ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା କାଲ୍‌କୁଲେଟର୍‌ରେ ଗଣିତ ନୋଟ୍‌ରେ ଗ୍ରାଫ୍ ଦ୍ବାରା କାମ କରନ୍ତୁ

ଗଣିତ ନୋଟ୍‌ରେ, ସେଗୁଡ଼ିକ କିପରି ସମ୍ପର୍କ ରଖନ୍ତି ତାହା ଦେଖିବା ପାଇଁ ଆପଣ ଏକ ଗ୍ରାଫ୍ ଇନ୍‌ସର୍ଟ୍‌ କରିପାରିବେ କିମ୍ବା ସମାନ ଗ୍ରୀଡ୍‌ରେ ଏକାଧିକ ସମୀକରଣର ଗ୍ରାଫ୍ ଓଭର୍‌ଲେ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଗଣିତ ନୋଟ୍ ସାଧାରଣ ଗାଣିତିକ ଚିହ୍ନ, ବୈଜ୍ଞାନିକ କାଲ୍‌କୁଲେଟର୍‌ ଭଳି ସମାନ ଅପରେସନ୍ ଏବଂ ଚୟନିତ ସାଂଖ୍ୟକ ସିଷ୍ଟମ୍‌ରୁ ଅଙ୍କ ବ୍ଯବହାର କରେ। iOS ଏବଂ iPadOS ଫୀଚର୍‌ ଉପଲବ୍ଧତା ଓ୍ବେବ୍‌ସାଇଟ୍‌ରେ ଅଧିକ ଜାଣନ୍ତୁ।

ଏକ ଘୋଷିତ ଭେରିଏବଲ୍, ଏକ ସମୀକରଣ ଏବଂ ଏକ ଗ୍ରାଫ୍ ସହିତ କାଲ୍‌କୁଲେଟର୍‌ରେ ଖୋଲାଯାଇଥିବା ଏକ ଗଣିତ ନୋଟ୍।

ଏକ ଗ୍ରାଫ୍ ତିଆରି କରନ୍ତୁ

  1. ଆପଣଙ୍କ iPhoneରେ କାଲ୍‌କୁଲେଟର୍ ଆପ୍ କୁ ଯାଆନ୍ତୁ।

  2. “କାଲ୍‌କୁଲେଟର୍‌ ମୋଡ୍” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ ଗଣିତ ନୋଟ୍ ଉପରେ ଟାପ୍ କରନ୍ତୁ।

  3. ସମାନ ଚିହ୍ନର ପ୍ରତ୍ଯେକ ପାର୍ଶ୍ୱରେ ଗୋଟିଏ ଲେଖାଏଁ ଠିକ୍ ଡିଫାଇନ୍ ହୋଇନଥିବା ଭେରିଅବଲ୍‌ ସହିତ ଏକ ସମୀକରଣ ଟାଇପ୍ କରନ୍ତୁ କିମ୍ବା ଲେଖନ୍ତୁ,।

    ଆପଣ ଡିଫାଇନ୍ ହୋଇଥିବା ଭେରିଅବଲ୍‌ ମଧ୍ଯ ଅନ୍ତର୍ଭୁକ୍ତ କରିପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣ ଜାଣିଛନ୍ତି a = 3, ତେବେ ଆପଣ ପରିବେଗ = 0.5at^2 ଗ୍ରାଫ୍ କରିପାରିବେ। ଗ୍ରାଫ୍‌ର y-ଅକ୍ଷ ପରିବେଗକୁ, ଦର୍ଶାଏ ଏବଂ x-ଅକ୍ଷ tକୁ ଦର୍ଶାଏ।

  4. ଆପଣ ସମୀକରଣ ସମାପ୍ତ କଲା ପରେ, ଏକ ମେନ୍ଯୁ ଦେଖାଯାଏ। “ଗ୍ରାଫ୍ ଇନ୍‌ସର୍ଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ, ଯଦି ପଚରାଯାଏ, ତେବେ x-ଅକ୍ଷରେ ଏକ ଭେରିଏବଲ୍ ଆସାଇନ୍‌ କରିବା ପାଇଁ ଟାପ୍ କରନ୍ତୁ।

