ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ଘର ଆପ୍‌ରେ, ସୁରକ୍ଷା କ୍ୟାମେରା ସେଟ୍ ଅପ୍ କରନ୍ତୁ

ଆପଣଙ୍କ ଘରର କ୍ୟାମେରା ଦ୍ୱାରା କ୍ୟାପ୍‌ଚର୍ ହୋଇଥିବା ଭିଡିଓ ଆକ୍ଟିଭିଟି ଦେଖିବା ପାଇଁ ଆପଣ ଘର ଆପ୍ ବ୍ୟବହାର କରିପାରିବେ। ଯେକୌଣସି Apple ଘର-ସୁସଙ୍ଗତ କ‍୍ୟାମେରା ସାହାଯ‍୍ୟରେ, ଆପଣ ଘର ଆପ୍‌ରେ ଭିଡିଓ ଷ୍ଟ୍ରୀମ୍ ଦେଖିପାରିବେ, କିଏ ସେହି ଷ୍ଟ୍ରୀମ୍‌ଗୁଡ଼ିକୁ ଦେଖିପାରିବେ ତାହା ବାଛିପାରିବେ ଏବଂ ଆକ୍ଟିଭିଟି ଚିହ୍ନଟ ହେଲେ ନୋଟିଫିକେଶନ୍ ସେଟ୍ ଅପ୍ କରିପାରିବେ

ସୁସଙ୍ଗତ ସୁରକ୍ଷା କ୍ୟାମେରାର ଲିଷ୍ଟ୍ ପାଇଁ ଘର ଆକ୍ସେସରି ୱେବ୍‌ସାଇଟ୍ ଦେଖନ୍ତୁ।

ଯଦି ଆପଣଙ୍କ ପାଖରେ ଗୋଟିଏ କିମ୍ବା ଅଧିକ HomeKit ସୁରକ୍ଷିତ ଭିଡିଓ କ୍ୟାମେରା ଅଛି, ତେବେ ଆପଣ ଅତିରିକ୍ତ ଭାବେ ଏହି ଫୀଚର୍‌ର ସୁବିଧା ନେଇପାରିବେ:

  • ଏନ୍‌କ୍ରିପ୍ଟ୍ ହୋଇଥିବା ଭିଡିଓ: ଆପଣଙ୍କ କ୍ୟାମେରା ଦ୍ୱାରା କ୍ୟାପ୍‌ଚର୍ ହୋଇଥିବା ଭିଡିଓ ବ୍ୟକ୍ତିଗତ ଭାବରେ ବିଶ୍ଳେଷଣ ଏବଂ ଆପଣଙ୍କ ଘର ହବ୍ ଡିଭାଇସ୍ (Apple TV 4K କିମ୍ବା HomePod)ରେ ଏନ୍‌କ୍ରିପ୍ଟ୍ କରାଯାଏ ଏବଂ ସୁରକ୍ଷିତ ଭାବରେ iCloud ରେ ଅପ୍‌ଲୋଡ୍ କରାଯାଏ ଯାହା ଦ୍ୱାରା କେବଳ ଆପଣ ଏବଂ ଆପଣଙ୍କ ଦ୍ବାରା ଶେୟର୍ କରାଯାଇଥିବା ଲୋକମାନଙ୍କୁ ଏହା ଦେଖିଯିବ।

  • ଭିଡିଓ ରେକର୍ଡ୍ କରନ୍ତୁ: ଯଦି ଆପଣ iCloud+କୁ ସବ୍‌ସ୍କ୍ରାଇବ୍ କରନ୍ତି, ତେବେ ଆପଣ ଏକରୁ ଅସୀମ ସଂଖ୍ୟକ କ୍ୟାମେରା ପାଇଁ ଗତ 10 ଦିନର ଆକ୍ଟିଭିଟି ଦେଖିପାରିବେ। 50 GB iCloud+ ପ୍ଲାନ୍ ଗୋଟିଏ କ୍ୟାମେରା, 200 GB iCloud+ ପ୍ଲାନ୍ ସର୍ବାଧିକ ପାଞ୍ଚଟି କ୍ୟାମେରା ଏବଂ 2 TB, 6 TB ଏବଂ 12 TB iCloud+ ପ୍ଲାନ୍ ଅସୀମ ସଂଖ୍ୟକ କ୍ୟାମେରାର ସମର୍ଥନ କରେ।

