ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ନୋଟ୍‌ ଆପ୍‌ରେ ଆକାଉଣ୍ଟ୍‌ ଯୋଡ଼ନ୍ତୁ କିମ୍ବା କାଢ଼ନ୍ତୁ

ନୋଟ୍ ଆପ୍‌ରେ, ଆପଣ ଏକାଧିକ ଆକାଉଣ୍ଟ୍ ବ୍ଯବହାର କରିପାରିବେ-ଯେପରିକି iCloud, ଏଣ୍ଟର୍‌ପ୍ରାଇଜ୍-iCloud, Microsoft Exchange, Google, ଏବଂ Yahoo ପରିଚାଳନା କରନ୍ତୁ-ଏବଂ ଆପଣଙ୍କର ସମସ୍ତ ନୋଟ୍ ଗୋଟିଏ ସ୍ଥାନରେ ରଖନ୍ତୁ। ସମାନ ଆକାଉଣ୍ଟ୍‌ ବ୍ଯବହାର କରୁଥିବା ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଆପଣଙ୍କ ନୋଟ୍ ଅପ୍‌ ଟୁ ଡେଟ୍ ରହିଥାଏ। ଆପଣ କେବଳ ଏହି ଡିଭାଇସ୍‌ରେ ରଖୁଥିବା ନୋଟ୍ ପାଇଁ ମଧ୍ଯ ”ମୋ iPhoneରେ“ ଆକାଉଣ୍ଟ୍‌ ରଖିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ iCloud ଏବଂ "ମୋ iPhoneରେ” ଆକାଉଣ୍ଟ୍‌ ବ୍ଯବହାର କରିବା ସମୟରେ ଏହି ଗାଇଡ୍‌ରେ ବର୍ଣ୍ଣିତ ସମସ୍ତ ନୋଟ୍ ଫିଚର୍ ଉପଲବ୍ଧ ହୋଇଥାଏ। ଅନ୍ଯ ଆକାଉଣ୍ଟ୍‌ ବ୍ଯବହାର କରୁଥିବା ସମୟରେ କେତେକ ଫିଚର୍ ଉପଲବ୍ଧ ହୁଏ ନାହିଁ।

iCloud ସହିତ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଆପଣଙ୍କ ନୋଟ୍ ଅପ୍‌ ଡୁ ଡେଟ୍‌ ରଖନ୍ତୁ

ଆପଣଙ୍କ iCloud ନୋଟ୍ ଏବଂ ଆପଣ ସେଥିରେ କରିଥିବା କୌଣସି ପରିବର୍ତ୍ତନ ଆପଣ ନିଜ Apple ଆକାଉଣ୍ଟ୍‌ ସହାଯ୍ଯରେ ସାଇନ୍ ଇନ୍ କରିଥିବା ଆପଣଙ୍କ iPhone, iPad, ଏବଂ Macରେ ଦେଖାଯିବ।

  1. ସେଟିଂସ୍  > [ଆପଣଙ୍କ ନାମ] > iCloudକୁ ଯାଆନ୍ତୁ।

  2. ନୋଟ୍ ଚାଲୁ କରନ୍ତୁ।

ଅନ୍ଯ ଆକାଉଣ୍ଟ୍‌ଗୁଡ଼ିକ ଯୋଡ଼ନ୍ତୁ

Microsoft Exchange, Google ଏବଂ Yahoo ପରି ଅନ୍ଯ ଆକାଉଣ୍ଟ୍‌ରେ ଆପଣଙ୍କ ନୋଟ୍‌ର ପରିଚାଳନା କରିବା ପାଇଁ ଆପଣ ନୋଟ୍ ଆପ୍ ବ୍ଯବହାର କରିପାରିବେ।

  1. ସେଟିଂସ୍‌  > ଆପ୍‌ > ନୋଟ୍‌କୁ ଯାଆନ୍ତୁ।

  2. “ନୋଟ୍ ଆକାଉଣ୍ଟ୍‌”ରେ ଟାପ୍‌ କରନ୍ତୁ, ତା'ପରେ “ଆକାଉଣ୍ଟ୍ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ଆକାଉଣ୍ଟ୍‌ ପ୍ରଦାନକାରୀ ବାଛନ୍ତୁ, ତା'ପରେ ଆପଣଙ୍କ ଆକାଉଣ୍ଟ୍‌ ସୂଚନା ଲେଖନ୍ତୁ।

