଯ ଦେଖିପାରିବେ।

ଏକ ଗେମ୍ ପାଇଁ ଆପଣଙ୍କ ଉପଲବ୍ଧି ଯାଞ୍ଚ କରନ୍ତୁ

ସମର୍ଥିତ ଗେମ୍ ପାଇଁ ଆପଣଙ୍କ Game Center ଉପଲବ୍ଧିକୁ ଟ୍ରାକ୍ କରନ୍ତୁ। ଆପଣ ନିଜ ଅଗ୍ରଗତି ଦେଖିପାରିବେ ଏବଂ ଆପଣ କେଉଁ ଲକ୍ଷ୍ଯ ସମ୍ପୂର୍ଣ୍ଣ କରିଛନ୍ତି ତାହା ଦେଖିପାରିବେ।

  1. ଆପଣଙ୍କ iPhone ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ, ତା’ପରେ ଉପଲବ୍ଧିରେ ଟାପ୍ କରନ୍ତୁ।

  3. ଆପଣଙ୍କ ଉପଲବ୍ଧିକୁ ସଙ୍ଗଠିତ କରିବାକୁ, ଫିଲ୍ଟର୍ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

  4. ଆପଣ ଯେଉଁ ଗେମ୍‌ର ଉପଲବ୍ଧି ଯାଞ୍ଚ କରିବାକୁ ଚାହୁଁଛନ୍ତି ତାହା ଚୟନ କରନ୍ତୁ।

Apple Arcade ଗେମ୍ ବ୍ରାଉଜ୍ କରନ୍ତୁ

ଯଦି ଆପଣ Apple Arcade କିମ୍ବା Apple One କୁ ସବ୍‌ସ୍କ୍ରାଇବ୍ କରନ୍ତି, ତେବେ ଆପଣ ନିଜ ଲାଇବ୍ରେରିରେ Apple Arcade ଗେମ୍ ମଧ୍ୟ ବ୍ରାଉଜ୍ କରିପାରିବେ।

  1. ଆପଣଙ୍କ iPhone ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ, ତା’ପରେ Apple Arcade ରେ ଟାପ୍ କରନ୍ତୁ।

  3. ଫିଲ୍ଟର୍ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • “ପ୍ରୀଭ୍ଯୂ ଦେଖାନ୍ତୁ” ଚାଲୁ କିମ୍ବା ବନ୍ଦ କରନ୍ତୁ।

    • ରିଲୀଜ୍ ତାରିଖ, ଶେଷ ଅପ୍‌ଡେଟ୍, ନାମ କିମ୍ବା ବର୍ଗ ଅନୁସାରେ ଗେମ୍‌ଗୁଡ଼ିକୁ କ୍ରମବଦ୍ଧ କରନ୍ତୁ।

    • କଣ୍ଟ୍ରୋଲର୍ ସମର୍ଥନ, ମଲ୍ଟିପ୍ଲେୟର୍ କିମ୍ବା ବୟସ ରେଟିଂ ଅନୁଯାୟୀ ଗେମ୍‌ଗୁଡ଼ିକୁ ଫିଲ୍ଟର୍ କରନ୍ତୁ।

ଗୋଟିଏ ଗେମ୍ ଡିଲିଟ୍ କରନ୍ତୁ

ଆପଣ ସିଧାସଳଖ Apple Games ଆପ୍ ମଧ‍୍ୟରେ ଗେମ୍ ଡିଲିଟ୍ କରି ନିଜ iPhone ରେ ସ୍ପେସ୍ ଖାଲି କରିପାରିବେ।

  1. ଆପଣଙ୍କ iPhone ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ।

  3. ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଗେମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଗେମ୍ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.