ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ମେସେଜ୍ ଟ୍ରାକ୍ ରଖନ୍ତୁ

ଆପଣ ମିସ୍ କରିଥିବା SMS ଉପରେ ନଜର ରଖିପାରିବେ, ମେସେଜ୍‌କୁ ଅପଠିତ ବୋଲି ଚିହ୍ନିତ କରିପାରିବେ ଏବଂ ବାର୍ତ୍ତାଳାପ ଲିଷ୍ଟ୍‌ରେ ଥିବା ମେସେଜ୍‌କୁ ପ୍ରାଥମିକତା ଦେବା ପାଇଁ ବାର୍ତ୍ତାଳାପକୁ ପିନ୍ ଏବଂ ଅନ୍‌ପିନ୍ କରିପାରିବେ।

ଆପଣ ମିସ୍ କରିଥିବା ମେସେଜ୍‌ଗୁଡ଼ିକୁ ଦେଖନ୍ତୁ

ଆପଣଙ୍କ ନୋଟିଫିକେଶନ୍ ପଜ୍ ଥିବା ସମୟରେ କିମ୍ବା ଆପଣ ନିଜ iPhone ରୁ ଦୂରରେ ଥିବାବେଳେ ମେସେଜ୍ ପ୍ରାପ୍ତ କଲେ, ଆପଣ ଏକ ବାର୍ତ୍ତାଳାପରେ ଦେଖିନଥିବା ପ୍ରଥମ ମେସେଜ୍‌କୁ ଯାଇପାରିବେ।

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଏକ ଅପଠିତ ବାର୍ତ୍ତାଳାପ ଖୋଲନ୍ତୁ, ତା’ପରେ “କ୍ଯାଚ୍ ଅପ୍” ବଟନ୍ରେ ଟାପ୍ କରନ୍ତୁ।

    ବାର୍ତ୍ତାଳାପରେ ଆପଣଙ୍କ ଭ‍୍ୟୂ ପ୍ରଥମ ଅପଠିତ ମେସେଜ୍ ପର୍ଯ‍୍ୟନ୍ତ ଯାଏ।

ମେସେଜ୍‌ଗୁଡ଼ିକୁ ଅପଠିତ ଭାବରେ ଚିହ୍ନିତ କରନ୍ତୁ

ଆପଣଙ୍କ ପାଖରେ ଉତ୍ତର ଦେବାକୁ ସମୟ ନଥିଲେ, ବାର୍ତ୍ତାଳାପଗୁଡ଼ିକୁ ଅପଠିତ ଭାବରେ ଚିହ୍ନଟ କରିପାରିବେ ଯାହା ଦ୍ୱାରା ଆପଣ ପରେ ସେଗୁଡ଼ିକୁ ପୁଣି ଦେଖିପାରିବେ।

ଦୁଇଟି ଅପଠିତ ଏବଂ ଗୋଟିଏ ଅପଠିତ ଭାବରେ ଚିହ୍ନିତ ହୋଇଥିବା ମେସେଜ୍ ସହିତ ମେସେଜ୍ ବାର୍ତ୍ତାଳାପ ଲିଷ୍ଟ୍।
  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ବାର୍ତ୍ତାଳାପ ଲିଷ୍ଟ୍‌ରେ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • ଏକ ବାର୍ତ୍ତାଳାପକୁ ଅପଠିତ ଭାବରେ ଚିହ୍ନଟ କରିବାକୁ ଡାହାଣକୁ ସ୍ୱାଇପ୍ କରନ୍ତୁ।

