ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ରିମାଇଣ୍ଡର୍‌ରେ ବିବରଣୀ ଯୋଡ଼ନ୍ତୁ

ଆପଣ ନିଜର ରିମାଇଣ୍ଡର୍‌ଗୁଡ଼ିକରେ ନୋଟ୍, ଲିଙ୍କ୍, ଧାର୍ଯ୍ଯ ତାରିଖ ଏବଂ ଫଟୋ ଭଳି ବିବରଣୀ ଯୋଡ଼ିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ iCloud ରେ ଅପ୍‌ଡେଟ୍ ହୋଇଥିବା ରିମାଇଣ୍ଡର୍ ବ୍ୟବହାର କଲେ ଏହି ମାର୍ଗଦର୍ଶିକାରେ ବର୍ଣ୍ଣିତ ସମସ୍ତ ରିମାଇଣ୍ଡର୍ ଫୀଚର୍‌ଗୁଡ଼ିକ ଉପଲବ୍ଧ ଦେବ। ଅନ୍ଯ ଆକାଉଣ୍ଟ୍ ବ୍ଯବହାର କରିବା ସମୟରେ କେତେକ ଫୀଚର୍ ଉପଲବ୍ଧ ହୁଏ ନାହିଁ।

ରିମାଇଣ୍ଡର୍ ଆପ୍ ପ୍ରତ୍ୟେକ ରିମାଇଣ୍ଡର୍‌ରେ ଫଟୋ ସହିତ ଏକ ଲିଷ୍ଟ୍ ଦେଖାଉଛି।

ରିମାଇଣ୍ଡର୍‌ରେ ଏକ ନୋଟ୍, URL ଏବଂ ଅନ୍ଯାନ‍୍ୟ ବିବରଣୀ ଯୋଡ଼ନ୍ତୁ

  1. ଆପଣଙ୍କ iPhone ରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଏକ ଆଇଟମ୍ ଉପରେ ଟାପ୍ କରନ୍ତୁ।

  3. “ନୋଟ୍ ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ ଅଧିକ ସୂଚନା ଯୋଡ଼ନ୍ତୁ।

  4. ଆଇଟମ୍ ବିବରଣୀ ଏଡିଟ୍ କରିବା ପାଇଁ “ବିବରଣୀ ଏଡିଟ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ। ଉଦାହରଣ ସ୍ୱରୂପ, ଆପଣ ଏକ ତାରିଖ ଏବଂ ସମୟ ସେଟ୍ କରିପାରିବେ, ଲୋକେଶନ୍-ଆଧାରିତ ରିମାଇଣ୍ଡର୍ ସେଟ୍ କରିପାରିବେ, ଏକ ଗୁରୁତ୍ୱପୂର୍ଣ୍ଣ ଆଇଟମ୍ ଫ୍ଲାଗ୍ କରିପାରିବେ କିମ୍ବା ଫଟୋ ସଂଲଗ୍ନ କରିପାରିବେ।

କେତେବେଳେ ଏବଂ କେଉଁଠି ମନେପକାଯିବ ସେଟ୍ କରନ୍ତୁ

ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ, ଏକ ନିର୍ଦ୍ଦିଷ୍ଟ ସମୟ କିମ୍ବା ସ୍ଥାନରେ କିମ୍ବା ଆପଣ ମେସେଜ୍‌ରେ ଜଣଙ୍କୁ ଟେକ୍ସଟ୍ କରୁଥିବା ସମୟରେ ମନେ ପକା ଯାଇପାରିବ।

  1. ଆପଣଙ୍କ iPhone ରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଏକ ଆଇଟମ୍”ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ଯେକୌଣସି କାର୍ଯ୍ଯ କରନ୍ତୁ:

    • ଏକ ତାରିଖ ଏବଂ ସମୟ ଶେଡ୍ୟୁଲ୍ କରନ୍ତୁ: “ତାରିଖ ଏବଂ ସମୟ” ବଟନ୍ରେ ଟାପ୍ କରନ୍ତୁ, ତା'ପରେ ଏକ ବିକଳ୍ପ ବାଛନ୍ତୁ।

