ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ର ଭଏସ୍ ମେମୋରେ ଏକ ରେକର୍ଡିଂ ଚଲାନ୍ତୁ

ଆପଣ ନିଜ iPhone ରେ ଅଡିଓ ପ୍ଲେବ୍ୟାକ୍ କଣ୍ଟ୍ରୋଲ୍ ବ୍ୟବହାର କରି ରେକର୍ଡ୍ କରିଥିବା ଅଡିଓ ଚାଲୁ କରିପାରିବେ।

ଆପଣ ପ୍ଲେବ୍ଯାକ୍ ସ୍ପୀଡ୍ ବଦଳାଇବା, ବ୍ୟାକ୍‌ଗ୍ରାଉଣ୍ଡ୍ ନଏଜ୍ ହ୍ରାସ କରିବା ଏବଂ ସାଇଲେନ୍ସ୍ ଫିଲ୍ କରିବା ପାଇଁ ପ୍ଲେବ୍ଯାକ୍ ବିକଳ୍ପ ମଧ୍ୟ ଆଡ୍‌ଜଷ୍ଟ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଏହି ସେଟିଂସ୍ ବଦଳାଇବା ଫଳରେ ରେକର୍ଡିଂ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ରେକର୍ଡିଂ ପାଇଁ ଆପଣ ବାଛିଥିବା ସେଟିଂ ସେହି ନିର୍ଦ୍ଦିଷ୍ଟ ରେକର୍ଡିଂ ସହିତ ରହିଥାଏ ଏବଂ ପ୍ରତ୍ଯେକ ଥର ଆପଣ ରେକର୍ଡିଂ ଚାଲୁ କରିବା ସମୟରେ ଲାଗୁ କରାଯାଇଥାଏ। ଏହା ଅନ୍ୟ ରେକର୍ଡିଂ ପାଇଁ ଲାଗୁ ହୁଏ ନାହିଁ।

ଭଏସ୍ ମେମୋ ଲିଷ୍ଟ୍ ସ୍କ୍ରୀନ୍ ଯାହାର ଶୀର୍ଷରେ ଏକ ଚୟନିତ ରେକର୍ଡିଂ ଆଛି। ରେକର୍ଡିଂ ଟାଇମ୍‌ଲାଇନ୍‌ରେ ଏକ ପ୍ଲେହେଡ୍ ଅଛି, ଯାହାକୁ ଆପଣ ରେକର୍ଡିଂରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ଡ୍ରାଗ୍ କରିପାରିବେ। “ପ୍ଲେ କଣ୍ଟ୍ରୋଲ୍” ଟାଇମ୍‌ଲାଇନ୍‌ର ତଳେ ଅଛି।

କଣ୍ଟ୍ରୋଲ୍

ବର୍ଣ୍ଣନା

“ଚଲାନ୍ତୁ” ବଟନ୍।

ଚଲାନ୍ତୁ

“ପଜ୍ କରନ୍ତୁ” ବଟନ୍।

ପଜ୍ କରନ୍ତୁ

“ପନ୍ଦର ସେକେଣ୍ଡ୍ ରିୱାଇଣ୍ଡ୍ କରନ୍ତୁ” ବଟନ୍।

15 ସେକେଣ୍ଡ୍ ପଛକୁ ଯାଆନ୍ତୁ

“ପନ୍ଦର ସେକେଣ୍ଡ୍ ଫାଷ୍ଟ୍ ଫର୍‌ୱର୍ଡ୍ କରନ୍ତୁ” ବଟନ୍।

15 ସେକେଣ୍ଡ୍ ଆଗକୁ ଯାଆନ୍ତୁ

ଟିପ୍‌: ରେକର୍ଡିଂ ଖୋଲା ଥିବାବେଳେ, ଆପଣ ଏହାକୁ ରୀନେମ୍ କରିବା ପାଇଁ ଏହାର ନାମରେ ଟାପ୍ କରିପାରିବେ।

ପ୍ଲେବ୍ଯାକ୍ ସ୍ପୀଡ୍ ବଦଳାନ୍ତୁ

ଆପଣ ଏକ ରେକର୍ଡିଂକୁ ସ୍ପୀଡ୍ କିମ୍ବା ଶ୍ଲୋ ବେଗରେ ଚାଲୁ କରିପାରିବେ।

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୁଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ରେକର୍ଡିଂ ଲିଷ୍ଟ୍‌ରେ, ଆପଣ ଚଲାଇବାକୁ ଚାହୁଁଥିବା ରେକର୍ଡିଂରେ ଟାପ୍ କରନ୍ତୁ, ତା’ପରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ।

  3. ବିକଳ୍ପ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଧୀର ବେଗ ପାଇଁ ସ୍ଲାଇଡର୍‌କୁ କଇଁଛ ଆଡ଼କୁ ଡ୍ରାଗ୍ କରନ୍ତୁ କିମ୍ବା ଦ୍ରୁତ ବେଗ ପାଇଁ ଠେକୁଆ ଆଡ଼କୁ ଡ୍ରାଗ୍ କରନ୍ତୁ।

  4. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ରେକର୍ଡିଂ ଚଲାଇବା ପାଇଁ “ଚଲାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଏକ ରେକର୍ଡିଂ ଉନ୍ନତ କରନ୍ତୁ

ଆପଣ ମୋନୋ ଏବଂ ଷ୍ଟେରିଓ ରେକର୍ଡିଂ ଚଲାଇବା ସମୟରେ ବ୍ୟାକ୍‌ଗ୍ରାଉଣ୍ଡ୍ ନଏଜ୍ ଏବଂ ଇକୋ ହ୍ରାସ କରିବା ପାଇଁ “ରେକର୍ଡିଂ ଉନ୍ନତ କରନ୍ତୁ” ଚାଲୁ କରିପାରିବେ।

