ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଇମେଲ୍ ଆକାଉଣ୍ଟ୍‌କୁ ଯୋଡ଼ନ୍ତୁ ଓ କାଢ଼ି ଦିଅନ୍ତୁ

Mail ଆପ୍ , ବ୍ଯବହାର କରି ଇମେଲ୍ ପଠାଇବା ଏବଂ ଗ୍ରହଣ କରିବା ପାଇଁ ଆପଣ ବ୍ଯବହାର କରିବାକୁ ଚାହୁଁଥିବା ଇମେଲ୍ ଆକାଉଣ୍ଟ୍‌ଗୁଡ଼ିକୁ ଯୋଡ଼ିବା ଆବଶ୍ଯକ। ଯେତେବେଳେ ଆପଣ ପ୍ରଥମ ଥର ପାଇଁ Mail ଖୋଲନ୍ତି, ଆପଣଙ୍କୁ ଏକ ଆକାଉଣ୍ଟ୍ ସେଟ୍ ଅପ୍ କରିବା ପାଇଁ କୁହାଯାଏ। ଯେକୌଣସି ସମୟରେ, ଆପଣ ନିଜ iPhone ରେ ଅତିରିକ୍ତ ଇମେଲ୍ ଆକାଉଣ୍ଟ୍ ଯୋଡ଼ିପାରିବେ କିମ୍ବା ଆପଣଙ୍କର ଆଉ ଦରକାର ନଥିବା ଇମେଲ୍ ଆକାଉଣ୍ଟ୍‌କୁ କାଢ଼ିପାରିବେ।

ଆପଣଙ୍କ ଇମେଲ୍ ଠିକଣା ଲେଖିବାକୁ ଏକ ଫିଲ୍ଡ୍ ସହିତ “ଆକାଉଣ୍ଟ୍ ଯୋଡ଼ନ୍ତୁ” ସ୍କ୍ରୀନ୍।

ଏକ ଇମେଲ୍ ଆକାଉଣ୍ଟ୍ ଯୋଡ଼ନ୍ତୁ

ଆପଣ Mail ଆପ୍‌ରେ ଗୋଟିଏ କିମ୍ବା ଅଧିକ ଇମେଲ୍ ଆକାଉଣ୍ଟ୍‌କୁ ଯୋଡ଼ିପାରିବେ ଯାହା ଦ୍ୱାରା ଆପଣ ଆପଣଙ୍କର ସମସ୍ତ ଇମେଲ୍ ଗୋଟିଏ ସ୍ଥାନରେ ପ୍ରାପ୍ତ କରିପାରିବେ ଏବଂ ଆପଣଙ୍କ ଯେକୌଣସି ଆକାଉଣ୍ଟ୍‌ରୁ ସହଜରେ ଇମେଲ୍ ପଠାଇପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Mail ରେ ଟାପ୍ କରନ୍ତୁ।

  3. Mail ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ତା’ପରେ “ଆକାଉଣ୍ଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

  4. ଆପଣଙ୍କ ଇମେଲ୍ ଠିକଣା ଲେଖନ୍ତୁ, “ପରବର୍ତ୍ତୀ”ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ ଇମେଲ୍ ଆକାଉଣ୍ଟ୍ ସୂଚନା ଲେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଏକାଧିକ ଆକାଉଣ୍ଟ୍ ସେଟ୍ ଅପ୍ କରିଛନ୍ତି, ତେବେ ଆପଣ ନିଜ ଇମେଲ୍ ମେସେଜ୍ କମ୍ପୋଜ୍ କରିବା ସମୟରେ ଆପଣ କେଉଁ ଆକାଉଣ୍ଟ୍‌ରୁ ପଠାଇବାକୁ ଚାହୁଁଛନ୍ତି ତାହା ବାଛିପାରିବେ। “ଭିନ୍ନ ଆକାଉଣ୍ଟ୍‌ରୁ ଇମେଲ୍ ପଠାନ୍ତୁ” ଦେଖନ୍ତୁ।

