ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ଫଟୋରେ ଆପଣଙ୍କ ମେମୋରି ମୂଭିକୁ ପର୍ସନଲାଇଜ୍ କରନ୍ତୁ

ଆପଣ ନିଜ ମେମୋରି ମୂଭିଗୁଡ଼ିକୁ ଆହୁରି ଅଧିକ ପର୍ସନଲ୍ କରିବା ପାଇଁ ସେଗୁଡ଼ିକୁ ଏଡିଟ୍ କରିପାରିବେ। ମେମୋରି ମିକ୍ସ୍ ବ୍ଯବହାର କରି ଦେଖନ୍ତୁ, ଯାହା ଆପଣଙ୍କୁ ଏକ ମେଳ ଖାଉଥିବା ଫଟୋଗ୍ରାଫିକ୍ ଲୁକ୍ ସହି ଭିନ୍ନ ଗୀତ ଲାଗୁ କରିବାକୁ ଅନୁମତି ଦିଏ। ଆପଣ ନୂଆ ଗୀତ ମଧ୍ୟ ବାଛିପାରିବେ, ମେମୋରି ମୂଭିର ଶୀର୍ଷକ ଏଡିଟ୍ କରିପାରିବେ, ଲମ୍ବ ବଦଳାଇପାରିବେ ଏବଂ ଫଟୋ ଯୋଡ଼ିପାରିବେ, ପୁଣି ବ୍ଯବସ୍ଥିତ କରିପାରିବେ କିମ୍ବା କାଢ଼ି ପାରିବେ। Apple Music କାଟାଲଗ୍‌ରେ ଉପଲବ୍ଧ ଲକ୍ଷ ଲକ୍ଷ ଗୀତରୁ Apple Music ର ଗ୍ରାହକମାନେ ଗୀତ ଯୋଡ଼ିପାରିବେ।

ସ୍କ୍ରୀନ୍ ମଝିରେ ଏକ ମେମୋରି ଚାଲୁଅଛି। ସ୍କ୍ରୀନ୍‌ର ନିମ୍ନରେ “ମେମୋରି ମିକ୍ସ୍‌” ଏବଂ “ବ୍ରାଉଜ୍‌ କରନ୍ତୁ” ବଟନ୍ ଅଛି। ସ୍କ୍ରୀନ୍‌ର ଶୀର୍ଷରେ “ପଛକୁ ଯାଆନ୍ତୁ”, “ମ‍୍ୟୂଟ୍‌ କରନ୍ତୁ” ଏବଂ “ଅଧିକ” ବଟନ୍ ଅଛି। ସ୍କ୍ରୀନ୍‌ର ଶୀର୍ଷ କେନ୍ଦ୍ରରେ ଫଟୋର ଲୋକେଶନ୍ ଏବଂ ଚାଲୁଥିବା ଗୀତର ନାମ ଅଛି।

ମେମୋରି ମିକ୍ସ୍ ଯୋଡ଼ନ୍ତୁ

ମେମୋରି ମିକ୍ସ୍ ବିଭିନ୍ନ ଗୀତ, ପେସିଂ ଏବଂ ଷ୍ଟାଇଲ୍‌ର କ୍ଯୁରେଟ୍ ହୋଇଥିବା କମ୍ବିନେଶନ୍ ଅଟେ ଯାହା ମେମୋରି ମୂଭିର ଲୁକ୍ ଏବଂ ଅନୁଭବ ବଦଳାଇଥାଏ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ଆପଣଙ୍କ ମେମୋରିର ଏକ ଚୟନ ମାଧ‍୍ୟମରେ ସ୍କ୍ରୋଲ୍ କରିବାକୁ ମେମୋରି ଅଧୀନରେ ବାମକୁ ସ୍ୱାଇପ୍ କରନ୍ତୁ କିମ୍ବା ସେ ସବୁ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  4. ଏହାକୁ ଚଲାଇବା ପାଇଁ ଏକ ମେମୋରିର ନିମ୍ନ-ଡାହାଣ କୋଣରେ ଥିବା “ଚଲାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  5. ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, ତା’ପରେ ମେମୋରି ମିକ୍ସ୍‌ ବଟନ୍‌ରେ ଟାପ୍ କରନ୍ତୁ।