ଏକ ନୂଆ ଗ୍ରାଫ୍ ତିଆରି କରିବା ପାଇଁ ଆପଣ ପୂର୍ବରୁ ଲେଖିଥିବା ଯେକୌଣସି ସମୀକରଣର ସମାନ ଚିହ୍ନ ଉପରେ ମଧ୍ୟ ଟାପ୍‌ କରିପାରିବେ।

y = f (x) ଭାବରେ ଆପଣ ଲେଖିଥିବା ସମୀକରଣକୁ ସବୁ ଗ୍ରାଫ୍ ଇଣ୍ଟର୍‌ପ୍ରିଟ୍‌ କରେ। ସମାନ ଚିହ୍ନର ବାମ ପାର୍ଶ୍ବରେ ଥିବା ଭେରିଏବଲ୍‌ଗୁଡ଼ିକ y-ଅକ୍ଷରେ ଏବଂ ଅନ୍ଯ ଭେରିଏବଲ୍‌ଗୁଡ଼ିକ x-ଅକ୍ଷରେ ଗ୍ରାଫ୍‌ କରାଯାଇଛି।

ଏକ ଗ୍ରାଫ୍ ପରିବର୍ତ୍ତନ କରନ୍ତୁ

  1. ଆପଣଙ୍କ iPhoneରେ କାଲ୍‌କୁଲେଟର୍ ଆପ୍ କୁ ଯାଆନ୍ତୁ।

  2. “କାଲ୍‌କୁଲେଟର୍‌ ମୋଡ୍” ବଟନ୍ରେ ଟାପ୍‌ କରନ୍ତୁ, ଗଣିତ ନୋଟ୍ ଉପରେ ଟାପ୍‌ କରନ୍ତୁ, ତା’ପରେ ଏକ ଗ୍ରାଫ୍ ସହିତ ଏକ ଗଣିତ ନୋଟ୍ ଖୋଲନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ସ୍ଥାନାଙ୍କ ଦେଖନ୍ତୁ: ଗ୍ରାଫ୍ ହୋଇଥିବା ଫଙ୍କ୍‌ଶନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ପ୍ରତ୍ଯେକ ବିନ୍ଦୁର x-ଏବଂ y-ମାନ ଦେଖିବା ପାଇଁ ଆପଣଙ୍କ ଆଙ୍ଗୁଠିକୁ ରେଖା ଉପରେ ମୂଭ୍ କରନ୍ତୁ।

    • ଫଙ୍କ୍‌ଶନ୍‌ର ଆକାର ପରିବର୍ତ୍ତନ କରନ୍ତୁ: ଆପଣଙ୍କ ସମୀକରଣ ଏଡିଟ୍ କରନ୍ତୁ। ଗ୍ରାଫ୍ ସ୍ୱୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଥାଏ।

    • ଗ୍ରାଫ୍ ରିଫ୍ରେମ୍ କରନ୍ତୁ: ଗ୍ରାଫ୍ ଉପରେ ଟାପ୍ କରନ୍ତୁ, ତା’ପରେ ଦୁଇଟି ଆଙ୍ଗୁଠିରେ ସ୍ୱାଇପ୍ କରନ୍ତୁ।

    • ଜୂମ୍ ଇନ୍ କିମ୍ବା ଆଉଟ୍ କରନ୍ତୁ: ଗ୍ରାଫ୍‌ରେ ଟାପ୍‌ କରନ୍ତୁ, ତା’ପରେ ପିଞ୍ଚ୍ ଖୋଲା ଏବଂ ବନ୍ଦ।

    • ଗ୍ରାଫ୍ ରିସାଇଜ୍‌ କରନ୍ତୁ: ଗ୍ରାଫ୍ ଉପରେ ଟାପ୍ କରନ୍ତୁ, ତା’ପରେ ଏକ ଧାର କିମ୍ବା କୋଣ ହ୍ଯାଣ୍ଡଲ୍‌କୁ ଡ୍ରାଗ୍ କରନ୍ତୁ।