    ଧ‍୍ୟାନ ଦିଅନ୍ତୁ: ଆପଣଙ୍କ iCloud ଷ୍ଟୋରେଜ୍ ସୀମା ଆଧାରରେ ଭିଡିଓ ବିଷୟବସ୍ତୁ ଗଣନା କରାଯାଏ ନାହିଁ।

  • ଆକ୍ଟିଭିଟି ଜୋନ୍: ଆପଣଙ୍କ କ୍ୟାମେରା ଦୃଶ୍ୟ ମଧ୍ୟରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଫୋକସ୍ କରିବା ପାଇଁ ଜୋନ୍ ତିଆରି କରନ୍ତୁ।

  • ଚେହେରା ଚିହ୍ନଟକରଣ: ଆପଣ ଫଟୋ ଆପ୍‌ରେ ଟାଗ୍ କରିଥିବା ଲୋକମାନେ କ୍ୟାମେରାର ଦୃଶ୍ୟ ମଧ୍ୟରେ ଥିବା ବେଳେ ନୋଟିଫିକେଶନ୍ ପ୍ରାପ୍ତ କରନ୍ତୁ।

iCloud ୟୁଜର୍ ଗାଇଡ୍‌ରେ ଥିବା HomeKit ସୁରକ୍ଷିତ ଭିଡିଓ ସାହାଯ୍ଯରେ iCloud ରେ ଏନ୍‌କ୍ରିପ୍ଟ୍ ହୋଇଥିବା ସିକ୍ୟୁରିଟି କ୍ୟାମେରା ଫୁଟେଜ୍ ଷ୍ଟୋର କରନ୍ତୁ ଏବଂ ଆପଣଙ୍କର ସମସ୍ତ ଡିଭାଇସ୍‌ରେ HomeKit ସୁରକ୍ଷିତ ଭିଡିଓ ସେଟ୍ ଅପ୍ କରନ୍ତୁକୁ ଦେଖନ୍ତୁ।

କ୍ୟାମେରା ସ୍କ୍ରୀନ୍, ଯେଉଁଥିରେ ତିନୋଟି ସୁରକ୍ଷା କ୍ୟାମେରା -ସମ୍ମୁଖ ବରଣ୍ଡା, ଘରର ଜିମ୍ ଏବଂ ରୋଷେଇ ଘରର ଇମେଜ୍ ଦେଖାଯାଉଛି। ପ୍ରତି କ୍ୟାମେରାର ନାମ ତଳେ ଇମେଜ୍ ଅପ୍‌ଡେଟ୍ ହେବା ଠାରୁ ଅତିବାହିତ ସମୟ ପ୍ରଦର୍ଶିତ ହୁଏ। ଉଦାହରଣ ସ୍ୱରୂପ, ସମ୍ମୁଖ ବରଣ୍ଡା କ୍ୟାମେରା ଦର୍ଶାଏ ଯେ ଇମେଜ୍ ଶେଷ ଥର ପାଇଁ 7 ସେକେଣ୍ଡ ପୂର୍ବରୁ ଅପ୍‌ଡେଟ୍ କରାଯାଇଥିଲା।

