ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଫଟୋ ଏବଂ ଭିଡିଓ ଦେଖନ୍ତୁ

ଆପଣଙ୍କ iPhone ରେ ଫଟୋ ଏବଂ ଭିଡିଓ ଦେଖିବା ପାଇଁ ଫଟୋ ଆପ୍‌ର ବ୍ଯବହାର କରନ୍ତୁ।

ଫଟୋ ଦେଖନ୍ତୁ

ସ୍କ୍ରୀନ୍‌ର ତଳେ ଅନ୍ୟ ଫଟୋଗୁଡ଼ିକର ଥମ୍ବ୍‌ନେଲ୍ ସହ ଖୋଲାଥିବା ଏକ ଫଟୋ। ଶୀର୍ଷ ବାମ ପାର୍ଶ୍ୱରେ ବ୍ରାଉଜିଂକୁ ଫେରିବାକୁ ଏକ “ପଛକୁ ଯାଆନ୍ତୁ” ବଟନ୍ ଅଛି।
  1. ଆପଣଙ୍କ iPhone ରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଫୁଲ୍ ସ୍କ୍ରୀନ୍‌ରେ ଦେଖିବା ପାଇଁ ଫଟୋକୁ ଟାପ୍ କରନ୍ତୁ।

    ଟିପ୍‌: ସ୍ପେଶିୟଲ୍ ଦୃଶ‍୍ୟ ବଟନ୍ ରେ ଟାପ୍ କରନ୍ତୁ, ତା'ପରେ ଏକ 3D ଇଫେକ୍ଟ୍ ସହିତ ଫଟୋ ଦେଖିବା ପାଇଁ ଆପଣଙ୍କ iPhone କୁ ନିଜ ହାତରେ ମୂଭ୍ କରନ୍ତୁ (iPhone 12 କିମ୍ବା ପରବର୍ତ୍ତୀ ଭର୍ଶନ୍‌ରେ ଉପଲବ୍ଧ)।

  3. ବ୍ରାଉଜିଂ ଜାରି ରଖିବା ପାଇଁ ଫଟୋରେ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ କିମ୍ବା ଶୀଘ୍ର ଆଗକୁ କିମ୍ବା ପଛକୁ ଯିବା ପାଇଁ ଫଟୋ ନିମ୍ନରେ ଥିବା ଥମ୍ବ୍‌ନେଲ୍‌କୁ ସ୍ୱାଇପ୍ କରନ୍ତୁ।

  4. ଫଟୋ ବନ୍ଦ କରିବାକୁ ଏବଂ ଲାଇବ୍ରେରି କିମ୍ବା ସଂଗ୍ରହକୁ ଫେରିବା ପାଇଁ “ପଛକୁ ଯାଆନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଟିପ୍‌: ଆପଣ ଦେଖୁଥିବା ଫଟୋରେ ଫୋକସ୍ କରିବା ପାଇଁ, ଅନ୍‌ସ୍କ୍ରୀନ୍ କଣ୍ଟ୍ରୋଲ୍‌କୁ ଲୁଚାଇବା ପାଇଁ ଏହାକୁ ଟାପ୍ କରନ୍ତୁ। କଣ୍ଟ୍ରୋଲ୍ ଦେଖାଇବା ପାଇଁ ଏହାକୁ ପୁନଃ ଟାପ୍ କରନ୍ତୁ।

ଭିଡିଓ ଚଲାନ୍ତୁ

ପ୍ଲେ/ପଜ୍ ବଟନ୍, ଏକ ପ୍ରୋଗ୍ରେସ୍ ବାର୍ ଏବଂ ନିମ୍ନରେ ଏକ ମ୍ୟୂଟ୍/ଭଲ‍୍ୟୂମ୍ ବଟନ୍ ସହ ଖୋଲାଥିବା ଏକ ଭିଡିଓ। ଶୀର୍ଷ ବାମ ପାର୍ଶ୍ୱରେ ବ୍ରାଉଜିଂକୁ ଫେରିବାକୁ ଏକ “ପଛକୁ ଯାଆନ୍ତୁ” ବଟନ୍ ଅଛି।
  1. ଆପଣଙ୍କ iPhone ରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏହାକୁ ଚଲାଇବା ପାଇଁ ଏକ ଭିଡିଓରେ ଟାପ୍ କରନ୍ତୁ।

    ଭିଡିଓ ଚାଲୁଥିବା ସମୟରେ, ଆପଣ ଭିଡିଓକୁ ପଜ୍ କରିପାରିବେ କିମ୍ବା ଭିଡିଓରେ ଆଗକୁ କିମ୍ବା ପଛକୁ ଯିବା ପାଇଁ ଧଳା ବାର୍‌କୁ ଡ୍ରାଗ୍ କରିପାରିବେ।

  3. ଭିଡିଓ ବନ୍ଦ କରିବାକୁ ଏବଂ ଲାଇବ୍ରେରି କିମ୍ବା ସଂଗ୍ରହକୁ ଫେରିବା ପାଇଁ “ପଛକୁ ଯାଆନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.