ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଟେକ୍ସ୍‌ଟ୍ ଫର୍ମାଟ୍ କରନ୍ତୁ ଏବଂ ମେସେଜ୍ ଆନିମେଟ୍ କରନ୍ତୁ

ଆପଣ ପଠାଉଥିବା ମେସେଜ୍‌ରେ, ଆପଣଙ୍କ ମେସେଜ ବବଲ୍ କିମ୍ବା ସମ୍ପୂର୍ଣ୍ଣ ସ୍କ୍ରୀନ୍‌ରେ ଥିବା ଟେକ୍ସ୍‌ଟ୍‌କୁ ଫର୍ମାଟ୍ କିମ୍ବା ଆନିମେଟ୍ କରି ନିଜକୁ ପ୍ରକାଶ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଟେକ୍ସ୍‌ଟ୍ ଫର୍ମାଟିଂ କିମ୍ବା ଟେକ୍ସ୍‌ଟ୍ ଇଫେକ୍ଟ୍ ସହିତ ମେସେଜ୍ ପଠାଇବା ଏବଂ ପ୍ରାପ୍ତ କରିବା ପାଇଁ, ଆପଣ ଏବଂ ଆପଣଙ୍କ ପ୍ରାପ୍ତକର୍ତ୍ତା ନିଶ୍ଚିତ ଭାବରେ iMessage ବ୍ଯବହାର କରିବା ଆବଶ୍ଯକ। ପୁରୁଣା କିମ୍ୱା ଅନ୍ୟ ଅପରେଟିଂ ସିଷ୍ଟମ୍ ବ୍ୟବହାର କରୁଥିବା ଡିଭାଇସ୍‌ଗୁଡ଼ିକୁ ମେସେଜ୍ ପଠାଗଲେ ତାହା ସାଧା ଟେକ୍ସ୍‌ଟ୍ ଭାବରେ ଦେଖାଯାଏ।

ମେସେଜ୍ ମଧ୍ୟରେ ଟେକ୍ସଟ୍ ଫର୍ମାଟ୍ କରନ୍ତୁ କିମ୍ବା ଆନିମେଟ୍ କରନ୍ତୁ

ଆପଣଙ୍କ ମେସେଜ୍‌ରେ ଥିବା ଟେକ୍ସ୍‌ଟ୍‌କୁ ବୋଲ୍ଡ୍, ଇଟାଲିକ୍ ଏବଂ ଅଣ୍ଡର୍‌ଲାଇନ୍ କରି ଫର୍ମାଟ୍ କରନ୍ତୁ କିମ୍ବା ଆପଣ iMessage ବ୍ୟବହାର କରି ପଠାଉଥିବା ଟେକ୍ସ୍‌ଟ୍‌ର ଯେକୌଣସି ଅକ୍ଷର, ଶବ୍ଦ କିମ୍ବା ବାକ୍ୟରେ ବିସ୍ଫୋଟ କିମ୍ବା ହଲାଇବା— ଏପରିକି ଇମୋଜି—ଭଳି ଚମତ୍କାର, ଆନିମେଟେଡ୍ ଇଫେକ୍ଟ୍ ଯୋଡ଼ନ୍ତୁ।

ଟେକ୍ସଟ୍ ଫିଲ୍ଡ୍‌ରେ ଚୟନ କରାଯାଇଥିବା ଏକ ନୂଆ ମେସେଜ୍ ଏବଂ ଏହାର ତଳେ ଦର୍ଶାଯାଇଥିବା ଫର୍ମାଟ୍ ଏବଂ ଇଫେକ୍ଟ୍ ବିକଳ୍ପଗୁଡ଼ିକ ସହିତ ଏକ ମେସେଜ୍ ବାର୍ତ୍ତାଳାପ। ଚୟନିତ ଟେକ୍ସଟ୍ ଇଫେକ୍ଟ୍‌ର ପ୍ରୀଭ୍ଯୂ ସହିତ ଦେଖାଯାଉଛି।
  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପରେ, ଏକ ମେସେଜ୍ ଲେଖନ୍ତୁ, ତା’ପରେ ଆପଣ ଫର୍ମାଟ୍ କିମ୍ବା ଆନିମେଟ୍ କରିବାକୁ ଚାହୁଁଥିବା ଟେକ୍ସ୍‌ଟ୍ ଚୟନ କରନ୍ତୁ।