କ୍ୟାମେରା ବିକଳ୍ପ

ଆପଣ ଘର ଆପ୍‌ରେ ଏକ କ୍ୟାମେରା ଯୋଡ଼ିଲେ, ଆପଣ ଷ୍ଟ୍ରିମିଂ ବିକଳ୍ପ ବାଛିପାରିବେ ଏବଂ କ୍ୟାମେରାକୁ ଏକ ରୁମ୍ ପାଇଁ ଆସାଇନ୍ କରିପାରିବେ। ଏକ HomeKit ସୁରକ୍ଷିତ ଭିଡିଓ କ୍ୟାମେରା ସହିତ, ଆପଣ ରେକର୍ଡିଂ ବିକଳ୍ପ ମଧ‍୍ୟ ବାଛିପାରିବେ। ଡିଫଲ୍ଟ୍ ଭାବରେ, ସର୍ବାଧିକ ଚାରୋଟି କ୍ୟାମେରା ଫେଭରିଟ୍ ଭାବରେ ଚିହ୍ନିତ ହୁଏ ଏବଂ ଘର ଟାବ୍‌ରେ ଦେଖାଯାଏ। ସେହି ସେଟିଂସ୍‌କୁ ପରେ ଏଡିଟ୍ କରିବା ପାଇଁ “କ୍ୟାମେରା ଟାଇଲ୍” ଉପରେ ଟାପ୍ କରନ୍ତୁ, ତା'ପରେ ଏହି ବିକଳ୍ପଗୁଡ଼ିକୁ ଦେଖିବା ପାଇଁ “ସେଟିଂସ୍” ବଟନ୍ ଉପରେ ଟାପ୍ କରନ୍ତୁ:

  • ରୁମ୍: ଏକ କ୍ୟାମେରା ଆପଣଙ୍କ ଘର ଭିତରେ ଏକ ରୂମ୍‌ରେ ଅବସ୍ଥିତ ହୋଇପାରେ କିମ୍ବା ଆପଣ ନିଜ ସମ୍ମୁଖ ବାରଣ୍ଡା କିମ୍ବା ପଛପଟ ପ୍ରାଙ୍ଗଣ ପରି ଏକ ବାହ୍ୟ ଲୋକେଶନ୍ ପାଇଁ ଏକ ରୂମ୍ ତିଆରି କରିପାରିବେ।

  • ନୋଟିଫିକେଶନ୍: “ସ୍ଥିତି ଓ ନୋଟିଫିକେଶନ୍”ରେ ଟାପ୍ କରନ୍ତୁ, ତା'ପରେ କ୍ୟାମେରା ଆକ୍ଟିଭିଟି ଚିହ୍ନଟ କଲେ, ଷ୍ଟାଟସ୍ ପରିବର୍ତ୍ତନ ହେଲେ କିମ୍ବା ଅଫ୍‌ଲାଇନ୍ ହେଲେ ନୋଟିଫିକେଶନ୍ ପାଇବା ପାଇଁ ଚୟନ କରନ୍ତୁ।

  • “HomeKit ସୁରକ୍ଷିତ ଭିଡିଓ କ୍ୟାମେରା” ପାଇଁ ରେକର୍ଡିଂ ବିକଳ୍ପଗୁଡ଼ିକ: ଆପଣ ଘରେ ଥିବାବେଳେ ଏବଂ ବାହାରେ ଥିବାବେଳେ ପାଇଁ ଅଲଗା ରେକର୍ଡିଂ ସେଟିଂସ୍ ତିଆରି କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ଘରେ ଥିବାବେଳେ, ଆପଣଙ୍କ ଘର ଭିତରେ ଏକ କ୍ୟାମେରାରୁ ଷ୍ଟ୍ରିମିଂ ଏବଂ ରେକର୍ଡିଂ ବନ୍ଦ କରିବାକୁ ବାଛି ପାରନ୍ତି, କିନ୍ତୁ ବାହ୍ୟ କ୍ୟମେରାରୁ ଷ୍ଟ୍ରିମିଂ ଏବଂ ରେକର୍ଡିଂ ଜାରି ରଖିପାରନ୍ତି।