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୁଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ରେକର୍ଡିଂ ଲିଷ୍ଟ୍‌ରେ, ଆପଣ ଉନ୍ନତ କରିବାକୁ ଚାହୁଁଥିବା ରେକର୍ଡିଂରେ ଟାପ୍ କରନ୍ତୁ, ତା’ପରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ।

  3. ବିକଳ୍ପରେ ଟାପ୍ କରନ୍ତୁ, ତା’ପରେ “ରେକର୍ଡିଂ ଏନ୍‌ହାନ୍ସ୍ କରନ୍ତୁ” ଚାଲୁ କରନ୍ତୁ।

  4. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ରେକର୍ଡିଂ ଚଲାଇବା ପାଇଁ “ଚଲାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଗୋଟିଏ ରେକର୍ଡିଂ ଚଲାଇବା ସମୟରେ ଗ୍ଯାପ୍‌କୁ ବାଦ୍ ଦିଅନ୍ତୁ

ଭଏସ୍ ମେମୋ ଆପଣଙ୍କ ମୋନୋ ଏବଂ ଷ୍ଟେରିଓ ରେକର୍ଡିଂର ବିଶ୍ଳେଷଣ କରିପାରିବ ଏବଂ ସେଗୁଡ଼ିକୁ ଚଲାଇବା ସମୟରେ ବ‍୍ୟବଧାନକୁ ସ୍ୱୟଂଚାଳିତ ଭାବରେ ବାଦ୍ ଦେଇପାରିବ।

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୂଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ଆପଣ ଚଲାଇବାକୁ ଚାହୁଁଥିବା ରେକର୍ଡିଂରେ ଟାପ୍ କରନ୍ତୁ, ତା’ପରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ।

  3. ବିକଳ୍ପରେ ଟାପ୍ କରନ୍ତୁ, ତା’ପରେ “ନୀରବ କରିବା ବାଦ୍ ଦିଅନ୍ତୁ”କୁ ଚାଲୁ କରନ୍ତୁ।

  4. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ରେକର୍ଡିଂ ଚଲାଇବା ପାଇଁ “ଚଲାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ବ୍ୟାକ୍‌ଗ୍ରାଉଣ୍ଡ୍ ନଏଜ୍ ଏବଂ ରୀଭର୍ବ୍ କମ୍ କରିବା ପାଇଁ ଷ୍ଟୁଡିଓ ଭଏସ୍ ଚାଲୁ କରନ୍ତୁ

ଆପଣ ନିଜ ସ୍ପେଶିୟଲ୍ ଅଡିଓ ରେକର୍ଡିଂ ରେ ବ୍ୟାକ୍‌ଗ୍ରାଉଣ୍ଡ୍ ନଏଜ୍ ଏବଂ ରିଭର୍ବ୍‌କୁ ସ୍ୱୟଂଚାଳିତ ଭାବରେ ହ୍ରାସ କରିବା ପାଇଁ ଷ୍ଟୁଡିଓ ଭଏସ୍ ଚାଲୁ କରିପାରିବେ ଏବଂ ଏହାକୁ ଅଧିକ ପ୍ରଫେଶ୍ନଲ୍ ଷ୍ଟୁଡିଓରେ ରେକର୍ଡିଂ କରିବା ଭଳି ଶୁଣାଇପାରିବେ (ସମର୍ଥିତ iPhone ମଡେଲ୍ ରେ ଉପଲବ୍ଧ)।

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୂଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ଆପଣ ଚଲାଇବାକୁ ଚାହୁଁଥିବା ରେକର୍ଡିଂରେ ଟାପ୍ କରନ୍ତୁ, ତା’ପରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ।

  3. ବିକଳ୍ପରେ ଟାପ୍ କରନ୍ତୁ, ଷ୍ଟୁଡିଓ ଭଏସ୍ ଚାଲୁ କରନ୍ତୁ, ତା’ପରେ ଇଫେକ୍ଟ୍ ଏବଂ ବ୍ୟାକ୍‌ଗ୍ରାଉଣ୍ଡ୍ ନଏଜ୍ ଲେଭଲ୍ ବଢ଼ାଇବା କିମ୍ବା କମାଇବା ପାଇଁ ସ୍ଲାଇଡର୍‌କୁ ଡ୍ରାଗ୍ କରନ୍ତୁ।

  4. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ରେକର୍ଡିଂ ଚଲାଇବା ପାଇଁ “ଚଲାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ପ୍ଲେବ୍ଯାକ୍ ବିକଳ୍ପକୁ ରୀସେଟ୍ କରନ୍ତୁ

ଆପଣ ଗୋଟିଏ ରେକର୍ଡିଂ ପାଇଁ ସମସ୍ତ ପ୍ଲେବ୍ୟାକ୍ ବିକଳ୍ପକୁ ସମାନ ସମୟରେ ଅରିଜିନଲ୍ ସେଟିଂସ୍‌କୁ ଫେରାଇ ପାରିବେ।

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୂଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ଆପଣ ଯେଉଁ ରେକର୍ଡିଂ ପାଇଁ ପ୍ଲେବ୍ୟାକ୍ ବିକଳ୍ପ ବନ୍ଦ କରିବାକୁ ଚାହୁଁଛନ୍ତି ସେଥିରେ ଟାପ୍ କରନ୍ତୁ, ତା’ପରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ।

  3. ବିକଳ୍ପଗୁଡ଼ିକରେ ଟାପ୍ କରନ୍ତୁ, ତା’ପରେ ’ରୀସେଟ କରନ୍ତୁ’ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.