ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଏକ ଫୋକସ୍ ଚାଲୁ କରନ୍ତୁ କିମ୍ବା ଶେଡ୍ଯୂଲ୍ କରନ୍ତୁ

ଏକ ଫୋକସ୍ ବ୍ୟବହାର କରିବାକୁ, ଆପଣ ଏହାକୁ ସିଧାସଳଖ କଣ୍ଟ୍ରୋଲ୍ ସେଣ୍ଟର୍‌ରେ ଚାଲୁ କରିପାରିବେ କିମ୍ୱା ଏହାକୁ ସ୍ୱୟଂଚାଳିତ ଭାବରେ ଚାଲୁ ହେବା ପାଇଁ ଶେଡ୍ଯୂଲ୍ କରିପାରିବେ

କଣ୍ଟ୍ରୋଲ୍ ସେଣ୍ଟର୍‌ରେ ଫୋକସ୍ ଚାଲୁ କରନ୍ତୁ

  1. କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ, ଫୋକସ୍‌ରେ ଟାପ୍ କରନ୍ତୁ, ତାପରେ ଆପଣ ଚାଲୁ କରିବାକୁ ଚାହୁଁଥିବା ଫୋକସ୍‌ରେ ଟାପ୍ କରନ୍ତୁ (ଉଦାହରଣ ସ୍ୱରୂପ, ଡିଷ୍ଟର୍ବ୍ କରନ୍ତୁ ନାହିଁ)।

    ଧ‍୍ୟାନ ଦିଅନ୍ତୁ: ଯଦି ଅନ୍ଯ ଏକ ଫୋକସ୍ ପୂର୍ବରୁ ଚାଲୁ ଥାଏ, ତେବେ ଆପଣ ନୂଆ ଫୋକସ୍‌ରେ ଟାପ୍ କଲେ ଏହା ବନ୍ଦ ହୋଇଯାଏ।

    ଫୋକସ୍ ବିକଳ୍ପଗୁଡ଼ିକର ଅବଧି ସେଟ୍‌ କରିବା ପାଇଁ ବଟନ୍ ସହିତ ଫୋକସ୍ ବିକଳ୍ପ ଦେଖାଉଥିବା କଣ୍ଟ୍ରୋଲ୍ ସେଣ୍ଟର୍।
  2. ଫୋକସ୍‌ର ସମୟସୀମା ବାଛିବା ପାଇଁ, “ଡିଷ୍ଟର୍ବ୍ କରନ୍ତୁ ନାହିଁ” ବଟନ୍ରେ ଟାପ୍‌ କରନ୍ତୁ, ଏକ ବିକଳ୍ପ ଚୟନ କରନ୍ତୁ (ଯେପରିକି "1 ଘଣ୍ଟା ପାଇଁ" କିମ୍ବା "ମୁଁ ଏହି ଲୋକେଶନ୍‌ ନ ଛାଡିବା ପର୍ଯ୍ୟନ୍ତ), ତା'ପରେ “ଡିଷ୍ଟର୍ବ୍ କରନ୍ତୁ ନାହିଁ” ବଟନ୍ରେ ଟାପ୍ କରନ୍ତୁ।

    “ଡିଷ୍ଟର୍ବ୍ କରନ୍ତୁ ନାହିଁ”ରୁ କେତେ ସମୟ ପାଇଁ ବାହରିବେ ବାଛିବା ପାଇଁ ସ୍କ୍ରୀନ୍—ବିକଳ୍ପଗୁଡ଼ିକ ହେଉଛି "1 ଘଣ୍ଟା ପାଇଁ”, "ଆଜି ସନ୍ଧ୍ୟା ପର୍ଯ୍ୟନ୍ତ" ଏବଂ "ମୁଁ ଏହି ସ୍ଥାନରେ ଥବା ପର୍ଯ୍ଯନ୍ତ”।

