ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ଏକ Freeform ବୋର୍ଡ୍‌ରେ ଫଟୋ, ଭିଡିଓ, ଷ୍ଟିକର୍, ସ୍କାନ୍, ଲିଙ୍କ୍ ଏବଂ ଅନ୍ଯ ଫାଇଲ୍‌ଗୁଡ଼ିକୁ ଯୋଡ଼ନ୍ତୁ

ଆପଣ ଏକ Freeform ବୋର୍ଡ୍‌ରେ କୌଣସି ଫଟୋ କିମ୍ବା ଭିଡିଓ ଯୋଡ଼ିପାରିବେ କିମ୍ବା ନିଜ iPhone କ୍ଯାମେରା ସହାୟତାରେ ଏକ ନୂଆ ଫଟୋ ଉଠାଇପାରିବେ। ଆପଣ ଯେକୌଣସି ପ୍ରକାରର ଫାଇଲ୍ ଆପଣଙ୍କ ବୋର୍ଡ୍‌ରେ ସ୍କାନିଂ, ଲିଙ୍କ୍ କରିବା କିମ୍ବା ଭର୍ତ୍ତି କରିବା ଦ୍ବାରା ମଧ୍ଯ ଯୋଡ଼ିପାରିବେ।

ଅନେକ ଇନ୍‌ସର୍ଟ୍‌ ହୋଇଥିବା ଫାଇଲ୍ ସହିତ ଏକ Freeform ବୋର୍ଡ୍‌: ଏକ 3D ଇମେଜ୍ ଫାଇଲ୍, ଏକ ଲିଙ୍କ୍, ଏକ ଭିଡିଓ, ଷ୍ଟିକର୍ ଏବଂ ଏକ ଫଟୋ। 3D ଇମେଜ୍ ଫାଇଲ୍ ଚୟନ କରାଯାଇଛି ଏବଂ ଏହାର ରୋଟେଶନ୍ ବଟନ୍ ଏବଂ ଫର୍ମାଟ୍ ଟୂଲ୍ ଦେଖାଯାଉଛି।

ଫଟୋ, ଭିଡିଓ, ଷ୍ଟିକର୍, ଲିଙ୍କ୍ କିମ୍ବା ଅନ୍ଯ କୌଣସି ଫାଇଲ୍ ଯୋଡ଼ନ୍ତୁ

  1. ଆପଣଙ୍କ iPhoneରେ Freeform ଆପ୍ କୁ ଯାଆନ୍ତୁ।

  2. ଏକ ବୋର୍ଡ୍‌ ଖୋଲନ୍ତୁ କିମ୍ବା ଏକ ନୂଆ ବୋର୍ଡ୍‌ ଆରମ୍ଭ କରିବା ପାଇଁ “ନୂଆ ବୋର୍ଡ୍‌” ବଟନ୍ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଆପଣଙ୍କ କ୍ଲିପ୍‌ବୋର୍ଡ୍‌ରେ ଆଇଟମ୍ କପି କରନ୍ତୁ, “ଏକ ଖାଲି ସ୍ପେସ୍” ଉପରେ ଟାପ୍ କରନ୍ତୁ, ତା’ପରେ, ଯେତେବେଳେ ଏକ ମେନ୍ଯୁ ଦେଖାଯିବ, ପେଷ୍ଟ୍ ଉପରେ ଟାପ୍ କରନ୍ତୁ।

    • ମିଡିଆ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ବାଛନ୍ତୁ, ଉଦାହରଣ ସ୍ୱରୂପ, ଷ୍ଟିକର୍।

ଧ‍୍ୟାନ ଦିଅନ୍ତୁ: ଆପଣ ନିଜ iPhone କିମ୍ବା iCloud Driveରେ ସେଭ୍ ହୋଇଥିବା ଫାଇଲ୍ ଇନ୍‌ସର୍ଟ୍‌ କରିପାରିବେ। ଅଧିକାଂଶ ପ୍ରକାର ଫାଇଲ୍ ପାଇଁ, Freeform ଇନ୍‌ସର୍ଟ୍ କରାଯାଇଥିବା ଫାଇଲ୍‌ର ଏକ କପି ତିଆରି କରେ। ଆପଣ ଏକ ସହଯୋଗୀ Keynote ଉପସ୍ଥାପନା, ନମ୍ବର ସ୍ପ୍ରେଡ୍‌ଶୀଟ୍ କିମ୍ବା ପେଜ୍‌ ଡକ୍ଯୁମେଣ୍ଟ୍‌ରେ ଏକ ଲିଙ୍କ୍‌ ଯୋଡ଼ିଲେ, ଶେୟର୍‌ ହୋଇଥିବା ଫାଇଲ୍‌କୁ ମୂଭ୍ କରିବାକୁ ଆପଣଙ୍କ Freeform ବୋର୍ଡ୍‌ରେ ଅଂଶଗ୍ରହଣକାରୀମାନେ iCloudରେ କାର୍ଡ୍‌କୁ ଟାପ୍ କରିପାରିବେ। (ଯଦି ଅନ୍ଯମାନେ ଏହି ଫାଇଲ୍‌ରେ ସହଯୋଗ କରିବାକୁ ସକ୍ଷମ ହୁଅନ୍ତୁ ବୋଲି ଆପଣ ଚାହାଁନ୍ତି, ତେବେ ଆପଣ ଏହାକୁ iCloudରେ ସେଭ୍ କରିବା ଆବଶ୍ଯକ।)