      ଟିପ୍‌: ଏକ ଧାର୍ଯ୍ଯ ତାରିଖ ସହିତ ରିମାଇଣ୍ଡର୍ କ୍ଯାଲେଣ୍ଡର୍‌ରେ ଏକ ସମ୍ପୂର୍ଣ୍ଣ ଦିନର ଇଭେଣ୍ଟ୍ ଭାବରେ ଦେଖାଯିବ। କ୍ଯାଲେଣ୍ଡର୍‌ରେ ରିମାଇଣ୍ଡର୍ ବ୍ଯବହାର କରନ୍ତୁ ଦେଖନ୍ତୁ।

    • ଏକ ରିମାଇଣ୍ଡର୍‌କୁ ଜରୁରୀ ଭାବରେ ଚିହ୍ନିତ କରନ୍ତୁ: “ବିବରଣୀ ଏଡିଟ୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ରିମାଇଣ୍ଡର୍‌ର ସମୟ ହେଲେ ଆଲାର୍ମ୍ ପାଇବା ପାଇଁ ଜରୁରୀ ଚାଲୁ କରନ୍ତୁ। ଯଦି ତାରିଖ ଓ ସମୟ ପୂର୍ବରୁ ସେଟ୍ ହୋଇନାହିଁ, ତେବେ ତାହା ପରବର୍ତ୍ତୀ ଘଣ୍ଟା ପାଇଁ ଡିଫଲ୍ଟ୍ ହୋଇଥାଏ। ଆଲାର୍ମ୍ କେବେ ସକ୍ରିୟ ହେବ ତାହା ପରିବର୍ତ୍ତନ କରିବା ପାଇଁ ଆପଣ ତାରିଖ ଓ ସମୟ ଏଡିଟ୍ କରିପାରିବେ।

    • ଏକ ରିକରିଂ ରିମାଇଣ୍ଡର୍ ସେଟ୍ କରନ୍ତୁ: “ବିବରଣୀ ଏଡିଟ୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତାରିଖ କିମ୍ବା ସମୟ ଚାଲୁ କରନ୍ତୁ, “ପୁନରାବୃତ୍ତି କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଫ୍ରୀକ୍ୱେନ୍ସି ବାଛନ୍ତୁ।

    • ଶେଡ‍୍ୟୂଲ୍ ହୋଇଥିବା ତାରିଖ ଏବଂ ସମୟ ପୂର୍ବରୁ ଏକ ପ୍ରାରମ୍ଭିକ ରିମାଇଣ୍ଡର୍ ପାଆନ୍ତୁ: “ବିବରଣୀ ଏଡିଟ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ, "ଆଗୁଆ ରିମାଇଣ୍ଡର୍"ରେ ଟାପ୍ କରନ୍ତୁ, ତା’ପରେ ଆପଣ କେତେବେଳେ ମନେପକାଇବାକୁ ଚାହୁଁଛନ୍ତି ତାହା ବାଛନ୍ତୁ। ଉଦାହରଣ ସ୍ୱରୂପ, “5 ମିନିଟ୍ ପୂର୍ବରୁ”, “2 ଦିନ ପୂର୍ବରୁ” କିମ୍ବା ଅନ୍ଯ କୌଣସି ବିକଳ୍ପ।

    • ଏକ ଲୋକେଶନ୍ ଯୋଡ଼ନ୍ତୁ: ଲୋକେଶନ୍ ବଟନ୍ରେ ଟାପ୍ କରନ୍ତୁ, ତାପରେ କେଉଁଠି ମନେ ପକାଇବାକୁ ଆପଣ ଚାହୁଁଛନ୍ତି ବାଛନ୍ତୁ- ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ ଘରେ ପହଞ୍ଚିବେ କିମ୍ବା ଆପଣଙ୍କ iPhone ସହ Bluetooth® ସଂଯୋଗ ଥିବା କାର୍‌ରେ ବସିବେ।