    • ଡାହାଣକୁ ଡ୍ରାଗ୍ କରନ୍ତୁ ଏବଂ “ଅପଠିତ ଭାବରେ ଚିହ୍ନଟ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଟିପ୍‌: ଆପଣ ଏକ ସମୟରେ ଅନେକ ମେସେଜ୍ ଅପଠିତ ବୋଲି ମଧ୍ୟ ଚିହ୍ନିତ କରିପାରିବେ। ବାର୍ତ୍ତାଳାପ ଲିଷ୍ଟ୍‌ରେ “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, “ମେସେଜ୍ ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ଆପଣ ଅପଠିତ ଭାବରେ ଚିହ୍ନିତ କରିବାକୁ ଚାହୁଁଥିବା ବାର୍ତ୍ତାଳାପ ଚୟନ କରନ୍ତୁ, ତା’ପରେ ନିମ୍ନ-ବାମ କୋଣରେ ଥିବା ଅପଠିତ ମେସେଜ୍‌ରେ ଟାପ୍ କରନ୍ତୁ।

ଆପଣଙ୍କ ଅପଠିତ ମେସେଜ୍‌ଗୁଡ଼ିକର ଏକ ଲିଷ୍ଟ୍ ଦେଖନ୍ତୁ

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ବାର୍ତ୍ତାଳାପ ଲିଷ୍ଟ୍‌ରେ, ଫିଲ୍ଟର୍ ବଟନ୍ ଟାପ୍ କରନ୍ତୁ, ତା’ପରେ “ଅପଠିତ”ରେ ଟାପ୍ କରନ୍ତୁ।

    “ଅପଠିତ” ପାଖରେ ଏକ ଚେକ୍‌ମାର୍କ୍ ଦେଖାଯାଏ ଏବଂ ଫିଲ୍ଟର୍ ଚାଲୁ ଅଛି ବୋଲି ଦର୍ଶାଇବା ପାଇଁ ଆଇକନ୍ ଫିଲ୍ଟର୍ ବଟନ୍ ନୀଳ ହୋଇଯାଏ।

  3. ଆପଣଙ୍କ ଉଭୟ ପଠିତ ଏବଂ ଅପଠିତ ମେସେଜ୍ ପୁନଃ ଦେଖିବା ପାଇଁ ଫିଲ୍ଟର୍ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଅପଠିତ ମେସେଜ୍‌କୁ ଅଚୟନ କରିବାକୁ ଟାପ୍ କରନ୍ତୁ।

ଟିପ୍‌: ଆପଣଙ୍କ ସମସ୍ତ ଅପଠିତ ମେସେଜ୍‌କୁ “ପଠିତ” ଭାବରେ ଚିହ୍ନିତ କରିବାକୁ, “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, “ମେସେଜ୍ ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ସବୁ ପଢ଼ନ୍ତୁ”ରେ ଟାପ୍ କରନ୍ତୁ।

ବାର୍ତ୍ତାଳାପ ପିନ୍ କରନ୍ତୁ

ଆପଣ ନିର୍ଦ୍ଦିଷ୍ଟ ବାର୍ତ୍ତାଳାପକୁ ବାର୍ତ୍ତାଳାପ ଲିଷ୍ଟ୍‌ର ଶୀର୍ଷରେ ପିନ୍ କରିପାରିବେ ଯାହା ଦ୍ୱାରା ଆପଣ ସବୁଠାରୁ ଅଧିକ କଣ୍ଟାକ୍ଟ୍ କରୁଥିବା ଲୋକମାନେ ସର୍ବଦା ଲିଷ୍ଟ୍‌ରେ ଉପରେ ଦେଖାଯିବେ। ପିନ୍ ହୋଇଥିବା ବାର୍ତ୍ତାଳାପ ଆପଣଙ୍କ ବାର୍ତ୍ତାଳାପ ଲିଷ୍ଟ୍‌ର ଶୀର୍ଷରେ ବଡ଼ ଆଇକନ୍ ଭାବରେ ଦେଖାଯାଏ।

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ବାର୍ତ୍ତାଳାପକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ପିନ୍ କରନ୍ତୁ” ଉପରେ ଟାପ୍ କରନ୍ତୁ।