ଫୋକସ୍ ଅନ୍ ଥିବା ସମୟରେ, ଏହାର ଆଇକନ୍ (ଉଦାହରଣ ସ୍ୱରୂପ, ଷ୍ଟାଟସ୍ ବାର୍‌ରେ ଏବଂ ଲକ୍ ସ୍କ୍ରୀନ୍‌ରେ “ଡିଷ୍ଟର୍ବ୍ କରନ୍ତୁ ନାହିଁ” ବଟନ୍ ଡିଷ୍ଟର୍ବ୍‌ କରନ୍ତୁ ନାହିଁ ଦେଖାଯାଏ ଏବଂ ଆପଣଙ୍କ ସ୍ଥିତି ସ୍ୱୟଂଚାଳିତ ଭାବେ ମେସେଜ୍‌ ଆପ୍‌ରେ ଡିସ୍‌ପ୍ଲେ ହୋଇଥାଏ। ଯେଉଁ ଲୋକମାନେ ଆପଣଙ୍କୁ ଏକ ମେସେଜ୍ ପଠାଇବାକୁ ଚେଷ୍ଟା କରନ୍ତି ସେମାନେ ଦେଖିବେ ଯେ ଆପଣ ନୋଟିଫିକେଶନ୍‌ଗୁଡ଼ିକୁ ସାଇଲେଣ୍ଟ୍ କରିଛନ୍ତି କିନ୍ତୁ ଯଦି କିଛି ଜରୁରୀ ଥାଏ ତେବେ ସେମାନେ ଆପଣଙ୍କୁ ସୂଚିତ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ ସେଟିଂସ୍ ଆପ୍‌  କୁ ଯାଇ, ଫୋକସ୍‌ରେ ଟାପ୍‌ କରି, ଫୋକସ୍‌କୁ ଟାପ୍‌ କରି, ତା’ପରେ ଏହାକୁ ଚାଲୁ କରି ମଧ୍ଯ ଏକ ଫୋକସ୍‌କୁ ଚାଲୁ କିମ୍ବା ବନ୍ଦ କରିପାରିବେ।

ଚାଲୁ କିମ୍ବା ବନ୍ଦ କରିବାକୁ ଏକ ଫୋକସ୍ ଶେଡ୍ଯୂଲ୍ କରନ୍ତୁ

ଆପଣ ଏକ ନିର୍ଦ୍ଦିଷ୍ଟ ସମୟରେ, ଏକ ନିର୍ଦ୍ଦିଷ୍ଟ ଲୋକେଶନ୍‌ରେ ଥିବାବେଳେ କିମ୍ବା ଏକ ନିର୍ଦ୍ଦିଷ୍ଟ ଆପ୍ ଖୋଲିବା ସମୟରେ ଚାଲୁ ହେବା ପାଇଁ ଏକ ଫୋକସ୍ ଶେଡ୍ଯୂଲ୍ କରିପାରିବେ।

  1. ସେଟିଂସ୍‌  କୁ ଯାଆନ୍ତୁ, ଫୋକସ୍‌ରେ ଟାପ୍‌ କରନ୍ତୁ, ତା’ପରେ ଆପଣ ଶେଡ୍ଯୂଲ୍‌ କରିବାକୁ ଚାହୁଁଥିବା ଫୋକସ୍‌ରେ ଟାପ୍‌ କରନ୍ତୁ।

    “ଏକ ଶେଡ୍ଯୂଲ୍ ସେଟ୍ କରନ୍ତୁ”ର ତଳେ ଏକ ଟାଇମ୍ ଦେଖାଗଲେ, ଏକ ଫୋକସ୍ ଚାଲୁ ଏବଂ ବନ୍ଦ କରିବା ପାଇଁ ଏକ ଶେଡ୍ଯୂଲ୍ ସେଟ୍ କରିବାକୁ ଆପଣ ଏହାକୁ ଟାପ୍ କରିପାରିବେ।

