ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ 3D ମ୍ଯାପ୍‌ ଦେଖନ୍ତୁ

ମ୍ଯାପ୍‌ରେ ଯେକୌଣସି ଲୋକେଶନ୍ ଏକ୍ସପ୍ଲୋର୍‌ କରିବା ସମୟରେ, ଆପଣ ଅତିରିକ୍ତ ଡାଇମେନ୍‌ଶନ୍‌ ବିଶିଷ୍ଟ ଏକ କ୍ଷେତ୍ରକୁ ଦେଖିବା ପାଇଁ ମ୍ଯାପ୍‌କୁ ଘୂରାଇପାରିବେ।

ସମର୍ଥିତ ମଡେଲ୍ ଏବଂ ଚୟନିତ ସହରରେ ମ୍ଯାପ୍, ଚଢ଼ାଣି, ରାସ୍ତା, ଗଛ, କୋଠା, ଲ୍ଯାଣ୍ଡ୍‌ମାର୍କ୍‌ ଇତ୍ଯାଦି ପାଇଁ ଉନ୍ନତ ବିବରଣୀ ପ୍ରଦାନ କରିଥାଏ। (ଉପଲବ୍ଧତା ପାଇଁ, iOS ଏବଂ iPadOS ଫୀଚର୍‌ ଉପଲବ୍ଧତା ଓ୍ବେବ୍‌ସାଇଟ୍‌ରେ ସହରି ଅଭିଜ୍ଞତାର ବିସୃତ ବିବରଣୀ ଦେଖନ୍ତୁ।)

ଏକ ମ୍ଯାପ୍‌ କିମ୍ବା ଗ୍ଲୋବ୍‌କୁ ମୂଭ୍ କରନ୍ତୁ, ଜୂମ୍‌ କରନ୍ତୁ କିମ୍ବା ଘୂରାନ୍ତୁ

  1. ଆପଣଙ୍କ iPhoneରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ମ୍ଯାପ୍‌ ଆଖପାଖରେ ମୂଭ୍ କରନ୍ତୁ: ମ୍ଯାପ୍‌ ଡ୍ରାଗ୍ କରନ୍ତୁ।

    • ଜୂମ୍ ଇନ୍ କିମ୍ବା ଆଉଟ୍ କରନ୍ତୁ: ଡବଲ୍-ଟାପ୍ କରନ୍ତୁ, ତା’ପରେ ଜୂମ୍ ଇନ୍ କରିବାକୁ ଉପରକୁ ଡ୍ରାଗ୍ କରନ୍ତୁ କିମ୍ବା ଜୂମ୍ ଆଉଟ୍ କରିବାକୁ ତଳକୁ ଡ୍ରାଗ୍ କରନ୍ତୁ। କିମ୍ବା ମ୍ଯାପ୍‌ରେ ଖୋଲା କିମ୍ବା ବନ୍ଦ କରିବାକୁ ପିଞ୍ଚ୍ କରନ୍ତୁ।

    • ମ୍ଯାପ୍‌ ଘୂରାନ୍ତୁ: ଦୁଇଟି ଆଙ୍ଗୁଠିରେ ମ୍ଯାପ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ନିଜ ଆଙ୍ଗୁଠିକୁ ଘୂରାନ୍ତୁ।

      ଆପଣ ମ୍ଯାପ୍‌କୁ ଘୂରାଇବା ପରେ ସ୍କ୍ରୀନର ଶୀର୍ଷରେ ଉତ୍ତର ଦିଗକୁ ଦେଖାଇବା ପାଇଁ କମ୍ପାସ୍ ବଟନ୍ରେ ଟାପ୍‌ କରନ୍ତୁ।

ଏକ 3D ମ୍ଯାପ୍‌ ଦେଖନ୍ତୁ

  1. ଆପଣଙ୍କ iPhoneରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ଏକ 2D ମ୍ଯାପ୍‌କୁ 3D ମ୍ଯାପ୍‌ରେ ପରିଣତ କରିବା ପାଇଁ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

  3. ଏକ 3D ମ୍ଯାପ୍‌ ଦେଖିବା ସମୟରେ, ଆପଣ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରିପାରିବେ:

    • କୋଣ ଆଡ୍‌ଜଷ୍ଟ୍ କରନ୍ତୁ: ଦୁଇଟି ଆଙ୍ଗୁଠି ଉପରକୁ କିମ୍ବା ତଳକୁ ଡ୍ରାଗ୍ କରନ୍ତୁ।

    • 3Dରେ ଅଟ୍ଟାଳିକା ଏବଂ ଅନ୍ଯ ଛୋଟ ସ୍ଥାନ ଦେଖନ୍ତୁ: ଜୂମ୍‌ ଇନ୍ କରନ୍ତୁ।

    • ପୃଥିବୀ ଦେଖନ୍ତୁ: ମ୍ଯାପ୍‌କୁ ଗ୍ଲୋବ୍‌ରେ ପରିବର୍ତ୍ତନ ହେବା ପର୍ଯ୍ଯନ୍ତ ଜୂମ୍‌ ଆଉଟ୍ କରନ୍ତୁ। ଗ୍ଲୋବ୍‌କୁ ଘୁଞ୍ଚାଇବା ପାଇଁ ଡ୍ରାଗ୍ କରନ୍ତୁ କିମ୍ବା ପର୍ବତଶ୍ରେଣୀ, ମରୁଭୂମି, ମହାସାଗର ଇତ୍ଯାଦି ବିବରଣୀ ଏକ୍ସପ୍ଲୋର୍‌ କରିବା ପାଇଁ ଜୂମ୍‌ ଇନ୍ କରନ୍ତୁ (ସମର୍ଥିତ ମଡେଲ୍ରେ)।

    • ଏକ 2D ମ୍ଯାପ୍‌କୁ ଫେରନ୍ତୁ: ଶୀର୍ଷ ଡାହାଣ ପାର୍ଶ୍ୱରେ 2Dରେ ଟାପ୍ କରନ୍ତୁ।

ମ୍ଯାପ୍‌ ଆପ୍‌ରେ ଏକ 3D ମ୍ଯାପ୍‌ରେ ଏକ ବ୍ରିଜ୍ ଏବଂ ଏକ ପାର୍କ୍ ଦେଖାଉଛି।

ଆପଣ Flyover ଭ୍ରମଣ କରିପାରିବେ କିମ୍ବା ଆଖପାଖର ସ୍ଥାନ ମଧ୍ଯ ଦେଖିପାରିବେ

ଅଞ୍ଚଳ ଏବଂ ଦେଶ ଅନୁଯାୟୀ ମ୍ଯାପ୍‌ଗୁଡ଼ିକର ଫୀଚର୍‌ ଭିନ୍ନ ହୋଇଥାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.