ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ମେସେଜ୍ ସେଟ୍ ଅପ୍ କରନ୍ତୁ

ଆପଣ ମେସେଜ୍ ଆପ୍ ରେ ଭିନ୍ନ ଭିନ୍ନ ଉପାୟରେ ଟେକ୍ସଟ୍ ମେସେଜ୍ ପଠାଇ ପାରିବେ:

  • “iMessage” ବ୍ୟବହାର କରୁଥିବା ଅନ୍ୟମାନଙ୍କ ସହିତ Wi-Fi କିମ୍ବା ମୋବାଇଲ୍ ସେବା ମାଧ୍ୟମରେ iMessage ବ୍ୟବହାର କରିବା। ଆପଣଙ୍କ iMessage ଟେକ୍ସଟ୍ ନୀଳ ବବଲ୍‌ରେ ଦେଖାଯାଏ।

  • SMS, MMS କିମ୍ବା RCS ମେସେଜ୍ ସହିତ ମୋବାଇଲ୍ ସେବା ମାଧ୍ଯମରେ, ଯାହା ସବୁଜ ବବଲ୍‌ରେ ଦେଖାଯାଏ। “ମୋବାଇଲ୍ ସେବା ସେଟ୍ ଅପ୍ କରନ୍ତୁ” ଦେଖନ୍ତୁ। (RCS ମେସେଜ୍ ସବୁ ନେଟ୍‌ୱର୍କ୍‌ ପ୍ରଦାନକାରୀ କିମ୍ବା ସମସ୍ତ ଦେଶ କିମ୍ବା ଅଞ୍ଚଳରେ ସମର୍ଥିତ ନୁହେଁ।)

  • ଆପଣ ମୋବାଇଲ୍ ସେବା ଏବଂ Wi-Fi କଭରେଜ୍ ବାହାରେ ଥିବା ସମୟରେ ସାଟେଲାଇଟ୍ ମାଧ୍ୟମରେ, ସମର୍ଥିତ iPhone ମଡେଲ୍ ଏବଂ କିଛି ନିର୍ଦ୍ଦିଷ୍ଟ ନେଟ୍‌ୱର୍କ୍‌ ପ୍ରଦାନକାରୀ (କେବଳ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଏବଂ ମେକ୍ସିକୋ)ରେ iMessage କିମ୍ବା SMS ବ୍ୟବହାର କରନ୍ତୁ। “ସାଟେଲାଇଟ୍‌ ମାଧ୍ଯମରେ ଏକ ଟେକ୍ସ୍‌ଟ୍‌ ମେସେଜ୍ ପଠାନ୍ତୁ” ଦେଖନ୍ତୁ।

ଅଧିକ ସୂଚନା ପାଇଁ, Apple ସହାୟତା ଆର୍ଟିକଲ୍ iMessage, RCS ଏବଂ SMS/MMS ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି?, ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡା ୱେବ୍‌ସାଇଟ୍‌ରେ iPhone ପାଇଁ ୱାୟର୍‌ଲେସ୍ ନେଟ୍‌ୱର୍କ୍‌ ପ୍ରଦାନକାରୀ ସମର୍ଥନ ଏବଂ ଫୀଚର୍ ଏବଂ iOS ଏବଂ iPadOS ଫୀଚର୍ ଉପଲବ୍ଧତା ୱେବ୍‌ସାଇଟ୍‌ ଦେଖନ୍ତୁ।

iMessage ଚାଲୁ କରନ୍ତୁ

  1. ସେଟିଂସ୍‌  > ଆପ୍ > ମେସେଜ୍‌କୁ ଯାଆନ୍ତୁ।

  2. iMessage ଚାଲୁ କରନ୍ତୁ।

  3. ଆପଣ iMessage ସହିତ କେଉଁ ଫୋନ୍ ନମ୍ବର୍ ଏବଂ ଇମେଲ୍ ଠିକଣା ବ୍ୟବହାର କରିବାକୁ ଚାହୁଁଛନ୍ତି ତାହା ଚୟନ କରିବାକୁ, ସେଟିଂସ୍‌ >ଆପ୍‌ >ମେସେଜ୍‌କୁ ଯାଆନ୍ତୁ, “ପଠାନ୍ତୁ ଏବଂ ପ୍ରାପ୍ତ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନରେ ଉପଲବ୍ଧ ବିକଳ୍ପଗୁଡ଼ିକ ମଧ୍ୟରୁ “ଆପଣ iMessageକୁ ପାଇପାରିବେ ଏବଂ ଉତ୍ତର ଦେଇପାରିବେ” ବାଛନ୍ତୁ।