    ଆପଣ ନିଜ ମେସେଜ୍ ଲେଖିବା ସମୟରେ ମେସେଜ୍ ଆପ୍ ଇଫେକ୍ଟ୍ ଲାଗୁ କରିବାକୁ ପରାମର୍ଶ ଦେଇପାରେ।

  3. କୀ’ବୋର୍ଡ୍ ଉପରେ “ଟେକ୍ସଟ୍ ଫର୍ମାଟ୍” ବଟନ୍ ଟାପ୍ କରନ୍ତୁ, ତା'ପରେ ଆପଣଙ୍କ ପସନ୍ଦର ଫର୍ମାଟ୍ (ବୋଲ୍ଡ୍, ଇଟାଲିକ୍, ଅଣ୍ଡର୍‌ଲାଇନ୍, କିମ୍ବା ଷ୍ଟ୍ରାଇକ୍‌ଥ୍ରୁ) କିମ୍ବା ଆନିମେଟ୍ ହୋଇଥିବା ଇଫେକ୍ଟ୍ (ବଡ଼, ଛୋଟ, ହଲାଇବା, ମୁଣ୍ଡ ହଲାଇବା, ବିସ୍ଫୋଟ, ରିପଲ୍, ବ୍ଲୁମ୍ କିମ୍ବା ଜିଟର୍) ଚୟନ କରନ୍ତୁ।

  4. “ପଠାନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

ଆପଣ ଗୋଟିଏ ଶବ୍ଦ, ଇମୋଜି, ଗୋଟିଏ ଶବ୍ଦ, ଇମୋଜି, ବାକ୍ଯ କିମ୍ବା ଆପଣଙ୍କ ସମଗ୍ର ମେସେଜ୍ ଫର୍ମାଟ୍ କିମ୍ବା ଇଫେକ୍ଟ୍ ଲାଗୁ କରିପାରିବେ। ଆପଣ ଟେକ୍ସ୍‌ଟ୍‌ରେ ଯେଉଁ ଫର୍ମାଟ୍ କିମ୍ବା ଇଫେକ୍ଟ୍ ଲାଗୁ କରିବାକୁ ଚାହୁଁଛନ୍ତି, ତାହା ଲେଖିବା ପୂର୍ବରୁ “ଟେକ୍ସଟ୍ ଫର୍ମାଟ୍” ବଟନ୍ ରେ ଟାପ୍ କରନ୍ତୁ।

ମେସେଜ୍ ବବଲ୍ ଆନିମେଟ୍ କରନ୍ତୁ

ମେସେଜ୍ ବବଲ୍ ଆନିମେଟ୍ କରିବା ପାଇଁ ଇଫେକ୍ଟ୍ ବ୍ଯବହାର କରନ୍ତୁ: ଆପଣ “ସ୍ଲାମ୍” କିମ୍ବା “ଲାଉଡ୍” ବ୍ୟବହାର କରି ଏକ ମେସେଜ୍ ପଠାଇପାରିବେ ଯାହା ଦ୍ୱାରା ଏହା ପପ୍ ଆଉଟ୍ ହେବା ପରି ଦେଖାଯାଏ କିମ୍ବା ଏହା ଧୀରେ ଆସିବା ପାଇଁ “ଜେଣ୍ଟଲ୍” ବ୍ୟବହାର କରିପାରିବେ। ଆପଣ ଇନ୍‌ଭିଜିବଲ୍ ଇଙ୍କ୍ ବ୍ଯବହାର କରି ଏକ ପର୍ସନଲ୍ ମେସେଜ୍ ମଧ୍ୟ ପଠାଇପାରିବେ ଯାହା ପ୍ରାପ୍ତକର୍ତ୍ତା ସ୍ୱାଇପ୍ କରି ପ୍ରକାଶ ନକରିବା ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥାଏ।

ମେସେଜ୍‌ରେ ଏକ ବାର୍ତ୍ତାଳାପ ଯେଉଁଥିରେ ଏକ ଟେକ୍ସ୍‌ଟ୍ ମେସେଜ୍ ଏବଂ ଅଦୃଶ‍୍ୟମାନ ଇଙ୍କ୍ ଇଫେକ୍ଟ୍ ସହିତ ପଠାଯାଇଥିବା ଏକ ଫଟୋ ଅନ୍ତର୍ଭୁକ୍ତ।
  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପରେ, ଏକ ମେସେଜ୍ ଲେଖନ୍ତୁ କିମ୍ବା ଏକ ଇମେଜ୍ କିମ୍ବା ଲିଙ୍କ୍ ଇନ୍‌ସର୍ଟ୍ କରନ୍ତୁ।

