ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ତ୍ୱରିତ କାର୍ଯ୍ଯ ସମ୍ପାଦନ କରନ୍ତୁ

ହୋମ୍ ସ୍କ୍ରୀନ୍‌, ଆପ୍ ଲାଇବ୍ରେରି, କଣ୍ଟ୍ରୋଲ୍ ସେଣ୍ଟର୍ ଏବଂ ଆପ୍‌ଗୁଡ଼ିକରେ ଆପଣ କ୍ୱିକ୍ ଆକ୍ସନ୍ ମେନ୍ଯୂ ବ୍ଯବହାର କରିପାରିବେ, ପ୍ରୀଭ୍ଯୂ ଦେଖିପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ।

କଣ୍ଟ୍ରୋଲ୍ ସେଣ୍ଟର୍, ହୋମ୍ ସ୍କ୍ରୀନ୍ ଏବଂ ଆପ୍ ଲାଇବ୍ରେରୀରୁ କ୍ୱିକ୍ ଆକ୍ସନ୍ ସମ୍ପାଦନ କରନ୍ତୁ

ହୋମ୍ ସ୍କ୍ରୀନ୍ ଏବଂ ଆପ୍ ଲାଇବ୍ରେରିରେ କ୍ୱିକ୍ ଆକ୍ସନ୍ ମେନ୍ଯୁ ଖୋଲିବା ପାଇଁ ଆପ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

କ୍ଯାମେରା ଆପ୍ ଆଇକନ୍ ତଳେ କ୍ଯାମେରା କ୍ୱିକ୍ ଆକ୍ସନ୍ ମେନ୍ଯୁ ସହିତ ଏକ ଅସ୍ପଷ୍ଟ ହୋମ୍ ସ୍କ୍ରୀନ୍।

ଉଦାହରଣ ସ୍ୱରୂପ:

  • କ୍ଯାମେରାକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ , ତା’ପରେ ସେଲ୍‌ଫି ବାଛନ୍ତୁ।

  • ମ୍ଯାପ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ , ତା’ପରେ”ମୋ ଲୋକେଶନ୍ ପଠାନ୍ତୁ”କୁ ବାଛନ୍ତୁ।

  • ନୋଟ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ , ତା’ପରେ ନୂତନ ନୋଟ୍‌ ବାଛନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଏକ କ୍ବିକ୍ ଆକ୍ସନ୍ ବାଛିବା ପୂର୍ବରୁ ଏକ ଆପ୍‌କୁ ଅଧିକ ସମୟ ପର୍ଯ୍ଯନ୍ତ ସ୍ପର୍ଶ କରି ହୋଲ୍ଡ୍ କରନ୍ତି, ତେବେ ସମସ୍ତ ଆପ୍ ଜିଙ୍ଗଲ୍‌ କରିବା ଆରମ୍ଭ କରେ। “ସମ୍ପୂର୍ଣ୍ଣ” (Face ID ଥିବା iPhoneରେ) ଟାପ୍ କରନ୍ତୁ କିମ୍ବା ହୋମ୍ ବଟନ୍ (ଅନ୍ଯ iPhone ମଡେଲ୍‌ରେ) ଦବାନ୍ତୁ, ତା’ପରେ ପୁନଃ ଚେଷ୍ଟା କରନ୍ତୁ।

ପ୍ରିଭ୍ଯୁ ଏବଂ ଅନ୍ଯାନ୍ଯ କ୍ୱିକ୍ ଆକ୍ସନ୍ ମେନ୍ଯୁ ଦେଖନ୍ତୁ

  • ଫଟୋରେ, ପ୍ରୀଭ୍ଯୂ କରିବା ପାଇଁ ଏକ ଇମେଜ୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ ଏବଂ ବିକଳ୍ପଗୁଡ଼ିକର ଏକ ଲିଷ୍ଟ୍ ଦେଖନ୍ତୁ।

  • Mailରେ, ମେସେଜ୍ ବିଷୟବସ୍ତୁ ପ୍ରୀଭ୍ଯୂ କରିବା ଏବଂ ବିକଳ୍ପଗୁଡ଼ିକର ଏକ ଲିଷ୍ଟ୍ ଦେଖିବା ପାଇଁ ମେଲ୍‌ବକ୍ସ୍‌ରେ ଏକ ମେସେଜ୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  • କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ, ତା’ପରେ କ୍ଯାମେରା “କ୍ଯାମେରା” ବଟନ୍‌ ଭଳି ଆଇଟମ୍ କିମ୍ବା ବିକଳ୍ପ ଦେଖିବା ପାଇଁ ଉଜ୍ଜ୍ବଳତା କଣ୍ଟ୍ରୋଲ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  • ଲକ୍ ସ୍କ୍ରୀନ୍‌ରେ, ଏକ ନୋଟିଫିକେଶନ୍ ସ୍ପର୍ଶ କରି ହୋଲ୍ଡ୍ କରି ରଖି ଏହାର ଉତ୍ତର ଦିଅନ୍ତୁ।

  • ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍‌କୁ ଟ୍ରାକ୍‌ପ୍ଯାଡ୍‌ରେ ପରିଣତ କରିବା ପାଇଁ ଟାଇପ୍ କରିବା ସମୟରେ ଗୋଟିଏ ଆଙ୍ଗୁଳି ସହିତ ସ୍ପେସ୍ ବାର୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.