ପ୍ରୀଭ୍ୟୂ କରିବା ପାଇଁ କୌଣସି ମିଡିଆ ଆଇଟମ୍-ଫଟୋ, ଭିଡିଓ, ସ୍କାନ୍, କିମ୍ବା ଅନ୍ଯ କୌଣସି ଫାଇଲ୍ ଉପରେ ଡବଲ୍-ଟାପ୍ କରନ୍ତୁ।

ସ୍କାନ୍ କରି ଏକ ଡକ୍ଯୁମେଣ୍ଟ୍‌ ଯୋଡ଼ନ୍ତୁ

ଆପଣ ଏକ କାଗଜ ଡକ୍ଯୁମେଣ୍ଟ୍‌ ସ୍କାନ୍ କରିପାରିବେ ଏବଂ Freeformରୁ ନ ବାହାରି ଏହାକୁ ଆପଣଙ୍କ ବୋର୍ଡ୍‌ରେ PDF ଭାବରେ ଯୋଡ଼ିପାରିବେ।

  1. ଆପଣଙ୍କ iPhoneରେ Freeform ଆପ୍ କୁ ଯାଆନ୍ତୁ।

  2. ଏକ ବୋର୍ଡ୍‌ ଖୋଲନ୍ତୁ କିମ୍ବା ଏକ ନୂଆ ବୋର୍ଡ୍‌ ଆରମ୍ଭ କରିବା ପାଇଁ “ନୂଆ ବୋର୍ଡ୍‌” ବଟନ୍ରେ ଟାପ୍ କରନ୍ତୁ।

  3. ମିଡିଆ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ସ୍କାନ୍‌ରେ ଟାପ୍‌ କରନ୍ତୁ।

  4. ଡକ୍ଯୁମେଣ୍ଟ୍‌କୁ ସ୍କ୍ରୀନ୍‌ରେ ଦେଖାଗଲା ପରି ଦେଖନ୍ତୁ, ତା’ପରେ “ଫଟୋ ଉଠାନ୍ତୁ”ବଟନ୍‌ରେ ଟାପ୍‌ କରନ୍ତୁ କିମ୍ବା ଭଲ୍ଯୁମ୍ ବଟନ୍ ଦବାନ୍ତୁ।

  5. ସ୍କାନ ହୋଇଥିବା ଡକ୍ଯୁମେଣ୍ଟ୍‌ରେ ଆପଣ ଚାହୁଁଥିବା କ୍ଷେତ୍ରକୁ ଚୟନ କରିବାକୁ କର୍ଣ୍ଣଗୁଡ଼ିକୁ ଡ୍ରାଗ୍ କରନ୍ତୁ, ତା’ପରେ “ସ୍କାନ୍ ରଖନ୍ତୁ” ଉପରେ ଟାପ୍ କରନ୍ତୁ।

  6. ଅତିରିକ୍ତ ପୃଷ୍ଠାଗୁଡ଼ିକୁ ସ୍କାନ୍ କରନ୍ତୁ ଏବଂ ସମୂର୍ଣ୍ଣ ହେବା ପରେ “ସେଭ୍ କରନ୍ତୁ” ଉପରେ ଟାପ୍ କରନ୍ତୁ।

ଆପଣଙ୍କ ସ୍କାନ୍‌ର ପ୍ରଥମ ପୃଷ୍ଠାର ଏକ ଇମେଜ୍ ସହିତ ଏକ କାର୍ଡ୍ ଆପଣଙ୍କ ବୋର୍ଡ୍‌ରେ ଦେଖାଯାଏ।

ଟିପ୍‌: ଆପଣଙ୍କ ସ୍କାନ୍‌କୁ iCloud Driveରେ କିମ୍ବା ଆପଣଙ୍କ iPhoneରେ ସେଭ୍ କରିବା ପାଇଁ କାର୍ଡ୍‌କୁ ଚୟନ କରନ୍ତୁ, ପ୍ରୀଭ୍ଯୂ ବଟନ୍ରେ ଟାପ୍‌ କରନ୍ତୁ, “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଫାଇଲ୍‌ରେ ସେଭ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

