iPhoneରେ Siri ଶର୍ଟ୍‌କଟ୍ ଯୋଡ଼ନ୍ତୁ

ଆପଣ ବାରମ୍ବାର କରୁଥିବା କାର୍ଯ୍ଯ ପାଇଁ ଆପ୍‌ ଶର୍ଟ୍‌କଟ୍ ପ୍ରଦାନ କରିପାରେ। ଆପଣ Siri ବ୍ଯବହାର କରି କେବଳ ଆପଣଙ୍କ ଭଏସ୍ ଦ୍ବାରା ଏହି ଶର୍ଟ୍‌କଟ୍‌ ଆରମ୍ଭ‌ କରିପାରିବେ।

କେତେକ ଆପ୍‌ରେ Siri ଶର୍ଟ୍‌କଟ୍ ସ୍ୱୟଂଚାଳିତ ଭାବରେ ସେଟ୍ ଅପ୍ ହୋଇଥାଏ। ଆପଣ ନିଜର ଶର୍ଟ୍‌କଟ୍‌ ମଧ୍ଯ ତିଆରି କରିପାରିବେ।

ଏକ ପ୍ରସ୍ତାବିତ ଶର୍ଟକଟ୍ ଯୋଡ଼ନ୍ତୁ

ଏକ ଶର୍ଟ୍‌କଟ୍‌ ପାଇଁ ଏକ ପରାମର୍ଶ ଦେଖିଲେ “Siriରେ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ସେହି ଶର୍ଟ୍‌କଟ୍‌ କାର୍ଯ୍ଯ କରିବା ପାଇଁ ଆପଣଙ୍କ ପସନ୍ଦର ଏକ ବାକ୍ଯାଂଶ ରେକର୍ଡ୍‌ କରିବାକୁ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଆପଣ Siri ବ୍ଯବହାର କରୁଥିବା ଏକ ନୂଆ ଶର୍ଟ୍‌କଟ୍ ତିଆରି କରିବା ପାଇଁ ଶର୍ଟ୍‌କଟ୍ ଆପ୍ ବ୍ଯବହାର କରିପାରିବେ କିମ୍ବା ପୂର୍ବରୁ ଥିବା Siri ଶର୍ଟ୍‌କଟ୍ ପରିଚାଳନା କରିପାରିବେ, ପୁନଃ-ରେକର୍ଡ୍‌ କରିପାରିବେ ଏବଂ ଡିଲିଟ୍ କରିପାରିବ। ଶର୍ଟ୍‌କଟ୍‌ ୟୁଜର୍‌ ଗାଇଡ୍ ଦେଖନ୍ତୁ।

ଏକ ଶର୍ଟ୍‌କଟ୍ ବ୍ଯବହାର କରନ୍ତୁ

Siriକୁ ସକ୍ରିୟ କରନ୍ତୁ, ତା’ପରେ ଶର୍ଟ୍‌କଟ୍‌ ପାଇଁ ଆପଣଙ୍କ ବାକ୍ଯାଂଶ କୁହନ୍ତୁ। Siri ବ୍ଯବହାର କରନ୍ତୁ ଦେଖନ୍ତୁ।

ଆପଣଙ୍କ ରୁଟିନ୍ ଏବଂ ଆପଣ ନିଜ ଆପ୍ କିପରି ବ୍ଯବହାର କରନ୍ତି ତାହା ଆଧାରରେ Siri ହୋମ୍‌ସ୍କ୍ରୀନ୍‌, ଲକ୍‌ସ୍କ୍ରୀନ୍‌ ଏବଂ ଆପଣ ସର୍ଚ୍ଚ୍‌ ଆରମ୍ଭ‌ କରିବା ସମୟରେ ଶର୍ଟ୍‌କଟ୍‌ ପରାମର୍ଶ ମଧ୍ଯ ଦେଇଥାଏ। ଏକ ଆପ୍ ପାଇଁ ଶର୍ଟ୍‌କଟ୍ ପରାମର୍ଶ ବନ୍ଦ କରିବାକୁ, iPhoneରେ Siri ସେଟିଂସ୍ ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।

ଏହା ମଧ‍୍ୟ ଦେଖନ୍ତୁiPhoneରେ Siri ପରାମର୍ଶ
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.