ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ଷ୍ଟାଟସ୍ ଆଇକନ୍‌ର ଅର୍ଥ ଜାଣନ୍ତୁ

ସ୍କ୍ରୀନ୍‌ର ଶୀର୍ଷରେ ଷ୍ଟାଟସ୍ ବାର୍‌ରେ ଥିବା ଆଇକନ୍‌ଗୁଡ଼ିକ iPhone ବିଷୟରେ ସୂଚନା ପ୍ରଦାନ କରେ। Face ID ଥିବା iPhone ରେ, କଣ୍ଟ୍ରୋଲ୍ ସେଣ୍ଟର୍ର ଶୀର୍ଷରେ ଅତିରିକ୍ତ ସ୍ଥିତି ଆଇକନ୍ ଥାଏ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଏକ ଫୋକସ୍ ଚାଲୁ କରନ୍ତି, ତେବେ ଏହାର ଆଇକନ୍ ସ୍ଥିତି ବାର୍‌ରେ ଦେଖାଯିବ।

ସ୍ଥିତି ଆଇକନ୍

ଏହାର ଅର୍ଥ କ’ଣ

Wi-Fi ସ୍ଥିତି ଆଇକନ୍।

Wi-Fi। iPhone ଏକ Wi-Fi ନେଟ୍‌ୱର୍କ୍ ଜରିଆରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇଛି। ଉପଲବ୍ଧ ଥିବା ନେଟ୍‌ୱର୍କ୍ ଦେଖନ୍ତୁ ଏବଂ Wi-Fi ସହିତ ସଂଯୋଗ କରନ୍ତୁ ଦେଖନ୍ତୁ।

ମୋବାଇଲ୍ ସିଗନଲ୍ କ୍ଷମତା ସ୍ଥିତି ଆଇକନ୍ (ଚାରୋଟି ବାର୍)।

ସେଲ୍ ସିଗ୍‌ନଲ୍। ବାର୍ ସଂଖ୍ଯା ଆପଣଙ୍କ ମୋବାଇଲ୍ ସେବାର ସିଗ୍‌ନଲ୍ କ୍ଷମତା ସୂଚାଇଥାଏ। ଯଦି କୌଣସି ସିଗ୍‌ନଲ୍ ନାହିଁ, ତେବେ “ସେବା ଉପଲବ୍ଧ ନାହିଁ” ଦେଖାଯିବ।

ଦୁଇଟି ମୋବାଇଲ୍ ନେଟ୍‌ୱର୍କ୍ ପାଇଁ ସିଗ୍‌ନଲ୍ ସାମର୍ଥ‍୍ୟ ଷ୍ଟାଟସ୍ ଆଇକନ୍ (ଚାରୋଟି ବାର୍)।

ଡୁଆଲ୍ ସେଲ୍ ସିଗ୍‌ନଲ୍। ଡୁଆଲ୍ ସିମ୍ ଥିବା ମଡେଲ୍ରେ ବାର୍‌ର ଉପର ଧାଡ଼ି ଆପଣ ମୋବାଇଲ୍ ସେବା ଡେଟା ପାଇଁ ବ୍ଯବହାର କରୁଥିବା ଲାଇନ୍‌ର ସିଗନଲ୍ ଶକ୍ତିକୁ ସୂଚାଇଥାଏ। ବାର୍‌ର ନିମ୍ନ ଧାଡ଼ି ଆପଣଙ୍କ ଅନ୍ଯ ଲାଇନ୍‌ର ସିଗନଲ୍ ଶକ୍ତିକୁ ସୂଚାଇଥାଏ। ଯଦି କୌଣସି ସିଗ୍‌ନଲ୍ ନାହିଁ, ତେବେ “ସେବା ଉପଲବ୍ଧ ନାହିଁ” ଦେଖାଯିବ। ଅନୁରୂପ ମୋବାଇଲ୍ ପ୍ଲାନ୍ ଲେବଲ୍ ଏବଂ ନେଟ୍‌ୱର୍କ୍ ପ୍ରଦାନକାରୀ ନାମ ସହିତ ଷ୍ଟାଟସ୍ ଆଇକନ୍ ଦେଖିବା ପାଇଁ କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

