ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ କଣ୍ଟ୍ରୋଲ୍ ସେଣ୍ଟର୍ ବ୍ୟବହାର କରନ୍ତୁ ଏବଂ କଷ୍ଟମାଇଜ୍ କରନ୍ତୁ

iPhoneରେ ଥିବା କଣ୍ଟ୍ରୋଲ୍ ସେଣ୍ଟର୍ ଆପଣଙ୍କୁ ଉପଯୋଗୀ ନିୟନ୍ତ୍ରଣଗୁଡ଼ିକ ପାଇଁ ତୁରନ୍ତ ଆକ୍ସେସ୍‌ ପ୍ରଦାନ କରେ—ଯେଉଁଥିରେ ଏରୋପ୍ଲେନ୍ ମୋଡ୍, ଡିଷ୍ଟର୍ବ୍ କରନ୍ତୁ ନାହିଁ, ଫ୍ଲାଶ୍‌ ଲାଇଟ୍, ଭଲ୍ୟୁମ୍, ସ୍କ୍ରୀନ୍ ଉଜ୍ଜ୍ୱଳତା ଏବଂ ଇତ୍ଯାଦି ଅନ୍ତର୍ଭୁକ୍ତ।

କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲିବା ପାଇଁ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

  • Face ID ଥିବା ଏକ iPhoneରେ: ସ୍କ୍ରୀନ୍‌ର ଶୀର୍ଷ-ଡାହାଣ କୋଣରୁ ତଳକୁ ସ୍ୱାଇପ୍ କରନ୍ତୁ। ଯଦି ଆପଣ ସ୍ବାଇପ୍‌ କରିବା ଜାରି ରଖନ୍ତି, ତେବେ ଆପଣ ଅଧିକ କଣ୍ଟ୍ରୋଲ୍ ଗ୍ରୂପ୍ ଦେଖିବେ।

  • ହୋମ୍ ବଟନ୍ ଥିବା iPhoneରେ: ନିମ୍ନରୁ ଉପରକୁ ସ୍ୱାଇପ୍ କରନ୍ତୁ।

    iPhone ସ୍କ୍ରୀନ୍‌ରେ କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲା ଅଛି, ଯେଉଁଥିରେ ଅନ୍ଯ କଣ୍ଟ୍ରୋଲ୍ ଗ୍ରୁପ୍ ଦେଖିବା ପାଇଁ ଡାହାଣ ପଟେ ଆଇକନ୍ ଅଛି।

    ଆପଣ ସ୍କ୍ରୀନ୍‌ର ଡାହାଣ ଧାରରେ ଥିବା ଆଇକନ୍ ମାଧ୍ୟମରେ ସ୍ୱାଇପ୍ କରି ନିର୍ଦ୍ଦିଷ୍ଟ କଣ୍ଟ୍ରୋଲ୍ ଗ୍ରୂପ୍‌କୁ ଜମ୍ପ୍‌ କରିପାରିବେ। ପ୍ରଥମ ଗ୍ରୂପ୍‌କୁ ଫେରିବା ପାଇଁ ଆଇକନ୍ ମାଧ୍ଯମରେ ଉପରକୁ ସ୍ୱାଇପ୍ କରନ୍ତୁ।

    କଣ୍ଟ୍ରୋଲ୍ ସେଣ୍ଟର୍ ବନ୍ଦ କରିବାକୁ, ସ୍କ୍ରୀନ୍‌ର ନିମ୍ନ ମଧ୍ଯଭାଗରୁ (iPhoneରେ Face ID ସହିତ) ଉପରକୁ ସ୍ୱାଇପ୍ କରନ୍ତୁ କିମ୍ବା ହୋମ୍ ବଟନ୍ ଦବାନ୍ତୁ।

କଣ୍ଟ୍ରୋଲ୍ ସେଣ୍ଟର୍‌ରେ ଅଧିକ କଣ୍ଟ୍ରୋଲ୍ ଆକ୍ସେସ୍ କରନ୍ତୁ

ଅନେକ କଣ୍ଟ୍ରୋଲ୍ ଅତିରିକ୍ତ ବିକଳ୍ପ ପ୍ରଦାନ କରେ। ଉପଲବ୍ଧ ବିକଳ୍ପ ଦେଖିବା ପାଇଁ କଣ୍ଟ୍ରୋଲ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ। ଉଦାହରଣ ସ୍ୱରୂପ, ଆପଣ କଣ୍ଟ୍ରୋଲ୍ ସେଣ୍ଟର୍‌ରେ ନିମ୍ନଲିଖିତ କାର୍ଯ୍ଯ କରିପାରିବେ:

