ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ୱଲେଟ୍‌ରେ ନିଜ Apple ଆକାଉଣ୍ଟ୍‌ ବାଲାନ୍ସ ଯାଞ୍ଚ କରନ୍ତୁ

ୱଲେଟ୍ ଆପ୍‌ରେ ଆପଣ ନିଜ Apple ଆକାଉଣ୍ଟ୍‌ର ବାଲାନ୍ସ୍ ଯାଞ୍ଚ କରିପାରିବେ, ଟଙ୍କା ଯୋଡ଼ିପାରିବେ ଏବଂ Apple Gift Card ରୀଡିମ୍ କରିପାରିବେ। ପ୍ରଡକ୍ଟ୍‌, ଆକ୍ସେସରି, ଗେମ୍, ଆପ୍, ସବ୍‌ସ୍କ୍ରିପ୍ସନ୍ ଯେପରିକି iCloud+ ଏବଂ Apple Music ଇତ୍ଯାଦି କିଣିବା ପାଇଁ ଆପଣଙ୍କ Apple ଆକାଉଣ୍ଟ୍‌ ବାଲାନ୍ସ୍ ବ୍ଯବହାର କରନ୍ତୁ। ଆପଣ Apple Store (ସମସ୍ତ ଦେଶ ଏବଂ ଅଞ୍ଚଳରେ ଉପଲବ୍ଧ ନୁହେଁ) କିମ୍ବା apple.comରେ ପେମେଣ୍ଟ୍ କରିବା ପାଇଁ ନିଜ Apple ଆକାଉଣ୍ଟ୍‌ ବାଲାନ୍ସକୁ ଦ୍ରୁତ, ସୁବିଧାଜନକ ଉପାୟ ଭାବରେ ମଧ୍ଯ ବ୍ଯବହାର କରିପାରିବେ।

Apple ୱଲେଟ୍‌କୁ Apple ଆକାଉଣ୍ଟ୍‌ରେ ଯୋଡ଼ନ୍ତୁ ଏବଂ ଆକାଉଣ୍ଟ୍ ବାଲାନ୍ସ୍ ଦେଖନ୍ତୁ

  1. ଆପଣଙ୍କ iPhoneରେ ଓ୍ବଲେଟ୍ ଆପ୍‌ କୁ ଯାଆନ୍ତୁ।

  2. “କାର୍ଡ୍ ଯୋଡ଼ନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ Apple "ଆକାଉଣ୍ଟ୍ ଯୋଡ଼ନ୍ତୁ" ଉପରେ ଟାପ୍ କରନ୍ତୁ।

କାର୍ଡ୍‌ର ତଳେ ଆକାଉଣ୍ଟ୍ ବାଲାନ୍ସ୍ ଦେଖାଯିବ।

ଆପଣଙ୍କ Apple ଆକାଉଣ୍ଟ୍ ବାଲାନ୍ସରେ ଟଙ୍କା ଯୋଡ଼ନ୍ତୁ

  1. ଆପଣଙ୍କ iPhoneରେ ଓ୍ବଲେଟ୍ ଆପ୍‌ କୁ ଯାଆନ୍ତୁ।

  2. “Apple ଆକାଉଣ୍ଟ୍” ଉପରେ ଟାପ୍ କରନ୍ତୁ, ତା’ପରେ “ଟଙ୍କା ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ।

  3. ରାଶି ବାଛନ୍ତୁ, ତା’ପରେ ପେମେଣ୍ଟ୍ ସମ୍ପୂର୍ଣ୍ଣ କରିବା ପାଇଁ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଏକ Apple Gift Card କିମ୍ୱା କୋଡ୍ ରୀଡିମ୍ କରନ୍ତୁ

ଯେତେବେଳେ ଆପଣ ଏକ Apple Gift Card କିମ୍ବା କୋଡ୍ ପ୍ରାପ୍ତ କରନ୍ତି, ଆପଣ ଆପଣଙ୍କର Apple ଆକାଉଣ୍ଟ୍‌ ବାଲାନ୍ସରେ ପାଣ୍ଠି ଯୋଡ଼ିପାରିବେ।

  1. ଆପଣଙ୍କ iPhoneରେ ଓ୍ବଲେଟ୍ ଆପ୍‌ କୁ ଯାଆନ୍ତୁ।

  2. “Apple ଆକାଉଣ୍ଟ୍” ଉପରେ ଟାପ୍ କରନ୍ତୁ, ଅଧିକ ବଟନ୍‌ ଉପରେ ଟାପ୍ କରନ୍ତୁ, ତା’ ପରେ ରୀଡିମ୍ ଉପରେ ଟାପ୍ କରନ୍ତୁ।

  3. “କ୍ଯାମେରା ବ୍ଯବହାର କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ iPhoneକୁ ସ୍ଥାନିତ କରନ୍ତୁ ଯାହା ଦ୍ୱାରା ଫ୍ରେମ୍‌ରେ ଗିଫ୍ଟ୍ କାର୍ଡ୍‌ ଦେଖାଯିବ।

    ବିକଳ୍ପ ଭାବରେ, ଆପଣ “ମାନୁଅଲୀ କୋଡ୍ ଲେଖନ୍ତୁ”ରେ ଟାପ୍ କରିପାରିବେ, ତା’ପରେ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

Apple Storeରେ ଆପଣଙ୍କ Apple ଆକାଉଣ୍ଟ୍‌ ବାଲାନ୍ସ ବ୍ଯବହାର କରନ୍ତୁ

Apple Store (ସମସ୍ତ ଦେଶ ଏବଂ ଅଞ୍ଚଳରେ ଉପଲବ୍ଧ ନୁହେଁ)ରୁ ଚେକ୍ଆଉଟ୍ ସମୟରେ, ଆପଣ Apple Pay ବ୍ଯବହାର କରି ଆପଣଙ୍କ Apple ଆକାଉଣ୍ଟ୍‌ ବାଲାନ୍ସ୍ ସହିତ ପେମେଣ୍ଟ୍ କରିପାରିବେ।

  1. ଆପଣଙ୍କ iPhoneରେ ଓ୍ବଲେଟ୍ ଆପ୍‌ କୁ ଯାଆନ୍ତୁ।

  2. Apple ଆକାଉଣ୍ଟ୍ ଉପରେ ଟାପ୍ କରନ୍ତୁ, ତା’ପରେ ପାର୍ଶ୍ବ ବଟନ୍ ଉପରେ ଡବଲ୍-କ୍ଲିକ୍ କରନ୍ତୁ।

  3. Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍ ସହିତ ପ୍ରମାଣୀକରଣ କରନ୍ତୁ।

  4. ଆପଣ ସ୍କ୍ରୀନ୍‌ରେ ସମ୍ପୂର୍ଣ୍ଣ କିମ୍ବା ଚେକ୍‌ମାର୍କ୍ ନ ଦେଖିବା ପର୍ଯ୍ଯନ୍ତ ଆପଣଙ୍କ iPhoneର ଶୀର୍ଷକୁ କାର୍ଡ୍‌ ରୀଡର୍ ପାଖରେ ଧରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.