ଏୟର୍‌ପ୍ଲେନ୍ ମୋଡ୍ ସ୍ଥିତି ଆଇକନ୍।

ଏୟର୍‌ପ୍ଲେନ୍ ମୋଡ୍। ଏୟର୍‌ପ୍ଲେନ୍ ମୋଡ୍ ଚାଲୁ ଅଛି-ଆପଣ ଫୋନ୍ କଲ୍ କରିପାରିବେ ନାହିଁ ଏବଂ ଅନ୍ଯ ୱାୟର୍‌ଲେସ୍ ଫଙ୍କ୍‌ଶନ୍ ଅକ୍ଷମ ହୋଇପାରେ। ଯାତ୍ରା ପାଇଁ ସେଟିଂସ୍ ବାଛନ୍ତୁ ଦେଖନ୍ତୁ।

5G ସ୍ଥିତି ଆଇକନ୍।

5G। ଆପଣଙ୍କ ନେଟ୍‌ୱର୍କ୍ ପ୍ରଦାନକାରୀଙ୍କ 5G ନେଟ୍‌ୱର୍କ୍ ଉପଲବ୍ଧ ଅଛି ଏବଂ ସମର୍ଥିତ ମଡେଲ୍‌ଗୁଡ଼ିକ ସେହି ନେଟ୍‌ୱର୍କ୍‌ରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ)। Apple ସହାୟତା ଆର୍ଟିକଲ୍ ଆପଣଙ୍କ iPhone ସହିତ 5G ବ୍ଯବହାର କରନ୍ତୁଦେଖନ୍ତୁ।

5G ସ୍ଥିତି ଆଇକନ୍।

5G UC। ଆପଣଙ୍କ ନେଟ୍‌ୱର୍କ୍ ପ୍ରଦାନକାରୀର 5G UC ନେଟ୍‌ୱର୍କ୍ ଉପଲବ୍ଧ ଅଛି, ଯେଉଁଥିରେ ଆପଣଙ୍କ ନେଟ୍‌ୱର୍କ୍ ପ୍ରଦାନକାରୀର 5G ର ଉଚ୍ଚତର ଫ୍ରୀକ୍ୱେନ୍ସି ଭର୍ଶନ୍ ଅନ୍ତର୍ଭୁକ୍ତ ହୋଇପାରେ। ସମର୍ଥିତ ମଡେଲ୍‌ଗୁଡ଼ିକ ସେହି ନେଟ୍‌ୱର୍କ୍‌ରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ)। Apple ସହାୟତା ଆର୍ଟିକଲ୍ ଆପଣଙ୍କ iPhone ସହିତ 5G ବ୍ଯବହାର କରନ୍ତୁଦେଖନ୍ତୁ।

5G+ ସ୍ଥିତି ଆଇକନ୍।

5G+। ଆପଣଙ୍କ ନେଟ୍‌ୱର୍କ୍ ପ୍ରଦାନକାରୀର 5G+ ନେଟ୍‌ୱର୍କ୍ ଉପଲବ୍ଧ ଅଛି, ଯେଉଁଥିରେ ଆପଣଙ୍କ ନେଟ୍‌ୱର୍କ୍ ପ୍ରଦାନକାରୀର 5G ର ଉଚ୍ଚତର ଫ୍ରୀକ୍ୱେନ୍ସି ଭର୍ଶନ୍ ଅନ୍ତର୍ଭୁକ୍ତ ହୋଇପାରେ। ସମର୍ଥିତ ମଡେଲ୍‌ଗୁଡ଼ିକ ସେହି ନେଟ୍‌ୱର୍କ୍‌ରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ)। Apple ସହାୟତା ଆର୍ଟିକଲ୍ ଆପଣଙ୍କ iPhone ସହିତ 5G ବ୍ଯବହାର କରନ୍ତୁଦେଖନ୍ତୁ।