    ଧ‍୍ୟାନ ଦିଅନ୍ତୁ: ଘର ଆପ୍ “ଘରେ” ଏବଂ “ବାହାରେ” ମୋଡ୍ ମଧ୍ୟରେ ସ୍ୱିଚ୍ କରିବାକୁ ଘରର ସଦସ୍ୟଙ୍କ ଡିଭାଇସ୍‌ର ଲୋକେଶନ୍ ବ୍ୟବହାର କରେ। ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ ନିଜ iPhone ସହିତ ଘରୁ ବାହାରନ୍ତି, ସେତେବେଳେ କ୍ୟାମେରା “ଘରେ ଥିବାବେଳେ” ସେଟିଂସ୍‌ରୁ “ବାହାରେ ଥିବାବେଳେ” ସେଟିଂସ୍‌କୁ ବଦଳିଯାଏ।

ନୋଟିଫିକେଶନ୍ ସେଟ୍ ଅପ୍ କରନ୍ତୁ

  1. ଆପଣଙ୍କ iPhone ରେ ଘର ଆପ୍ କୁ ଯାଆନ୍ତୁ।

  2. ଘର ଟାବ୍‌ରେ “ଅଧିକ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଘର ସେଟିଂସ୍‌ରେ ଟାପ୍ କରନ୍ତୁ।

  3. କ୍ୟାମେରା ଓ ଡୋର୍‌ବେଲ୍‌ରେ ଟାପ୍ କରନ୍ତୁ।

  4. କ୍ୟାମେରାରେ ଟାପ୍ କରନ୍ତୁ, ତା'ପରେ ଆକ୍ଟିଭିଟି ନୋଟିଫିକେଶନ୍ ଚାଲୁ କରନ୍ତୁ।

    ଗତିବିଧି ଚିହ୍ନଟ ହେଲେ ସମସ୍ତ Apple ଘର-ସୁସଙ୍ଗତ କ୍ୟାମେରା ନୋଟିଫିକେଶନ୍ ପଠାଇପାରିବେ। “HomeKit ସୁରକ୍ଷିତ ଭିଡିଓ କ୍ୟାମେରା” ଅତିରିକ୍ତ ଭାବରେ ଏହି କାରକଗୁଡ଼ିକ ଉପରେ ଆଧାର କରି ନୋଟିଫିକେଶନ୍ ପଠାଇପାରିବେ:

    • ଦିନର ସମୟ

    • ଯେତେବେଳେ କେହି ଘରେ ଥାଆନ୍ତି କିମ୍ବା ନ ଥାଆନ୍ତି

    • ଯେତେବେଳେ ଏକ କ୍ଲିପ୍ ରେକର୍ଡ୍ କରାଯାଏ

    • ଯେତେବେଳେ କୌଣସି କିମ୍ବା ଏକ ନିର୍ଦ୍ଦିଷ୍ଟ ପ୍ରକାରର ମୋଶନ୍ ଚିହ୍ନଟ ହୁଏ

      ଆପଣ ଏକ ନିର୍ଦ୍ଦିଷ୍ଟ ମୋଶନ୍ ଚୟନ କରିଥିଲେ, “କ୍ୟାମେରା” ଲୋକ, ପଶୁ କିମ୍ବା ଯାନବାହାନ କିମ୍ବା ଏକ ପ୍ୟାକେଜ୍ ଡିଲିଭର୍ ହେବା ଚିହ୍ନଟ କଲେ ଆପଣଙ୍କୁ ଏକ ନୋଟିଫିକେଶନ୍ ମିଳିଥାଏ। ଏକ ପ୍ୟାକେଜ୍ ଚିହ୍ନଟ କରିବାକୁ, ଡିଲିଭରି ପରେ ଏହା କ୍ୟାମେରାର ଦୃଶ୍ୟ ମଧ୍ୟରେ ରହିବା ଆବଶ୍ୟକ।

