ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା FaceTime କଲ୍‌ରେ ରିମୋଟ୍ କଣ୍ଟ୍ରୋଲ୍ ପାଇଁ ଅନୁରୋଧ କରନ୍ତୁ କିମ୍ବା ଦିଅନ୍ତୁ

ୱାନ୍-ଟୁ-ୱାନ୍ FaceTime ଭିଡିଓ କିମ୍ବା ଅଡିଓ କଲ୍ ସମୟରେ, ଆପଣ ଅନ୍ୟ କାହାର ସ୍କ୍ରୀନ୍‌କୁ ରିମୋଟ୍ ଭାବେ ନିୟନ୍ତ୍ରଣ କରିପାରିବେ କିମ୍ବା ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ଆପଣଙ୍କ ସ୍କ୍ରୀନ୍‌କୁ ରିମୋଟ୍ ଭାବେ ନିୟନ୍ତ୍ରଣ କରିବାକୁ ଅନୁମତି ଦେଇପାରିବେ। ସ୍କ୍ରୀନ୍ ନିୟନ୍ତ୍ରଣ କରୁଥିବା ବ୍ଯକ୍ତି କୌଣସି ସମସ୍ଯାରେ ସାହାଯ୍ଯ କରିପାରିବେ କିମ୍ବା ଏକ ଆପ୍ କିପରି ବ୍ଯବହାର କରିବେ ତାହା ପ୍ରଦର୍ଶନ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ୟୁରୋପୀୟ ୟୁନିୟନ୍‌ରେ ରିମୋଟ୍ କଣ୍ଟ୍ରୋଲ୍ ସମ୍ପ୍ରତି ଉପଲବ୍ଧ ନାହିଁ।

ରିମୋଟ୍ କଣ୍ଟ୍ରୋଲ୍ ପାଇଁ ଅନୁରୋଧ କରନ୍ତୁ

ଆପଣଙ୍କ ସହିତ ଶେୟର୍ କରାଯାଉଥିବା ଏକ iPhone ସ୍କ୍ରୀନ୍‌ର ନିୟନ୍ତ୍ରଣ ପାଇଁ ଆପଣ ଅନୁରୋଧ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ ଏବଂ ଅନ୍ଯ ଅଂଶଗ୍ରହଣକାରୀମନେ OS 18 କିମ୍ବା ପରବର୍ତ୍ତୀ ଭର୍ଶନ୍ ବ୍ଯବହାର କରୁଥିବା ଆବଶ୍ଯକ।

  1. ଆପଣଙ୍କ iPhone ରେ ଥିବା FaceTime ଆପ୍ କୁ ଯାଆନ୍ତୁ।

  2. ଶେୟର୍ କରାଯାଇଥିବା ସ୍କ୍ରୀନ୍ ଦେଖାଉଥିବା ୱିଣ୍ଡୋରେ ଟାପ୍ କରନ୍ତୁ, ତା’ପରେରିମୋଟ୍ କଣ୍ଟ୍ରୋଲ୍ ବଟନ୍ ରେ ଟାପ୍ କରନ୍ତୁ।

    ଯଦି ଅନ୍ଯ ଅଂଶଗ୍ରହଣକାରୀ ଆପଣଙ୍କ ଅନୁରୋଧକୁ ଗ୍ରହଣ କରନ୍ତି, ତେବେ ଆପଣ “ଶେୟର୍ କରାଯାଇଥିବା ସ୍କ୍ରୀନ୍” ସହ ଇଣ୍ଟରାକ୍ଟ୍ କରିବା ପାଇଁ ଟାପ୍ କିମ୍ବା ସ୍ୱାଇପ୍ କରିପାରିବେ। ଆପଣ ଆପ୍ ଭିତରେ ମଧ୍ଯ ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ବ୍ଯବହାର କରିପାରିବେ।

ଏକ ରିମୋଟ୍ କଣ୍ଟ୍ରୋଲ୍ ଅନୁରୋଧ ଗ୍ରହଣ କରନ୍ତୁ

ଜଣେ ଅଂଶଗ୍ରହଣକାରୀ ଆପଣଙ୍କ କଣ୍ଟାକ୍ଟ୍‌ରେ ସେଭ୍ ଥିଲେ ଏବଂ iOS 18, iPadOS 18, କିମ୍ବା ପରବର୍ତ୍ତୀ ଭର୍ଶନ୍‌ର iPhone କିମ୍ବା iPad ବ‍୍ୟବହାର କରୁଥିଲେ ଆପଣଙ୍କ ସ୍କ୍ରୀନ୍‌କୁ ରିମୋଟ୍‌ରୁ ନିୟନ୍ତ୍ରଣ କରିପାରିବେ। ଆପଣଙ୍କ ଡେଟା ଏବଂ ଗୋପନୀୟତାକୁ ସୁରକ୍ଷିତ ରଖିବା ପାଇଁ, ରିମୋଟ୍ କଣ୍ଟ୍ରୋଲ୍ ଅନୁରୋଧ ପାଇଁ ଅତିରିକ୍ତ ପ୍ରତିବନ୍ଧକ ଲାଗୁ ହୋଇପାରେ।

ଯେତେବେଳେ ଆପଣ ନିଜ iPhone ରେ ଥିବା FaceTime ଆପ୍ ରେ ଏକ ରିମୋଟ୍ କଣ୍ଟ୍ରୋଲ୍ ପାଇଁ ଅନୁରୋଧ ନୋଟିଫିକେଶନ୍ ପ୍ରାପ୍ତ କରନ୍ତି, “ଅନୁମତି ଦିଅନ୍ତୁ”ରେ ଟାପ୍ କରନ୍ତୁ।