5G UW ସ୍ଥିତି ଆଇକନ୍।

5G UW। ଆପଣଙ୍କ ନେଟ୍‌ୱର୍କ୍ ପ୍ରଦାନକାରୀର 5G UW ନେଟ୍‌ୱର୍କ୍ ଉପଲବ୍ଧ ଅଛି, ଯେଉଁଥିରେ ଆପଣଙ୍କ ନେଟ୍‌ୱର୍କ୍ ପ୍ରଦାନକାରୀର 5G ର ଉଚ୍ଚତର ଫ୍ରୀକ୍ୱେନ୍ସି ଭର୍ଶନ୍ ଅନ୍ତର୍ଭୁକ୍ତ ହୋଇପାରେ। ସମର୍ଥିତ ମଡେଲ୍‌ଗୁଡ଼ିକ ସେହି ନେଟ୍‌ୱର୍କ୍‌ରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ)। Apple ସହାୟତା ଆର୍ଟିକଲ୍ ଆପଣଙ୍କ iPhone ସହିତ 5G ବ୍ଯବହାର କରନ୍ତୁଦେଖନ୍ତୁ।

5G E ସ୍ଥିତି ଆଇକନ୍।

5G E। ଆପଣଙ୍କ ନେଟ୍‌ଓ୍ବର୍କ୍ ପ୍ରଦାନକାରୀର 5G E ନେଟ୍‌ଓ୍ବର୍କ୍ ଉପଲବ୍ଧ ଅଛି ଏବଂ iPhone ସେହି ନେଟ୍‌ଓ୍ବର୍କ୍‌ରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ)। “ମୋବାଇଲ୍ ଡେଟା ସେଟିଂସ୍ ଦେଖନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ” ଦେଖନ୍ତୁ।

LTE ସ୍ଥିତି ଆଇକନ୍।

LTE। ଆପଣଙ୍କ ନେଟ୍‌ଓ୍ବର୍କ୍ ପ୍ରଦାନକାରୀର LTE ନେଟ୍‌ଓ୍ବର୍କ୍ ଉପଲବ୍ଧ ଅଛି ଏବଂ iPhone ସେହି ନେଟ୍‌ଓ୍ବର୍କ୍ ଜରିଆରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ)। “ମୋବାଇଲ୍ ଡେଟା ସେଟିଂସ୍ ଦେଖନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ” ଦେଖନ୍ତୁ।

4G ସ୍ଥିତି ଆଇକନ୍।

UMTS। ଆପଣଙ୍କ ନେଟ୍‌ଓ୍ବର୍କ୍ ପ୍ରଦାନକାରୀର 4G UMTS (GSM) କିମ୍ବା LTE ନେଟ୍‌ଓ୍ବର୍କ୍ (ନେଟ୍‌ଓ୍ବର୍କ୍ ପ୍ରଦାନକାରୀଙ୍କ ଉପରେ ନିର୍ଭରଶୀଳ) ଉପଲବ୍ଧ ଅଛି ଏବଂ iPhone ସେହି ନେଟ୍‌ଓ୍ବର୍କ୍‌ରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇପାରିବ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ)। “ମୋବାଇଲ୍ ଡେଟା ସେଟିଂସ୍ ଦେଖନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ” ଦେଖନ୍ତୁ।

3G ସ୍ଥିତି ଆଇକନ୍।

UMTS/EV-Do। ଆପଣଙ୍କ ନେଟ୍‌ଓ୍ବର୍କ୍ ପ୍ରଦାନକାରୀର 3G UMTS (GSM) କିମ୍ବା EV-DO (CDMA) ନେଟ୍‌ଓ୍ବର୍କ୍ ଉପଲବ୍ଧ ଅଛି ଏବଂ iPhone ସେହି ନେଟ୍‌ଓ୍ବର୍କ୍‌ରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇପାରିବ। ମୋବାଇଲ୍ ଡେଟା ସେଟିଂସ୍ ଦେଖନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।