  6. ବିଭିନ୍ନ ମେମୋରି ମିକ୍ସ୍ ଦେଖିବା ପାଇଁ ବାମକୁ ସ୍ୱାଇପ୍ କରନ୍ତୁ।

  7. ମେମୋରି ମିକ୍ସ୍ ଲାଗୁ କରିବା ପାଇଁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ।

ଏକ ମେମୋରି ମୂଭିର ଲୁକ୍ ପରିବର୍ତ୍ତନ କରନ୍ତୁ

ମେମୋରି ମୂଭିରେ ଥିବା ସମସ୍ତ ଫଟୋରେ ନିୟମିତ ରଙ୍ଗ ଏବଂ ଷ୍ଟାଇଲ୍ ଆଡ୍‌ଜଷ୍ଟ୍‌ମେଣ୍ଟ୍ ଲାଗୁ କରିବା ପାଇଁ ମେମୋରି ଲୁକ୍ ବ୍ଯବହାର କରନ୍ତୁ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ଆପଣଙ୍କ ମେମୋରିର ଏକ ଚୟନ ମାଧ‍୍ୟମରେ ସ୍କ୍ରୋଲ୍ କରିବାକୁ ମେମୋରି ଅଧୀନରେ ବାମକୁ ସ୍ୱାଇପ୍ କରନ୍ତୁ କିମ୍ବା ସେ ସବୁ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  4. ଏହାକୁ ଚଲାଇବା ପାଇଁ ଏକ ମେମୋରିର ନିମ୍ନ-ଡାହାଣ କୋଣରେ ଥିବା “ଚଲାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  5. ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, ତା’ପରେ ମେମୋରି ମିକ୍ସ୍‌ ବଟନ୍‌ରେ ଟାପ୍ କରନ୍ତୁ।

  6. ଫିଲ୍ଟର୍ ବଟନ୍‌ ରେ ଟାପ୍‌ କରନ୍ତୁ, ଏକ ଲୁକ୍‌ରେ ଟାପ୍‌ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣରେ ଟାପ୍‌ କରନ୍ତୁ।

ଏକ ମେମୋରି ମୂଭିର ମ୍ଯୂଜିକ୍ ପରିବର୍ତ୍ତନ କରନ୍ତୁ

ଆପଣ Apple Music ରେ ମେମୋରି ସାଉଣ୍ଡ୍‌ଟ୍ରାକ୍ କିମ୍ବା ପ୍ରସ୍ତାବିତ ଗୀତ ମଧ୍ଯରୁ ବାଛି ଏକ ମେମୋରି ମୂଭି ମ୍ଯୂଜିକ୍‌କୁ ପରିବର୍ତ୍ତନ କରିପାରିବେ। Apple Music ସବ୍‌ସ୍କ୍ରାଇବର୍‌ମାନେ ମଧ୍ୟ ସେମାନଙ୍କର Apple Music ଲାଇବ୍ରେରିକୁ ଆକ୍ସେସ୍ କରିପାରିବେ ଏବଂ ମ୍ଯୁଜିକ୍ ପସନ୍ଦ କିମ୍ବା ମେମୋରିର ବିଷୟବସ୍ତୁ ଉପରେ ଆଧାରିତ ପ୍ରସ୍ତାବିତ ଗୀତଗୁଡ଼ିକ ଦେଖିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ଆପଣଙ୍କ ମେମୋରିର ଏକ ଚୟନ ମାଧ‍୍ୟମରେ ସ୍କ୍ରୋଲ୍ କରିବାକୁ ମେମୋରି ଅଧୀନରେ ବାମକୁ ସ୍ୱାଇପ୍ କରନ୍ତୁ କିମ୍ବା ସେ ସବୁ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  4. ଏହାକୁ ଚଲାଇବା ପାଇଁ ଏକ ମେମୋରିର ନିମ୍ନ-ଡାହାଣ କୋଣରେ ଥିବା “ଚଲାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  5. ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, ତା’ପରେ ମେମୋରି ମିକ୍ସ୍‌ ବଟନ୍‌ରେ ଟାପ୍ କରନ୍ତୁ।

  6. ମ୍ଯୁଜିକ୍‌ ବଟନ୍ରେ ଟାପ୍‌ କରନ୍ତୁ, ଏକ ଗୀତରେ ଟାପ୍‌ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍‌ କରନ୍ତୁ।