ଏକ ବାର୍ତ୍ତାଳାପ ଅନ୍‌ପିନ୍ କରନ୍ତୁ

ଆପଣ ପିନ୍ ହୋଇଥିବା ବାର୍ତ୍ତାଳାପକୁ ଅନ୍‌ପିନ୍ କରିପାରିବେ ଯାହା ଦ୍ୱାରା ସେଗୁଡ଼ିକ ବାର୍ତ୍ତାଳାପ ଲିଷ୍ଟ୍‌ର ଶୀର୍ଷରେ ଦେଖାଯିବ ନାହିଁ।

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଏକ ପିନ୍ ହୋଇଥିବା ବାର୍ତ୍ତାଳାପକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା'ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ମେସେଜ୍‌କୁ ଲିଷ୍ଟ୍‌ର ତଳଭାଗକୁ ଡ୍ରାଗ୍ କରନ୍ତୁ ଏବଂ ଛାଡ଼ି ଦିଅନ୍ତୁ।

    • “ଅନ୍‌ପିନ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଶେୟର୍ କରାଯାଇଥିବା ଆଇଟମ୍‌କୁ ପିନ୍ କରନ୍ତୁ

ଆପଣ ଏକ ବାର୍ତ୍ତାଳାପ ମଧ୍ୟରେ—କେତେକ ଶେୟର୍ ହୋଇଥିବା ଆଇଟମ୍ ପିନ୍ କରିପାରିବେ—ଯଥା ଲିଙ୍କ୍ କିମ୍ବା ସହଯୋଗ ଆମନ୍ତ୍ରଣ।

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଏକ ମେସେଜ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ପିନ୍ କରନ୍ତୁ” ଉପରେ ଟାପ୍ କରନ୍ତୁ।

  3. ପିନ୍ ହୋଇଥିବା ଆଇଟମ୍ ଖୋଜିବା ପାଇଁ, ବାର୍ତ୍ତାଳାପର ଶୀର୍ଷରେ ଥିବା ଆପଣଙ୍କ କଣ୍ଟାକ୍ଟ୍ କିମ୍ବା ଗ୍ରୂପ୍ ଆଇକନ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ବର୍ଗ (ଯେପରିକି ଲିଙ୍କ୍)ରେ ଟାପ୍ କରନ୍ତୁ। ପିନ୍ ହୋଇଥିବା ଆଇଟମ୍ ଶୀର୍ଷରେ ଦେଖାଯିବ।

ଏକ ପିନ୍ ହୋଇଥିବା ଆଇଟମ୍ ଅନ୍‌ପିନ୍ କରିବାକୁ, ମେସେଜ୍‌ରେ ଏହାକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଅନ୍‌ପିନ୍ କରନ୍ତୁ”ରେ ଟାପ୍ କରନ୍ତୁ। ଯଦି ଆପଣ “ଲିଙ୍କ୍ କିମ୍ବା ଡକ‍୍ୟୁମେଣ୍ଟ୍” ଟାବ୍‌ରେ ଅଛନ୍ତି, ତେବେ ଆଇଟମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ବାର୍ତ୍ତାଳାପରେ “ଦେଖାନ୍ତୁ”ରେ ଟାପ୍ କରନ୍ତୁ, ମେସେଜ୍‌ରେ ଏହାକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଅନ୍‌ପିନ୍ କରନ୍ତୁ”ରେ ଟାପ୍ କରନ୍ତୁ।

ମେସେଜ୍‌ର ସାରାଂଶ ଦେଖନ୍ତୁ

Apple Intelligence* ଆପଣଙ୍କୁ ଏକ ବାର୍ତ୍ତାଳାପରେ ଅପଠିତ ମେସେଜ୍‌ର ସାରାଂଶ ଦେଖାଇପାରିବ। “ମେସେଜ୍ ଆପ୍‌ରେ Apple Intelligence ବ୍ଯବହାର କରନ୍ତୁ” ଦେଖନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.