ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଏକାଧିକ Safari ପ୍ରୋଫାଇଲ୍ ତିଆରି କରନ୍ତୁ

ଆପଣ ପର୍ସନଲ୍, କାର୍ଯ୍ଯସ୍ଥଳୀ ଏବଂ ସ୍କୂଲ୍ ଭଳି—ଏକାଧିକ Safari ପ୍ରୋଫାଇଲ୍ ତିଆରି କରିପାରିବେ—ଏବଂ ସେଗୁଡ଼ିକୁ ବ୍ଯବହାର କରି ଆପଣଙ୍କ ଇଣ୍ଟର୍‌ନେଟ୍ ବ୍ରାଉଜିଂକୁ ଭିନ୍ନ ଥୀମ୍‌ରେ ପୃଥକ କରିପାରିବେ। ପ୍ରତ୍ଯେକ ପ୍ରୋଫାଇଲ୍‌ରେ ପୃଥକ ଫେଭରିଟ୍, ହିଷ୍ଟ୍ରି, ଟାବ୍ ଏବଂ ଟାବ୍ ଗ୍ରୂପ୍ ଅଛି। ଆପଣ ଯେକୌଣସି ସମୟରେ ଏକ ପ୍ରୋଫାଇଲ୍ ଯୋଡ଼ିପାରିବେ, ଏଡିଟ୍ କରିପାରିବେ କିମ୍ବା କାଢ଼ି ପାରିବେ।

ଏକ ନୂଆ ପ୍ରୋଫାଇଲ୍ ପାଇଁ ସେଟ୍ଅପ୍ ଦେଖାଉଥିବା ଏକ iPhone ସ୍କ୍ରୀନ୍। ବିକଳ୍ପରେ ଆଇକନ୍, ରଙ୍ଗ, ବୁକ୍‌ମାର୍କ୍ ଫୋଲ୍ଡର୍ ଏବଂ ଆପଣ ନୂଆ ଟାବ୍ ଖୋଲିବାକୁ ଚାହୁଁଥିବା ପୃଷ୍ଠା ଅନ୍ତର୍ଭୁକ୍ତ।

ଏକ ପ୍ରୋଫାଇଲ୍ ତିଆରି କରନ୍ତୁ

ଆପଣ iPhone ରେ ତିଆରି କରୁଥିବା ପ୍ରୋଫାଇଲ୍ ଆପଣ ସମାନ Apple ଆକାଉଣ୍ଟ୍ ବ୍ଯବହାର କରି ସାଇନ୍ ଇନ୍ କରୁଥିବା ଯେକୌଣସି iPhone, iPad, କିମ୍ବା Mac ରେ Safari ସେଟିଂସ୍‌ରେ ମଧ‍୍ୟ ଦେଖାଯାଇଥାଏ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Safari ରେ ଟାପ୍ କରନ୍ତୁ।