EDGE ସ୍ଥିତି ଆଇକନ୍ (ଏକ “E”)।

EDGE। ଆପଣଙ୍କ ନେଟ୍‌ଓ୍ବର୍କ୍ ପ୍ରଦାନକାରୀର EDGE (GSM) ନେଟ୍‌ଓ୍ବର୍କ୍ ଉପଲବ୍ଧ ଅଛି ଏବଂ iPhone ସେହି ନେଟ୍‌ଓ୍ବର୍କ୍‌ରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇପାରିବ। ମୋବାଇଲ୍ ଡେଟା ସେଟିଂସ୍ ଦେଖନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।

GPS ସ୍ଥିତି ଆଇକନ୍ (a “G”)।

GPS/1xRTT. ଆପଣଙ୍କ ନେଟ୍‌ଓ୍ବର୍କ୍‌ ପ୍ରଦାନକାରୀର GPS (GSM) କିମ୍ବା 1xRTT (CDMA) ନେଟ୍‌ଓ୍ବର୍କ୍ ଉପଲବ୍ଧ ଏବଂ iPhone ସେହି ନେଟ୍‌ଓ୍ବର୍କ୍‌ରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇପାରିବ। ମୋବାଇଲ୍ ଡେଟା ସେଟିଂସ୍ ଦେଖନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।

SOS ସ୍ଥିତି ଆଇକନ୍।

କେବଳ SOS। ଆପଣଙ୍କ ମୋବାଇଲ୍ ସେବା ପ୍ରଦାନକାରୀଠାରୁ ସମ୍ପୂର୍ଣ୍ଣ ସେବା ଉପଲବ୍ଧ ନାହିଁ, କିନ୍ତୁ ଅନ୍ଯ ନେଟ୍‌ୱର୍କ୍ ପ୍ରଦାନକାରୀ ନେଟ୍‌ଓ୍ବର୍କ୍ ମାଧ୍ଯମରେ ଜରୁରୀକାଳୀନ କଲ୍ ସମ୍ଭବ ହୋଇପାରେ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ)। ଜରୁରୀକାଳୀନ ସେବା ସହିତ ଯୋଗାଯୋଗ କରିବାକୁ SOS ବ୍ଯବହାର କରନ୍ତୁ ଦେଖନ୍ତୁ।

ସାଟେଲାଇଟ୍ ସ୍ଥିତି ଆଇକନ୍।

ସାଟେଲାଇଟ୍ ଫୀଚର୍। ଜରୁରୀକାଳୀନ SOS, ଖୋଜାଖୋଜି, ରୋଡ୍‌ସାଇଡ୍ ସହାୟତା ଏବଂ ସାଟେଲାଇଟ୍ ଜରିଆରେ ମେସେଜ୍ ଆପଣଙ୍କ ଲୋକେଶନ୍ (iPhone 14 ଏବଂ ପରବର୍ତ୍ତୀ ଭର୍ଶନ୍ ସମର୍ଥିତ)ରେ ଉପଲବ୍ଧ। ସାଟେଲାଇଟ୍ ମାଧ୍ଯମରେ ଜରୁରୀକାଳୀନ SOS ବ୍ଯବହାର କରନ୍ତୁ ଦେଖନ୍ତୁ।

SAT ସ୍ଥିତି ଆଇକନ୍।

ନେଟ୍‌ୱର୍କ୍ ପ୍ରଦାନକାରୀ ସାଟେଲାଇଟ୍ ଫୀଚର୍। ଆପଣଙ୍କ ଡିଭାଇସ୍ ନେଟ୍‌ୱର୍କ୍ ପ୍ରଦାନକାରୀ ଦ୍ୱାରା ପ୍ରଦାନ କରାଯାଇଥିବା ସାଟେଲାଇଟ୍ ଫୀଚର୍ ବ୍ୟବହାର କରୁଛି। Apple ସହାୟତା ଆର୍ଟିକଲ୍ “iPhone ରେ ନେଟ୍‌ୱର୍କ୍ ପ୍ରଦାନକାରୀ ଦ୍ୱାରା ପ୍ରଦାନ କରାଯାଇଥିବା ସାଟେଲାଇଟ୍ ଫୀଚର୍ ବିଷୟରେ” ଦେଖନ୍ତୁ।