iMessageବିଷୟରେ ଅଧିକ ଜାଣନ୍ତୁ।

ଆପଣଙ୍କ ସମସ୍ତ Apple ଡିଭାଇସ୍‌ରେ ଆପଣଙ୍କ ମେସେଜ୍ ସିଙ୍କ୍ କରନ୍ତୁ

ଆପଣ iCloudରେ ମେସେଜ୍ ଚାଲୁ କଲେ, ନିଜ iPhoneରେ ଆପଣ ପଠାଉଥିବା ଏବଂ ପ୍ରାପ୍ତ କରୁଥିବା ମେସେଜ୍ iCloudରେ ସେଭ୍ ହୁଏ। ଯେତେବେଳେ ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରନ୍ତି ଏବଂ ଅନ୍ୟ ଡିଭାଇସ୍‌ର iCloudରେ ମେସେଜ୍ ଚାଲୁ କରନ୍ତି, ସେତେବେଳେ ଆପଣଙ୍କ ବାର୍ତ୍ତାଳାପଗୁଡ଼ିକ ମଧ୍ୟ ସେଠାରେ ଦେଖାଯାଏ ଓ ସିଙ୍କ୍ ହୁଏ।

  1. ସେଟିଂସ୍  > [ଆପଣଙ୍କ ନାମ] > iCloudକୁ ଯାଆନ୍ତୁ, “iCloudରେ ସେଭ୍ ହୋଇଥିବା” ପାଖରେ ଥିବା “ସବୁ ଦେଖନ୍ତୁ”ରେ ଟାପ୍ କରନ୍ତୁ।

  2. ମେସେଜ୍ ଚାଲୁ କରନ୍ତୁ (ଯଦି ଏହା ପୂର୍ବରୁ ଚାଲୁ ହୋଇନାହିଁ)।

  3. ଆପଣ ନିଜ iPhoneରେ ପ୍ରାପ୍ତ କରୁଥିବା କୌଣସି SMS, MMS, କିମ୍ୱା RCS ଟେକ୍ସଟ୍ ମେସେଜ୍‌ ଅନ୍ୟ କେଉଁ ଡିଭାଇସ୍‌ରେ ପ୍ରାପ୍ତ କରିବେ ସୁନିଶ୍ଚିତ କରିବାକୁ, ସେଟିଂସ୍ > ଆପ୍ >ମେସେଜ୍‌କୁ ଯାଆନ୍ତୁ, ତା'ପରେ “ଟେକ୍ସଟ୍ ମେସେଜ୍ ଫର୍‌ୱର୍ଡିଂ”ରେ ଟାପ୍‌ କରନ୍ତୁ।

ଆପଣ iCloudରେ ମେସେଜ୍ ଚାଲୁ କରିବା ପରେ, ଆପଣ iPhoneରୁ ଡିଲିଟ୍ କରିଥିବା ଯେକୌଣସି ମେସେଜ୍ କିମ୍ବା ଆଟାଚ୍‌ମେଣ୍ଟ୍ iCloudରେ ମେସେଜ୍ ଚାଲୁ ଥିବା ଆପଣଙ୍କ ଅନ୍ଯ Apple ଡିଭାଇସ୍ (iOS 11.4, iPadOS 13, macOS 10.13.5, watchOS 1, visionOS 1 କିମ୍ବା ପରବର୍ତ୍ତୀ ଭର୍ଶନ୍ ଆବଶ୍ଯକ)ରୁ ମଧ୍ୟ ଡିଲିଟ୍ ହୋଇଯାଏ। iCloud ୟୁଜର୍ ଗାଇଡ୍‌ରେ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଥିବା ମେସେଜ୍ ପାଇଁ “iCloud ସେଟ୍ ଅପ୍ କରନ୍ତୁ” ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: iCloudରେ ଥିବା ମେସେଜ୍ iCloud ଷ୍ଟୋରେଜ୍ ବ୍ୟବହାର କରେ। “iCloud ବ୍ୟବହାର କରନ୍ତୁ” ଦେଖନ୍ତୁ।

SMS, MMS, କିମ୍ବା RCS ମେସେଜିଂ ପାଇଁ ଅନ୍ୟ ଡିଭାଇସ୍ ବାଛନ୍ତୁ

ଆପଣ iCloudରେ ମେସେଜ୍‌ ଚାଲୁ କରିନଥିଲେ, ଆପଣ ନିଜ iPhone ସେଟ୍ ଅପ୍ କରିପାରିବେ ଯାହା ଦ୍ୱାରା ଆପଣ ଏକ SMS, MMS, କିମ୍ୱା RCS ମେସେଜ୍‌ ପଠାଇବା କିମ୍ବା ପ୍ରାପ୍ତ କରିବା ସମୟରେ, ଏହା ଆପଣଙ୍କ ଅନ୍ୟ Apple ଡିଭାଇସ୍‌ରେ ଦେଖାଯିବ।

ଧ‍୍ୟାନ ଦିଅନ୍ତୁ: ଅଞ୍ଚଳ ଏବଂ ନେଟ୍‌ୱର୍କ୍‌ ପ୍ରଦାନକାରୀ ଅନୁସାରେ ଉପଲବ୍ଧତା ଭିନ୍ନ ଭିନ୍ନ ହୋଇଥାଏ।