      ଯେକୌଣସି ମୋଶନ୍ ପରିବର୍ତ୍ତେ ଏକ ନିର୍ଦ୍ଦିଷ୍ଟ ମୋଶନ୍ ଚୟନ କଲେ ସମୀକ୍ଷା ପାଇଁ କମ୍ କ୍ଲିପ୍ (ଏବଂ କ୍ଲିପ୍ ନୋଟିଫିକେଶନ୍ କମ୍) ଏବଂ ଭିଡିଓ ମିଳିଥାଏ। ଉଦାହରଣ ସ୍ୱରୂପ, ଯଦି ଆପଣ ଲୋକଙ୍କୁ ଚିହ୍ନଟ କରିବାକୁ ବାଛନ୍ତି, ତେବେ ଆପଣଙ୍କ କ୍ୟାମେରା ଗଛ ଉପରେ ଥିବା ପତ୍ରର ଗତିବିଧି କିମ୍ବା ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ଡେଉଁଥିବା ଗୁଣ୍ଡୁଚିମୁଷାକୁ କ୍ୟପ୍‌ଚର୍ କରେ ନାହିଁ।

HomeKit ସୁରକ୍ଷିତ ଭିଡିଓ କ୍ୟାମେରା ପାଇଁ ଆକ୍ଟିଭିଟି ଜୋନ୍ ତିଆରି କରନ୍ତୁ

ଆପଣ ଏପରି ଜୋନ୍ ତିଆରି କରିପାରିବେ ଯାହା ଆପଣଙ୍କ HomeKit ଦ୍ବାରା ସୁରକ୍ଷିତ ଭିଡିଓ କ୍ୟାମେରାକୁ ଏହାର ଦୃଶ୍ୟ ମଧ୍ୟରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଫୋକସ୍ କରିବାକୁ ଦେଇଥାଏ-ଉଦାହରଣ ସ୍ୱରୂପ, ଆପଣଙ୍କ ସମ୍ମୁଖ ଭାଗରେ ଥିବା ରାସ୍ତା, କିନ୍ତୁ ଏହାର ପଛ ପାଦଚଲା ରାସ୍ତା ନୁହେଁ। ଏହି ଜୋନ୍‌ଗୁଡ଼ିକରେ ମୋଶନ୍ ଚିହ୍ନଟ ହେଲେ ଆପଣଙ୍କୁ ଆଲର୍ଟ୍ କରାଯାଇପାରିବ।

ଧ‍୍ୟାନ ଦିଅନ୍ତୁ: ଆପଣ କେବଳ ଏକ ନିର୍ଦ୍ଦିଷ୍ଟ ମୋଶନ୍ ଚିହ୍ନଟ ହେଲେ ରେକର୍ଡ୍ କରିବାକୁ ସେଟ୍ ଅପ୍ ହୋଇଥିବା କ୍ୟାମେରା ପାଇଁ ଆକ୍ଟିଭିଟି ଜୋନ୍ ତିଆରି କରିପାରିବେ। ଆକ୍ଟିଭିଟି ଜୋନ୍ ମୋଶନ୍ ଡିଟେକ୍ସନ୍ ଅଟୋମେଶନ୍‌କୁ ପ୍ରଭାବିତ କରେ ନାହିଁ।

  1. ଆପଣଙ୍କ iPhone ରେ ଘର ଆପ୍ କୁ ଯାଆନ୍ତୁ।

  2. ଘର ଟାବ୍‌ରେ, “କ୍ୟାମେରା ଟାଇଲ୍”ରେ ଟାପ୍ କରନ୍ତୁ, ତା'ପରେ “ସେଟିଂସ୍” ବଟନ୍ରେ ଟାପ୍ କରନ୍ତୁ।

  3. “ଆକ୍ଟିଭିଟି ଜୋନ୍ ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା'ପରେ ଜୋନ୍ ତିଆରି କରିବା ପାଇଁ “ଭିଡିଓ”ରେ ଟାପ୍ କରନ୍ତୁ।