    • ଗ୍ରାଫ୍ ଡୁପ୍ଲିକେଟ୍ କରନ୍ତୁ: ଗ୍ରାଫ୍ ଉପରେ ଟାପ୍ କରନ୍ତୁ, ତା’ପରେ ଡୁପ୍ଲିକେଟ୍ ବଟନ୍ ଉପରେ ଟାପ୍ କରନ୍ତୁ।

    • ଗ୍ରାଫ୍ ଲାଇନ୍‌କୁ ପୁଣି କଲର୍ କରନ୍ତୁ: ଗ୍ରାଫ୍ ଉପରେ ଟାପ୍ କରନ୍ତୁ, “ଗ୍ରାଫ୍” ବଟନ୍‌ ଉପରେ ଟାପ୍ କରନ୍ତୁ, ତା’ପରେ ସମୀକରଣର ବାମ ପଟେ ଥିବା କଲର୍ ଡଟ୍ ଉପରେ ଟାପ୍ କରନ୍ତୁ।

ଏକାଧିକ ଗ୍ରାଫ୍ ସହିତ କାମ କରନ୍ତୁ

  1. ଆପଣଙ୍କ iPhoneରେ କାଲ୍‌କୁଲେଟର୍ ଆପ୍ କୁ ଯାଆନ୍ତୁ।

  2. “କାଲ୍‌କୁଲେଟର୍‌ ମୋଡ୍” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ ଗଣିତ ନୋଟ୍ ଉପରେ ଟାପ୍ କରନ୍ତୁ।

  3. ଉପର ଭଳି ଏକ ଗ୍ରାଫ୍ ତିଆରି କରନ୍ତୁ

  4. ଅନ୍ଯ ଏକ ସମୀକରଣ ଟାଇପ୍ କିମ୍ବା ଲେଖନ୍ତୁ, ତା’ପରେ “ଗ୍ରାଫ୍ ଇନ୍‌ସର୍ଟ୍‌ କରନ୍ତୁ” କିମ୍ବା “ବିଦ୍ଯମାନ ଗ୍ରାଫ୍‌ରେ ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ।

    ଆପଣ ପୂର୍ବରୁ ଲେଖିଥିବା ଯେକୌଣସି ସମୀକରଣରେ “ସମାନ ଚିହ୍ନ”କୁ ଏକ ବିଦ୍ଯମାନ ଗ୍ରାଫ୍ ସହିତ ଯୋଡ଼ିବା ପାଇଁ ଟାପ୍‌ କରିପାରିବେ।

  5. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଗୋଟିଏ ଗ୍ରିଡ୍‌ରେ ଗ୍ରାଫ୍ ଏକତ୍ର କରନ୍ତୁ: ଏକ ଗ୍ରାଫ୍ ଉପରେ ଟାପ୍ କରନ୍ତୁ, “ଗ୍ରାଫ୍” ବଟନ୍‌ ଉପରେ ଟାପ୍ କରନ୍ତୁ, ତା’ପରେ ଆପଣ ଗ୍ରାଫ୍‌ରେ ଯୋଡ଼ିବାକୁ ଚାହୁଁଥିବା ଲିଷ୍ଟ୍‌ରେ ଥିବା ସମୀକରଣ ଉପରେ ଟାପ୍ କରନ୍ତୁ। ଚେକ୍‌ମାର୍କ୍‌ ଦେଖାଯାଏ।

    • ଏକ ଗ୍ରାଫ୍ ଲାଇନ୍ ଲୁଚାନ୍ତୁ: ଗ୍ରାଫ୍ ଉପରେ ଟାପ୍ କରନ୍ତୁ, “ଗ୍ରାଫ୍” ବଟନ୍‌ ଉପରେ ଟାପ୍ କରନ୍ତୁ, ତା'ପରେ ଏହାକୁ ଅନ୍‌ଚେକ୍ କରିବା ପାଇଁ ଚେକ୍‌ମାର୍କ୍‌ ଉପରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.