  • ଶୀର୍ଷ-ବାମରେ ଥିବା “କଣ୍ଟ୍ରୋଲ୍ ଗ୍ରୂପ୍”କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ AirDrop ବିକଳ୍ପ ଖୋଲିବାକୁ AirDrop ବଟନ୍‌ରେ ଟାପ୍‌ କରନ୍ତୁ।

  • ସେଲ୍ଫି ନେବା, ଭିଡିଓ ରେକର୍ଡ୍‌ କରିବା କିମ୍ବା ଫଟୋ ଉଠାଇବା ପାଇଁ “କ୍ଯାମେରା” ବଟନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  • ଆପଣ ଏକ କମ୍ପନ ଅନୁଭବ ନକରିବା ପର୍ଯ୍ଯନ୍ତ ସ୍କ୍ରୀନ୍‌ର ଶୀର୍ଷ ଡାହାଣ ପାର୍ଶ୍ୱରେ କଣ୍ଟ୍ରୋଲ୍ ସେଣ୍ଟର୍ ପାୱର୍ ବଟନ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ (କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲା ଥିବାବେଳେ)। ତା’ପରେ iPhoneକୁ ବନ୍ଦ କରିବାକୁ ସ୍ଲାଇଡର୍ ଡ୍ରାଗ୍ କରନ୍ତୁ।

    ଦୁଇଟି କଣ୍ଟ୍ରୋଲ୍ ସେଣ୍ଟର୍ ସ୍କ୍ରୀନ୍ ପାଖାପାଖି ଅଛି- ବାମ ପାର୍ଶ୍ୱରେ ଥିବା ସ୍କ୍ରୀନ୍‌ର ଶୀର୍ଷ-ବାମ ଗ୍ରୂପ୍‌ରେ ଏୟର୍‌ପ୍ଲେନ୍‌ ମୋଡ୍, ମୋବାଇଲ୍‌ ଡେଟା, Wi-Fi ଏବଂ Bluetooth ପାଇଁ ନିୟନ୍ତ୍ରଣ ଦେଖାଉଛି। ନିମ୍ନର ଡାହାଣ ପଟେ କ୍ଯାମେରା ଆଇକନ୍ ଦେଖାଯାଇଛି। ଡାହାଣ ପାର୍ଶ୍ୱରେ ଥିବା ସ୍କ୍ରୀନ୍ କ୍ୟାମେରା ପାଇଁ କ୍ବିକ୍‌ ଆକ୍ସନ୍ ମେନ୍ୟୁରେ ଅଧିକ ବିକଳ୍ପ ଦେଖାଏ: ସେଲ୍ଫି, ଭିଡିଓ, ପୋର୍ଟ୍ରେଟ୍ ଏବଂ ପୋର୍ଟ୍ରେଟ୍ ସେଲ୍ଫି।

କଣ୍ଟ୍ରୋଲ୍ କଷ୍ଟମାଇଜ୍ କରନ୍ତୁ

ଆପଣ କଣ୍ଟ୍ରୋଲ୍‌ ସେଣ୍ଟର୍‌ରେ କଣ୍ଟ୍ରୋଲ୍‌ଗୁଡ଼ିକୁ ପୁନଃ ବ୍ଯବସ୍ଥିତ କରିପାରିବେ, ଯୋଡ଼ିପାରିବେ ଏବଂ କାଢ଼ିପାରିବେ।

  1. କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  2. କଣ୍ଟ୍ରୋଲ୍‌ଗୁଡ଼ିକୁ ଏଡିଟ୍‌ କରିବା ଆରମ୍ଭ କରିବା ପାଇଁ କଣ୍ଟ୍ରୋଲ୍ ସେଣ୍ଟର୍‌ର ଶୀର୍ଷ ବାମ ପଟେ ଥିବା “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

