ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ 3D ମ୍ଯାପ୍ ଦେଖନ୍ତୁ

ମ୍ଯାପ୍‌ରେ ଯେକୌଣସି ଲୋକେଶନ୍ ଏକ୍ସପ୍ଲୋର୍ କରିବା ସମୟରେ, ଆପଣ ଅତିରିକ୍ତ ଡାଇମେନ୍‌ଶନ୍ ବିଶିଷ୍ଟ ଏକ କ୍ଷେତ୍ରକୁ ଦେଖିବା ପାଇଁ ମ୍ଯାପ୍‌କୁ ଘୂରାଇପାରିବେ।

ଧ‍୍ୟାନ ଦିଅନ୍ତୁ: ସମସ୍ତ ଫୀଚର୍ ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। ଉପଲବ୍ଧତା ପାଇଁ, “”iOS ଏବଂ iPadOS ଫୀଚର୍ ଉପଲବ୍ଧତା ୱେବ୍‌ସାଇଟ୍” ରେ ସହର ଅଭିଜ୍ଞତାର ବିସ୍ତୃତ ବିବରଣୀ ଦେଖନ୍ତୁ।

ଏକ ମ୍ଯାପ୍ କିମ୍ବା ଗ୍ଲୋବ୍‌କୁ ମୂଭ୍ କରନ୍ତୁ, ଜୂମ୍ କରନ୍ତୁ କିମ୍ବା ଘୂରାନ୍ତୁ

  1. ଆପଣଙ୍କ iPhone ରେ ମ‍୍ୟାପ୍ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ମ୍ଯାପ୍ ଆଖପାଖରେ ମୂଭ୍ କରନ୍ତୁ: ମ୍ଯାପ୍ ଡ୍ରାଗ୍ କରନ୍ତୁ।

    • ଜୂମ୍ ଇନ୍ କିମ୍ବା ଆଉଟ୍ କରନ୍ତୁ: ଡବଲ୍-ଟାପ୍ କରନ୍ତୁ, ତା’ପରେ ଜୂମ୍ ଇନ୍ କରିବାକୁ ଉପରକୁ ଡ୍ରାଗ୍ କରନ୍ତୁ କିମ୍ବା ଜୂମ୍ ଆଉଟ୍ କରିବାକୁ ତଳକୁ ଡ୍ରାଗ୍ କରନ୍ତୁ। କିମ୍ବା ମ୍ଯାପ୍‌ରେ ଖୋଲା କିମ୍ବା ବନ୍ଦ କରିବାକୁ ପିଞ୍ଚ୍ କରନ୍ତୁ।

    • ମ୍ଯାପ୍ ଘୂରାନ୍ତୁ: ଦୁଇଟି ଆଙ୍ଗୁଠିରେ ମ୍ଯାପ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ନିଜ ଆଙ୍ଗୁଠିକୁ ଘୂରାନ୍ତୁ।

      ଆପଣ ମ୍ଯାପ୍‌କୁ ଘୂରାଇବା ପରେ ସ୍କ୍ରୀନର ଶୀର୍ଷରେ ଉତ୍ତର ଦିଗକୁ ଦେଖାଇବା ପାଇଁ କମ୍ପାସ୍ ବଟନ୍ରେ ଟାପ୍ କରନ୍ତୁ।

ଏକ 3D ମ୍ଯାପ୍ ଦେଖନ୍ତୁ

  1. ଆପଣଙ୍କ iPhone ରେ ମ‍୍ୟାପ୍ ଆପ୍ କୁ ଯାଆନ୍ତୁ।

  2. ଏକ 2D ମ୍ଯାପ୍‌କୁ 3D ମ୍ଯାପ୍‌ରେ ପରିଣତ କରିବା ପାଇଁ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • ଦୁଇଟି ଆଙ୍ଗୁଠି ଉପରକୁ ଡ୍ରାଗ୍ କରନ୍ତୁ।

    • ସାଟେଲାଇଟ୍ ମ୍ଯାପ୍‌ରେ, ନିମ୍ନକୁ ଡାହାଣ ପାର୍ଶ୍ବରେ ଥିବା 3D ରେ ଟାପ୍ କରନ୍ତୁ।

    • ଚୟନିତ ସହରରେ, ଶୀର୍ଷ ଡାହାଣ ପାର୍ଶ୍ୱରେ ଥିବା 3D ରେ ଟାପ୍ କରନ୍ତୁ। (iOS ଏବଂ iPadOS ଫୀଚର୍ ଉପଲବ୍ଧତା ଓ୍ବେବ୍‌ସାଇଟ୍ରେ ବିସ୍ତୃତ ସହର ଅଭିଜ୍ଞତା ଦେଖନ୍ତୁ।)

  3. ଏକ 3D ମ୍ଯାପ୍ ଦେଖିବା ସମୟରେ, ଆପଣ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରିପାରିବେ:

    • କୋଣ ଆଡ୍‌ଜଷ୍ଟ୍ କରନ୍ତୁ: ଦୁଇଟି ଆଙ୍ଗୁଠି ଉପରକୁ କିମ୍ବା ତଳକୁ ଡ୍ରାଗ୍ କରନ୍ତୁ।

    • 3D ରେ ଅଟ୍ଟାଳିକା ଏବଂ ଅନ୍ଯ ଛୋଟ ସ୍ଥାନ ଦେଖନ୍ତୁ: ଜୂମ୍ ଇନ୍ କରନ୍ତୁ।

    • ପୃଥିବୀ ଦେଖନ୍ତୁ: ମ୍ଯାପ୍‌କୁ ଗ୍ଲୋବ୍‌ରେ ପରିବର୍ତ୍ତନ ହେବା ପର୍ଯ୍ଯନ୍ତ ଜୂମ୍ ଆଉଟ୍ କରନ୍ତୁ। ଏହାକୁ ରୋଟେଟ୍ କରିବା ପାଇଁ ଗ୍ଲୋବ୍‌କୁ ଡ୍ରାଗ୍ କରନ୍ତୁ ପର୍ବତଶ୍ରେଣୀ ମରୁଭୂମି, ମହାସାଗର ଇତ୍ଯାଦି ବିବରଣୀ ଏକ୍ସ୍‌ପ୍ଲୋର୍ କରିବା ପାଇଁ ଜୂମ୍ ଇନ୍ କିମ୍ୱା ଆଉଟ୍ କରନ୍ତୁ।

    • ଏକ 2D ମ୍ଯାପ୍‌କୁ ଫେରନ୍ତୁ: ନିମ୍ନକୁ ଡାହାଣ ପାର୍ଶ୍ୱରେ ଥିବା 2D ରେ ଟାପ୍ କରନ୍ତୁ।

ମ୍ଯାପ୍ ଆପ୍‌ରେ ଏକ 3D ମ୍ଯାପ୍‌ରେ ଏକ ବ୍ରିଜ୍ ଏବଂ ଏକ ପାର୍କ୍ ଦେଖାଉଛି।

ଆପଣ ଆଖପାଖର ସ୍ଥାନ ମଧ‍୍ୟ ଦେଖିପାରିବେ

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.