ଆପଣଙ୍କ ଇମେଲ୍ ଆକାଉଣ୍ଟ୍ ପାଇଁ ଏକ ଫେଚ୍ ଶେଡ୍ଯୂଲ୍ ସେଟ୍ କରନ୍ତୁ

ଯଦି ଆପଣ ଏପରି ଏକ ଆକାଉଣ୍ଟ୍ ଯୋଡ଼ନ୍ତି ଯାହା Push ନୋଟିଫିକେଶନ୍ ସମର୍ଥନ କରେ ନାହିଁ, ତେବେ ଆପଣ ଆକାଉଣ୍ଟ୍ ପାଇଁ ନୂଆ ଇମେଲ୍ ଯାଞ୍ଚ କରିବାକୁ ଏକ ଶେଡ‍୍ୟୂଲ୍ ସେଟ୍ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Mail ରେ ଟାପ୍ କରନ୍ତୁ।

  3. Mail ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ତା’ପରେ “ନୂଆ ଡେଟା ଫେଚ୍ କରନ୍ତୁ”ରେ ଟାପ୍ କରନ୍ତୁ।

  4. “ଫେଚ୍ କରନ୍ତୁ” ଅଧୀନରେ, ଏକ ଶେଡ୍ଯୁଲ୍ ବାଛନ୍ତୁ।

    “ସ୍ୱୟଂଚାଳିତ ଭାବରେ” ଡିଫଲ୍ଟ ଚୟନ ଅଟେ, ଯାହାର ଅର୍ଥ ହେଉଛି ଆପଣଙ୍କର iPhone ଚାର୍ଜ୍ ହେଉଥିବା ଏବଂ Wi-Fi ସହିତ ସଂଯୁକ୍ତ ଥିବା ସମୟରେ ନୂଆ ଡେଟା ଡାଉନ୍‌ଲୋଡ୍ ହୋଇଥାଏ। ଏହି ପରିସ୍ଥିତି ବାହାରେ ଅଧିକ ଥର ଫେଚ୍ କରିବା ପାଇଁ, ଏକ ଟାଇମ୍ ହୋଇଥିବା ଶେଡ‍୍ୟୂଲ୍ ବାଛନ୍ତୁ।

ଇମେଲ୍ ଆକାଉଣ୍ଟ୍‌କୁ ବ୍ୟବହାର କରିବା ଅସ୍ଥାୟୀ ଭାବେ ବନ୍ଦ କରନ୍ତୁ

ଯଦି ଆପଣ ନିଜ iPhone ରେ ଏକ ଆକାଉଣ୍ଟ୍‌ରୁ ଇମେଲ୍ ପଠାଇବା ଏବଂ ଗ୍ରହଣ କରିବା ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସେଟିଂସ୍‌ରେ ଏହାକୁ ବନ୍ଦ କରିପାରିବେ। ଆପଣ ଏହାକୁ ଯେକୌଣସି ସମୟରେ ସହଜରେ ପୁନଃ ଚାଲୁ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Mail ରେ ଟାପ୍ କରନ୍ତୁ।

  3. Mail ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ଆପଣ ବନ୍ଦ କରିବାକୁ ଚାହୁଁଥିବା ଇମେଲ୍ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ iCloud ଇମେଲ୍ ଆକାଉଣ୍ଟ୍ ବନ୍ଦ କରନ୍ତୁ: “ଏହି iPhone ରେ ବ୍ୟବହାର କରନ୍ତୁ” ବନ୍ଦ କରନ୍ତୁ।

    • ଅନ୍ୟ ଏକ ଇମେଲ୍ ଆକାଉଣ୍ଟ୍ ବନ୍ଦ କରନ୍ତୁ: Mail ବନ୍ଦ କରନ୍ତୁ।

ଟିପ୍‌: ଆପଣ ବାଛିଥିବା ସମୟରେ କେବଳ ନିର୍ଦ୍ଦିଷ୍ଟ ଇମେଲ୍ ଆକାଉଣ୍ଟ୍‌ରୁ ନୋଟିଫିକେଶନ୍ ପାଇବା ପାଇଁ “ଫୋକସ୍ ଫିଲ୍ଟର୍” ବ୍ୟବହାର କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ସପ୍ତାହାନ୍ତରେ କିମ୍ବା ଛୁଟିରେ ଥିବା ସମୟରେ ଆପଣଙ୍କ କାର୍ଯ୍ୟସ୍ଥଳ ଇମେଲ୍ ଆକାଉଣ୍ଟ୍‌ରୁ ନୋଟିଫିକେଶନ୍‌କୁ ନୀରବ କରିପାରିବେ। “iPhone ରେ ଏକ ଫୋକସ୍ ସେଟ୍ ଅପ୍ କରନ୍ତୁ” ଦେଖନ୍ତୁ।