ଚେତାବନୀ: ସ୍କ୍ରୀନ୍‌କୁ ରିମୋଟ୍‌ରେ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ଆପଣଙ୍କ iPhone ରେ ଆପ୍ ଖୋଲିବା ଏବଂ ବନ୍ଦ କରିବା, ସେଟିଂସ୍ ପରିବର୍ତ୍ତନ କରିବା, ଆଇଟମ୍ ଡିଲିଟ୍ କରିବା କିମ୍ବା ମେସେଜ୍ ପ୍ରେରଣ କରିବା ଭଳି କାର୍ଯ୍ୟ ସମ୍ପାଦନ କରିପାରିବେ। କେବଳ ଆପଣ ବିଶ୍ୱାସ କରୁଥିବା ଲୋକଙ୍କ ଠାରୁ ରିମୋଟ୍ କଣ୍ଟ୍ରୋଲ୍ ଅନୁରୋଧକୁ ଅନୁମୋଦନ କରନ୍ତୁ।

ସ୍କ୍ରୀନ୍‌କୁ ରିମୋଟ୍‌ରେ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ଆପଣଙ୍କ Apple ଆକାଉଣ୍ଟ୍ କିମ୍ୱା Face ID ସେଟିଂସ୍ ପରିବର୍ତ୍ତନ କରିବା, ପେମେଣ୍ଟ୍ କରିବା କିମ୍ବା ଆପଣଙ୍କ ଡିଭାଇସ୍ ଡିଲିଟ୍ କରିବା ଭଳି କାର୍ଯ୍ୟରୁ ପ୍ରତିବନ୍ଧିତ ହୋଇପାରେ। ରିମୋଟ୍ କଣ୍ଟ୍ରୋଲ୍ ସେଶନ୍ ସମୟରେ ଆପଣଙ୍କ Face ID ଏବଂ Touch ID ଅକ୍ଷମ ରହିବ।

ଆପଣଙ୍କ ସ୍କ୍ରୀନ୍ ରିମୋଟ୍ ଭାବରେ ନିୟନ୍ତ୍ରିତ ଦେଉଥିବା ସମୟରେ ମଧ୍ଯ ଆପଣ ଟାପ୍, ସ୍ୱାଇପ୍ କିମ୍ବା ଟାଇପ୍ କରିପାରିବେ-ରିମୋଟ୍ ଅପେକ୍ଷା ଆପଣଙ୍କ କାର୍ଯ୍ଯକୁ ପ୍ରାଥମିକତା ଦିଆଯାଏ।

ଏକ ରିମୋଟ୍ କଣ୍ଟ୍ରୋଲ୍ ଅନୁରୋଧକୁ ଅସ୍ୱୀକାର କରନ୍ତୁ

ଯେତେବେଳେ ଆପଣ ନିଜ iPhone ର FaceTime ଆପ୍ ରେ ଏକ ରିମୋଟ୍ କଣ୍ଟ୍ରୋଲ୍ ଅନୁରୋଧ ନୋଟିଫିକେଶନ୍ ପ୍ରାପ୍ତ କରନ୍ତି, "ଅନୁମତି ଦିଅନ୍ତୁ ନାହିଁ"ରେ ଟାପ୍ କରନ୍ତୁ। ସ୍କ୍ରୀନ୍ ଶେୟରିଂ ଜାରି ରହିଛି ଏବଂ ଅନ୍ଯ ଅଂଶଗ୍ରହଣକାରୀମାନେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ହାଇଲାଇଟ୍ କରିବା ପାଇଁ ଆପଣଙ୍କ ସ୍କ୍ରୀନ୍‌ରେ ଟାପ୍ କରିପାରିବେ, ଡ୍ର କରିପାରିବେ କିମ୍ବା ଲେଖିପାରିବେ।

ରିମୋଟ୍ କଣ୍ଟ୍ରୋଲ୍ ବନ୍ଦ କରନ୍ତୁ

ଆପଣ ଯେକୌଣସି ସମୟରେ ରିମୋଟ୍ କଣ୍ଟ୍ରୋଲ୍ ବନ୍ଦ କରିପାରିବେ। ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

  • ଯଦି ଆପଣ କାହାକୁ ଆପଣଙ୍କ ସ୍କ୍ରୀନ୍ ନିୟନ୍ତ୍ରଣ କରିବାକୁ ଅନୁମତି ଦେଉଛନ୍ତି: ସ୍କ୍ରୀନ୍ ଶେୟରିଂ ୱିଣ୍ଡୋର ତଳେ ଥିବା “ଷ୍ଟପ୍” ଉପରେ ଟାପ୍ କରନ୍ତୁ।

  • ଯଦି ଆପଣ ଜଣଙ୍କର ସ୍କ୍ରୀନ୍ କଣ୍ଟ୍ରୋଲ୍ କରୁଛନ୍ତି: ସ୍କ୍ରୀନ୍ ଶେୟରିଂ ୱିଣ୍ଡୋର ନିମ୍ନରେ ଥିବା ରିମୋଟ୍ କଣ୍ଟ୍ରୋଲ୍ ବଟନ୍ ରେ ଟାପ୍ କରନ୍ତୁ।

FaceTime କଲ୍ ଶେଷ ହେଲେ ରିମୋଟ୍ କଣ୍ଟ୍ରୋଲ୍ ଏବଂ ସ୍କ୍ରୀନ୍ ଶେୟରିଂ ମଧ୍ଯ ସମାପ୍ତ ହୋଇଯାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.