  2. “ଶେଡ୍ଯୂଲ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ ଏହି ଫୋକସ୍ ସକ୍ରିୟ କରିବାକୁ ଚାହୁଁଥିବା ସମୟ, ଲୋକେଶନ୍ କିମ୍ୱା ଆପ୍ ସେଟ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ଏକ ସ୍ଲୀପ୍ ଫୋକସ୍ ସେଟ୍ ଅପ୍ କଲେ, ଏହା ସ୍ୱାସ୍ଥ୍ଯ ଆପ୍‌ରେ ଆପଣ ସେଟ୍ କରିଥିବା ସ୍ଲୀପ୍ ଶେଡ୍ଯୂଲ୍‌କୁ ଫଲୋ କରେ। ଏକ “ସ୍ଲୀପ୍ ଶେଡ୍ଯୂଲ୍” ଯୋଡ଼ିବାକୁ କିମ୍ୱା ଏଡିଟ୍ କରିବାକୁ, ସ୍ବାସ୍ଥ୍ଯରେ “ସ୍ଲୀପ୍ ଖୋଲନ୍ତୁ”ରେ ଟାପ୍ କରନ୍ତୁ। ସ୍ୱାସ୍ଥ୍ୟରେ ସ୍ଲୀପ୍ ଶେଡ୍ଯୂଲ୍ ଯୋଡ଼ନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ ଦେଖନ୍ତୁ। ଆପଣ ନିଜର ପରବର୍ତ୍ତୀ ଶୋଇବା ଏବଂ ଉଠିବା ସମୟ ମଧ୍ଯ ପରିବର୍ତ୍ତନ କରିପାରିବେ। ଘଣ୍ଟାରେ ଏକ ଆଲାର୍ମ୍ ସେଟ୍ କରନ୍ତୁ

Siri ବ୍ୟବହାର କରି ଫୋକସ୍ ଚାଲୁ କିମ୍ବା ବନ୍ଦ କରନ୍ତୁ

ଫୋକସ୍ ଚାଲୁ କିମ୍ବା ବନ୍ଦ କରିବାକୁ ଆପଣ Siri ବ୍ୟବହାର କରିପାରିବେ।

ଫୋକସ୍ ବନ୍ଦ କରନ୍ତୁ

ଆପଣ ଏକ ଫୋକସ୍ ବ୍ୟବହାର କରିସାରିଲା ପରେ ପୁନର୍ବାର ନୋଟିଫିକେଶନ୍‌କୁ ଅନୁମତି ଦେବା ପାଇଁ ଏହାକୁ ଶୀଘ୍ର ବନ୍ଦ କରିପାରିବେ। ଆପଣ ଏକ ଫୋକସ୍ ବନ୍ଦ କଲା ପରେ, ଏହା ତଥାପି କଣ୍ଟ୍ରୋଲ୍ ସେଣ୍ଟର୍‌ରେ ଦେଖାଯିବ ଏବଂ ଏହାକୁ ପୁନଃ ବ୍ୟବହାର କରାଯାଇପାରିବ।

  1. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

  2. ଅନ୍ ଥିବା ଫୋକସ୍‌କୁ ବନ୍ଦ କରିବା ପାଇଁ ଏହା ଉପରେ ଟାପ୍ କରନ୍ତୁ।

ଫୋକସ୍ ଡିଲିଟ୍ କରନ୍ତୁ

ଆପଣ ସେଟ୍ ଅପ୍ କରିଥିବା ଫୋକସ୍‌କୁ ଆଉ ଆବଶ୍ଯକ ନ କରୁଥିବା ସମୟରେ ଏହାକୁ ଡିଲିଟ୍ କରିପାରିବେ।

  1. ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଫୋକସ୍‌ରେ ଟାପ୍ କରନ୍ତୁ, ଆପଣ ଆଉ ଚାହୁଁନଥିବା “ଫୋକସ୍”ରେ ଟାପ୍ କରନ୍ତୁ, ସ୍କ୍ରୀନ୍‌ର ନିମ୍ନକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “ଫୋକସ୍ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଯଦି ଆପଣ ଏକ ପ୍ରଦାନ କରାଯାଇଥିବା ଫୋକସ୍‌କୁ ଡିଲିଟ୍‌ କରନ୍ତି, ତେବେ ଆପଣଙ୍କୁ ଏହା ସେଟିଂସ୍‌ ଆପ୍‌  > ଫୋକସ୍‌କୁ ଯାଇ, ତା’ପରେ “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍ କରି ପୁନଃ ସେଟ୍ ଅପ୍ କରିବାକୁ ପଡ଼ିବ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.