    ପ୍ରତ୍ଯେକ କଣ୍ଟ୍ରୋଲ୍‌ରେ ହ୍ୟାଣ୍ଡେଲ୍ ରିସାଇଜ୍ କରନ୍ତୁ ଏବଂ “କାଢ଼ି ଦିଅନ୍ତୁ” ବଟନ୍ ସହିତ କଣ୍ଟ୍ରୋଲ୍ ସେଣ୍ଟର୍ ଏଡିଟ୍‌ କରାଯାଉଛି।
  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • କଣ୍ଟ୍ରୋଲ୍‌ଗୁଡ଼ିକୁ ବ୍ଯବସ୍ଥିତ କରନ୍ତୁ: କଣ୍ଟ୍ରୋଲ୍‌କୁ ନୂଆ ସ୍ଥାନକୁ ଡ୍ରାଗ୍‌ କରନ୍ତୁ।

    • ଏକ କଣ୍ଟ୍ରୋଲ୍ କିମ୍ବା କଣ୍ଟ୍ରୋଲ୍‌ଗୁଡ଼ିକର ସେଟ୍‌କୁ କାଢ଼ି ଦିଅନ୍ତୁ: କଣ୍ଟ୍ରୋଲ୍‌ର ଉପର ବାମ ପଟେ “କାଢ଼ି ଦିଅନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

    • କଣ୍ଟ୍ରୋଲ୍‌ ରୀସାଇଜ୍‌ କରନ୍ତୁ: କଣ୍ଟ୍ରୋଲ୍‌ର ନିମ୍ନ ଡାହାଣରେ ଥିବା ହ୍ୟାଣ୍ଡେଲ୍‌କୁ ଡ୍ରାଗ୍‌ କରନ୍ତୁ.

    • ଅଧିକ କଣ୍ଟ୍ରୋଲ୍ ଯୋଡ଼ନ୍ତୁ: କଣ୍ଟ୍ରୋଲ୍‌ ଗ୍ୟାଲେରୀ ଖୋଲିବା ପାଇଁ ସ୍କ୍ରୀନ୍‌ର ନିମ୍ନରେ ଏକ “କଣ୍ଟ୍ରୋଲ୍‌ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏହାକୁ କଣ୍ଟ୍ରୋଲ୍‌ ସେଣ୍ଟର୍‌କୁ ଯୋଡ଼ିବା ପାଇଁ କଣ୍ଟ୍ରୋଲ୍‌ରେ ଟାପ୍‌ କରନ୍ତୁ।

      କଣ୍ଟ୍ରୋଲ୍ ଗ୍ଯାଲେରି, ଉପଲବ୍ଧ କଣ୍ଟ୍ରୋଲ୍ ସେଣ୍ଟର୍ କଣ୍ଟ୍ରୋଲ୍‌ଗୁଡ଼ିକ ଦେଖାଉଛି।
  4. କଷ୍ଟମାଇଜ୍‌ କରିବା ସମ୍ପୂର୍ଣ୍ଣ କରିବା ପରେ, ସ୍କ୍ରୀନ୍‌ର ନିମ୍ନ ଭାଗର କେନ୍ଦ୍ରରୁ ଉପରକୁ ସ୍ୱାଇପ୍ କରି କଣ୍ଟ୍ରୋଲ୍ ସେଣ୍ଟର୍ ବନ୍ଦ କରନ୍ତୁ।

କଣ୍ଟ୍ରୋଲ୍‌ଗୁଡ଼ିକର ଏକ କଷ୍ଟମ୍ ଗ୍ରୂପ୍‌ ଯୋଡ଼ନ୍ତୁ

ଆପଣ କଣ୍ଟ୍ରୋଲ୍ ସେଣ୍ଟର୍‌ରେ ଏକ ନୂଆ କଣ୍ଟ୍ରୋଲ୍ ଗ୍ରୂପ୍ ଯୋଡ଼ିପାରିବେ।

  1. କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  2. ସ୍କ୍ରୀନ୍‌ର ଶୀର୍ଷ ବାମ ପଟେ “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

  3. ସ୍କ୍ରୀନ୍‌ର ଡାହାଣ ପାର୍ଶ୍ୱରେ ଥିବା ନିମ୍ନତମ ଆଇକନ୍ (ଛୋଟ ବୃତ୍ତ) ଉପରେ ଟାପ୍ କରନ୍ତୁ।

  4. କଣ୍ଟ୍ରୋଲ୍ ଗ୍ଯାଲେରି ଖୋଲିବା ପାଇଁ ସ୍କ୍ରୀନ୍‌ର ନିମ୍ନରେ ଥିବା “କଣ୍ଟ୍ରୋଲ୍ ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ।

