ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଆପଣଙ୍କ ପର୍ସନଲ୍ ଭଏସ୍ ରେକର୍ଡ୍‌ କରନ୍ତୁ

ଯଦି ଆପଣଙ୍କର କହିବା କ୍ଷମତା ହ୍ରାସ ହେବାର ଆଶଙ୍କା ଅଛି କିମ୍ବା କହିବା କ୍ଷମତା ହ୍ରାସ ଥିବା ଯେକୌଣସି ବ୍ୟକ୍ତି, ଆପଣ ନିଜ ଭଳି ଶବ୍ଦ କରୁଥିବା ଏକ ସିନ୍ଥେସାଇଜ୍ ଭଏସ୍ ତିଆରି କରିବାକୁ iPhoneରେ ପର୍ସନଲ୍ ଭଏସ୍ ବ୍ଯବହାର କରିପାରିବେ। ଆପଣ ଲାଇଭ୍ ସ୍ପୀଚ୍ ସହ ନିଜ ପର୍ସନଲ୍ ଭଏସ୍‌ ବ୍ଯବହାର କରିପାରିବେ ଏବଂ ବ୍ୟକ୍ତିଗତ-ଭାବରେ ବାର୍ତ୍ତାଳାପ କରିବା ସମୟରେ, ଫୋନ୍‌ରେ ଓ FaceTime କଲ୍‌ରେ ତଥା ଆସିଷ୍ଟିଭ୍ କମ‍୍ୟୂନିକେଶନ୍‌ ଆପ୍‌ରେ ଆପଣ ଯାହା ଟାଇପ୍ କରିବେ ତାହା ଉଚ୍ଚ ସ୍ବରରେ କୁହାଇପାରିବେ

  1. ସେଟିଂସ୍  > ଆକ୍ସେସିବିଲିଟି > ପର୍ସନଲ୍ ଭଏସ୍‌କୁ ଯାଆନ୍ତୁ।

  2. ପର୍ସଲ୍‌ନଲ୍‌ ଭଏସ୍ ତିଆରି କରିବା ପାଇଁ ଟାପ୍ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଫଲୋ କରନ୍ତୁ।

    (ଯଦି ଆପଣଙ୍କୁ ଆପଣଙ୍କ ରେକର୍ଡିଂ ସେଶନ୍‌କୁ ପଜ୍ କରିବାକୁ ପଡ଼େ, ତେବେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍‌ କରନ୍ତୁ। ପୁନଃ ଚାଲୁ କରିବାକୁ, ଆପଣଙ୍କ “ପର୍ସନଲ୍‌ ଭଏସ୍‌ର ନାମ” ଉପରେ ଟାପ୍ କରନ୍ତୁ, ତା’ପରେ “ରେକର୍ଡିଂ ଜାରି ରଖନ୍ତୁ” ଉପରେ ଟାପ୍ କରନ୍ତୁ।)

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ପର୍ସନଲ୍ ଭଏସ୍‌ ତିଆରି କରିବାର ବିକଳ୍ପକୁ ଦେଖିବା ପାଇଁ, ଆପଣଙ୍କୁ ପ୍ରଥମେ ଏକ ପାସ୍‌କୋଡ୍ ସେଟ୍ କରିବାକୁ ହେବ। ପର୍ସନଲ୍‌ ଭଏସ୍ ସମର୍ଥିତ iPhone ମଡେଲ୍‌ରେ ଉପଲବ୍ଧ ଏବଂ ଏହା ସମସ୍ତ ଭାଷାରେ ଉପଲବ୍ଧ ନାହିଁ। Apple ସହାୟତା ଆର୍ଟିକଲ୍ ଆପଣଙ୍କ iPhone, iPad, କିମ୍ବା Macରେ ଏକ ପର୍ସନଲ୍‌ ଭଏସ୍ ତିଆରି କରନ୍ତୁ ଦେଖନ୍ତୁ।

ଆପଣଙ୍କ ପର୍ସନଲ୍‌ ଭଏସ୍ ଆପଣଙ୍କ iPhoneରେ ସୁରକ୍ଷିତ ଭାବରେ ସେଭ୍ ହୋଇଛି ଯାହା ଦ୍ୱାରା ଆପଣ ଫୋନ୍ ଏବଂ FaceTime କଲ୍, ପର୍ସନଲ୍‌ ବାର୍ତ୍ତାଳାପ ଏବଂ ତୃତୀୟ-ପକ୍ଷ ବିକଳ୍ପ ଏବଂ ବୃଦ୍ଧିଶୀଳ ଯୋଗାଯୋଗ (AAC) ଆପ୍ ସମୟରେ ବ୍ୟବହାର କରିପାରିବେ।

ଗୁରୁତ୍ବପୂର୍ଣ୍ଣ: ପର୍ସନଲ୍‌ ଭଏସ୍ କେବଳ ଲାଇଭ୍ ସ୍ପୀଚ୍ ଏବଂ ଆପଣ ଅନୁମତି ଦେଉଥିବା ତୃତୀୟ-ପକ୍ଷ ଆପ୍ ଯେପରିକି ଅଗ୍‌ମେଣ୍ଟେଟିଭ୍ ଏବଂ ଅଲ୍ଟର୍ନେଟିଭ୍ କମ୍ଯୁନିକେଶନ୍‌ (AAC) ଆପ୍‌ରେ ବ୍ଯବହାର କରାଯାଇପାରିବ। ଆପଣ ଡିଭାଇସ୍‌ରେ କେବଳ ଆପଣଙ୍କ ଭଳି ସାଉଣ୍ଡ୍‌ କରୁଥିବା ଗୋଟିଏ ଭଏସ୍ ତିଆରି କରିବାକୁ, ନିଜ ଭଏସ୍ ବ୍ୟବହାର କରି ଏବଂ ପର୍ସନଲ୍‌ ବ୍ଯବହାର, ଅଣ-ବ୍ୟାବସାୟିକ ବ୍ୟବହାର ପାଇଁ ପର୍ସନଲ୍‌ ଭଏସ୍ ବ୍ୟବହାର କରିପାରିବେ। ଆପଣଙ୍କ ଲେଗସି କଣ୍ଟାକ୍ଟ୍ ଆପଣଙ୍କ ପର୍ସନଲ୍‌ ଭଏସ୍ ଆକ୍ସେସ୍ କରିବାକୁ ସକ୍ଷମ ହେବ ନାହିଁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.