ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଫଟୋ ଏବଂ ଭିଡିଓ ଶେୟର୍ କରନ୍ତୁ

Mail କିମ୍ବା ମେସେଜ୍‌ରେ କିମ୍ବା ଆପଣ ଇନ୍‌ଷ୍ଟଲ୍‌ କରିଥିବା ଅନ୍ଯ ଆପ୍‌ଗୁଡ଼ିକରେ ଆପଣ ଫଟୋ ଏବଂ ଭିଡିଓ ଶେୟର୍ କରିପାରିବେ। iPhone, iPad, Mac, କିମ୍ବା Apple Vision Proରେ ଆଖପାଖରେ ଥିବା ଯେକୌଣସି ବ୍ୟକ୍ତିଙ୍କ ସହ ତୁରନ୍ତ ଫଟୋ ଶେୟର୍‌ କରିବା ପାଇଁ ଆପଣ AirDrop ବ୍ୟବହାର କରିପାରିବେ।

ଏକ ବାହ୍ୟ ଷ୍ଟୋରେଜ୍ ଡିଭାଇସ୍‌କୁ ଫଟୋ ଏବଂ ଭିଡିଓଗୁଡ଼ିକ ଟ୍ରାନ୍ସ୍‌ଫର୍‌ କରିବା ବିଷୟରେ ଜାଣିବା ପାଇଁ, ଇମ୍ପୋର୍ଟ୍‌ କରନ୍ତୁ ଏବଂ ଫଟୋ ଏବଂ ଭିଡିଓ ଏକ୍ସପୋର୍ଟ୍‌ କରନ୍ତୁ ଦେଖନ୍ତୁ।

ଫଟୋ ଏବଂ ଭିଡିଓ ଶେୟର୍ କରନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ନିମ୍ନୋକ୍ତ ମଧ୍ୟରୁ ଯେକୌଣସି କାର୍ଯ୍ଯ କରନ୍ତୁ:

    • ଗୋଟିଏ ଫଟୋ କିମ୍ବା ଭିଡିଓ ଶେୟର୍ କରନ୍ତୁ: ଫଟୋ କିମ୍ବା ଭିଡିଓ ଖୋଲନ୍ତୁ, “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ Mail, ମେସେଜ୍‌ କିମ୍ବା AirDrop ପରି ଶେୟର୍ କରିବା ବିକଳ୍ପ ବାଛନ୍ତୁ।

      iPhone ସ୍କ୍ରୀନ୍‌ର ଶୀର୍ଷ ଭାଗରେ ଏକ ଚୟନିତ ଫଟୋ ଡିସ୍‌ପ୍ଲେ ହୋଇଛି ଏବଂ ନିମ୍ନରେ ଶେୟର୍ କରିବା ବିକଳ୍ପଗୁଡ଼ିକର ଏକ ରୋ ଅଛି। ନିମ୍ନରେ ଅତିରିକ୍ତ ବିକଳ୍ପଗୁଡ଼ିକ ଦେଖାଯାଏ, ଯେଉଁଥିରେ ଫଟୋ କପି କରନ୍ତୁ, ଶେୟର୍ କରାଯାଇଥିବା ଆଲ୍‌ବମ୍‌ରେ ଯୋଡ଼ନ୍ତୁ, ଆଲ୍‌ବମ୍‌ରେ ଯୋଡ଼ନ୍ତୁ ଏବଂ AirPlay ଅନ୍ତର୍ଭୁକ୍ତ।
    • ଏକାଧିକ ଫଟୋ କିମ୍ବା ଭିଡିଓ ଶେୟର୍ କରନ୍ତୁ: ଏକାଧିକ ଥମ୍ବ୍‌ନେଲ୍ ସହିତ ଏକ ସ୍କ୍ରୀନ୍ ଦେଖିବା ସମୟରେ, “ଚୟନ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଆପଣ ଶେୟର୍ କରିବାକୁ ଚାହୁଁଥିବା ଫଟୋ ଏବଂ ଭିଡିଓର ଥମ୍ବ୍‌ନେଲ୍‌ରେ ଟାପ୍‌ କରନ୍ତୁ। “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ Mail, ମେସେଜ୍‌ କିମ୍ବା AirDrop ପରି ଶେୟର୍ କରିବା ବିକଳ୍ପ ବାଛନ୍ତୁ।

