ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ମେସେଜ୍‌କୁ ବ୍ଲକ୍‌, ଫିଲ୍ଟର୍ ଏବଂ ରିପୋର୍ଟ୍‌ କରନ୍ତୁ

ଆପଣ ବ୍ଯକ୍ତିବିଶେଷଙ୍କୁ ବ୍ଲକ୍ କରିବା, ଅଜଣା ପ୍ରେରକଙ୍କୁ ଫିଲ୍ଟର୍ କରିବା ଏବଂ ସ୍ପାମ୍ କିମ୍ବା ଜଙ୍କ୍ ମେସେଜ୍ ରିପୋର୍ଟ୍‌ କରିବା ସମୟରେ ଆପଣ ପ୍ରାପ୍ତ କରୁଥିବା ଅବାଞ୍ଛିତ ଟେକ୍ସଟ୍ ମେସେଜ୍‌ର ସଂଖ୍ଯାକୁ ହ୍ରାସ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ ଯେଉଁ ବ୍ୟକ୍ତିମାନଙ୍କୁ କଣ୍ଟାକ୍ଟ୍‌ ଆପରେ ଅନ୍ତର୍ଭୁକ୍ତ କରିଛନ୍ତି କିମ୍ବା ଯେଉଁମାନଙ୍କୁ ଏକ ମେସେଜ୍‌ ପଠାଇଛନ୍ତି ସେମାନେ ଜଣାଶୁଣା ପ୍ରେରକ ଅଟନ୍ତି।

ଜଣେ ନିର୍ଦ୍ଦିଷ୍ଟ ବ୍ଯକ୍ତି କିମ୍ବା ଫୋନ୍ ନମ୍ବର୍‌ରୁ ମେସେଜ୍ ବ୍ଲକ୍‌ କରନ୍ତୁ

ଯେତେବେଳେ ଆପଣ ଏକ ନିର୍ଦ୍ଦିଷ୍ଟ କଣ୍ଟାକ୍ଟ୍ କିମ୍ବା ଫୋନ୍ ନମ୍ବର୍ ବ୍ଲକ୍ କରନ୍ତି, ସେହି ବ୍ଯକ୍ତି କିମ୍ବା ନମ୍ବର୍‌ରୁ ମେସେଜ୍ ଡିଲିଭର୍ ହୁଏ ନାହିଁ। (ମେସେଜ୍ ପଠାଇଥିବା ବ୍ଯକ୍ତି ଜାଣନିପାରନ୍ତି ନାହିଁ ଯେ ତାଙ୍କ ମେସେଜ୍ ବ୍ଲକ୍‌ ହୋଇଛି।)

  1. ଆପଣଙ୍କ iPhoneରେ ମେସେଜ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ମେସେଜ୍ ବାର୍ତ୍ତାଳାପରେ, ବାର୍ତ୍ତାଳାପର ଶୀର୍ଷରେ ଥିବା ନାମ କିମ୍ବା ନମ୍ବର୍‌ରେ ଟାପ୍‌ କରନ୍ତୁ।

  3. “ସୂଚନା” ରେ ଟାପ୍‌ କରନ୍ତୁ, ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “ଏହି କଲର୍‌ଙ୍କୁ ବ୍ଲକ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ।

ଟିପ୍‌: ଏକ ଗ୍ରୂପ୍‌ ବାର୍ତ୍ତାଳାପରେ ସମସ୍ତ ପ୍ରେରକଙ୍କୁ ବ୍ଲକ୍ କରିବା ପରିବର୍ତ୍ତେ, ଆପଣ କେବଳ ଏହାକୁ ଛାଡ଼ନ୍ତୁ କିମ୍ବା ଏହାର ନୋଟିଫିକେଶନ୍‌କୁ ବନ୍ଦ କରିପାରିବେ

ଯଦି ଆପଣ ତଥାପି ଅବାଞ୍ଛିତ ମେସେଜ୍‌ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ Apple ସହାୟତା ଆର୍ଟିକିଲ୍ ଆପଣଙ୍କ iPhone କିମ୍ୱା iPadରେ ଫୋନ୍ ନମ୍ବର୍‌, କଣ୍ଟାକ୍ଟ୍‌ ଏବଂ ଇମେଲ୍‌ ବ୍ଲକ୍‌ କରନ୍ତୁ ଦେଖନ୍ତୁ।