Wi-Fi କଲ୍ ସ୍ଥିତି ଆଇକନ୍।

Wi-Fi କଲିଂ। Wi-Fi କଲିଂ ପାଇଁ iPhone ସେଟ୍ ଅପ୍ କରାଯାଇଛି। iPhone ମଧ୍ଯ ଆଇକନ୍ ପାଖରେ ଏକ ନେଟ୍‌ୱର୍କ୍ ପ୍ରଦାନକାରୀ ନାମ ଡିସ୍‌ପ୍ଲେ କରେ। Wi-Fi ବ୍ଯବହାର କରି କଲ୍ କରନ୍ତୁ

ପର୍ସନଲ୍ ହଟ୍‌ସ୍ପଟ୍ ଷ୍ଟାଟସ୍ ଆଇକନ୍।

ପର୍ସନଲ୍ ହଟ୍‌ସ୍ପଟ୍ ସଂଯୋଗ। iPhone ଅନ୍ଯ ଡିଭାଇସ୍‌ର ପର୍ସନଲ୍ ହଟ୍‌ସ୍ପଟ୍ ଜରିଆରେ ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୋଇଛି। ଏକ ପର୍ସନଲ୍ ହଟ୍‌ସ୍ପଟ୍‌ରେ ଯୋଗ ଦିଅନ୍ତୁ ଦେଖନ୍ତୁ।

“VPN ସ୍ଥିତି” ଆଇକନ୍।

VPN। VPN ବ୍ଯବହାର କରି iPhone ଏକ ନେଟ୍‌ଓ୍ବର୍କ୍ ସହିତ ସଂଯୁକ୍ତ ହୋଇଛି।

“ନେଭିଗେଶନ୍ ଇଣ୍ଡିକେଟର୍” ଆଇକନ୍।

ନାଭିଗେଶନ୍। iPhone ଟର୍ନ୍-ବାଇ-ଟର୍ନ୍ ଦିଗନିର୍ଦ୍ଦେଶ ପ୍ରଦାନ କରେ। ”ଡ୍ରାଇଭିଂ ପାଇଁ ଦିଗନିର୍ଦ୍ଦେଶ ପ୍ରାପ୍ତ କରନ୍ତୁ” ଦେଖନ୍ତୁ।

ପର୍ସନଲ୍ ହଟ୍‌ସ୍ପଟ୍ ସୂଚକ ଆଇକନ୍।

ପର୍ସନଲ୍ ହଟ୍‌ସ୍ପଟ୍। iPhone ଏକ ପର୍ସନଲ୍ ହଟ୍‌ସ୍ପଟ୍ ପ୍ରଦାନ କରୁଛି। ପର୍ସନଲ୍ ହଟ୍‌ସ୍ପଟ୍ ସାହାଯ‍୍ୟରେ ଆପଣଙ୍କ ଇଣ୍ଟର୍‌ନେଟ୍ ସଂଯୋଗ ଶେୟର୍ କରନ୍ତୁ