    • ଯଦି ଆପଣଙ୍କ ଆକାଉଣ୍ଟ୍‌ ପ୍ରଦାନକାରୀ ଲିଷ୍ଟ୍‌ରେ ନହିଁ, ତେବେ “ଅନ୍ୟ” ଉପରେ ଟାପ୍‌ କରନ୍ତୁ, “Mail ଆକାଉଣ୍ଟ୍ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ, ଆପଣଙ୍କ ଇମେଲ୍ ଆକାଉଣ୍ଟ୍ ସୂଚନା ଲେଖନ୍ତୁ, ତା'ପରେ ସେହି ଆକାଉଣ୍ଟ୍ ପାଇଁ ନୋଟ୍ ଚାଲୁ କରନ୍ତୁ।

ଏକ ”ମୋ iPhoneରେ” ଆକାଉଣ୍ଟ୍‌ ସେଟ୍ ଅପ୍ କରନ୍ତୁ

ଏହି ଆକାଉଣ୍ଟ୍‌ର ନୋଟ୍ କେବଳ ଆପଣଙ୍କ iPhoneରେ ଦେଖାଯାଏ ଏବଂ ସେଗୁଡ଼ିକ ଆପଣଙ୍କ iPhoneର iCloud ବ୍ଯାକ୍‌ଅପ୍‌ରେ ଅନ୍ତର୍ଭୁକ୍ତ ଥାଏ।

  1. ସେଟିଂସ୍‌  > ଆପ୍‌ > ନୋଟ୍‌କୁ ଯାଆନ୍ତୁ।

  2. "ମୋ iPhoneରେ" ଆକାଉଣ୍ଟ୍‌ ଚାଲୁ କରନ୍ତୁ।

ଏକ ଆକାଉଣ୍ଟ୍ କାଢ଼ନ୍ତୁ

ଆପଣ ଏକ ଆକାଉଣ୍ଟ୍‌କୁ କାଢ଼ିଲେ କିମ୍ବା ଡିଲିଟ୍ କଲେ, ସେହି ଆକାଉଣ୍ଟ୍‌ରେ ଥିବା ନୋଟ୍ ଆପଣଙ୍କ iPhoneରେ ଆଉ ଦେଖାଯିବ ନାହିଁ। ନୋଟ୍ ଆପଣଙ୍କ ଇଣ୍ଟର୍‌ନେଟ୍ ଆକାଉଣ୍ଟ୍ (ଉଦାହରଣ ସ୍ୱରୂପ iCloud.com କିମ୍ବା Google) ଏବଂ ଆପଣ ପୂର୍ବରୁ ସେଟ୍ ଅପ୍ କରିଥିବା ଅନ୍ଯ କୌଣସି ଡିଭାଇସ୍‌ରେ ରହିଥାଏ।

  1. ସେଟିଂସ୍‌  > ଆପ୍‌ > ନୋଟ୍‌କୁ ଯାଆନ୍ତୁ।

  2. ନୋଟ୍ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ତା'ପରେ ଆପଣ କାଢ଼ିବାକୁ ଚାହୁଁଥିବା ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଆକାଉଣ୍ଟ୍‌ରେ ନୋଟ୍‌ର ବ୍ଯବହାର କରିବା ବନ୍ଦ କରନ୍ତୁ: ନୋଟ୍ ବନ୍ଦ କରନ୍ତୁ।

      ଆପଣ Mail ପରି ଅନ୍ଯ ସେବାଗୁଡ଼ିକ ପାଇଁ ଆକାଉଣ୍ଟ୍‌ ବ୍ଯବହାର କରିବା ଜାରି ରଖିପାରିବେ।

    • ଆକାଉଣ୍ଟ୍‌ରେ ସମସ୍ତ ସେବା ବ୍ଯବହାର କରିବା ବନ୍ଦ କରନ୍ତୁ: “ସାଇନ୍ ଆଉଟ୍” (iCloud ଆକାଉଣ୍ଟ୍ ପାଇଁ) କିମ୍ବା “ଆକାଉଣ୍ଟ୍ ଡିଲିଟ୍ କରନ୍ତୁ” (ଅନ୍ୟ ଆକାଉଣ୍ଟ୍ ପାଇଁ)ରେ ଟାପ୍‌ କରନ୍ତୁ।

      ଯଦି ଆପଣ “ସାଇନ୍ ଆଉଟ୍ କରନ୍ତୁ” କିମ୍ବା “ଆକାଉଣ୍ଟ୍‌ ଡିଲିଟ୍ କରନ୍ତୁ” ଦେଖିପାରୁ ନାହାନ୍ତି, ତା’ହେଲେ ସମ୍ଭବତଃ ଆପଣଙ୍କ ଆକାଉଣ୍ଟ୍‌କୁ ଆପଣଙ୍କ ସଂଗଠନ ଦ୍ୱାରା ପରିଚାଳିତ କରାଯାଉଛି। କାଢ଼ିବାର ନିର୍ଦ୍ଦେଶାବଳୀ ପାଇଁ ଜଣେ ଆଡ୍‌ମିନିଷ୍ଟ୍ରେଟର୍ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.