ଅଜଣା ପ୍ରେରକଙ୍କଠାରୁ ମେସେଜ୍ ଫିଲ୍ଟର୍ କରନ୍ତୁ

iMesage ମାଧ୍ୟମରେ, ଆପଣ ଅଜଣା ପ୍ରେରକଙ୍କୁ ଆପଣଙ୍କୁ ସିଧାସଳଖ ମେସେଜ୍ କରିବାରୁ ପ୍ରତିରୋଧ କରିପାରିବେ। ସେମାନଙ୍କ ମେସେଜ୍‌ଗୁଡ଼ିକ ଅନ୍ୟ ଫୋଲ୍ଡର୍‌କୁ ଫିଲ୍ଟର୍‌ ହୁଏ ଏବଂ ଆପଣ ସେମାନଙ୍କ ବିଷୟରେ ସୂଚନା ପ୍ରାପ୍ତ କରନ୍ତି ନାହିଁ।

  1. ସେଟିଂସ୍‌  > ଆପ୍ > ମେସେଜ୍‌କୁ ଯାଆନ୍ତୁ।

  2. ମେସେଜ୍ ଫିଲ୍ଟରିଂ ପର୍ଯ୍ଯନ୍ତ ସ୍କ୍ରୋଲ୍ ଡାଉନ୍‌ କରନ୍ତୁ, ତା’ପରେ ଅଜଣା ସେଣ୍ଡର୍ ଫିଲ୍ଟର୍‌କୁ ଚାଲୁ କରନ୍ତୁ।

ଯଦି ଏହି ସେଟିଂ ଚାଲୁ ଅଛି ଏବଂ ଆପଣ ମେସେଜ୍ ମିସ୍ କରୁଛନ୍ତି, ତେବେ ଏହା ଅଜଣା ପ୍ରେରକ ପାଇଁ ଫିଲ୍ଟର୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ। ବାର୍ତ୍ତାଳାପ ଲିଷ୍ଟ୍‌ର ଉପର-ବାମ କୋଣରେ ଥିବା “ଫିଲ୍ଟର୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ଅଜଣା ପ୍ରେରକ”ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ କୌଣସି ଅଜଣା ପ୍ରେରକଙ୍କ ଦ୍ୱାରା ପଠାଯାଇଥିବା କୌଣସି ଲିଙ୍କ୍‌କୁ ସେପର୍ଯ୍ଯନ୍ତ ଖୋଲିପାରିବେ ନାହିଁ ଯେପର୍ଯ୍ଯନ୍ତ ଆପଣଙ୍କ ସେମାନଙ୍କୁ କଣ୍ଟାକ୍ଟ୍‌ରେ ଯୋଡ଼ି କିମ୍ବା ମେସେଜ୍‌ର ଉତ୍ତର ଦେଇ—ଏକ ଜଣାଶୁଣା ପ୍ରେରକ ଭାବରେ ଚିହ୍ନିତ ନ କରିଛନ୍ତି।

ସ୍ପାମ୍ କିମ୍ବା ଜଙ୍କ୍ ମେସେଜ୍‌ ରିପୋର୍ଟ୍‌ କରନ୍ତୁ

ଯେତେବେଳେ ଆପଣ iMessage ବ୍ଯବହାର କରନ୍ତି, ଆପଣ Appleକୁ ସ୍ପାମ୍ କିମ୍ବା ଜଙ୍କ୍ ମେସେଜ୍ ରିପୋର୍ଟ୍‌ କରିପାରିବେ-ରିପୋର୍ଟ୍‌ରେ ପ୍ରେରକଙ୍କ ସୂଚନା ଏବଂ ମେସେଜ୍ ଅନ୍ତର୍ଭୁକ୍ତ ରହେ। ଆପଣଙ୍କ ନେଟୱାର୍କ୍ ପ୍ରଦାନକାରୀ ଏବଂ ଦେଶ କିମ୍ବା ଅଞ୍ଚଳ ଉପରେ ନିର୍ଭର କରି, SMS, MMS କିମ୍ୱା RCS ସହିତ ଆପଣ ପାଇଥିବା ସ୍ପାମ୍ ରିପୋର୍ଟ୍‌ କରିବା ଆପଣଙ୍କ ନେଟ୍‌ଓ୍ବର୍କ୍‌ ପ୍ରଦାନକାରୀ ଏବଂ ସେମାନଙ୍କ ସହଯୋଗୀମାନଙ୍କ ସହ ଶେୟର୍‌ କରାଯାଏ।

  1. ଆପଣଙ୍କ iPhoneରେ ମେସେଜ୍‌ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଯଦି ଆପଣ ମେସେଜ୍ ଖୋଲି ନାହାଁନ୍ତି: ମେସେଜ୍ ଉପରେ ବାମକୁ ସ୍ୱାଇପ୍ କରନ୍ତୁ, “ଡିଲିଟ୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଡିଲିଟ୍ କରି ଜଙ୍କ୍ ରିପୋର୍ଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