  3. “ନୂଆ ପ୍ରୋଫାଇଲ୍”ରେ ଟାପ୍ କରନ୍ତୁ, ତା'ପରେ ନାମରେ ଟାପ୍ କରନ୍ତୁ।

  4. ଏହି ପ୍ରୋଫାଇଲ୍ ପାଇଁ ଏକ ନାମ ଲେଖନ୍ତୁ, ତା'ପରେ ଏକ ଆଇକନ୍ ଏବଂ ରଙ୍ଗ ବାଛନ୍ତୁ।

  5. ସେଟିଂସ୍ ତଳେ, ଏକ ବୁକ୍‌ମାର୍କ୍ ଫୋଲ୍ଡର୍ ବାଛିବା ପାଇଁ ଫେଭରିଟ୍‌ରେ ଟାପ୍ କରନ୍ତୁ।

    ଯଦି ଆପଣଙ୍କ ଏକାଧିକ ବୁକ୍‌ମାର୍କ୍‌ର ଫୋଲ୍ଡର୍ ଅଛି, ତେବେ ଏହି ବିକଳ୍ପ ବୁକ୍‌ମାର୍କ୍ ହୋଇଥିବା ଓ୍ବେବ୍‌ସାଇଟ୍‌ର ଫୋଲ୍ଡର୍‌କୁ ଚୟନ କରେ ଯାହା ଆପଣ ଏକ ଠିକଣା ଏଣ୍ଟର୍ କରିବା, ସର୍ଚ୍ଚ୍ କରିବା କିମ୍ବା ଏକ ନୂଆ ଟାବ୍‌ ତିଆରି କରିବା ସମୟରେ ସୁପାରିଶ କରାଯାଏ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର କାର୍ଯ୍ଯସ୍ଥଳୀ ସମ୍ବନ୍ଧୀୟ ବୁକ୍‌ମାର୍କ୍‌ର ଏକ ଫୋଲ୍ଡର୍ ଅଛି, ତେବେ ଆପଣ ଏକ ୱର୍କ୍ ପ୍ରୋଫାଇଲ୍ ତିଆରି କରିପାରିବେ ଏବଂ ଆପଣ ଠିକଣା ଫିଲ୍ଡ୍‌ରେ ଟାଇପ୍ କରିବା ସମୟରେ ସେହି ଓ୍ବେବ୍‌ସାଇଟ୍‌ର ପରାମର୍ଶ ଆସିବା ନିଶ୍ଚିତ କରିବା ପାଇଁ ଏହି ଫିଲ୍ଡ୍‌କୁ ବ୍ଯବହାର କରିପାରିବେ।

  6. “ନୂଆ ଟାବ୍ ଖୋଲନ୍ତୁ”ରେ ଟାପ୍ କରନ୍ତୁ ଏବଂ ଆପଣ କେଉଁ ପୃଷ୍ଠାକୁ ନୂଆ ଟାବ୍‌ରେ ଖୋଲିବାକୁ ଚାହୁଁଛନ୍ତି ତାହା ବାଛନ୍ତୁ।

  7. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

Safari ରେ ପ୍ରୋଫାଇଲ୍ ବ୍ଯବହାର କରନ୍ତୁ

ଆପଣ ଏକ ପ୍ରୋଫାଇଲ୍ ସହିତ ସହଜରେ ଇଣ୍ଟର୍‌ନେଟ୍ ବ୍ରାଉଜ୍ କରିପାରିବେ କିମ୍ବା ପ୍ରୋଫାଇଲ୍‌ଗୁଡ଼ିକ ମଧ୍ଯରେ ମୂଭ୍ କରିପାରିବେ।

  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ସମସ୍ତ ଟାବ୍”ରେ ଟାପ୍ କରନ୍ତୁ।

    ଯଦି ଆପଣଙ୍କ ଟାବ୍ ଲେଆଉଟ୍ ନିମ୍ନ କିମ୍ବା ଶୀର୍ଷରେ ଅଛି, ତେବେ ଟାବ୍ ବଟନ୍ ରେ ଟାପ୍ କରନ୍ତୁ। “Safari ରେ ଲେଆଉଟ୍ ପରିବର୍ତ୍ତନ କରନ୍ତୁ” ଦେଖନ୍ତୁ।

  3. ଉପର-ବାମ କୋଣରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ।

  4. ପ୍ରୋଫାଇଲ୍‌ରେ ଟାପ୍ କରନ୍ତୁ, ତା'ପରେ ଆପଣ ବ୍ଯବହାର କରିବାକୁ ଚାହୁଁଥିବା ପ୍ରୋଫାଇଲ୍‌କୁ ଚୟନ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ଯେକୌଣସି ପ୍ରୋଫାଇଲ୍‌ରୁ iCloud କୀ’ଚେନ୍‌ରେ ଆପଣଙ୍କ ଦ୍ବାରା ସେଭ୍ କରାଯାଇଥିବା ବୁକ୍‌ମାର୍କ୍ ଏବଂ ପାସ୍‌ଓ୍ବର୍ଡ୍ ଆକ୍ସେସ୍ କରିପାରିବେ।

ଏକ iPhone ସ୍କ୍ରୀନ୍, ସମ୍ପ୍ରତି ଖୋଲା ଥିବା ଟାବ୍ ଏବଂ ପର୍ସନଲ୍, ସ୍କୂଲ୍ ଏବଂ କାର୍ଯ୍ଯ ପ୍ରୋଫାଇଲ୍‌ର ଏକ ମେନ‍୍ୟୂ ଦେଖାଉଛି। ପର୍ସନଲ୍ ପ୍ରୋଫାଇଲ୍ ଚୟନ କରାଯାଇଛି।

ଏକ ପ୍ରୋଫାଇଲ୍ ଏଡିଟ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Safari ରେ ଟାପ୍ କରନ୍ତୁ।

