ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ନୋଟ୍ ଆପ୍‌ରେ Apple Intelligence ବ‍୍ୟବହାର କରନ୍ତୁ

ଆପଣ ନୋଟ୍‌ରେ ଅଡିଓ ରେକର୍ଡ୍ କରିପାରିବେ—ଯେପରିକି କ୍ଲାସ୍ ଲେକ୍‌ଚର୍ କିମ୍ବା ଏକ ଗୁରୁତ୍ବପୂର୍ଣ୍ଣ ମୀଟିଂ—ତା’ପରେ ଟ୍ରାନ୍‌ସ୍କ୍ରିପ୍ଟ୍‌ର ଏକ ସାରାଂଶ ଜେନେରେଟ୍ କରିବା ପାଇଁ Apple Intelligence* ବ୍ୟବହାର କରନ୍ତୁ, ଯାହା ଦ୍ବାରା ଆପଣ ଗୋଟିଏ ଝଲକରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇପାରିବେ। ଆପଣ ସାରାଂଶକୁ ମଧ୍ଯ କପି ଏବଂ ଶେୟର୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: Apple Intelligence ସମସ୍ତ iPhone ମଡେଲ୍‌ ରେ କିମ୍ବା ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। ** ସାମ୍ପ୍ରତିକ ଉପଲବ୍ଧ ଫୀଚର୍‌ଗୁଡ଼ିକୁ ଆକ୍ସେସ୍ କରିବା ପାଇଁ, ନିଶ୍ଚିତ କରନ୍ତୁ ଯେ ଆପଣ iOS ର ନବୀନତମ ଭର୍ଶନ୍ ବ୍ୟବହାର କରୁଛନ୍ତି ଏବଂ Apple Intelligence ଚାଲୁ କରିଛନ୍ତି

ଏକ ଅଡିଓ ରେକର୍ଡିଂର ସାରାଂଶ ଦେଖନ୍ତୁ

ଆପଣ ନୋଟ୍ ଆପ୍‌ରେ ଏକ ଅଡିଓ ନୋଟ୍ ରେକର୍ଡ୍ କରିବା ପରେ, ଆପଣ ରେକର୍ଡିଂର ସାରାଂଶ ଦେଖିପାରିବେ।

  1. ଆପଣଙ୍କ iPhone ରେ ନୋଟ୍ ଆପ୍ କୁ ଯାଆନ୍ତୁ।

  2. ରେକର୍ଡିଂ ସହିତ ଏକ ନୋଟ୍ ଖୋଲନ୍ତୁ।

  3. ରେକର୍ଡିଂରେ ଟାପ୍ କରନ୍ତୁ, ତା’ପରେ ସାରାଂଶରେ ଟାପ୍ କରନ୍ତୁ।

ଟିପ୍‌: ଆପଣ ଭଏସ୍ ମେମୋ ରେ ଲିଖନ ଟୂଲ୍ ବ୍ୟବହାର କରି ଏକ ଅଡିଓ ରେକର୍ଡିଂକୁ ସଂକ୍ଷିପ୍ତ କରିପାରିବେ। ଏକ ରେକର୍ଡିଂରେ ଟାପ୍ କରନ୍ତୁ, “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, "ଟ୍ରାନ୍‌ସ୍କ୍ରିପ୍ଟ୍ ଦେଖନ୍ତୁ"ରେ ଟାପ୍ କରନ୍ତୁ, ତା’ପରେ ଟେକ୍ସ୍‌ଟ୍‌କୁ ସଂକ୍ଷିପ୍ତ ଏବଂ ବ୍ଯବସ‍୍ଥିତ କରିବା ପାଇଁ ଷ୍ଟେପ୍ ଅନୁସରଣ କରନ୍ତୁ।

ସାରାଂଶକୁ କପି କିମ୍ବା ଶେୟର୍ କରନ୍ତୁ

  1. ଆପଣଙ୍କ iPhone ରେ ନୋଟ୍ ଆପ୍ କୁ ଯାଆନ୍ତୁ।

  2. ରେକର୍ଡିଂ ସହିତ ଏକ ନୋଟ୍ ଖୋଲନ୍ତୁ।

  3. ରେକର୍ଡିଂରେ ଟାପ୍ କରନ୍ତୁ, ତା’ପରେ ସାରାଂଶରେ ଟାପ୍ କରନ୍ତୁ।

  4. ସାରାଂଶର ଶୀର୍ଷରେ ଥିବା “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ସାରାଂଶ କପି କରନ୍ତୁ” କିମ୍ବା “ସାରାଂଶ ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ।

*Apple Intelligence ଜେନେରେଟିଭ୍ ମଡେଲ୍ ବ‍୍ୟବହାର କରେ ଏବଂ ଆଉଟ୍‌ପୁଟ୍ ଭିନ୍ନ ହୋଇପାରେ। ସଠିକତା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଯାଞ୍ଚ କରନ୍ତୁ।
**Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.