“କଲ୍ ଇଣ୍ଡିକେଟର୍” ଆଇକନ୍।

ଫୋନ୍ କଲ୍। iPhone ଏକ ଫୋନ୍ କଲ୍‌ରେ ଅଛି। ଫୋନ୍ କଲ୍ କରନ୍ତୁ ଦେଖନ୍ତୁ।

“FaceTime ଇଣ୍ଡିକେଟର୍” ଆଇକନ୍।

FaceTime। iPhone ଏକ FaceTime କଲ୍‌ରେ ଅଛି। FaceTime କଲ୍ କରନ୍ତୁ ଦେଖନ୍ତୁ।

“ରେକର୍ଡିଂ ଇଣ୍ଡିକେଟର୍” ଆଇକନ୍।

ସ୍କ୍ରୀନ୍ ରେକର୍ଡିଂ। iPhone ଆପଣଙ୍କ ସ୍କ୍ରୀନ୍ ରେକର୍ଡ୍ କରୁଛି। ଏକ ସ୍କ୍ରୀନ୍ ରେକର୍ଡିଂକରନ୍ତୁ ଦେଖନ୍ତୁ।

“ବ୍ଯବହାରରେ ଥିବା କ୍ଯାମେରା” ଆଇକନ୍।

ବ୍ଯବହାର ହେଉଥିବା କ୍ଯାମେରା। ଏକ ଆପ୍ ଆପଣଙ୍କ କ୍ଯାମେରା ବ୍ଯବହାର କରୁଛି। କେଉଁ ଆପ୍‌ଗୁଡ଼ିକ ଆପଣଙ୍କ iPhone ରେ କ୍ୟାମେରା ଏବଂ ମାଇକ୍ରୋଫୋନ୍‌କୁ ଆକ୍ସେସ୍ କରିବ, ତାହା ନିୟନ୍ତ୍ରଣ କରନ୍ତୁ ଦେଖନ୍ତୁ।

“ବ୍ଯବହାରରେ ଥିବା ମାଇକ୍ରୋଫୋନ୍” ଆଇକନ୍।

ବ୍ଯବହାର ହେଉଥିବା ମାଇକ୍ରୋଫୋନ୍। ଏକ ଆପ୍ ଆପଣଙ୍କ ମାଇକ୍ରୋଫୋନ୍ ବ୍ଯବହାର କରୁଛି। କେଉଁ ଆପ୍‌ଗୁଡ଼ିକ ଆପଣଙ୍କ iPhone ରେ କ୍ୟାମେରା ଏବଂ ମାଇକ୍ରୋଫୋନ୍‌କୁ ଆକ୍ସେସ୍ କରିବ, ତାହା ନିୟନ୍ତ୍ରଣ କରନ୍ତୁ ଦେଖନ୍ତୁ।

ସିଙ୍କ୍ ହେଉଥିବା ସ୍ଥିତି ଆଇକନ୍।

ସିଙ୍କ୍ ହେଉଛି। iPhone କୁ ଆପଣଙ୍କ କମ୍ପ୍ଯୁଟର୍ ସହ ସିଙ୍କ୍ ହେଉଛି। ଅନ୍ଯ ଡିଭାଇସ୍ ସହିତ ଆପଣଙ୍କ iPhone କୁ ସିଙ୍କ୍ କରନ୍ତୁ ଦେଖନ୍ତୁ।

ନେଟ୍‌ଓ୍ବର୍କ୍ ଆକ୍ଟିଭିଟି ଷ୍ଟାଟସ୍ ଆଇକନ୍।

ନେଟ୍‌ଓ୍ବର୍କ୍ ଆକ୍ଟିଭିଟି। ଏହା ନେଟ୍‌ୱର୍କ୍ ଆକ୍ଟିଭିଟି ଥିବା ଦର୍ଶାଇଥାଏ। କେତେକ ତୃତୀୟ-ପକ୍ଷ ଆପ୍ ଏକ ସକ୍ରିୟ ପ୍ରକ୍ରିୟା ଦେଖାଇବା ପାଇଁ ମଧ୍ଯ ଏହାକୁ ବ୍ଯବହାର କରିପାରନ୍ତି। ଇଣ୍ଟର୍‌ନେଟ୍ ସହିତ ସଂଯୁକ୍ତ ହୁଅନ୍ତୁ ଦେଖନ୍ତୁ।