ଏକ ଫଟୋ କିମ୍ବା ଭିଡିଓ ଫର୍ମାଟ୍ କରନ୍ତୁ

ଆପଣ ଏକ Freeform ବୋର୍ଡ୍‌ରେ ଫଟୋ କିମ୍ୱା ଭିଡିଓ ଯୋଡ଼ିଲା ପରେ, ସେଗୁଡ଼ିକୁ କ୍ରପ୍ କରିପାରିବେ, ମାସ୍କ୍‌ କରିପାରିବେ କିମ୍ୱା ସେଗୁଡ଼ିକର ଫର୍ମାଟ୍‌ ପରିବର୍ତ୍ତନ କରିପାରିବେ।

  1. ଆପଣଙ୍କ iPhoneରେ Freeform ଆପ୍ କୁ ଯାଆନ୍ତୁ।

  2. ଆପଣ ଏଡିଟ୍ କରିବାକୁ ଚାହୁଁଥିବା ଫଟୋ ବାଛନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଫଟୋକୁ କ୍ରପ୍ କିମ୍ବା ମାସ୍କ୍‌ କରନ୍ତୁ: କ୍ରପ୍ ମାସ୍କ୍ ବଟନ୍ରେ ଟାପ୍‌ କରନ୍ତୁ।

    • ଫଟୋର ବ୍ଯାକ୍‌ଗ୍ରାଉଣ୍ଡ୍‌ କାଢ଼ି ଦିଅନ୍ତୁ: “ଇମେଜ୍ ପରିବର୍ତ୍ତନ କରନ୍ତୁ” ବଟନ୍ଉପରେ ଟାପ୍ କରନ୍ତୁ, ତା’ପରେ "ବ୍ଯାକ୍‌ଗ୍ରାଉଣ୍ଡ୍‌ କାଢ଼ନ୍ତୁ" ଉପରେ ଟାପ୍ କରନ୍ତୁ। ଯଦି ଫଟୋର ବ୍ଯାକ୍‌ଗ୍ରାଉଣ୍ଡ୍‌କୁ ପାରଦର୍ଶୀ କରାଯାଇପାରିବ ନାହିଁ, ତେବେ “ବ୍ଯାକ୍‌ଗ୍ରାଉଣ୍ଡ୍‌ କାଢ଼ନ୍ତୁ” ଉପଲବ୍ଧ ନାହିଁ।

      ଟିପ୍‌: ଆପଣ ବିନା ବ୍ଯାକ୍‌ଗ୍ରାଉଣ୍ଡ୍‌ରେ ଏକ ଇମେଜ୍ ପେଷ୍ଟ୍ କରିପାରିବେ। ଫଟୋ କିମ୍ବା ଭିଡିଓ ବ୍ଯାକ୍‌ଗ୍ରାଉଣ୍ଡ୍‌ରୁ ଏକ ବିଷୟ ଉଠାନ୍ତୁ ଦେଖନ୍ତୁ।

    • ଏକ ଛାୟା ଯୋଡ଼ନ୍ତୁ, କୋଣ ଗୁଡ଼ିକୁ ଗୋଲାକାର କରନ୍ତୁ, ଏକ ବର୍ଣ୍ଣନା ଯୋଡ଼ନ୍ତୁ ଇତ୍ଯାଦି: ଅଧିକ ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ ଏକ ବିକଳ୍ପ ବାଛନ୍ତୁ।

    • ଫଟୋ କିମ୍ବା ଭିଡିଓ ବଦଳାନ୍ତୁ: ଫଟୋ କିମ୍ବା ଭିଡିଓ ଚୟନ କରନ୍ତୁ, “ଇମେଜ୍ ପରିବର୍ତ୍ତନ କରନ୍ତୁ” ବଟନ୍ କିମ୍ବା “ମୂଭି ପରିବର୍ତ୍ତନ କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ, "ବଦଳାନ୍ତୁ"ଉପରେ ଟାପ୍‌ କରନ୍ତୁ, ତା’ପରେ ଏକ ରିପ୍ଲେସ୍‌ମେଣ୍ଟ୍ ଚୟନ କରନ୍ତୁ।

    • ଫଟୋ କିମ୍ବା ଭିଡିଓ ପ୍ରୀଭ୍ଯୂ କରନ୍ତୁ: ପ୍ରୀଭ୍ଯୂ ବଟନ୍ରେ ଟାପ୍‌ କରନ୍ତୁ କିମ୍ବା ଫଟୋ କିମ୍ବା ଭିଡିଓକୁ ଡବଲ୍-ଟାପ୍‌ କରନ୍ତୁ।

