iPhone ରେ ପଡ୍‌କାଷ୍ଟ୍‌ରୁ ଆରମ୍ଭ କରନ୍ତୁ

ପଡ୍‌କାଷ୍ଟ୍ ଆପ୍ ନ‍୍ୟୁଜ୍, ପ୍ରକୃତ ଅପରାଧ, କମେଡି ଇତ୍ଯାଦି ଭଳି ବିଭିନ୍ନ ବିଷୟ ଉପରେ ଲକ୍ଷ ଲକ୍ଷ ଶୋ’ ଅଫର୍ କରେ। ଆପଣ ଅନ୍‌ଲାଇନ୍‌ କିମ୍ବା ଡାଉନ୍‌ଲୋଡ୍‌ ଏପିସୋଡ୍ ଦେଖିପାରିବେ କିମ୍ବା ଶୁଣିପାରିବେ ଯାହା ଦ୍ବାରା ଆପଣ ଇଣ୍ଟର୍‌ନେଟ୍‌ ସହିତ ସଂଯୁକ୍ତ ନଥିଲେ ମଧ‍୍ୟ ସେଗୁଡ଼ିକୁ ଚଲାଇ ପାରିବେ।

ପଡ୍‌କାଷ୍ଟ୍‌ର ବର୍ଗ ଦେଖାଉଥିବା ପଡ୍‌କାଷ୍ଟ୍ ଆପ୍‌ରେ ସର୍ଚ୍ଚ୍ ସ୍କ୍ରୀନ୍। ସ୍କ୍ରୀନ୍‌ର ନିମ୍ନ ପାର୍ଶ୍ବ ଆଡ଼କୁ MiniPlayer ଅଛି। ତାହାର ନିମ୍ନରେ ହୋମ୍ ବଟନ୍ ଏବଂ ସର୍ଚ୍ଚ୍ ଫିଲ୍ଡ୍ ଅଛି।

ପଡ୍‌କାଷ୍ଟ୍ ଖୋଜନ୍ତୁ

ଆପଣଙ୍କ ରୁଚି ସହିତ ମେଳ ହେଉଥିବା ବର୍ଗ, ଚ୍ୟାନେଲ୍, ଶୋ’ କିମ୍ୱା ଏପିସୋଡ୍ ଖୋଜିବାକୁ ଆପଣ ସର୍ଚ୍ଚ୍ ଫୀଚର୍ ବ୍ୟବହାର କରିପାରିବେ। ବର୍ଗ ଅନୁସାରେ ଶୋ’ ବ୍ରାଉଜ୍ କରିବା ପାଇଁ ସର୍ଚ୍ଚ୍ ବଟନ୍ ରେ ଟାପ୍ କରନ୍ତୁ କିମ୍ବା ସର୍ଚ୍ଚ୍ କରନ୍ତୁ। କିଛି ନିର୍ଦ୍ଦିଷ୍ଟ ଖୋଜିବା ପାଇଁ ଏକ ଶବ୍ଦ କିମ୍ବା ବାକ୍ଯାଂଶ ଲେଖନ୍ତୁ, ଯେପରିକି ଏକ ଶୋ’ର ନାମ, ବ୍ଯକ୍ତି କିମ୍ବା ବର୍ଗ।

ପଡ୍‌କାଷ୍ଟ୍‌ ଆପ୍‌ରେ ଥିବା “ବର୍ତ୍ତମାନ ଚାଲୁଥିବା ସ୍କ୍ରୀନ୍‌” ଏକ ଭିଡିଓ ଦେଖାଉଛି। ଭିଡିଓ ତଳେ ପଡ୍‌କାଷ୍ଟ୍ ଆର୍ଟ୍‌ୱର୍କ୍, ଏପିସୋଡ୍ ଶୀର୍ଷକ, ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ ଓ ଭଲ୍ଯୂମ୍ ସ୍ଲାଇଡର୍ ଅଛି। ଟାବ୍‌ର ନିମ୍ନରେ “ଟ୍ରାନ୍‌ସ୍କ୍ରିପ୍ଟ୍ ଦେଖନ୍ତୁ” ବଟନ୍, AirPlay ଆଇକନ୍ ଏବଂ "ଏହା ପରେ ଚାଲିବ" ବଟନ୍ ଅଛି।

ପଡ୍‌କାଷ୍ଟ୍‌ ଦେଖନ୍ତୁ ଏବଂ ଶୁଣନ୍ତୁ

ଏକ ଶୋ’ କିମ୍ବା ଏପିସୋଡ୍ ଚଲାଇବା ଆରମ୍ଭ କରିବା ପାଇଁ “ଚଲାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ। ଅଡିଓ ଏପିସୋଡ୍ ପାଇଁ, “ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍ ଖୋଲିବାକୁ ସ୍କ୍ରୀନ୍ ତଳେ ଥିବା MiniPlayer ରେ ଟାପ୍ କରନ୍ତୁ, ଯେଉଁଠାରେ ଆପଣ ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ ଆକ୍ସେସ୍ କରିପାରିବେ, ନିଜ କ୍ଯୂ’ କିମ୍ବା ଟ୍ରାନ୍‌ସ୍କ୍ରିପ୍ଟ୍ ଦେଖିପାରିବେ ଏବଂ ଅଡିଓ ଓ ଭିଡିଓ ପାଇଁ ଆଉଟ୍‌ପୁଟ୍ ଡିଭାଇସ୍ ଚୟନ କରିପାରିବେ। ସମ୍ପୂର୍ଣ୍ଣ ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ ସହିତ ଭିଡିଓ ଏପିସୋଡ୍ ସିଧାସଳଖ “ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍‌ରେ ଖୋଲେ।

ପଡ୍‌କାଷ୍ଟ୍ ଆପ୍‌ରେ ଏକ ଏପିସୋଡ୍ ଲିଷ୍ଟ୍ ଦେଖାଉଥିବା ଏକ ଶୋ’ ପୃଷ୍ଠା। ସ୍କ୍ରୀନ୍‌ର ଶୀର୍ଷରେ “ପଛକୁ ଯାଆନ୍ତୁ”, “ଫଲୋ କରନ୍ତୁ” ଏବଂ “ଅଧିକ” ବଟନ୍ ଅଛି। ସ୍କ୍ରୀନ୍‌ର ନିମ୍ନ ପାର୍ଶ୍ବ ଆଡ଼କୁ MiniPlayer ଅଛି। ନିମ୍ନରେ ହୋମ୍, ନୂଆ, ଲାଇବ୍ରେରି ଏବଂ ସର୍ଚ୍ଚ୍ ବଟନ୍ ଅଛି।

ଏକ ଶୋ’ ଫଲୋ କରନ୍ତୁ

ଆପଣ ପସନ୍ଦ କରୁଥିବା ଶୋ’କୁ ପାଇଲେ, ଏହାକୁ ଆପଣଙ୍କ ଲାଇବ୍ରେରିରେ ଯୋଡ଼ିବାକୁ “ଅନୁସରଣ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ। ଆପଣ ସ୍ୱୟଂଚାଳିତ ଭାବରେ ଅନୁସରଣ କରୁଥିବା ଶୋ'ର ନୂଆ ଏପିସୋଡ୍ ଡାଉନ୍‌ଲୋଡ୍ କରିବେ କି ନାହିଁ ଏବଂ ନୂଆ ଏପିସୋଡ୍ ଉପଲବ୍ଧ ଥିବା ସମୟରେ ନୋଟିଫିକେଶନ୍ ପ୍ରାପ୍ତ କରିବେ କି ନାହିଁ ଚୟନ କରିପାରିବେ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.