କଲ୍ ଫରୱର୍ଡିଂ ସ୍ଥିତି ଆଇକନ୍।

କଲ୍ ଫରୱର୍ଡିଂ। କଲ୍ ଫରୱର୍ଡିଂ ସେଟ୍ ଅପ୍ ହୋଇଛି। କଲ୍ ଫର୍‌ୱର୍ଡିଂ ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।

“ଲକ୍ ସ୍ଥିତି” ଆଇକନ୍।

ଲକ୍। iPhone ଲକ୍ ହୋଇଛି। ସକ୍ରିୟ ହୁଅନ୍ତୁ ଏବଂ iPhone ଅନ୍‌ଲକ୍ କରନ୍ତୁ ଦେଖନ୍ତୁ।

“ଡିଷ୍ଟର୍ବ୍ କରନ୍ତୁ ନାହିଁ” ସ୍ଥିତି ଆଇକନ୍।

ଡିଷ୍ଟର୍ବ୍ କରନ୍ତୁ ନାହିଁ। “ଡିଷ୍ଟର୍ବ୍ କରନ୍ତୁ ନାହିଁ” ଚାଲୁ ହୋଇଛି। ଚାଲୁ କରନ୍ତୁ କିମ୍ବା ଏକ ଫୋକସ୍ ଶେଡ୍ୟୁଲ୍ କରନ୍ତୁ ଦେଖନ୍ତୁ।

ପୋର୍ଟ୍ରେଟ୍ ଓରିଏଣ୍ଟେଶନ୍ ସ୍ଥିତି ଆଇକନ୍।

ପୋର୍ଟ୍ରେଟ୍ ଓରିଏଣ୍ଟେଶନ୍ ଲକ୍। iPhone ସ୍କ୍ରୀନ୍ ପୋର୍ଟ୍ରେଟ୍ ଓରିଏଣ୍ଟେଶନ୍‌ରେ ଲକ୍ ହୋଇଛି। ସ୍କ୍ରୀନ୍ ଓରିଏଣ୍ଟେଶନ୍ ପରିବର୍ତ୍ତନ କରନ୍ତୁ କିମ୍ବା ଲକ୍ କରନ୍ତୁଦେଖନ୍ତୁ।

ଲୋକେଶନ୍ ସେବା ସ୍ଥିତି ଆଇକନ୍।

ଲୋକେଶନ୍ ସେବା। ଏକ ଆପ୍ ଲୋକେଶନ୍ ସେବା ବ୍ଯବହାର କରୁଛି। ଆପଣଙ୍କ iPhone ର ଲୋକେଶନ୍ କେଉଁ ଆପ୍ ବ୍ୟବହାର କରିପାରିବ, ତାହା ନିୟନ୍ତ୍ରଣ କରନ୍ତୁ ଦେଖନ୍ତୁ।

ଆଲାର୍ମ୍ ସ୍ଥିତି ଆଇକନ୍।

ଆଲାର୍ମ୍। ଏକ ଆଲାର୍ମ୍ ସେଟ୍ ହୋଇଛି। ଏକ ଆଲାର୍ମ୍ ସେଟ୍ କରନ୍ତୁ ଦେଖନ୍ତୁ।

“ହେଡ୍‌ଫୋନ୍ ସଂଯୁକ୍ତ ଅଛି” ସ୍ଥିତି ଆଇକନ୍।

ହେଡ୍‌ଫୋନ୍ ସଂଯୁକ୍ତ ଅଛି। iPhone କୁ Bluetooth® ହେଡ୍‌ଫୋନ୍ ସହିତ ପେୟର୍ କରାଯାଇଛି ଯାହା ଚାଲୁ କରାଯାଇଛି ଏବଂ Bluetooth ରେଞ୍ଜ୍ ମଧ୍ଯରେ ଅଛି। Bluetooth ହେଡ୍‌ଫୋନ୍ ସେଟ୍ ଅପ୍ କରନ୍ତୁ ଏବଂ ଶୁଣନ୍ତୁ ଦେଖନ୍ତୁ।

