ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଆପଣଙ୍କ ନୋଟ୍ ମାଧ୍ଯମରେ ସର୍ଚ୍ଚ୍ କରନ୍ତୁ

ନୋଟ୍ ଆପ୍‌ରେ ଟାଇପ୍ ହୋଇଥିବା ଏବଂ ହସ୍ତଲିଖିତ ଟେକ୍ସଟ୍, ଇମେଜ୍‌ରେ ଥିବା ଅବ୍‌ଜେକ୍ଟ୍‌ ଏବଂ ସ୍କାନ୍ ହୋଇଥିବା ଡକ୍ଯୁମେଣ୍ଟ୍‌ରେ ଥିବା ଟେକ୍ସଟ୍ ପାଇଁ ଆପଣ ନିଜ ସମସ୍ତ ନୋଟ୍ ମାଧ୍ଯମରେ ସର୍ଚ୍ଚ୍‌ କରିପାରିବେ। ଆପଣ ଏକ ନୋଟ୍ ଭିତରେ ଥିବା ଟେକ୍ସଟ୍ ମଧ୍ଯ ସର୍ଚ୍ଚ୍ କରିପାରିବେ।

ଆପଣଙ୍କ ସମସ୍ତ ନୋଟ୍‌ରେ ଟେକ୍ସଟ୍, ଅବଜେକ୍ଟ୍ ଇତ୍ଯାଦି ପାଇଁ ସର୍ଚ୍ଚ୍ କରନ୍ତୁ

ଆପଣ ଟାଗ୍, ଟାଇପ୍ ହୋଇଥିବା ଏବଂ ହସ୍ତଲିଖିତ ଟେକ୍ସଟ୍ ( ସମର୍ଥିତ ଭାଷାରେ), ଇମେଜ୍‌ରେ ଦେଖାଯାଉଥିବା ଅବଜେକ୍ଟ୍ ଏବଂ ସ୍କାନ୍ ହୋଇଥିବା ଡକ୍ଯୁମେଣ୍ଟ୍‌ରେ ଟେକ୍ସଟ୍ ସର୍ଚ୍ଚ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଯଦି ଏକ ନୋଟ୍ ଲକ୍ ଥାଏ, ତେବେ ସର୍ଚ୍ଚ୍‌ ଫଳାଫଳଗୁଡ଼ିକରେ କେବଳ ଏହାର ଶୀର୍ଷକ ଦେଖାଯିବ।

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍‌ କ୍ଷେତ୍ରକୁ ପ୍ରକାଶ କରିବା ପାଇଁ ନୋଟ୍ ଲିଷ୍ଟ୍‌ରେ ତଳକୁ ସ୍ୱାଇପ୍ କରନ୍ତୁ।

  3. ସର୍ଚ୍ଚ୍‌ ଫିଲ୍ଡରେ ଟାପ୍ କରନ୍ତୁ, ତା’ପରେ ଆପଣ ଯାହା ଖୋଜୁଛନ୍ତି ତାହା ଲେଖନ୍ତୁ। ଆପଣ ଏକ ପ୍ରସ୍ତାବିତ ସର୍ଚ୍ଚ୍‌ ମଧ୍ଯ ବାଛି ପାରିବେ, ଯେପରିକି “ଡ୍ରଇଂ ସହିତ ନୋଟ୍”, ତା’ପରେ ଆପଣଙ୍କ ସର୍ଚ୍ଚ୍‌କୁ ଉନ୍ନତ କରିବା ପାଇଁ ଅତିରିକ୍ତ ଟେକ୍ସଟ୍ ଲେଖନ୍ତୁ।

    ଯଦି କୌଣସି ନୋଟ୍ ଲକ୍ ଥାଏ, ତେବେ ସର୍ଚ୍ଚ୍‌ ଫଳାଫଳଗୁଡ଼ିକରେ କେବଳ ଏହାର ଶୀର୍ଷକ ଦେଖାଯିବ। ସର୍ଚ୍ଚ୍‌ରେ ହସ୍ତଲିଖିତ ଟେକ୍ସଟ୍ (ସମର୍ଥିତ ଭାଷାରେ), ଫଟୋ ଏବଂ ସ୍କାନ୍ ହୋଇଥିବା ଡକ୍ଯୁମେଣ୍ଟ୍‌ ଅନ୍ତର୍ଭୁକ୍ତ।

ଟାଇପ୍ ହୋଇଥିବା ଏବଂ ହସ୍ତଲିଖିତ ଟେକ୍ସଟ୍ ପାଇଁ ଏକ ନୋଟ୍ କିମ୍ବା ଆଟାଚ୍‌ମେଣ୍ଟ୍ ମଧ୍ଯରେ ସର୍ଚ୍ଚ୍‌ କରନ୍ତୁ

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଆପଣ ସର୍ଚ୍ଚ୍ କରିବାକୁ ଚାହୁଁଥିବା ନୋଟ୍ ଖୋଲନ୍ତୁ।

  3. "ନୋଟ୍ ଆକ୍ସନ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “ନୋଟ୍‌ରେ ଖୋଜନ୍ତୁ”ରେ ଟାପ୍‌ କରନ୍ତୁ।

  4. “ସର୍ଚ୍ଚ୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ ଯେକୌଣସି ବିକଳ୍ପ ଚୟନ କରନ୍ତୁ। PDF ଏବଂ ଅନ୍ଯ ଆଟାଚ୍‌ମେଣ୍ଟ୍ ସର୍ଚ୍ଚ୍‌ କରିବା ପାଇଁ “ଆଟାଚ୍‌ମେଣ୍ଟ୍ ଅନ୍ତର୍ଭୂକ୍ତ କରନ୍ତୁ” ଚୟନ କରନ୍ତୁ।

  5. ଆପଣ ଖୋଜୁଥିବା ଟେକ୍ସଟ୍‌କୁ ସର୍ଚ୍ଚ୍‌ ଫିଲ୍ଡରେ ଲେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.