      ଫୁଲ୍ ସ୍କ୍ରୀନ୍‌ରେ ଏକ ମୂଭିର ପ୍ରୀଭ୍ଯୂ କରିବା ପାଇଁ ଏହାକୁ ଡବଲ୍-ଟାପ୍ କରନ୍ତୁ।

ଏକ ଆକୃତି ଭିତରେ ଏକ ଇମେଜ୍ ରଖନ୍ତୁ

ଆପଣ ଏକ ଇମେଜ୍ ପାଇଁ ଏକ ଆକାରକୁ ଏକ ମାସ୍କ୍ କିମ୍ବା ଫ୍ରେମ୍ ଭାବରେ ବ୍ଯବହାର କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ନିଜ ଫଟୋକୁ ଏକ ବୃତ୍ତ ମଧ୍ଯରେ ରଖିପାରିବେ।

  1. ଆପଣଙ୍କ iPhoneରେ Freeform ଆପ୍ କୁ ଯାଆନ୍ତୁ।

  2. ଏକ ବୋର୍ଡ୍‌ ଖୋଲନ୍ତୁ କିମ୍ବା ଏକ ନୂଆ ବୋର୍ଡ୍‌ ଆରମ୍ଭ କରିବା ପାଇଁ “ନୂଆ ବୋର୍ଡ୍‌” ବଟନ୍ରେ ଟାପ୍ କରନ୍ତୁ।

  3. ବୋର୍ଡ୍‌ରେ ଏକ ଫଟୋ କିମ୍ବା ଅନ୍ଯ ଏକ ଇମେଜ୍ ଯୋଡ଼ନ୍ତୁ।

  4. ଆକାର ବଟନ୍ ଯୋଡ଼ନ୍ତୁରେ ଟାପ୍‌ କରନ୍ତୁ, ତା’ପରେ ଏକ ଆକୃତି ବାଛନ୍ତୁ।

  5. ଇମେଜ୍ ଉପରେ ଆକୃତି ରଖନ୍ତୁ, ତା’ପରେ ଉଭୟ ତହାକୁ ଏବଂ ଇମେଜ୍‌କୁ ଚୟନ କରନ୍ତୁ। (ଏକ ବୋର୍ଡ୍‌ରେ ଏକାଧିକ ଆଇଟମ୍ ଚୟନ କରନ୍ତୁ, ଆଲାଇନ୍ କରନ୍ତୁ ଏବଂ ଗ୍ରୂପ୍ କରନ୍ତୁ ଦେଖନ୍ତୁ।)

  6. ଅଧିକ ବଟନ୍‌ ଉପରେ ଟାପ୍ କରନ୍ତୁ, ତା’ପରେ ଆକୃତି ସହିତ ମାସ୍କ୍ ଉପରେ ଟାପ୍ କରନ୍ତୁ।

କିମ୍ବା ଫ୍ରେମ୍ ଭାବରେ ବ୍ଯବହାର କରିବା ପାଇଁ ଗୋଟିଏ ଇମେଜ୍‌କୁ ଏକ ଆକୃତିରେ ଡ୍ରାଗ୍ କରନ୍ତୁ।

ଏହାକୁ ଆକୃତିରୁ କାଢ଼ିବା ପାଇଁ, ମାସ୍କ୍‌ ହୋଇଥିବା ଇମେଜ୍‌କୁ ଚୟନ କରନ୍ତୁ, ଅଧିକ ବଟନ୍‌ରେ ଟାପ୍ କରନ୍ତୁ, ତା'ପରେ “ମାସ୍କ୍‌ ରୀସେଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଟିପ୍‌: ସମର୍ଥିତ ଆପ୍‌ଗୁଡ଼ିକରୁ (ଯେପରିକି ନୋଟ୍, ଫଟୋ, Safari, ଇତ୍ଯାଦି) ଏକ ଫଟୋ, ଭିଡିଓ, ଫାଇଲ୍ କିମ୍ବା ଲିଙ୍କ୍‌କୁ ଏକ Freeform ବୋର୍ଡ୍‌ରେ ଯୋଡ଼ିବାକୁ, ଏହାକୁ ଚୟନ କରନ୍ତୁ ଏବଂ ଅନ୍ଯ ଆପ୍‌ରେ “ଶେୟର୍ କରନ୍ତୁ” ବଟନ୍‌ ଉପରେ ଟାପ୍ କରନ୍ତୁ, Freeform ଆପ୍ ଆଇକନ୍ ଉପରେ ଟାପ୍ କରନ୍ତୁ, ତା’ପରେ ନୂଆ ବୋର୍ଡ୍‌ କିମ୍ବା ଏକ ବିଦ୍ଯମାନ ବୋର୍ଡ୍‌ର ନାମ ଉପରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.