      iPhone ସ୍କ୍ରୀନ୍‌ରେ ଫଟୋଗୁଡ଼ିକର ଏକ ଗ୍ରିଡ୍ ଭରି ରହିଛି, ଯେଉଁଥିରୁ କେତେକ ଚୟନ କରାଯାଇଛି। ସ୍କ୍ରୀନ୍‌ର ତଳେ ଶେୟର୍, ଡିଲିଟ୍ ଏବଂ ଆହୁରି ଅଧିକ ବଟନ୍ ଅଛି।
    • ଏକ ସଂଗ୍ରହରେ ସମସ୍ତ ଫଟୋ ଶେୟର୍ କରନ୍ତୁ: ସଂଗ୍ରହ ଦେଖିବା ସମୟରେ—ଯେପରି କି ସାମ୍ପ୍ରତିକ ଦିନ, ମେମୋରି, କିମ୍ୱା ଯାତ୍ରାରୁ ଏକ ସଂଗ୍ରହ—“ଅଧିକ” ବଟନ୍‌ରେ ଟାପ୍ କରନ୍ତୁ, “ଫଟୋ ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ Mail, ମେସେଜ୍‌ କିମ୍ବା AirDrop ପରି ଶେୟର୍ କରିବା ବିକଳ୍ପ ବାଛନ୍ତୁ।

ଆପଣ ଶେୟର୍ କରାଯାଇଥିବା ଏକ ଆଲ୍‌ବମ୍‌ ମଧ୍ୟ ତିଆରି କରିପାରିବେ ଯାହା ଦ୍ୱାରା ଆପଣ କେବଳ ଆପଣ ବାଛିଥିବା ଲୋକମାନଙ୍କ ସହିତ ଆଲ୍‌ବମ୍‌ରେ ସହଯୋଗ କରିପାରିବେ। ଶେୟର୍ କରାଯାଇଥିବା ଆଲ୍‌ବମ୍ ତିଆରି କରନ୍ତୁ ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ସେବା ପ୍ରଦାନକାରୀ ଦ୍ବାରା ଆଟାଚ୍‌ମେଣ୍ଟ୍‌ର ଆକାର ସୀମା ନିର୍ଦ୍ଧାରଣ କରାଯାଇଥାଏ। Live Photoକୁ ସମର୍ଥନ କରୁନଥିବା ଡିଭାଇସ୍ କିମ୍ୱା ସେବାଗୁଡ଼ିକ ପାଇଁ, Live Photo ଏକ ସ୍ଥିର ଫଟୋ ଭାବରେ ଶେୟର୍‌ କରାଯାଏ।

ଏକ ଫଟୋ ବିଷୟରେ ଆପଣ ଶେୟର୍ କରୁଥିବା ସୂଚନାକୁ ଆଡ୍‌ଜଷ୍ଟ୍ କରନ୍ତୁ

ଆପଣ ଏକ ଫଟୋ କିମ୍ବା ଭିଡିଓ ଶେୟର୍ କରିବା ପୂର୍ବରୁ, ଏହା ସହିତ ଶେୟର୍ ହୋଇଥିବା ଫର୍ମାଟ୍, ଫାଇଲ୍ ପ୍ରକାର ଏବଂ ସୂଚନାକୁ ଆଡ୍‌ଜଷ୍ଟ୍ କରିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଫଟୋ କିମ୍ବା ଭିଡିଓ ଖୋଲନ୍ତୁ, “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ବିକଳ୍ପରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନୋକ୍ତ ମଧ୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ଲୋକେଶନ୍ ଡେଟା ବନ୍ଦ କରନ୍ତୁ: ଲୋକେଶନ୍ ବନ୍ଦ କରନ୍ତୁ।

    • ଫାଇଲ୍ ଫର୍ମାଟ୍ ଆଡ୍‌ଜଷ୍ଟ୍ କରନ୍ତୁ: ଗନ୍ତବ୍ୟ ପାଇଁ ସର୍ବୋତ୍ତମ ଫାଇଲ୍ ଫର୍ମାଟ୍ ପାଇଁ “ସ୍ୱୟଂଚାଳିତ”ରେ ଟାପ୍ କରନ୍ତୁ, ଏକ ଫାଇଲ୍ ଫର୍ମାଟ୍ ରୂପାନ୍ତରଣକୁ ପ୍ରତିରୋଧ କରିବାକୁ “ସମ୍ପ୍ରତି”ରେ ଟାପ୍ କରନ୍ତୁ କିମ୍ୱା “ସର୍ବାଧିକ ସୁସଙ୍ଗତ”ରେ ଟାପ୍ କରନ୍ତୁ ଏବଂ ଫାଇଲ୍‌ଗୁଡ଼ିକ JPEG କିମ୍ୱା MOVକୁ ରୂପାନ୍ତର ହୋଇପାରେ।