    ଆପଣଙ୍କ କ୍ୟାମେରା କେବଳ ଆପଣଙ୍କ ଦ୍ବାରା ନିର୍ଦ୍ଦିଷ୍ଟ କରାଯାଇଥିବା ଜୋନ୍ ବାହାରର ମୋଶନ୍ ଚିହ୍ନଟ କରିବା ପାଇଁ “ଇନ୍‌ଭର୍ଟ୍ ଜୋନ୍”ରେ ଟାପ୍ କରନ୍ତୁ।

  4. କ୍ୟାମେରାର ଦୃଶ୍ଯ ମଧ୍ୟରେ ଆପଣ ପସନ୍ଦର ଯେକୌଣସି ଅତିରିକ୍ତ ଜୋନ୍ ତିଆରି କରନ୍ତୁ-ଉଦାହରଣ ସ୍ୱରୂପ, ଗୋଟିଏ ଡ୍ରାଇଭ୍‌ଓ୍ବେ ପାଇଁ ଏବଂ ଅନ୍ୟଟି ମେଲ୍‌ବକ୍ସ୍ ପାଇଁ।

  5. “ସମ୍ପୂର୍ଣ୍ଣ” ଉପରେ ଟାପ୍ କରନ୍ତୁ।

ଏକ ଆକ୍ଟିଭିଟି ଜୋନ୍‌କୁ କାଢ଼ିବା ପାଇଁ ”ଆକ୍ଟିଭିଟି ଜୋନ୍ ଚୟନ କରନ୍ତୁ” ଉପରେ ଟାପ୍ କରନ୍ତୁ, ଏକ “ଜୋନ୍” ଉପରେ ଟାପ୍ କରନ୍ତୁ, ତା'ପରେ “କ୍ଲିୟର୍” ଉପରେ ଟାପ୍ କରନ୍ତୁ।

ଭିଡିଓ ଦେଖନ୍ତୁ

  1. ଆପଣଙ୍କ iPhone ରେ ଘର ଆପ୍ କୁ ଯାଆନ୍ତୁ।

  2. ଘର ଟାବ୍‌ରେ, “କ୍ୟାମେରା ଟାଇଲ୍”ରେ ଟାପ୍ କରନ୍ତୁ।

    ଲାଇଭ୍ ଭିଡିଓ ସ୍ୱୟଂଚାଳିତ ଭାବରେ ଚାଲିବା ଉଚିତ।

  3. ଯଦି ଆପଣ ନିଜ HomeKit ସୁରକ୍ଷିତ ଭିଡିଓ କ୍ୟାମେରା ସହିତ ଭିଡିଓ ରେକର୍ଡ୍ କରିବା ପାଇଁ ବାଛିଛନ୍ତି, ତେବେ ରେକର୍ଡ୍ କରାଯାଇଥିବା କ୍ଲିପ୍‌କୁ ବ୍ରାଉଜ କରିବା ପାଇଁ ସ୍କ୍ରୀନ୍ ତଳେ ଥିବା ଟାଇମ୍‌ଲାଇନ୍ ମାଧ୍ୟମରେ ସ୍ୱାଇପ୍ କରନ୍ତୁ।

