ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା Newsରେ ଇମୋଜି ଗେମ୍ ଖେଳନ୍ତୁ

iOS 18.4 ଏବଂ ପରବର୍ତ୍ତୀ ଭର୍ଶନ୍‌ରେ, Apple News+ ସବ୍‌ସ୍କ୍ରାଇବର୍ ଇମୋଜି ସହିତ ଶବ୍ଦ ଏବଂ ବାକ୍ୟାଂଶ ସମ୍ପୂର୍ଣ୍ଣ କରି ଦୈନିକ ଇମୋଜି ଗେମ୍ ପଜଲ୍ ସମାଧାନ କରିପାରିବେ।

ଏହି ଲଜିକ୍ ଏବଂ ୱର୍ଡ୍‌ ଗେମ୍‌ର ଉଦ୍ଦେଶ‍୍ୟ ହେଉଛି ଯଥାସମ୍ଭବ କମ୍ ମୂଭ୍ ସାହାଯ‍୍ୟରେ ଅନେକ ବାକ୍ୟାଂଶ ସମ୍ପୂର୍ଣ୍ଣ କରିବା। ପ୍ରତ‍୍ୟେକ ଇମୋଜିକୁ ଆସୋସିଏଶନ୍ ମାଧ‍୍ୟମରେ କିମ୍ବା ଅନ‍୍ୟ ଇମୋଜି ସହିତ ମିଳିତ ରୂପେ ସିଧାସଳଖ ଭାବରେ ବ‍୍ୟାଖ‍୍ୟା କରାଯାଇପାରେ। ଆପଣ ଏକ ଉତ୍ତର ଦେବାକୁ ଚେଷ୍ଟା କରିବା କିମ୍ବା ଏକ କ୍ଲୂ ବିସ୍ତାର କରିବା ସମୟରେ, ଏହାକୁ ଏକ ମୂଭ୍ ଭାବରେ ଗଣନା କରାଯାଏ।

ଧ‍୍ୟାନ ଦିଅନ୍ତୁ: ଇମୋଜି ଗେମ୍ ପଜଲ୍ କେବଳ U.S. ଏବଂ କାନାଡାରେ ଆମେରିକୀୟ ଇଂରାଜୀରେ iOS 18.4, iPadOS 18.4, macOS 15.4 କିମ୍ବା ପରବର୍ତ୍ତୀ ଭର୍ଶନ୍ ବ୍ୟବହାର କରୁଥିବା ଡିଭାଇସ୍‌ଗୁଡ଼ିକରେ ଉପଲବ୍ଧ। Apple News Apple News+ ଏବଂ ପଜଲ୍ ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। iOS ଏବଂ iPadOS ଫୀଚର୍ ଉପଲବ୍ଧତା ୱେବ୍‌ସାଇଟ୍ ଦେଖନ୍ତୁ।

ଇମୋଜି ଗେମ୍‌, ମୂଭ୍‌ର ସଂଖ୍ୟା, ଉତ୍ତର ଭାବରେ ଦୁଇଟି ଇମୋଜି ରଖାଯାଇଥିବା ଏବଂ ଗୋଟିଏ ଉତ୍ତର ନଦେଇଥିବା ସ୍ଥାନରେ ରଖାଯାଇଥିବା ଦେଖାଉଛି।
  1. ଆପଣଙ୍କ iPhoneରେ ଥିବା News ଆପ୍ କୁ ଯାଆନ୍ତୁ।

  2. ଏକ ଇମୋଜି ଗେମ୍ ପଜଲ୍ ଖୋଲନ୍ତୁ

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ: ଇମୋଜି ପାଇଁ ବିଭିନ୍ନ ପରିଭାଷା କିମ୍ବା ଆସୋସିଏଶନ୍ ବିଷୟରେ ବିଚାର କରନ୍ତୁ, ତା’ପରେ ପ୍ରତ‍୍ୟେକ ଶବ୍ଦ କିମ୍ବା ବାକ୍ଯାଂଶକୁ ସମ୍ପୂର୍ଣ୍ଣ କରିବା ପାଇଁ ସବୁଠାରୁ ଉପଯୁକ୍ତ ଇମୋଜି (କିମ୍ବା ଇମୋଜିର ଗ୍ରୁପ୍)କୁ ଡ୍ରାଗ୍ କରନ୍ତୁ।

