iPhone ରେ ଥିବା Apple TV ଆପ୍‌ରେ Formula 1 ଦେଖନ୍ତୁ

ଆପଣ Apple TV (କେବଳ U.S.) ସବ୍‌ସ୍କ୍ରାଇବ୍ କରିବା ସମୟରେ “Apple TV ଆପ୍‌ରେ Formula 1” ଆପଣଙ୍କୁ Formula 1 ରେସ୍‌ର ଆକ୍ସେସ୍ ଦେଇଥାଏ।

ପ୍ରୀ- ଏବଂ ପୋଷ୍ଟ୍-ରେସ୍ ପ୍ରୋଗ୍ରାମିଂ ବ୍ଯତୀତ, ଆପଣ ଜଣେ ଡ୍ରାଇଭର୍‌ଙ୍କ ଦୃଷ୍ଟିକୋଣକୁ ଅନୁସରଣ କରିବାଠାରୁ ଆରମ୍ଭ କରି ରିଅଲ୍ ଟାଇମ୍‌ରେ ରେସ୍ କୋର୍ସ୍ ଟ୍ରାକ୍ କରିବା ପର୍ଯ୍ଯନ୍ତ ପ୍ରକୃତରେ ଇମର୍ସିଭ୍ ଦେଖିବାର ଅନୁଭୂତି ପାଇବା ପାଇଁ ଏକାଧିକ F1 ଲାଇଭ୍ ଫୀଡ୍‌ରୁ ଚୟନ କରିପାରିବେ।

ଧ‍୍ୟାନ ଦିଅନ୍ତୁ: କିଛି Formula 1 ରେସ୍ ପ୍ରମୋଶନ୍ ଆଧାରରେ ଦେଖିବା ପାଇଁ ଉପଲବ୍ଧ ହୋଇପାରେ, କିନ୍ତୁ ସମସ୍ତ ରେସ୍, ଶୋ’ ଓ ଫୀଚର୍‌ର ସମ୍ପୂର୍ଣ୍ଣ ଆକ୍ସେସ୍ ପାଇବା ପାଇଁ Apple TV ର ସବ୍‌ସ୍କ୍ରିପ୍ସନ୍ ଆବଶ୍ୟକ।

Formula 1 ଦେଖନ୍ତୁ

  1. ଆପଣଙ୍କ iPhone ରେ Apple TV ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍ ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ Formula 1 ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଫୀଚର୍‌ ହୋଇଥିବା ଇଭେଣ୍ଟ୍‌ ଏକ୍ସ୍‌ପ୍ଲୋର୍ କରନ୍ତୁ: MLS ସ୍କ୍ରୀନ୍‌ର ଶୀର୍ଷରେ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ।

    • ଉପଲବ୍ଧ ରେସ୍, ପ୍ରୋଗ୍ରାମିଂ ଇତ‍୍ୟାଦି ବ୍ରାଉଜ୍ କରନ୍ତୁ: ଏକ ବର୍ଗ ଧାଡ଼ି ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଉପଲବ୍ଧ ବିକଳ୍ପ ଦେଖିବା ପାଇଁ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ।

      ଟିପ୍‌: ଏକ ବର୍ଗରେ ଥିବା ସମସ୍ତ ଆଇଟମ୍ ଦେଖିବା ପାଇଁ କିମ୍ବା ଏକ ସଂଗ୍ରହ ବିଷୟରେ ଅଧିକ ସୂଚନା ଦେଖିବା ପାଇଁ ଏକ ଧାଡ଼ି ଶୀର୍ଷକରେ ଟାପ୍ କରନ୍ତୁ।

  4. ଦେଖିବା ଆରମ୍ଭ କରିବା ପାଇଁ, ଏକ ଇଭେଣ୍ଟ୍‌ରେ ଟାପ୍‌ କରନ୍ତୁ।

    ଯଦି ଏକ ରେସ୍ ଚାଲିଛି, ଲାଇଭ୍ ବ୍ରଡ୍‌କାଷ୍ଟ୍‌ ଦେଖିବା ପାଇଁ “ଲାଇଭ୍ ଦେଖନ୍ତୁ”ରେ କିମ୍ବା ଆରମ୍ଭରୁ ଦେଖିବା ପାଇଁ “ଆରମ୍ଭରୁ ଦେଖନ୍ତୁ”ରେ ଟାପ୍ କରନ୍ତୁ।

ଶୀଘ୍ର ଅନ୍ୟ ଏକ ଲାଇଭ୍ ଷ୍ଟ୍ରୀମ୍‌କୁ ସ୍ୱିଚ୍ କରନ୍ତୁ

  1. ଆପଣଙ୍କ iPhone ରେ Apple TV ଆପ୍ କୁ ଯାଆନ୍ତୁ।

  2. ଲାଇଭ୍ ରେସ୍ ଦେଖିବା ସମୟରେ, ପ୍ଲେବ୍ଯାକ୍‌ କଣ୍ଟ୍ରୋଲ୍ ଦେଖାଇବା ପାଇଁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ।

  3. ଫୀଡ୍ ଉପରେ ଟାପ୍ କରନ୍ତୁ, ତା'ପରେ ଏକ ବିକଳ୍ପ ବାଛନ୍ତୁ।

Apple TV ପାଇଁ ସବ୍‌ସ୍କ୍ରିପ୍ସନ୍ ଆବଶ୍ୟକ, ଯେଉଁଥିରେ କିଛି ଦେଶ ଏବଂ ଅଞ୍ଚଳରେ ନିମ୍ନଲିଖିତ ମଧ‍୍ୟରୁ କିଛି କିମ୍ବା ସମସ୍ତ ଅନ୍ତର୍ଭୁକ୍ତ ହୋଇପାରେ: Friday Night Baseball, Major League Soccer (MLS) ଏବଂ Formula 1। ସମସ୍ତ ଫୀଚର୍ ଏବଂ ବିଷୟବସ୍ତୁ ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। Apple TV ସବ୍‌ସ୍କ୍ରିପ୍ସନ୍‌ରେ ତୃତୀୟ-ପକ୍ଷ ବ୍ରାଣ୍ଡେଡ୍ ସବ୍‌ସ୍କ୍ରିପ୍ସନ୍ ସେବା କିମ୍ବା Apple TV ଆପ୍‌ରେ ଭଡ଼ା କିମ୍ବା କ୍ରୟ ପାଇଁ ଉପଲବ୍ଧ କଣ୍ଟେଣ୍ଟ୍ ଅନ୍ତର୍ଭୁକ୍ତ ନୁହେଁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.