  3. “ପଠାନ୍ତୁ” ବଟନ୍ ରେ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଏକ ବବଲ୍ ଇଫେକ୍ଟ୍ ପ୍ରୀଭ୍ଯୂ କରିବା ପାଇଁ ଏକ ଧୂସର ଡଟ୍‌ରେ ଟାପ୍ କରନ୍ତୁ।

  4. ଇଫେକ୍ଟ୍ ସହିତ ମେସେଜ୍ ପଠାଇବା ପାଇଁ “ପଠାନ୍ତୁ” ବଟନ୍ ରେ କିମ୍ୱା ଇଫେକ୍ଟ୍ ବାତିଲ୍ କରି ଆପଣଙ୍କ ମେସେଜ୍‌କୁ ଫେରିବାକୁ “ବନ୍ଦ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଯଦି ଆପଣ ଏକ ବବଲ୍ ଇଫେକ୍ଟ୍ ଦେଖୁନାହାନ୍ତି କିମ୍ବା ଆପଣ ପ୍ରାପ୍ତ କରୁଥିବା ମେସେଜ୍‌ରେ ଇଫେକ୍ଟ୍ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ “ଅନ୍‌ସ୍କ୍ରୀନ୍ ମୋଶନ୍ କଷ୍ଟମାଇଜ୍ କରନ୍ତୁ” ଦେଖନ୍ତୁ।

ଫୁଲ୍ ସ୍କ୍ରୀନ୍‌ରେ ଇଫେକ୍ଟ୍‌ଗୁଡ଼ିକୁ ଆନିମେଟ୍ କରନ୍ତୁ

ଆପଣ ଫୁଲ୍-ସ୍କ୍ରୀନ୍ ଇଫେକ୍ଟ୍ ସହିତ ମେସେଜ୍ ପଠାଇ ପାରିବେ—ଯେପରିକି ଲାଇଭ୍ଲି ଲେଜର୍, ମୂଭିଂ ସ୍ପଟ୍‌ଲାଇଟ୍ କିମ୍ବା ଇକୋଇଂ ବବଲ୍—ଯାହା ଆପଣଙ୍କ ପ୍ରାପ୍ତକର୍ତ୍ତା ଆପଣଙ୍କ ମେସେଜ୍ ପାଇବା ପରେ ଚାଲିଥାଏ।

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପରେ, ଏକ ମେସେଜ୍ ଲେଖନ୍ତୁ କିମ୍ବା ଫଟୋ କିମ୍ବା Memoji ଇନ୍‌ସର୍ଟ୍ କରନ୍ତୁ।

  3. “ପଠାନ୍ତୁ” ବଟନ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ।

  4. ଭିନ୍ନ ଭିନ୍ନ ସ୍କ୍ରୀନ୍ ଇଫେକ୍ଟ୍ ପ୍ରୀଭ୍ଯୂ କରିବାକୁ ବାମକୁ ସ୍ୱାଇପ୍ କରନ୍ତୁ।

  5. ମେସେଜ୍ ପଠାଇବା ପାଇଁ “ପଠାନ୍ତୁ” ବଟନ୍ ରେ କିମ୍ୱା ଇଫେକ୍ଟ୍ ବାତିଲ୍ କରି ଆପଣଙ୍କ ମେସେଜ୍‌କୁ ଫେରିବାକୁ “ବନ୍ଦ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ନିର୍ଦ୍ଦିଷ୍ଟ ଟେକ୍ସଟ୍ ଷ୍ଟ୍ରିଙ୍ଗ୍ ପାଇଁ ମେସେଜ ସ୍ୱୟଂଚାଳିତ ଭାବରେ ନିମ୍ନଲିଖିତ ସ୍କ୍ରୀନ୍ ଇଫେକ୍ଟ୍ ବ୍ୟବହାର କରିଥାଏ:

  • “ଜନ୍ମଦିନର ଶୁଭେଚ୍ଛା” ପାଇଁ ବେଲୁନ୍

  • “ଅଭିନନ୍ଦନ” ପାଇଁ କନ୍‌ଫେଟି

  • “ନୂତନ ବର୍ଷର ଶୁଭେଚ୍ଛା” ପାଇଁ ଆତସବାଜି

ଯଦି ଆପଣ ଫୁଲ୍-ସ୍କ୍ରୀନ୍ ଇଫେକ୍ଟ୍ ଦେଖୁନାହାନ୍ତି କିମ୍ବା ଆପଣ ପ୍ରାପ୍ତ କରୁଥିବା ମେସେଜ୍‌ରେ ଇଫେକ୍ଟ୍ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ “ଅନ୍‌ସ୍କ୍ରୀନ୍ ମୋଶନ୍ କଷ୍ଟମାଇଜ୍ କରନ୍ତୁ” ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.