ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଏକ ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ଆପଣଙ୍କ ପାସ୍‌ୱର୍ଡ୍‌ ଖୋଜନ୍ତୁ

iPhoneରେ ଥିବା ଆପଣଙ୍କ ଆକାଉଣ୍ଟ୍‌କୁ ସର୍ଚ୍ଚ୍‌ କରି କିମ୍ବା କ୍ରମରେ ସଜାଇ ଆପଣ ଏକ ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ଆପଣଙ୍କ ପାସ୍‌ୱର୍ଡ୍‌ ପାଇପାରିବେ।

ଆକାଉଣ୍ଟ୍ ସର୍ଚ୍ଚ୍ କରି ଏକ ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ଆପଣଙ୍କ ପାସ୍‌ୱର୍ଡ୍‌ ଖୋଜନ୍ତୁ

  1. ଆପଣଙ୍କ iPhoneରେ ଥିବା ପାସ୍‌ୱର୍ଡ୍‌ ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ ଥିବା ସର୍ଚ୍ଚ୍‌ ଫିଲ୍ଡ୍‌ରେ ଆକାଉଣ୍ଟ୍‌ର ନାମ ଲେଖନ୍ତୁ।

  3. ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ତା’ପରେ ପାସ୍‌ୱର୍ଡ୍‌ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

ଆପଣଙ୍କ ଆକାଉଣ୍ଟ୍‌କୁ କ୍ରମରେ ସଜାଇ ଏକ ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍ ପାଇଁ ଆପଣଙ୍କ ପାସ୍‌ୱର୍ଡ୍‌ ଖୋଜନ୍ତୁ

  1. ଆପଣଙ୍କ iPhoneରେ ଥିବା ପାସ୍‌ୱର୍ଡ୍‌ ଆପ୍ କୁ ଯାଆନ୍ତୁ।

  2. “ସମସ୍ତ”ରେ ଟାପ୍ କରନ୍ତୁ।

    ପାସ୍‌ୱର୍ଡ୍‌ ଆପ୍‌ରେ ଷ୍ଟୋର୍ କରାଯାଇଥିବା ପାସ୍‌ୱର୍ଡ୍‌ ସହିତ ସମସ୍ତ ଆକାଉଣ୍ଟ୍‌ର ଏକ ଲିଷ୍ଟ୍।
  3. ନିମ୍ନ ବାମ କୋଣରେ “କ୍ରମବଦ୍ଧ କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ ଆପଣ ନିଜ ଆକାଉଣ୍ଟ୍‌କୁ କେଉଁ କ୍ରମରେ ସଜାଇବାକୁ ଚାହୁଁଛନ୍ତି ତାହା ଉପରେ ଟାପ୍ କରନ୍ତୁ।

  4. ଆକାଉଣ୍ଟ୍‌କୁ ଚିହ୍ନଟ କରି ଟାପ୍ କରନ୍ତୁ, ତା’ପରେ ପାସ୍‌ୱର୍ଡ୍‌ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.