    Apple Music ସବ୍‌ସ୍କ୍ରାଇବର୍ Apple Music ଲାଇବ୍ରେରିରେ ଗୀତ ସର୍ଚ୍ଚ୍ କରିବାକୁ “ସର୍ଚ୍ଚ୍ କରନ୍ତୁ” ବଟନ୍‌ରେ ଟାପ୍ କରିପାରିବେ।

ଏକ ମେମୋରି ମୂଭିରେ ଫଟୋ ଯୋଡ଼ନ୍ତୁ କିମ୍ବା କାଢ଼ନ୍ତୁ

ଆପଣ ମେମୋରି ମୂଭିରେ ଦେଖାଯାଉଥିବା ଫଟୋ ବାଛିପାରିବେ—ପ୍ରସ୍ତାବିତ ଫଟୋ ଯୋଡିପାରିବେ କିମ୍ୱା କାଢ଼ିପାରିବେ କିମ୍ବା ସିଧାସଳଖ ଭାବରେ ଆପଣଙ୍କ ଲାଇବ୍ରେରିରୁ ଫଟୋ ଏବଂ ଭିଡିଓ ବାଛିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ଆପଣଙ୍କ ମେମୋରିର ଏକ ଚୟନ ମାଧ‍୍ୟମରେ ସ୍କ୍ରୋଲ୍ କରିବାକୁ ମେମୋରି ଅଧୀନରେ ବାମକୁ ସ୍ୱାଇପ୍ କରନ୍ତୁ କିମ୍ବା ସେ ସବୁ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  4. ଏହାକୁ ଚଲାଇବା ପାଇଁ ଏକ ମେମୋରିର ନିମ୍ନ-ଡାହାଣ କୋଣରେ ଥିବା “ଚଲାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  5. ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, ତା’ପରେ “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ।

  6. “ଫଟୋ ପରିଚାଳନା କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ଆପଣଙ୍କ ଫଟୋ ଲାଇବ୍ରେରିରୁ ଏକ ଫଟୋ ଯୋଡ଼ନ୍ତୁ: ସମସ୍ତରେ ଟାପ୍‌ କରନ୍ତୁ, ଆପଣଙ୍କ ଲାଇବ୍ରେରି ମାଧ‍୍ୟମରେ ସ୍କ୍ରୋଲ୍ କରନ୍ତୁ, ଆପଣ ଯୋଡ଼ିବାକୁ ଚାହୁଁଥିବା ଫଟୋ ଚୟନ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ।

    • ଫଟୋ କାଢ଼ନ୍ତୁ: ମେମୋରିରୁ ଏହାକୁ କାଢ଼ିବା ପାଇଁ ଏକ ଫଟୋକୁ ଅଚୟନ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

    • ଆପଣଙ୍କ ଫଟୋ ଲାଇବ୍ରେରିରେ ଫଟୋ ସର୍ଚ୍ଚ୍ କରନ୍ତୁ: ’ସମସ୍ତ’ରେ ଟାପ୍ କରନ୍ତୁ, “ସର୍ଚ୍ଚ୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ଜଣେ ବ‍୍ୟକ୍ତିଙ୍କ ନାମ, ସ୍ଥାନ କିମ୍ବା ତାରିଖ ଲେଖନ୍ତୁ। ସର୍ଚ୍ଚ୍ ଫଳାଫଳରେ ଟାପ୍ କରନ୍ତୁ, ଆପଣ ଯୋଡ଼ିବାକୁ ଚାହୁଁଥିବା ଫଟୋ ଚୟନ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ।

  7. ମେମୋରି ମୂଭି ବନ୍ଦ କରିବା ପାଇଁ “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

ଏକ ମେମୋରି ମୂଭିରେ ଫଟୋ ରୀଅର୍ଡର୍ କରନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ଆପଣଙ୍କ ମେମୋରିର ଏକ ଚୟନ ମାଧ‍୍ୟମରେ ସ୍କ୍ରୋଲ୍ କରିବାକୁ ମେମୋରି ଅଧୀନରେ ବାମକୁ ସ୍ୱାଇପ୍ କରନ୍ତୁ କିମ୍ବା ସେ ସବୁ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  4. ଏହାକୁ ଚଲାଇବା ପାଇଁ ଏକ ମେମୋରିର ନିମ୍ନ-ଡାହାଣ କୋଣରେ ଥିବା “ଚଲାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  5. ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, ତା’ପରେ “ବ୍ରାଉଜ୍‌ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