    • iCloud ଲିଙ୍କ୍ ଭାବରେ ପଠାନ୍ତୁ: ଫଟୋ କିମ୍ବା ଭିଡିଓ ଦେଖିବା କିମ୍ବା ଡାଉନ୍‌ଲୋଡ୍‌ କରିବା ପାଇଁ URL ଶେୟର୍ କରିବାକୁ iCloud ଲିଙ୍କ୍ ଚାଲୁ କରନ୍ତୁ। iCloud ଲିଙ୍କ୍ 30 ଦିନ ପାଇଁ ଉପଲବ୍ଧ ଅଛି।

    • ସମସ୍ତ ଫଟୋ ଡେଟା ପଠାନ୍ତୁ: ଏଡିଟ୍ କରିବା ହିଷ୍ଟ୍ରି ଏବଂ ମେଟାଡେଟା ସହିତ ମୂଳ ଫାଇଲ୍ ଶେୟର୍‌ କରିବାକୁ ସମସ୍ତ ଫଟୋ ଡେଟା ଚାଲୁ କରନ୍ତୁ; ପ୍ରାପ୍ତକର୍ତ୍ତା ସମ୍ପ୍ରତି ଭର୍ଶନ୍‌କୁ ଦେଖିପାରିବେ ଏବଂ ସଂଶୋଧନ କରିପାରିବେ (କେବଳ AirDrop ଏବଂ iCloud ଲିଙ୍କ୍ ସହିତ ଉପଲବ୍ଧ)।

  3. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

ଆପଣ ପ୍ରାପ୍ତ କରିଥିବା ଫଟୋ କିମ୍ବା ଭିଡିଓ ସେଭ୍ କରନ୍ତୁ କିମ୍ବା ଶେୟର୍ କରନ୍ତୁ

ଆପଣ ଅନ୍ୟ ଆପ୍‌ଗୁଡ଼ିକ ଯେପରିକି ମେସେଜ୍‌ କିମ୍ବା Mailରୁ ଆପଣଙ୍କ ସହିତ ଶେୟର୍ କରାଯାଇଥିବା ଫଟୋଗୁଡ଼ିକୁ ସେଭ୍ କରିପାରିବେ।

ଫଟୋ କିମ୍ବା ଭିଡିଓକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ସେଭ୍ କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ।

ଆପଣଙ୍କ ସେଭ୍ ହୋଇଥିବା ଫଟୋ ଏବଂ ଭିଡିଓ ଦେଖିବା ପାଇଁ ନିକଟରେ ସେଭ୍ ହୋଇଥିବା ଫଟୋ ଖୋଜନ୍ତୁ ଦେଖନ୍ତୁ।

ଆପଣଙ୍କ ସହିତ ଶେୟର୍ କରାଯାଇଥିବା ଫଟୋ ଏବଂ ଭିଡିଓକୁ ମେସେଜ୍‌ରେ ଦେଖନ୍ତୁ

ଆପଣ ମେସେଜ୍‌ରେ ବାର୍ତ୍ତାଳାପରେ ଆପଣଙ୍କ ସହିତ ଶେୟର୍ ହୋଇଥିବା ଫଟୋଗୁଡ଼ିକୁ ଦେଖିପାରିବେ-ଆପଣ ସେଗୁଡ଼ିକୁ ସେଭ୍ କରିନଥିଲେ ମଧ୍ଯ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଶୀର୍ଷ-ଡାହାଣ କୋଣରେ ଥିବା ଆପଣଙ୍କ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ।

  3. “ଆପଣଙ୍କ ସହିତ ଶେୟର୍ କରାଯାଇଥିବା”ରେ ଟାପ୍ କରନ୍ତୁ।

    ଏକ ଫଟୋ ସେଭ୍ କରିବାକୁ, ଏହାକୁ ଟାପ୍ କରନ୍ତୁ, ତା’ପରେ “ଶେୟର୍ ହୋଇଥିବା ଫଟୋ ସେଭ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.