  1. ସେଟିଂସ୍‌  > ଆପ୍ > ମେସେଜ୍‌କୁ ଯାଆନ୍ତୁ।

  2. “ଟେକ୍ସଟ୍ ମେସେଜ୍ ଫର୍‌ୱର୍ଡିଂ”ରେ ଟାପ୍‌ କରନ୍ତୁ, ତା’ପରେ ଆପଣ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଥିବା ଯେକୌଣସି ଡିଭାଇସ୍ ଚାଲୁ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଦ୍ୱି-ସ୍ତରୀୟ ପ୍ରମାଣୀକରଣବ୍ୟବହାର କରୁନାହାନ୍ତି, ତେବେ ଆପଣଙ୍କୁ ଅନ୍ୟ ଡିଭାଇସ୍‌ରେ ଦେଖାଯାଉଥିବା ଏକ ଛଅ-ଅଙ୍କ ବିଶିଷ୍ଟ ସକ୍ରୀୟକରଣ କୋଡ୍ ଲେଖିବାକୁ ହେବ।

ଆପଣଙ୍କ ନାମ ଏବଂ ଫଟୋ ଶେୟର୍ କରନ୍ତୁ

ମେସେଜ୍‌ ଆପ୍‌ରେ ଆପଣ ନିଜ ନାମ ଏବଂ ଫଟୋ ଅନ୍ୟମାନଙ୍କ ସହ ଶେୟର୍ କରିପାରିବେ। ଆପଣ କୌଣସି ନୂଆ ବ୍ୟକ୍ତିଙ୍କୁ ମେସେଜ୍ ପଠାଇଲେ କିମ୍ବା ତାଙ୍କ ଠାରୁ ମେସେଜ୍‌ ପ୍ରାପ୍ତ କଲେ, ଏହାକୁ ଶେୟର୍ କରିବେ କି ନାହିଁ ସ୍ଥିର କରନ୍ତି।

  1. ଆପଣଙ୍କ iPhoneରେ ମେସେଜ୍‌ ଆପ୍ କୁ ଯାଆନ୍ତୁ।

  2. ମେସେଜ୍ ବାର୍ତ୍ତାଳାପ ଲିଷ୍ଟ୍‌ରେ, ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଶୀର୍ଷ-ବାମ କୋଣରେ “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଶୀର୍ଷ-ଡାହାଣ କୋଣରେ “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ।

  3. “ନାମ ଓ ଫଟୋ ସେଟ୍‌ ଅପ୍‌ କରନ୍ତୁ” ରେ ଟାପ୍ କରନ୍ତୁ, ନାମ ଓ ଫଟୋ ଶେୟର୍ କରିବା ଚାଲୁ କରନ୍ତୁ, ତା’ପରେ ନିମ୍ନୋକ୍ତ ମଧ୍ୟରୁ ଯେକୌଣସି ଗୋଟିଏ ବଦଳାନ୍ତୁ:

    • ଆପଣଙ୍କ ପିକ୍ଚର୍‌: ବୃତ୍ତ ତଳେ ଥିବା “ଏଡିଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ। ଆପଣଙ୍କ ଫଟୋ ଏକ Memoji, ଇମୋଜି କିମ୍ବା କଷ୍ଟମ୍ ଇମେଜ୍ ହୋଇପାରେ।

    • ଆପଣଙ୍କ ନାମ: ନାମରେ ଟାପ୍ କରନ୍ତୁ।

    • କେଉଁମାନେ ଆପଣଙ୍କ ନାମ ଏବଂ ଫଟୋ ଦେଖିପାରିବେ: “ସ୍ୱୟଂଚାଳିତ ଭାବରେ ଶେୟର୍ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

ଆପଣଙ୍କ ନାମ, ପିକ୍ଚର୍ ବଦଳାଇବା ପାଇଁ କିମ୍ବା ସେଗୁଡ଼ିକୁ ସେଟ୍ ଅପ୍ କରିବା ପରେ କିଏ ଦେଖିପାରିବେ ପରିବର୍ତ୍ତନ କରିବା ପାଇଁ, ଏଡିଟ୍ କିମ୍ବା “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ନାମ ଓ ଫଟୋ”ରେ ଟାପ୍‌ କରନ୍ତୁ। କିମ୍ବା ସେଟିଂସ୍ > ଆପ୍ > ମେସେଜ୍‌କୁ ଯାଆନ୍ତୁ, ତା’ପରେ “ନାମ ଏବଂ ଫଟୋ ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ଯେତେବେଳେ Apple ଡିଭାଇସ୍ ବ୍ଯବହାର କରୁନଥିବା ପ୍ରାପ୍ତକର୍ତ୍ତାଙ୍କୁ ମେସେଜ୍ ପଠାନ୍ତି, ସେତେବେଳେ ଆପଣଙ୍କ ନାମ ଏବଂ ଫଟୋ ଆଶାନୁରୂପ ଭାବରେ ଦେଖାଯିବ ନାହିଁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.