  3. ଆପଣ ଏଡିଟ୍ କରିବାକୁ ଚାହୁଁଥିବା ପ୍ରୋଫାଇଲ୍‌ରେ ଟାପ୍ କରନ୍ତୁ।

ଏକ ପ୍ରୋଫାଇଲ୍ ସହିତ କେଉଁ ଏକ୍ସଟେନ୍‌ଶନ୍ ବ୍ଯବହାର କରିବେ ବାଛନ୍ତୁ

iPhone ରେ ଆପଣଙ୍କ ବ୍ରାଉଜ୍‌ର୍ କାମ କରିବା ଶୈଳୀକୁ କଷ୍ଟମାଇଜ୍ କରିବା ପାଇଁ ଆପଣ ଏକ୍ସଟେନ୍‌ଶନ୍ ଇନ୍‌ଷ୍ଟଲ୍ କରିପାରିବେ। Safari କଷ୍ଟମାଇଜ୍ କରିବା ପାଇଁ ଏକ୍ସଟେନ୍‌ଶନ୍ ପ୍ରାପ୍ତ କରନ୍ତୁ ଦେଖନ୍ତୁ।

ଯଦି ନିଜ iPhone ରେ ଆପଣ ଏକ୍ସଟେନ୍‌ଶନ୍ ଇନ୍‌ଷ୍ଟଲ୍ କରିଛନ୍ତି, ତେବେ ଆପଣ ପ୍ରତ୍ଯେକ ପ୍ରୋଫାଇଲ୍ ସହିତ କେଉଁ ଏକ୍ସଟେନ୍‌ଶନ୍ ବ୍ଯବହାର କରିବାକୁ ଚାହୁଁଛନ୍ତି ତାହା କଷ୍ଟମାଇଜ୍ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Safari ରେ ଟାପ୍ କରନ୍ତୁ।

  3. “ଏକ୍ସଟେନ୍‌ଶନ୍”ରେ ଟାପ୍ କରନ୍ତୁ, ତା'ପରେ ଏକ ଏକ୍ସଟେନ୍‌ଶନ୍‌ରେ ଟାପ୍ କରନ୍ତୁ।

  4. ଆପଣ ଏହି ଏକ୍ସଟେନ୍‌ଶନ୍ ସହିତ ବ୍ଯବହାର କରିବାକୁ ଚାହୁଁଥିବା ପ୍ରୋଫାଇଲ୍‌ଗୁଡ଼ିକ ଚାଲୁ କରନ୍ତୁ (ତଳେ “ଏକ୍ସଟେନ୍‌ଶନ୍ ପାଇଁ ଅନୁମତି ଦିଅନ୍ତୁ”)।

ଏକ ପ୍ରୋଫାଇଲ୍ କାଢ଼ି ଦିଅନ୍ତୁ

ଆପଣ ଯେକୌଣସି ସମୟରେ ଏକ ପ୍ରୋଫାଇଲ୍ ଡିଲିଟ୍ କରିପାରିବେ। ଏହି କର୍ଯ୍ଯ, ପ୍ରୋଫାଇଲ୍ ସହିତ ସମ୍ବନ୍ଧିତ ଫେଭରିଟ୍, ହିଷ୍ଟ୍ରି ଏବଂ ଟ୍ଯାବ୍ ଗ୍ରୁପ୍‌କୁ ମଧ‍୍ୟ ଇରେଜ୍ କରିଦିଏ ଏବଂ ପ୍ରୋଫାଇଲ୍‌ରେ ଖୋଲା ଥିବା ସମସ୍ତ ଓ୍ବେବ୍‌ସାଇଟ୍ ବନ୍ଦ କରିଦିଏ।

ଗୁରୁତ୍ବପୂର୍ଣ୍ଣ: ଏହି କାର୍ଯ୍ୟକୁ ପୂର୍ବ ଭଳି କରାଯାଇପାରିବ ନାହିଁ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Safari ରେ ଟାପ୍ କରନ୍ତୁ।

  3. ଏକ ପ୍ରୋଫାଇଲ୍‌ରେ ଟାପ୍ କରନ୍ତୁ।

  4. “ପ୍ରୋଫାଇଲ୍ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ସୁନିଶ୍ଚିତ କରିବା ପାଇଁ “ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.