      ଉଦାହରଣ ସ୍ୱରୂପ, ଏକ “pear” ଇମୋଜି 🍐 “DISAP_ _ _ _,”କୁ ସମ୍ପୂର୍ଣ୍ଣ କରିପାରେ କିନ୍ତୁ “fruit” ଭାବରେ ବ‍୍ୟାଖ‍୍ୟା କରାଯାଇଥିବାକୁ ଏହା “_ _ _ _ _ FUL” ସମ୍ପୂର୍ଣ୍ଣ କରିପାରେ।

      ଇମୋଜି ସମ୍ବନ୍ଧୀୟ ଅକ୍ଷରଗୁଡ଼ିକ ଏକ ଉତ୍ତରରେ ଅଣ-କ୍ରମାଗତ ଭାବରେ ଦେଖାଯାଇପାରେ। ଉଦାହରଣ ସ୍ୱରୂପ, ଏକ “earth” ଇମୋଜି 🌍କୁ “L_ _ _N _ _E ROPES”ରେ ଡ୍ରାଗ୍ କରି “learn the ropes” ବ‍ାକ‍୍ୟାଂଶକୁ ସମ୍ପୂର୍ଣ୍ଣ କରେ।

      ସମ୍ପୂର୍ଣ୍ଣ ଭାବରେ ଗ୍ରୂପ୍ ହୋଇଥିବା ଇମୋଜିର ବ୍ୟାଖ୍ୟା କରନ୍ତୁ। ଉଦାହରଣ ସ୍ୱରୂପ, ଗୋଟିଏ 🐠 ର ଅର୍ଥ “fish” ହୋଇପାରେ, ଯେତେବେଳେ 🐠🐠🐠 ର ଅର୍ଥ “school” ହୋଇପାରେ।

    • ଏକ କ୍ଲୂ ବିସ୍ତାର କରନ୍ତୁ: “ବିସ୍ତାର କରନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ। ଏହାକୁ ଏକ ମୂଭ୍ ଭାବରେ ଗଣନା କରାଯାଏ।

    • ଉତ୍ତର ପ୍ରକାଶ କରନ୍ତୁ: ଅଧିକ ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ପ୍ରକାଶ କରନ୍ତୁ”ରେ ଟାପ୍ କରନ୍ତୁ। ଆପଣ ଖୋଜି ପାଇନଥିବା ଉତ୍ତର ପ୍ରଦର୍ଶିତ ହେଉଛି। ଏହି ପଜଲ୍ ଆପଣଙ୍କ ସ୍କୋର୍‌ବୋର୍ଡ୍ ପରିସଂଖ୍ଯାନ ଏବଂ ଷ୍ଟ୍ରିକ୍‌ଗୁଡ଼ିକରେ ଗଣନା ହୁଏ ନାହିଁ।

ଟିପ୍‌: ଏକ ତ୍ୱରିତ ଇମୋଜି ଗେମ୍ ଟ୍ଯୁଟୋରିଅଲ୍ ନେବା ପାଇଁ, ଅଧିକ ବଟନ୍‌ରେ ଟାପ୍ କରନ୍ତୁ ତା’ପରେ “କିପରି ଚଲାଇବେ”ରେ ଟାପ୍ କରନ୍ତୁ। କିମ୍ବା ଇମୋଜି ଗେମ୍ ଫୀଡ୍ ଖୋଲିବାକୁ “ଅଧିକ ପଜଲ୍‌” ବାଛନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.