  6. ଏକ ଫଟୋକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଏହାକୁ ଗ୍ରୀଡ୍‌ରେ ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ।

  7. ମେମୋରି ମୂଭିକୁ ଫେରିବା ପାଇଁ “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

ଏକ ମେମୋରି ମୂଭିର ଲମ୍ବ ପରିବର୍ତ୍ତନ କରନ୍ତୁ

ଏକ ମେମୋରି ମୂଭିରେ ଥିବା ଫଟୋ ସଂଖ‍୍ୟା ଉପରେ ନିର୍ଭର କରି ଆପଣ ଏହାର ଲମ୍ବକୁ ଛୋଟ, ମଧ‍୍ୟମ କିମ୍ବା ଲମ୍ବରେ ପରିବର୍ତ୍ତନ କରିପାରିବେ। ଆପଣଙ୍କ ପସନ୍ଦ ସ୍ବୟଂଚାଳିତ ଭାବରେ ଅନ୍ତର୍ଭୁକ୍ତ ଫଟୋ ସଂଖ୍ଯାକୁ ଆଡ୍‌ଜଷ୍ଟ୍ କରିଥାଏ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ଆପଣଙ୍କ ମେମୋରିର ଏକ ଚୟନ ମାଧ‍୍ୟମରେ ସ୍କ୍ରୋଲ୍ କରିବାକୁ ମେମୋରି ଅଧୀନରେ ବାମକୁ ସ୍ୱାଇପ୍ କରନ୍ତୁ କିମ୍ବା ସେ ସବୁ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  4. ଏହାକୁ ଚଲାଇବା ପାଇଁ ଏକ ମେମୋରିର ନିମ୍ନ-ଡାହାଣ କୋଣରେ ଥିବା “ଚଲାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  5. ମେମୋରି ଚାଲୁଥିବା ସମୟରେ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ତାପରେ ଛୋଟ, ମଧ‍୍ୟମ କିମ୍ବା ଲମ୍ବାରେ ଟାପ୍ କରନ୍ତୁ।

ମେମୋରି ଶୀର୍ଷକ, ଉପଶୀର୍ଷକ ଏବଂ କୀ’ଫଟୋ ଏଡିଟ୍ କରନ୍ତୁ

ଆପଣ ଏକ ମେମୋରିର ଶୀର୍ଷକ କିମ୍ବା ଉପଶୀର୍ଷକ ଏଡିଟ୍ କରିପାରିବେ ଏବଂ ମେମୋରି ଶୀର୍ଷକରେ ଦେଖାଯାଉଥିବା ମୁଖ‍୍ୟ ଫଟୋ ପରିବର୍ତ୍ତନ କରିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ।

  3. ଆପଣଙ୍କ ମେମୋରିର ଏକ ଚୟନ ମାଧ‍୍ୟମରେ ସ୍କ୍ରୋଲ୍ କରିବାକୁ ମେମୋରି ଅଧୀନରେ ବାମକୁ ସ୍ୱାଇପ୍ କରନ୍ତୁ କିମ୍ବା ସେ ସବୁ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  4. ସଂଗ୍ରହ ଦେଖିବା ପାଇଁ ଏକ ମେମୋରିରେ ଟାପ୍ କରନ୍ତୁ।

  5. “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ସାମ୍ପ୍ରତିକ ଶୀର୍ଷକରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ମେମୋରି ଶୀର୍ଷକ କିମ୍ବା ଉପଶୀର୍ଷକ ଏଡିଟ୍ କରନ୍ତୁ: ଟେକ୍ସ୍‌ଟ୍ ଫିଲ୍ଡ୍‌ରେ ଏକ ନୂଆ ଶୀର୍ଷକ କିମ୍ବା ଉପଶୀର୍ଷକ ଲେଖନ୍ତୁ।

    • କୀ’ଫଟୋ ବଦଳାନ୍ତୁ: ସାମ୍ପ୍ରତିକ କୀ’ ଫୋଟୋର ନିମ୍ନ-ଡାହାଣ କୋଣରେ ଥିବା ଫଟୋ ଆଇକନ୍‌ରେ ଟାପ୍ କରନ୍ତୁ, ତା’ପରେ ଫଟୋ ଗ୍ରିଡ୍‌ରେ ଏକ ନୂଆ ଫଟୋ ଚୟନ କରନ୍ତୁ।

  6. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.