ବ୍ଯାଟରି ସ୍ଥିତି ଆଇକନ୍।

ବ୍ଯାଟରି। iPhone ବ୍ଯାଟରି ଲେଭଲ୍ ଦେଖାଏ। ଆଇକନ୍ ହଳଦିଆ ଥିଲେ, ଲୋ ପାୱର୍ ମୋଡ୍ ଚାଲୁ ଥାଏ। iPhone ର ବ୍ଯାଟରି ପ୍ରତିଶତ ଦେଖାନ୍ତୁ ଦେଖନ୍ତୁ।

ବ୍ଯାଟରି ଚାର୍ଜିଂ ଆଇକନ୍।

ବ୍ଯାଟରି ଚାର୍ଜିଂ। iPhone ବ୍ଯାଟରି ଚାର୍ଜ୍ ହେଉଛି। ଆଇକନ୍ ଧୂସର ଥିବା ସମୟରେ ଚାର୍ଜିଂ ପଜ୍ ହୋଇଥାଏ। ବ୍ଯାଟରି ଚାର୍ଜ୍ କରନ୍ତୁ ଦେଖନ୍ତୁ।

Bluetooth ବ୍ଯାଟରି ସ୍ଥିତି ଆଇକନ୍।

Bluetooth ବ୍ଯାଟରି। ଏକ ପେୟର୍ ହୋଇଥିବା Bluetooth ଡିଭାଇସ୍‌ର ବ୍ଯାଟରି ଲେଭଲ୍ ଦେଖାଏ। Bluetooth ଆକ୍ସେସରି ସହିତ ସଂଯୋଗ କରନ୍ତୁ ଦେଖନ୍ତୁ।

AirPlay ସ୍ଥିତି ଆଇକନ୍।

AirPlay। AirPlay ଚାଲୁ ଅଛି। ଭିଡିଓ ଏବଂ ଫଟୋ ଷ୍ଟ୍ରିମ୍ କରନ୍ତୁ ଦେଖନ୍ତୁ।

ଭଏସ୍ କଣ୍ଟ୍ରୋଲ୍ ଆଇକନ୍।

ଭଏସ୍ କଣ୍ଟ୍ରୋଲ୍। ସେଟିଂସ୍ > ଆକ୍ସେସିବିଲିଟିରେ ଭଏସ୍ କଣ୍ଟ୍ରୋଲ୍ ଚାଲୁ ହୋଇଛି ଏବଂ ଆପଣ iPhone ସହିତ ଇଣ୍ଟରାକ୍ଟ୍ କରିବାକୁ ଆପଣଙ୍କ ଭଏସ୍ ବ୍ଯବହାର କରିପାରିବେ।

TTY ସ୍ଥିତି ଆଇକନ୍।

TTY. ସଫ୍ଟ୍‌ୱେୟର୍ RTT/TTY କିମ୍ବା ହାର୍ଡ୍‌ୱେୟର୍ TTY ଚାଲୁ ହୋଇଛି। ସେଟ୍ ଅପ୍ କରନ୍ତୁ ଏବଂ RTT ଏବଂ TTY ବ୍ଯବହାର କରନ୍ତୁ ଦେଖନ୍ତୁ।

CarPlay ଆଇକନ୍।

CarPlay। iPhone CarPlay ସହିତ ସଂଯୁକ୍ତ ଅଛି। CarPlay ସହିତ ସଂଯୋଗ କରନ୍ତୁ ଦେଖନ୍ତୁ।

Siri Eyes Free ଆଇକନ୍।

Siri Eyes Free। ଆପଣ ଏକ ପ୍ରଶ୍ନ ପଚାରି ପାରିବେ କିମ୍ବା ନିଜ କାର୍‌ରେ Siri କୁ ଅନୁରୋଧ କରିପାରିବେ। “iPhone ରେ ଆପଣଙ୍କ କାର୍‌ରେ Siri ବ୍ୟବହାର କରନ୍ତୁ” ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.