    • ଯଦି ଆପଣ ପୂର୍ବରୁ ମେସେଜ୍ ଖୋଲିଛନ୍ତି: କୌଣସି ଅଜଣା ପ୍ରେରକଙ୍କଠାରୁ ପ୍ରାପ୍ତ କୌଣସି ମେସେଜ୍ ତଳେ ଏକ “ଜଙ୍କ୍ ରିପୋର୍ଟ୍‌ କରନ୍ତୁ” ଲିଙ୍କ୍ ଦେଖାଯିବ। “ଜଙ୍କ୍ ରିପୋର୍ଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ “ଡିଲିଟ୍ କରି ଜଙ୍କ୍ ରିପୋର୍ଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: ମେସେଜ୍‌ର ଉତ୍ତର ଦେବା ପରେ ଆପଣ ଏହାକୁ ରିପୋର୍ଟ୍‌ କରିପାରିବେ ନାହିଁ।

    • ଯଦି ଆପଣ SMS, MMS କିମ୍ବା RCS ଭାବରେ ପ୍ରାପ୍ତ ସ୍ପାମ୍ କିମ୍ବା ଜଙ୍କ୍ ମେସେଜ୍ ରିପୋର୍ଟ୍‌ କରିବାର ବିକଳ୍ପ ଦେଖନ୍ତି ନାହିଁ: ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ। Apple ସହାୟତା ଆର୍ଟିକଲ୍ iPhone ପାଇଁ ୱାୟର୍‌ଲେସ୍ ନେଟ୍‌ୱର୍କ୍‌ ପ୍ରଦାନକାରୀ ସହାୟତା ଏବଂ ଫୀଚର୍ ଦେଖନ୍ତୁ।

ଆପଣ iMessage ମାଧ୍ଯମରେ ମେସେଜ୍ ପ୍ରାପ୍ତ କଲେ, ତେବେ ଏହାକୁ ପ୍ରେରକଙ୍କ ସୂଚନା ସହିତ Appleକୁ ପଠାଯାଏ ଏବଂ ଆପଣଙ୍କ iPhoneରୁ ମେସେଜ୍‌କୁ ସ୍ଥାୟୀ ଭାବରେ ଡିଲିଟ୍ କରିଦିଆଯାଏ।

ଯଦି ଆପଣ ଭୁଲବଶତଃ ମେସେଜ୍ ରିପୋର୍ଟ୍‌ କରି ଡିଲିଟ୍ କରିଦେଇଛନ୍ତି, ତେବେ ଆପଣ ସେଗୁଡ଼ିକୁ ରିକଭର୍‌ କରିପାରିବେ।

ଜଙ୍କ୍ କିମ୍ବା ସ୍ପାମ୍ ରିପୋର୍ଟ୍‌ କଲେ ଏହା ପ୍ରେରକଙ୍କୁ ମେସେଜ୍‌ ପଠାଇବାରୁ ପ୍ରତିରୋଧ କରିପାରିବ ନାହିଁ କିନ୍ତୁ ଆପଣ ସେମାନଙ୍କ ଠାରୁ ମେସେଜ୍‌ ପାଇବା କରିବା ବନ୍ଦ କରିବା ପାଇଁ ନମ୍ବର୍‌କୁ ବ୍ଲକ୍‌ କରିପାରିବେ।

ନୂଆ ନମ୍ବର୍‌ରୁ ଇନ୍‌କମିଂ ସ୍ପାମ୍ କିମ୍ବା ଜଙ୍କ୍ ମେସେଜ୍‌ ହ୍ରାସ କରିବା ପାଇଁ, ଆପଣ ସେଗୁଡ଼ିକୁ ଫିଲ୍ଟର୍‌ କରିପାରିବେ। ଉପରେ ଅଜଣା ପ୍ରେରକଙ୍କଠାରୁ ମେସେଜ୍ ଫିଲ୍ଟର୍ କରନ୍ତୁ ଦେଖନ୍ତୁ।

ଆପଣ କାହାକୁ ବ୍ଲକ୍ କରିଛନ୍ତି ଯାଞ୍ଚ କରନ୍ତୁ

ଯଦି ଆପଣ କାହାରି ମେସେଜ୍ ପାଉନାହାନ୍ତି, ତେବେ ଆପଣ ଯାଞ୍ଚ କରିପାରିବେ ଯେ ସେ ଆପଣଙ୍କ ଦ୍ବାରା ଅବରୋଧ କରାଯାଇଥିବା କଣ୍ଟାକ୍ଟ୍‌ରେ ଅଛନ୍ତି କି ନାହିଁ। ଜଣେ ପ୍ରାପ୍ତକର୍ତ୍ତା ଜାଣିପାରିବେ ନାହିଁ ଯେ ତାଙ୍କୁ ବ୍ଲକ୍ କରାଯାଇଛି କି ନାହିଁ।

