iPhone ରେ ଏକ ଜର୍ନଲ୍ ଏଣ୍ଟ୍ରି ଏଡିଟ୍ କିମ୍ବା ଡିଲିଟ୍ କରନ୍ତୁ

iPhone ରେ ଥିବା ଜର୍ନଲ୍ ଆପ୍‌ରେ, ଆପଣ ନିଜର ଏଣ୍ଟ୍ରିକୁ ଏଡିଟ୍ କରିପାରିବେ, ଏଣ୍ଟ୍ରି ତାରିଖ ପରିବର୍ତ୍ତନ କରିପାରିବେ, ଏଣ୍ଟ୍ରିକୁ ଡିଲିଟ୍ କିମ୍ବା ରିକଭର୍ ଇତ‍୍ୟାଦି କରିପାରିବେ।

ଜର୍ନଲ୍ ଏଣ୍ଟ୍ରି ଏଡିଟ୍ କରନ୍ତୁ

  1. ଆପଣଙ୍କ iPhone ରେ ଜର୍ନଲ୍ ଆପ୍ କୁ ଯାଆନ୍ତୁ।

  2. ଏକ ଜର୍ନଲ୍ ବାଛନ୍ତୁ କିମ୍ବା ସମସ୍ତ ଏଣ୍ଟ୍ରିରେ ଟାପ୍ କରନ୍ତୁ।

  3. ଏକ ଏଣ୍ଟ୍ରି ଉପରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ ଏଡିଟ୍ ବଟନ୍ରେ ଟାପ୍ କରନ୍ତୁ।

ଏକାଧିକ ଜର୍ନଲ୍‌ରେ ସମାନ ଏଣ୍ଟ୍ରି ଯୋଡ଼ନ୍ତୁ

  1. ଆପଣଙ୍କ iPhone ରେ ଜର୍ନଲ୍ ଆପ୍ କୁ ଯାଆନ୍ତୁ।

  2. ଏକ ଜର୍ନଲ୍ ବାଛନ୍ତୁ କିମ୍ବା ସମସ୍ତ ଏଣ୍ଟ୍ରିରେ ଟାପ୍ କରନ୍ତୁ।

  3. ଏଣ୍ଟ୍ରି ତଳେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଜର୍ନଲ୍ ବାଛନ୍ତୁ”ରେ ଟାପ୍ କରନ୍ତୁ।

ଶୀର୍ଷକ କାଢ଼ି ଦିଅନ୍ତୁ କିମ୍ବା ଯୋଡ଼ନ୍ତୁ

  1. ଆପଣଙ୍କ iPhone ରେ ଜର୍ନଲ୍ ଆପ୍ କୁ ଯାଆନ୍ତୁ।

  2. ଏକ ଏଣ୍ଟ୍ରି କମ୍ପୋଜ୍ କରିବା ସମୟରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ "ଶୀର୍ଷକ କାଢ଼ି ଦିଅନ୍ତୁ କିମ୍ବା ଶୀର୍ଷକ ଯୋଡ଼ନ୍ତୁ"ରେ ଟାପ୍ କରନ୍ତୁ।

ଏଣ୍ଟ୍ରି ତାରିଖ ଏଡିଟ୍ କରନ୍ତୁ

  1. ଆପଣଙ୍କ iPhone ରେ ଜର୍ନଲ୍ ଆପ୍ କୁ ଯାଆନ୍ତୁ।

  2. ଏକ ଏଣ୍ଟ୍ରି କମ୍ପୋଜ୍ କରିବା ସମୟରେ, ଏଣ୍ଟ୍ରି ତାରିଖ ଦେଖାଇବା ପାଇଁ ତଳକୁ ସ୍ୱାଇପ୍ କରନ୍ତୁ, ତା’ପରେ ଏହାକୁ ଏଡିଟ୍ କରିବା ପାଇଁ ତାରିଖରେ ଟାପ୍ କରନ୍ତୁ।

ଜର୍ନଲ୍ ଏଣ୍ଟ୍ରି ଡିଲିଟ୍ କରନ୍ତୁ

  1. ଆପଣଙ୍କ iPhone ରେ ଜର୍ନଲ୍ ଆପ୍ କୁ ଯାଆନ୍ତୁ।

  2. ଏକ ଜର୍ନଲ୍ ବାଛନ୍ତୁ କିମ୍ବା ସମସ୍ତ ଏଣ୍ଟ୍ରିରେ ଟାପ୍ କରନ୍ତୁ।

  3. ଏକ ଏଣ୍ଟ୍ରି ଉପରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

    ଡିଲିଟ୍ ହୋଇଥିବା ଏଣ୍ଟ୍ରିଗୁଡ଼ିକ 30 ଦିନ ପାଇଁ ସେଭ୍ ହୋଇଥାଏ।

  4. ଏକାଧିକ ଏଣ୍ଟ୍ରି ଡିଲିଟ୍ କରିବାକୁ, ସ୍କ୍ରୀନ୍‌ର ଶୀର୍ଷରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, “ଏଣ୍ଟ୍ରି ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଏଣ୍ଟ୍ରିକୁ ଚୟନ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଜର୍ନଲ୍ ଏଣ୍ଟ୍ରି ରିକଭର୍ କରନ୍ତୁ

ଆପଣ 30 ଦିନ ପର୍ଯ୍ଯନ୍ତ ଡିଲିଟ୍ ହୋଇଥିବା ଏଣ୍ଟ୍ରିକୁ ରିକଭର୍ କରିପାରିବେ।

  1. ଆପଣଙ୍କ iPhone ରେ ଜର୍ନଲ୍ ଆପ୍ କୁ ଯାଆନ୍ତୁ।

  2. “ସମ୍ପ୍ରତି ଡିଲିଟ୍ କରାଯାଇଛି”ରେ ଟାପ୍ କରନ୍ତୁ। ଆପଣଙ୍କୁ ପ୍ରଥମେ “ଜର୍ନଲ୍‌କୁ ଫେରନ୍ତୁ” ବଟନ୍ ରେ ଟାପ୍ କରିବାକୁ ପଡ଼ିପାରେ।

  3. ଏଣ୍ଟ୍ରି ତଳେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ରିକଭର୍ କରନ୍ତୁ”ରେ ଟାପ୍ କରନ୍ତୁ।

  4. ଏକାଧିକ ଏଣ୍ଟ୍ରି ରିକଭର୍ କରିବାକୁ, “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ଆପଣ ରିକଭର୍ କରିବାକୁ ଚାହୁଁଥିବା ଏଣ୍ଟ୍ରିରେ ଟାପ୍ କରନ୍ତୁ, ତା’ପରେ “ରିକଭର୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.