  5. ଗ୍ରୂପ୍‌ରେ କଣ୍ଟ୍ରୋଲ୍‌ ଯୋଡ଼ିବାକୁ କଣ୍ଟ୍ରୋଲ୍ ଗ୍ଯାଲେରିରେ ଏକ କଣ୍ଟ୍ରୋଲ୍ ଉପରେ ଟାପ୍ କରନ୍ତୁ।

  6. କଣ୍ଟ୍ରୋଲ୍‌ଗୁଡ଼ିକର ନୂଆ ଗ୍ରୂପ୍‌କୁ ଅଧିକ କଷ୍ଟମାଇଜ୍ କରିବା ପାଇଁ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • କଣ୍ଟ୍ରୋଲ୍‌ଗୁଡ଼ିକୁ ବ୍ଯବସ୍ଥିତ କରନ୍ତୁ: କଣ୍ଟ୍ରୋଲ୍‌କୁ ନୂଆ ସ୍ଥାନକୁ ଡ୍ରାଗ୍‌ କରନ୍ତୁ।

    • ଏକ କଣ୍ଟ୍ରୋଲ୍ କିମ୍ବା କଣ୍ଟ୍ରୋଲ୍‌ଗୁଡ଼ିକର ସେଟ୍‌କୁ କାଢ଼ି ଦିଅନ୍ତୁ: କଣ୍ଟ୍ରୋଲ୍‌ର ଉପର ବାମ ପଟେ “କାଢ଼ି ଦିଅନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

    • କଣ୍ଟ୍ରୋଲ୍‌ ରୀସାଇଜ୍‌ କରନ୍ତୁ: କଣ୍ଟ୍ରୋଲ୍‌ର ନିମ୍ନ ଡାହାଣରେ ଥିବା ହ୍ୟାଣ୍ଡେଲ୍‌କୁ ଡ୍ରାଗ୍‌ କରନ୍ତୁ.

    • ଅଧିକ କଣ୍ଟ୍ରୋଲ୍ ଯୋଡ଼ନ୍ତୁ: କଣ୍ଟ୍ରୋଲ୍ ଗ୍ଯାଲେରି ଖୋଲିବା ପାଇଁ କଣ୍ଟ୍ରୋଲ୍ ସେଣ୍ଟର୍‌ର ନିମ୍ନରେ ଥିବା “କଣ୍ଟ୍ରୋଲ୍ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଏହାକୁ ଗ୍ରୁପ୍‌ରେ ଯୋଡ଼ିବା ପାଇଁ ଅନ୍ଯ କଣ୍ଟ୍ରୋଲ୍‌ରେ ଟାପ୍‌ କରନ୍ତୁ।

  7. କଷ୍ଟମାଇଜ୍‌ କରିବା ସମ୍ପୂର୍ଣ୍ଣ କରିବା ପରେ, ସ୍କ୍ରୀନ୍‌ର ନିମ୍ନ ଭାଗର କେନ୍ଦ୍ରରୁ ଉପରକୁ ସ୍ୱାଇପ୍ କରି କଣ୍ଟ୍ରୋଲ୍ ସେଣ୍ଟର୍ ବନ୍ଦ କରନ୍ତୁ।

ଏକ Wi-Fi ନେଟ୍‌ଓ୍ବର୍କ୍‌ରୁ ଅସ୍ଥାୟୀ ଭାବରେ ବିଚ୍ଛିନ୍ନ କରନ୍ତୁ

କଣ୍ଟ୍ରୋଲ୍ ସେଣ୍ଟର୍‌ରେ, “Wi-Fi ସ୍ବିଚ୍” ବଟନ୍ରେ ଟାପ୍‌ କରନ୍ତୁ ; ପୁନଃ ସଂଯୋଗ କରିବାକୁ, ଏହାକୁ ପୁଣି ଟାପ୍‌ କରନ୍ତୁ।

ସଂଯୁକ୍ତ ଥିବା Wi-Fi ନେଟ୍‌ଓ୍ବର୍କ୍‌ର ନାମ ଦେଖିବା ପାଇଁ “Wi-Fi ସ୍ବିଚ୍” ବଟନ୍କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