  1. ସେଟିଂସ୍‌  > ଆପ୍ > ମେସେଜ୍‌କୁ ଯାଆନ୍ତୁ।

  2. “ବ୍ଲକ୍‌ କରାଯାଇଥିବା କଣ୍ଟାକ୍ଟ୍‌”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଆପଣ ବ୍ଲକ୍‌ କରିଥିବା ଏକ ନମ୍ବର୍‌କୁ ଅନ୍‌ବ୍ଲକ୍‌ କରନ୍ତୁ: ଲିଷ୍ଟ୍‌ରେ ଏକ ନମ୍ବର୍‌ରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଅନ୍‌ବ୍ଲକ୍‌ କରନ୍ତୁ”ରେ ଟାପ୍ କରନ୍ତୁ। କିମ୍ବା “ଏଡିଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ “କାଢ଼ି ଦିଅନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

    • ଲିଷ୍ଟ୍‌ରେ ସିଧାସଳଖ ଅତିରିକ୍ତ କଣ୍ଟାକ୍ଟ୍‌ କିମ୍ବା ନମ୍ବର୍‌ ଯୋଡ଼ନ୍ତୁ: ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “ନୂଆ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

ବ୍ଯବସାୟ ଆଲର୍ଟ୍‌ ବନ୍ଦ କରନ୍ତୁ

କେତେକ ବ୍ଯବସାୟ ଆପଣଙ୍କ ଅର୍ଡର୍ ଏବଂ ଅନ୍ଯ ନେଣଦେଣ ବିଷୟରେ ଆଲର୍ଟ୍ ଏବଂ ଅପ୍‌ଡେଟ୍ ପଠାନ୍ତି। ଆପଣ ଏଗୁଡ଼ିକୁ ବନ୍ଦ କରିପାରିବେ।

  1. ସେଟିଂସ୍‌  > ଆପ୍ > ମେସେଜ୍‌କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ ବନ୍ଦ କରନ୍ତୁ:

    • Apple Messages for Business: “ବ୍ଯବସାୟ ମେସେଜ୍”ରେ ଟାପ୍ କରନ୍ତୁ, ତା’ପରେ ବ୍ଯବସାୟ ଅପ୍‌ଡେଟ୍‌ ବନ୍ଦ କରନ୍ତୁ।

    • RCS ବ୍ଯବସାୟ ମେସେଜ୍: RCS ମେସେଜିଂରେ ଟାପ୍ କରନ୍ତୁ, ତା’ପରେ RCS ବ୍ଯବସାୟ ମେସେଜ୍ ବନ୍ଦ କରନ୍ତୁ। (ନେଟ୍‌ଓ୍ବର୍କ୍‌ ପ୍ରଦାନକାରୀ ଏବଂ ଦେଶ ଅନୁଯାୟୀ ଉପଲବ୍ଧତା ଭିନ୍ନ ହୋଇଥାଏ।)

ଆପଣ ଏକ ମେସେଜ୍ ପ୍ରାପ୍ତ କରିବା ସମୟରେ ଏହାକୁ ଜଙ୍କ୍ ଭାବରେ ମଧ୍ଯ ରିପୋର୍ଟ୍‌ କରିପାରିବେ। ବାର୍ତ୍ତାଳାପରେ “ଜଙ୍କ୍ ରିପୋର୍ଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ “ଡିଲିଟ୍ କରି ଜଙ୍କ୍ ରିପୋର୍ଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ।

Apple Messages for Business ଓ ଗୋପନୀୟତା ଦେଖନ୍ତୁ।

ଅବାଞ୍ଛିତ ମେସେଜ୍‌ ରିପୋର୍ଟ୍‌ ଏବଂ ପ୍ରତିରୋଧ କରିବାର ଅନ୍ୟ ଉପାୟଗୁଡ଼ିକ ବିଷୟରେ ଜାଣିବା ପାଇଁ, Apple ସହାୟତା ଆର୍ଟିକଲ୍ ଫିଶିଂ ମେସେଜ୍, ଫୋନି ସପୋର୍ଟ୍‌ କଲ୍ ଏବଂ ଅନ୍ୟାନ୍ୟ ସ୍କାମ୍‌କୁ ଚିହ୍ନି ଏଡ଼ାନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.