  4. ଏହାକୁ ଚଲାଇବା ପାଇଁ “ଗୋଟଏ କ୍ଲିପ୍” ଉପରେ ଟାପ୍ କରନ୍ତୁ।

  5. ଲାଇଭ୍ ଭିଡିଓକୁ ଫେରିବାକୁ “ଲାଇଭ୍” ଉପରେ ଟାପ୍ କରନ୍ତୁ।

ନିର୍ଦ୍ଦିଷ୍ଟ ଗତି ଚିହ୍ନଟ କରିବା ପାଇଁ ଆପଣ କ୍ୟାମେରା ସେଟ୍ ଅପ୍ କଲେ, ଟାଇମ୍‌ଲାଇନ୍ ଲୋକ, ପଶୁ, ଯାନବାହାନ ଏବଂ ପ୍ୟାକେଜ୍ ପାଇଁ ସ୍ବତନ୍ତ୍ର ଚିହ୍ନ ପ୍ରଦର୍ଶିତ କରିଥାଏ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣଙ୍କ “ଘର ହବ୍” ଅପେକ୍ଷା ଆପଣଙ୍କ ଘରେ ଅଧିକ କ୍ୟାମେରା ଅଛି ଯାହା କ୍ୟାମେରାର ଭିଡିଓକୁ ବିଶ୍ଳେଷଣ କରିପାରିବ, ତେବେ କିଛି କ୍ୟାମେରାରେ ଉଠାଯାଇଥିବା ଭିଡିଓର ବିଶ୍ଳେଷଣ କରାଯାଇନପାରେ। ତଥାପି Clips ରେକର୍ଡ୍ କରାଯାଏ କିନ୍ତୁ ସେଗୁଡ଼ିକରେ ବିଶ୍ଳେଷଣ ହୋଇନଥିବା ଭିଡିଓ ବ୍ୟାଜ୍ ଦେଖାଯିବ, ଯାହା ସୂଚାଇଥାଏ ଯେ, ନିର୍ଦ୍ଦିଷ୍ଟ ଗତି ପାଇଁ ରେକର୍ଡ୍ ବିଶ୍ଳେଷଣ କରାଯାଇ ନାହିଁ।

ଆପଣ ନିଜ Mac ରେ ଥିବା ଘର ଆପ୍‌ରେ macOS 10.15.1 କିମ୍ବା ପରବର୍ତ୍ତୀ ଭର୍ଶନ୍ ସହିତ ଲାଇଭ୍ ଏବଂ ରେକର୍ଡ୍ କରାଯାଇଥିବା ଭିଡିଓ ଦେଖିପାରିବେ।

ଆକ୍ସେସ୍‌ର ବିକଳ୍ପ ବାଛନ୍ତୁ

ଅନ୍ୟ ଲୋକଙ୍କୁ ଆପଣଙ୍କ କ୍ୟାମେରାରୁ ଭିଡିଓ ଦେଖିବାର ଅନୁମତି ଦେବା ପାଇଁ, ଏହି ଷ୍ଟେପ୍‌ଗୁଡ଼ିକୁ ଅନୁସରଣ କରନ୍ତୁ:

  1. ଆପଣଙ୍କ iPhone ରେ ଘର ଆପ୍ କୁ ଯାଆନ୍ତୁ।

  2. ଘର ଟାବ୍‌ରେ “ଅଧିକ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଘର ସେଟିଂସ୍‌ରେ ଟାପ୍ କରନ୍ତୁ।

  3. “ଲୋକମାନେ” ଶୀର୍ଷକ ତଳେ ଥିବା ଜଣେ ବ୍ୟକ୍ତିଙ୍କୁ ଟାପ୍ କରନ୍ତୁ।

  4. କ୍ୟାମେରା ଉପରେ ଟାପ୍ କରନ୍ତୁ, ତା'ପରେ ଏକ ବିକଳ୍ପ ବାଛନ୍ତୁ।

ଆପଣଙ୍କ କ୍ୟମେରାରୁ ଅନ୍ୟ ଲୋକଙ୍କୁ ଭିଡିଓ ଦେଖିବାର ଅନୁମତି କିପରି ଦିଆଯିବ ଜାଣିବା ପାଇଁ iPhone ରେ ଆପଣଙ୍କ ଘରର ଆକ୍ସେସରି ନିୟନ୍ତ୍ରଣ କରିବା ପାଇଁ ଅନ୍ୟମାନଙ୍କୁ ଆମନ୍ତ୍ରଣ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.