      ଧ‍୍ୟାନ ଦିଅନ୍ତୁ: ଲୋକେଶନ୍-ଆଧାରିତ ରିମାଇଣ୍ଡର୍ ପାଇବା ପାଇଁ, ଆପଣଙ୍କୁ ନିଜ ସଠିକ୍ ଲୋକେଶନ୍ ବ୍ଯବହାର କରିବା ପାଇଁ ରିମାଇଣ୍ଡର୍‌କୁ ଅନୁମତି ଦେବାକୁ ହେବ। ସେଟିଂସ୍ > ଗୋପନୀୟତା ଓ ନିରାପତ୍ତା > ଲୋକେଶନ୍ ସେବାକୁ ଯାଆନ୍ତୁ। ଲୋକେଶନ୍ ସେବା ଚାଲୁ କରନ୍ତୁ, “ରିମାଇଣ୍ଡର୍”ରେ ଟାପ୍ କରନ୍ତୁ, “ଆପ୍ ବ୍ଯବହାର କରିବା ସମୟରେ” ବାଛନ୍ତୁ, ତା’ପରେ ସଠିକ୍ ଲୋକେଶନ୍ ଚାଲୁ କରନ୍ତୁ।

    • ମେସେଜ୍ ରେ ଏକ ରିମାଇଣ୍ଡର୍ ପାଆନ୍ତୁ: “ବିବରଣୀ ଏଡିଟ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ, ମେସେଜ୍ କରିବା ସମୟରେ ଚାଲୁ କରନ୍ତୁ, ତା’ପରେ ଆପଣଙ୍କ କଣ୍ଟାକ୍ଟ୍ ଲିଷ୍ଟ୍‌ରୁ ଜଣଙ୍କୁ ବାଛନ୍ତୁ। ପରବର୍ତ୍ତୀ ସମୟରେ ଆପଣ ମେସେଜ୍‌ରେ ସେହି ବ୍ଯକ୍ତିଙ୍କ ସହ ଚାଟ୍ କରିବା ସମୟରେ ରିମାଇଣ୍ଡର୍ ଦେଖାଯିବ।

  3. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

ଏକ ଫ୍ଲାଗ୍ ଏବଂ ପ୍ରାଥମିକତା ସେଟ୍ କରନ୍ତୁ

  1. ଆପଣଙ୍କ iPhone ରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଏକ ଆଇଟମ୍ ଉପରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ଗୁରୁତ୍ୱପୂର୍ଣ୍ଣ ଆଇଟମ୍ ଫ୍ଲାଗ୍ କରନ୍ତୁ: “ଫ୍ଲାଗ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

    • ଏକ ପ୍ରାଥମିକତା ସେଟ୍ କରନ୍ତୁ: “ବିବରଣୀ ଏଡିଟ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ, "ପ୍ରାଥମିକତା" ଉପରେ ଟାପ୍ କରନ୍ତୁ, ତା’ପରେ ନିମ୍ନ, ମଧ୍ଯମ କିମ୍ବା ଉଚ୍ଚ ବାଛନ୍ତୁ।

ଫଟୋ ଯୋଡ଼ନ୍ତୁ କିମ୍ବା ଡକ୍ଯୁମେଣ୍ଟ୍ ସ୍କାନ୍ କରନ୍ତୁ

  1. ଆପଣଙ୍କ iPhone ରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଗୋଟିଏ ଆଇଟମ୍” ଉପରେ ଟାପ୍ କରନ୍ତୁ, ତା’ପରେ ଫଟୋ ବଟନ୍ ଉପରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ନୂଆ ଫଟୋ ଉଠାନ୍ତୁ।

    • ନିଜ ଫଟୋ ଲାଇବ୍ରେରୀରୁ ଏକ ଫଟୋ ବାଛନ୍ତୁ।

    • ଏକ ଡକ୍ଯୁମେଣ୍ଟ୍ ସ୍କାନ୍ କରନ୍ତୁ।

    • ସ୍କାନ୍ କରନ୍ତୁ ଏବଂ ଟେକ୍ସଟ୍ ଇନ୍‌ସର୍ଟ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.