ଇମେଲ୍ ଆକାଉଣ୍ଟ୍‌କୁ ଡିଲିଟ୍ କରନ୍ତୁ

ଗୋଟିଏ ଇମେଲ୍‌କୁ ଆପଣ Mail ଆପ୍ ଏବଂ ଆପଣଙ୍କ iPhone ରେ ଏହାକୁ ବ୍ଯବହାର କରିୁଥିବା ସମସ୍ତ ଆପ୍‌ରୁ ଆକାଉଣ୍ଟ୍ କାଢ଼ିପାରିବେ।

ଧ‍୍ୟାନ ଦିଅନ୍ତୁ: ଏହି କାର୍ଯ୍ଯ ଇମେଲ୍ ଆକାଉଣ୍ଟ୍‌କୁ ବାତିଲ୍ କରେ ନାହିଁ; ଏହା କେବଳ ଏହାକୁ ଆପଣଙ୍କ iPhone ରୁ କାଢ଼ିଦିଏ। ଆକାଉଣ୍ଟ୍‌କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ, ଆପଣଙ୍କ ଇମେଲ୍ ଆକାଉଣ୍ଟ୍ ପ୍ରଦାନକାରୀକୁ ଯାଆନ୍ତୁ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Mail ରେ ଟାପ୍ କରନ୍ତୁ।

  3. Mail ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ଆପଣ କାଢ଼ି ଦେବାକୁ ଚାହୁଁଥିବା ଇମେଲ୍ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ।

  4. “ସାଇନ୍ ଆଉଟ୍ କରନ୍ତୁ” କିମ୍ବା “ଆକାଉଣ୍ଟ୍ ଡିଲିଟ୍ କରନ୍ତୁ” ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ପରେ ନିଜର ମନ ପରିବର୍ତ୍ତନ କରନ୍ତି, ତେବେ ଆପଣ ଇମେଲ୍ ଆକାଉଣ୍ଟ୍‌କୁ ନିଜ iPhone ରେ ପୁଣି ଯୋଡ଼ିପାରିବେ। ଏକ ଇମେଲ୍ ଆକାଉଣ୍ଟ୍ ଯୋଡ଼ନ୍ତୁ ଦେଖନ୍ତୁ।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ Mail ଆପ୍‌କୁ ପୁଣି ଯୋଡ଼ନ୍ତୁ

ଯଦି ଆପଣ ନିଜ ହୋମ୍ ସ୍କ୍ରୀନ୍‌ରେ Mail ଆପ୍ ଦେଖିପାରୁ ନାହାନ୍ତି, ତେବେ ଆପଣ ଏହାକୁ ଆପ୍ ଲାଇବ୍ରେରୀରେ ପାଇପାରିବେ ଏବଂ ଏହାକୁ ପୁଣି ଯୋଡ଼ିପାରିବେ।

  1. ହୋମ୍ ସ୍କ୍ରୀନ୍‌ରେ, ଆପ୍ ଲାଇବ୍ରେରି ନ ଦେଖାଯିବା ପର୍ଯ୍ଯନ୍ତ ବାମକୁ ସ୍ୱାଇପ୍ କରନ୍ତୁ।

  2. ସର୍ଚ୍ଚ୍ ଫିଲ୍ଡରେ “Mail” ଲେଖନ୍ତୁ।

  3. Mail ଆପ୍ ଆଇକନ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା'ପରେ “ହୋମ୍ ସ୍କ୍ରୀନ୍‌ରେ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

ଆପଣଙ୍କ ପାଇଁ ଉପଯୁକ୍ତ ହେବା ପାଇଁ ଆପଣଙ୍କ ହୋମ୍ ସ୍କ୍ରୀନ୍ ପୁନଃ ବ୍ଯବସ୍ଥିତ କରିବାକୁ ହୋମ୍ ସ୍କ୍ରୀନ୍‌ରେ ଆପ୍ ଓ ୱିଜେଟ୍‌କୁ ମୂଭ୍ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.