ଯେହେତୁ ଆପଣ ଏକ ନେଟ୍‌ୱର୍କ୍‌ରୁ ବିଚ୍ଛିନ୍ନ ହେବା ସମୟରେ Wi-Fi ବନ୍ଦ ହୋଇ ନାହିଁ, AirPlay ଏବଂ AirDrop ତଥାପି କାମ କରେ ଏବଂ ଯେତେବେଳେ ଆପଣ ଲୋକେଶନ୍‌ ପରିବର୍ତ୍ତନ କରନ୍ତି କିମ୍ୱା iPhone ରୀଷ୍ଟାର୍ଟ୍‌ କରନ୍ତି ସେତେବେଳେ iPhone ଜଣାଶୁଣା ନେଟ୍‌ୱର୍କ୍‌ଗୁଡ଼ିକରେ ଯୋଗ ଦେଇଥାଏ। Wi-Fi ବନ୍ଦ କରିବାକୁ, ସେଟିଂସ୍  > Wi-Fiକୁ ଯାଆନ୍ତୁ। (କଣ୍ଟ୍ରୋଲ୍ ସେଣ୍ଟର୍‌ରେ ପୁଣି Wi-Fi ଚାଲୁ କରିବା ପାଇଁ “Wi-Fi ସ୍ବିଚ୍” ବଟନ୍ରେ ଟାପ୍‌ କରନ୍ତୁ।) ଏୟର୍‌ପ୍ଲେନ୍ ମୋଡ୍‌ରେ ଥିବା ସମୟରେ କଣ୍ଟ୍ରୋଲ୍ ସେଣ୍ଟର୍‌ରେ Wi-Fi ଚାଲୁ କିମ୍ବା ବନ୍ଦ କରିବା ବିଷୟରେ ସୂଚନା ପାଇଁ ଯାତ୍ରା ପାଇଁ iPhone ସେଟିଂସ୍ ବାଛନ୍ତୁ ଦେଖନ୍ତୁ।

Bluetooth ଡିଭାଇସ୍‌ରୁ ଅସ୍ଥାୟୀ ଭାବରେ ବିଛିନ୍ନ କରନ୍ତୁ

କଣ୍ଟ୍ରୋଲ୍ ସେଣ୍ଟର୍‌ରେ, “Bluetooth ସ୍ବିଚ୍” ବଟନ୍ରେ ଟାପ୍‌ କରନ୍ତୁ; ସଂଯୋଗକୁ ଅନୁମତି ଦେବା ପାଇଁ, ବଟନ୍‌ରେ ପୁଣି ଟାପ୍‌ କରନ୍ତୁ।

ଯେହେତୁ ଆପଣ ଡିଭାଇସ୍‌ରୁ ବିଛିନ୍ନ କରିବା ସମୟରେ Bluetooth® ବନ୍ଦ ହୋଇନଥାଏ, ଲୋକେଶନ୍ ସଠିକତା ଏବଂ ଅନ୍ଯ ସେବାଗୁଡ଼ିକ ସକ୍ଷମ ଥାଏ। Bluetooth ବନ୍ଦ କରିବାକୁ, ସେଟିଂସ୍‌  > Bluetoothକୁ ଯାଆନ୍ତୁ, ତା’ପରେ Bluetooth ବନ୍ଦ କରନ୍ତୁ। କଣ୍ଟ୍ରୋଲ୍ ସେଣ୍ଟର୍‌ରେ Bluetooth ପୁନଃ ଚାଲୁ କରିବା ପାଇଁ “Bluetooth ସ୍ବିଚ୍” ବଟନ୍ରେ ଟାପ୍‌ କରନ୍ତୁ। ଏୟର୍‌ପ୍ଲେନ୍ ମୋଡ୍‌ରେ ଥିବା ସମୟରେ କଣ୍ଟ୍ରୋଲ୍ ସେଣ୍ଟର୍‌ରେ Bluetooth ଚାଲୁ କିମ୍ବା ବନ୍ଦ କରିବା ବିଷୟରେ ସୂଚନା ପାଇଁ ଯାତ୍ରା ପାଇଁ iPhone ସେଟିଂସ୍ ବାଛନ୍ତୁ ଦେଖନ୍ତୁ।

ଆପ୍‌ଗୁଡ଼ିକରେ କଣ୍ଟ୍ରୋଲ୍ ସେଣ୍ଟର୍‌କୁ ଆକ୍ସେସ୍ ବନ୍ଦ କରନ୍ତୁ

ସେଟିଂସ୍‌  > କଣ୍ଟ୍ରୋଲ୍‌ ସେଣ୍ଟର୍‌କୁ ଯାଆନ୍ତୁ, ତା’ପରେ ଆପ୍‌ଗୁଡ଼ିକ ମଧ୍ଯରେ ଆକ୍ସେସ୍‌କୁ ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.